ପୁରୀ: ରଥଯାତ୍ରା ଶେଷ ହେବା ସହିତ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର। ଜନ୍ମବେଦୀରୁ ଭାଇ ଭଉଣୀଙ୍କ ସହିତ ଫେରିବା ପରେ ପ୍ରଥମେ ସୁନାବେଶ, ଅଧରପଣା ଓ ଗତକାଲି ନୀଳାଦ୍ରି ବିଜେ ସଂପନ୍ନ ହୋଇଛି। ଭାଇ ଭଉଣୀଙ୍କ ସହିତ ନୀଳକନ୍ଦରକୁ ଫେରି ଆସିଛନ୍ତି ମହାପ୍ରଭୁ। ଆଜିଠାରୁ ପୁଣି ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଏହା ସହିତ ଆଜିଠୁ ପୁଣି ବାହାରିବ ନୀଳାଚଳ ଅବଢ଼ା। ରତ୍ନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ ସହିତ ଅବଢ଼ା ଗ୍ରହଣ […]
ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ଦେହ ବ୍ୟବସାୟ। ଦେହଜୀବୀମାନେ ଏହି କାରବାର ପାଇଁ ଭୁବନେଶ୍ୱରକୁ ଏବେ ସୁରକ୍ଷିତ ମଣୁଛନ୍ତି। ଆଜି ଏକ ସ୍ପା’ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା କମିସନରେଟ୍ ପୁଲିସ୍। ଖବର ମୁତାବକ, ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ ଦେହ ବେପାର ଚାଲୁଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । କୁଇକ୍ ଆକ୍ସନ୍ ଟିମ୍ ଓ ଖାରବେଳ ନଗର […]
ନୂଆଦିଲ୍ଲୀ: ଆଫ୍ରିକା ମହାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପାଞ୍ଚ ଦିନିଆ ଗ୍ରସ୍ତ ଅବସରରେ ମୋଦି ଆଜି ଉଗାଣ୍ଡାରେ ପହଞ୍ଚିଛନ୍ତି। ଏହି ଅବସରରେ ଉଗାଣ୍ଡା ରାଷ୍ଟ୍ରପତି ୟୁଏରୀ ମୁସଭେନୀଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମୁଖତଃ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଆୟୋଜିତ ହୋଇଥିବା ବ୍ୟବସାୟିକ ସମ୍ମିଳନୀକୁ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଦୃଢ଼ […]
ଇସ୍ଲାମାବାଦ୍: ହିଂସା ଓ ଭୋଟିଂରେ ଅନିୟମିତତା ଅଭିଯୋଗ ଭିତରେ ସରିଛି ପାକିସ୍ତାନ ସାଧାରଣ ନିର୍ବାଚନ ଲାଗି ମତଦାନ। ଲମ୍ବା ଲାଇନ୍ ଲଗାଇ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପାକିସ୍ତାନ ଲୋକେ। ରାଜନୈତିକ ଅସ୍ଥିରତା, ନିମ୍ନଗାମୀ ଅର୍ଥନୀତି, ଆତଙ୍କବାଦ ସାଙ୍ଗକୁ ଦୁର୍ନୀତି ଓ ଅରାଜକତାରେ ପେଷି ହୋଇଯାଇଥିବା ପାକିସ୍ତାନରେ ଏହି ନିର୍ବାଚନ ପରିବର୍ତ୍ତନର ଧାରା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ପାକ୍ବାସୀ। ପାକିସ୍ତାନ ପାର୍ଲାମେଣ୍ଟର ୨୭୨ ଆସନ ସମେତ ୪ଟି ପ୍ରଦେଶର ଆସେମ୍ବ୍ଲିକୁ ମିଶାଇ […]
ଶ୍ରୀନଗର: ତିନିଦିନ ହେବ ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ଜାରି ରହିଛି। ଅନନ୍ତନାଗ ଅଂଚଳରେ ଏହି ଏନକାଉଣ୍ଟର ହୋଇଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ଅପରେସନ୍ରେ ଦୁଇଜଣ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଗତକାଲି ଶ୍ରୀନଗରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଯବାନ୍ ସହିଦ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ସୋମବାର କୁଲଗାମ ଅଂଚଳରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।
ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍ ଓ ବସ୍ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଯୋଗେଶ୍ୱରୀ ଏବଂ ଥାନେଠାରେ ରେଳ ଚଳାଚଳ […]
ନୂଆଦିଲ୍ଲୀ: ଆଜି ସରୁଛି ସଂସଦର ବଜେଟ୍ ଅଧିବେଶନ । ତା’ ସହ ଷୋଡ଼ଶ ଲୋକସଭାର ବି ଆଜି ଅନ୍ତିମ ଦିବସ ଅଧିବେଶନ। ଅଧିବେଶନର ଶେଷ ଦିନରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ରାଫେଲ ଡିଲ୍ ସମ୍ପର୍କିତ CAG ରିପୋର୍ଟ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରିପୋର୍ଟ ଉପସ୍ଥାପନ କରାଯାଇଛି । ସେହିଭଳି ଶେଷ ଦିନରେ ପ୍ରାୟ ୧୧ଟି ବିଲ୍ ଆସିପାରେ । ଯାହା ମଧ୍ୟରେ ତିନ ତଲାକ, ନାଗରିକତା ସଂଶୋଧନ ବିଧେୟକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ରହିଛି […]
ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି। ତିନି ବର୍ଷ ପୁରୁଣା ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ଅନ୍ୟ ୨ଜଣଙ୍କୁ ଜାମିନ୍ ମିଳିଛି। ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ତାଙ୍କର ୨ ସହଯୋଗୀ ଲାଲ୍ଜୀ ପଟେଲ ଓ ଏକେ ପଟେଲଙ୍କୁ କୋର୍ଟ ଆଜି ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ସେମାନଙ୍କୁ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ କରିଥିଲେ। ୨୦୧୫ ମସିହାରେ […]
ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟା ନିକଟ ଏକ ମତଦାନ କେନ୍ଦ୍ରରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୦ରୁ ଅଧିକ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ କିଛି ପୁଲିସ୍ ଅଧିକାରୀ ଥିବା କୁହାଯାଉଛି। ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବମ୍ ସ୍କ୍ୱାଡ ଓ […]
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟ୍ରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ, ସତ୍ୟ ଡେଲି ମାର୍କେଟରେ ବସିଥିବା ବେଳେ ଗୋଟିଏ ବାଇକ୍ରେ […]
ସମ୍ବଲପୁର: ଗତକାଲି ରାତିରେ ହୀରାକୁଦ ଡ୍ୟାମ୍ର ଆଉ ୫ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଏବେ ମୋଟ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯାଉଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୬.୩୧ ଫୁଟ୍ ରହିଥିଲା। ଡ୍ୟାମ୍ରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୧ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୧ ହଜାର ୩୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ […]
ପୁରୀ: ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନ ସିଂହାସନକୁ ବିଜେ ହେବେ ଶ୍ରୀଜିଉ। ରଥାରୂଢ଼ ଚତୁର୍ଦ୍ଧା ମୂରତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ। ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନକୁ ବିଜେ କରାଯିବ। ତା’ପରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ଥାନା ସାନଘାଟି ଛକରେ ପୁଲିସ୍ ଏନ୍କାଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ସେମାନଙ୍କଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ପିସ୍ତଲ ଜବତ କରାଯାଇଛି। ଗତ ୨ ତାରିଖରେ ଖଲ୍ଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସୁଶାନ୍ତ ଓ ରାଜେଶ ସଂପୃକ୍ତ ଥିଲେ ବୋଲି ପୁଲିସ୍ କହିଛି। ତେବେ ଏମାନଙ୍କର ଅନ୍ୟ କେଉଁ […]
ମୁମ୍ବାଇ: ୨୦୦୪ରେ ସୋନିଆଙ୍କ ପ୍ରତି ପ୍ରସନ୍ନ ହେଲେନି ଭାଗ୍ୟ ଦେବୀ। ଆକସ୍ମିକ ପ୍ରଧାନମନ୍ତ୍ରୀ ବନି ଗଲେ ଡକ୍ଟର ମନମୋହନ ସିଂହ। ଅର୍ଥନୀତିଜ୍ଞରୁ ଦେଶ ଶାସନର ସର୍ବୋଚ୍ଚ ପଦବି। ପୂରା ଘଟଣାଚକ୍ରକୁ ନେଇ ତିଆରି ହେଉଛି ବଲିଉଡ୍ ଚଳଚ୍ଚିତ୍ର ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର। ୨୦୦୪ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ୟୁପିଏ। ସୋନିଆଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଛା କରିଥିଲା କଂଗ୍ରେସ। ତେବେ ବିଦେଶୀ ମୂଳ ପ୍ରସଙ୍ଗକୁ ନେଇ ବାଧକ ସାଜିଲେ ବିଜେପି ସମେତ ଅନ୍ୟ […]
ପୁରୀ:ଆସନ୍ତାକାଲି ନୀଳାଦ୍ରି ବିଜେରେ ମହାପ୍ରଭୁ ରତ୍ନତ୍ସିଂହାସନରେ ବିଜେ ହେବେ। ତେଣୁ ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହକୁ ଟିକନିଖି ଯାଞ୍ଚ କରାଯାଇଛି। ବିଶେଷ କରି ଗର୍ଭଗୃହର କେମିକାଲ୍ କ୍ଳିନିଙ୍ଗ, ଷ୍ଟିଲ କ୍ରସ୍ ଚେକିଂ କରାଯାଇଛି। ଏହାସହ କନକମୁଣ୍ଡି ଓ ଉପର ଜାଲିକୁ ରଙ୍ଗ ଦିଆଯିବା ସହ ଭେଣ୍ଟିଲେସନ୍ ଊପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଜଗମୋହନରେ ଥଣ୍ଡା ବାୟୁ ଚଳାଚଳ ମେସିନ ଲଗାଯିବା ସହ ପୋର୍ଟାଲ୍ ବକ୍ସ ଫ୍ରେମ୍ର ଲୋଡ଼ିଂ ସିଷ୍ଟମ୍କୁ ଯାଞ୍ଚ କରାଯାଇ […]