• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pravat biswal
ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଥିଲା ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର। ଏହା ପୂର୍ବରୁ ୨ ମାସ ଲାଗି ପ୍ରଭାତ ଅନ୍ତରୀଣ ଜାମିନ ପାଇଥିଲେ। ସୂଚନାଥାଉ କି, ସିସୋର୍‌ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖରେ ସିବିଆଇ ତାଙ୍କୁ ଗିରଫ […]

  • Monday, 19 July 2021
Jagannath-Temple
ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭ

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତା’ ପରେ ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ହେବ। ଠିଆ ପହୁଡ଼ରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ କୋଠମୁଆଁସିଆ ସେବକମାନେ ରତ୍ନସିଂହାସନରୁ ଚାରମାଳ ବାନ୍ଧିବେ। ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ। ଦିନ ବେଳା ଏହି ସେନାପଟା ଲାଗି କରାଯିବ। ତେଣୁ […]

  • Monday, 19 July 2021
airport
ଭୁବନେଶ୍ୱର ବିମାନ ବନ୍ଦରରେ ସନ୍ଦିଗ୍ଧ ଯୁବକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଠାବ କରିଛି। ଯୁବକଙ୍କୁ ଏୟାରପୋର୍ଟର ରନ୍‌ୱେ ନିକଟରୁ ଆଜି ଠାବ କରାଯାଇଛି। ସନ୍ଦିଗ୍ଧ ଯୁବକ ଜଣଙ୍କ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା ମିଳିଛି। CISF ଯବାନ ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛନ୍ତି। ଉକ୍ତ ଯୁବକଙ୍କ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଧରାପଡିଥିବା ସନ୍ଦିଗ୍ଧ ଯୁବକଙ୍କ ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ […]

  • Monday, 19 July 2021
rain
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ସକ୍ରିୟ ହୋଇଛି ମୌସୁମୀ। ଫଳରେ ଆଜି ଭୋରରୁ ବର୍ଷା ଜାରି ରହିଛି। ଭୁବନେଶ୍ୱର, କଟକ ସମେତ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କରିଛି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଉ କିଛି ସ୍ଥାନରେ ପାଗ ମେଘୁଆ ରହିଛି। ପାଣିପାଗ ବିଭାଗର ସୁଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା […]

  • Monday, 19 July 2021
mumbai
ବର୍ଷା ବିତ୍ପାତ: ମୁମ୍ବାଇ ଜଳାର୍ଣ୍ଣବ, ଚାରି ମୃତ

ମୁମ୍ବାଇ : ପ୍ରବଳ ବର୍ଷାରେ ମୁମ୍ବାଇ ଜଳମଗ୍ନ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗରୀରେ ଗତ ୩ ଦିନ ଧରି ମୂଷଳ ଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଜଳମଗ୍ନ ହୋଇ ପଡ଼ିଛି ମହାନଗରୀର ଅଧିକାଂଶ ଅଞ୍ଚଳ। ବର୍ଷା ଜନିତ ବିଭିନ୍ନ କାରଣରୁ ୪ ଜଣଙ୍କର ମୃତ୍ୟୁ ହେବା ସହ ଗଛପଡ଼ି ଅନେକ ଲୋକ ଆହତ ହୋଇଛନ୍ତି। ଗାଡ଼ି ଓ ଟ୍ରେନ୍ ଚଳାଚଳ ସହ ବିମାନ ଉଡ଼ାଣ ଗୁରୁତର ପ୍ରଭାବିତ ହୋଇଛି। ବହୁ ଅଞ୍ଚଳରେ […]

  • Monday, 19 July 2021
dengue
ରାଜ୍ୟରେ ପୁଣି ଡେଙ୍ଗୁ ଆତଙ୍କ

କଟକ : ରାଜ୍ୟରେ ପୁଣି ଡେଙ୍ଗୁ  ଆତଙ୍କ। ଚଳିତ ସିଜିନର ଏସ୍‌ସିବିରେ ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ତ୍ରୌଲୋକ୍ୟ ବାରିକ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଡିମିରିଆରେ ବୋଲି ଜଣାପଡିଛି। ସେ ଗତ ୨୨ ତାରିଖରୁ ଏସସିବିର ମେଡିସିନ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତୌଲୋକ୍ୟଙ୍କର ମୃତ୍ୟୁ ହୋଇଛି।

  • Monday, 19 July 2021
police-cops-web
ମହଙ୍ଗା ପଡ଼ିଲା ଦବଙ୍ଗଗିରି, ସସପେଣ୍ଡ ହେଲେ 11 ବିହାରୀ ପୋଲିସ

ପାଟନା: ମହଙ୍ଗା ପଡ଼ିଲା ବିହାରୀ ପୋଲିସଙ୍କ ଦବଙ୍ଗଗିରି I ମାଗଣାରେ ପରିବା ନ ଦେବାରୁ ମିଛ କେଶରେ ନାବାଳକ ପରିବା ଦୋକାନୀକୁ ଗିରଫ ମାମଲାର ବିହାର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି I ଏହି ମାମଲାରେ ସମ୍ପୃକ୍ତ ଥିବା 2 ଜଣ ଇନସ୍ପେକ୍ଟରଙ୍କ ସମେତ 9 ଜଣ ପୋଲିସ କର୍ମୀଙ୍କୁ ସସ୍ପେଣ୍ଡ କରାଯାଇଛି ବୋଲି ପାଟନା ଆଇଜି ନେୟର ହସନେନ ଖାନ କହିଛନ୍ତି I ଏହା ସହିତ ନାବାଳକଟିକୁ ବେଓ୍ଵର ଜେଲରୁ ଆଣି ଵାଳ ସୁଧାର […]

  • Monday, 19 July 2021
sea plane
ଭିତରକନିକା, ଚାନ୍ଦିପୁର ଓ ହୀରାକୁଦକୁ ଉଡ଼ିବ ସି-ପ୍ଲେନ୍

ଭୁବନେଶ୍ୱର : ଓଡ଼ିଶାରେ ସି-ପ୍ଲେନ ସେବା ଆରମ୍ଭ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିମାନସେବା ପ୍ରଦାନକାରୀ କଂପାନି ସ୍ପାଇସ ଜେଟ୍। ଭୁବନେଶ୍ୱରରୁ ଚିଲିକା ଦେଇ ପୁରୀ, ଭୁବନେଶ୍ୱରରୁ ଭିତରକନିକା ଦେଇ ଚାନ୍ଦିପୁର ଓ ଭୁବନେଶ୍ୱରରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ସି-ପ୍ଲେନ ଚଳାଇବା ଲାଗି ରାଜ୍ୟ ସରକାରଙ୍କୁ ସ୍ପାଇସଜେଟ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏସବୁ ସ୍ଥାନ ମଧ୍ୟରେ ସି-ପ୍ଲେନ ଚଳାଚଳ କରିବା କେତେ ସମ୍ଭବ ସେନେଇ ଫିଜିବିଲଟି ଷ୍ଟଡି, ଏହି ତିନି ସ୍ଥାନର ପର୍ଯ୍ୟଟନ କ୍ଷମତା ଏବଂ […]

  • Monday, 19 July 2021
student
ମିଳୁନି ଜାତିଗତ ପ୍ରମାଣପତ୍ର

ମାଲକାନଗିରି  : ମିଳୁନି ଜାତିଗତ ପ୍ରମାଣପତ୍ର। ଚଳିତ ବର୍ଷ ପାଠପଢାରୁ ବଞ୍ଚିତ ହୋଇପାରନ୍ତି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ।  କାଲିଠାରୁ ସ୍କୁଲ ଓ କଲେଜ ଖୋଲିବାକୁ ଥିବାବେଳେ ଏହି ପଞ୍ଚାୟତର ଛାତ୍ରଛାତ୍ରୀମାନେ ଏ ପର୍ଯ୍ୟନ୍ତ ଜାତିଗତ ପ୍ରମାଣପତ୍ର ପାଇନାହାଁନ୍ତି। ଜାତିଗତ ପ୍ରମାଣ ପତ୍ର ଲାଗି ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ଥିବା ବେଳେ ସେ ଦସ୍ତଖତ କରୁନଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ସହ ଗାଁର ଲୋକମାନେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପଟେ […]

  • Monday, 19 July 2021
reatha
ସରିଲା ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକ

ପୁରୀ : ରଥ ଟଣା ପାଇଁ ୧୪ଟି ଦଉଡ଼ି ଆବଶ୍ୟକ। ୧୨ଟି ତିଆରି ସରିଛି। କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ୨ଟି ଦଉଡ଼ି ତିଆରି ହୋଇନି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ୨୦ଟି ଦଉଡ଼ି ମହଜୁଦ ଅଛି। କାଲି ରାଜସ୍ୱ ମନ୍ତ୍ରୀଙ୍କ ନେତୃତ୍ୱରେ ଟିମ୍ ଆନ୍ଦୋଳନକାରୀଙ୍କୁ ଭେଟିବେ। ଆବଶ୍ୟକ ହେଲେ ଉକ୍ତ ଦଉଡ଼ିକୁ ବ୍ୟବହାର କରାଯାଇ ପାରିବ। ଆଜି ପୁରୀରେ ଅନୁଷ୍ଠିତ  ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକରେ ରଥ ଦଉଡ଼ି ସମ୍ପର୍କରେ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର […]

  • Monday, 19 July 2021
elkction
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଲାଗି କେତେ ଟଙ୍କା ଖର୍ଚ୍ଚ ହେବ ହିସାବ ଦେବାକୁ ଚିଠି ଲେଖିଛନ୍ତି। ପୋଲିଂ ପାର୍ଟିର ଯାତାୟତ ଓ ବୁଥ୍ ଖର୍ଚ୍ଚର ହିସାବ ଦେବାକୁ ଏଥିରେ ନିର୍ଦ୍ଦେଶ  ଦିଆଯାଇଛି। ସେହିପରି ଆଉ କଣ ଭିତ୍ତିଭୂମି ଆବଶ୍ୟକ ରହିଛି ଜଣାଇବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି। ଷ୍ଟ୍ରଙ୍ଗ୍ ରୁମ୍‌ର ସ୍ଥିତାବସ୍ଥା ଜଣାଇବାକୁ ମଧ୍ୟ […]

  • Monday, 19 July 2021
mao poster
ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବନ୍ଦ ଡାକରା

ନବରଙ୍ଗପୁର/ନୂଆପଡ଼ା/ଭବାନୀପାଟଣା: କିଛି ଦିନର ନିରବତା ପରେ ପୁଣି ସକ୍ରିୟ ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଳା ରାଇଘରରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତି। ରାଇଘର ବ୍ଳକର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ମାଓବାଦୀ ପୋଷ୍ଟର ଜରିଆରେ ଆହ୍ୱାନ କରିଛନ୍ତି। ରାଇଘରଠୁ କୁନ୍ଦେଇ ସହର […]

  • Monday, 19 July 2021
heavy rain in mumbai
ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବର୍ଷାରେ ମୁମ୍ବାଇର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି। ଲଗାତର ୩ ଦିନ ଧରି ମୁମ୍ବାଇରେ ବର୍ଷା ଜାରି ରହିଛି। ଏମ୍‌ଜି ରୋଡ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନରୁ ଗଛ ଭାଙ୍ଗି ପଡିବାରୁ ୫ ଜଣ ଆହତ ହୋଇଛନ୍ତି। ସହରର ଥିବା ଅନେକ […]

  • Monday, 19 July 2021
online admission
ସ୍ପେଶାଲ୍ OJEE ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୨ରେ ହେବାକୁ ଥିବା ସ୍ପେଶାଲ୍ OJEE ପାଇଁ ଆଜିଠୁ ଛାତ୍ରଛାତ୍ରୀ ଆବେଦନ କରିବେ। Btech, Lateral Entry, MBA, MCA ପାଇଁ ଛାତ୍ରଛାତ୍ରୀ ଆଜିଠୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଜୁଲାଇ ୧୮ରୁ ଆଡ଼ମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ। ଏହାପରେ ଜୁଲାଇ ୨୨ରେ ପରୀକ୍ଷା ହୋଇ ୨୫ରେ ରେଜଲ୍ଟ ପ୍ରକାଶ ପାଇବ। ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍ ପୂରଣ ପାଇଁ ରାଜ୍ୟ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ -ଓପେକା […]

  • Monday, 19 July 2021
shailaza dwivedi
କ’ଣ ଏହି କାରଣ ପାଇଁ ମେଜରଙ୍କ ପତ୍ନୀଙ୍କୁ ହତ୍ୟା?

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମେଜରଙ୍କ ପତ୍ନୀଙ୍କ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବାରେ ଲାଗିଛି। ଆଉ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଘଟଣାରେ ଗିରଫ ହୋଇଥିବା ଆଉ ଜଣେ ମେଜର ନିଖିଲ ହାଣ୍ଡା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜା ଦ୍ୱିବେଦୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଶୈଲଜା, ମେଜର ଅମିତ୍‌ଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ୍‌ ସନ୍ଦେହ କହିଛି। ସେପଟେ ପୋଲିସକୁ ମିଳିଛି ଶୈଲଜାଙ୍କ ମୋବାଇଲ ଫୋନ […]

  • Monday, 19 July 2021
Lightning
ବଜ୍ରପାତ ନେଲା ମାଆ, ଝିଅଙ୍କ ଜୀବନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା। ବଜ୍ରପାତରେ ମାଆ, ଝିଅଙ୍କ ମୃତ୍ୟୁ। ଡଙ୍ଗାରେ ଯାଉଥିବା ବେଳେ ବଜ୍ରପାତ ହେବା ଫଳରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ଥିବା ନାତି ଓ ସଂପର୍କୀୟ ଭାଉଜ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତମାନେ ସ୍ଥାନୀୟ ଜମ୍ବୁ ଗ୍ରାମର। ନଦୀକୁ ମାଛ ଧରିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

  • Monday, 19 July 2021
villagers
ନ୍ୟାୟ ପାଇଁ ସାରା ରାତି ଥାନା ଆଗରେ ବସିଲେ ଗ୍ରାମବାସୀ

ନୟାଗଡ଼: ନ୍ୟାୟ ପାଇଁ ଥାନା ଆଗରେ ବସିଲେ ଗ୍ରାମବାସୀ। ଜଣେ କି ଦୁଇଜଣ ନୁହେଁ ୫୦୦ରୁ ଅଧିକ ଗ୍ରାମବାସୀ ରାତି ସାରା ଥାନା ଆଗରେ ବସି ରହିଲେ। ନୟାଗଡ଼ ଖଣ୍ଡପଡ଼ା ବ୍ଳକ ବୋଦରା ପଞ୍ଚାୟତରେ କିଛି ଦଳିତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଶିବ ମନ୍ଦିର ଭିତରକୁ ପ୍ରବେଶକୁ ନେଇ ବିବାଦ ଲାଗି ରହିଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଏନେଇ ଖଣ୍ଡପଡ଼ା ପୋଲିସ ଏକ ମାମଲା ରୁଜୁ କରି ଗତକାଲି ରାତିରେ […]

  • Monday, 19 July 2021
snake rescued
ପୁଣି ଉଦ୍ଧାର ହେଲା ୧୦ରୁ ଅଧିକ ନାଗ ସାପ

ଭଦ୍ରକ: ଭଦ୍ରକ ଧାମନଗରରେ ପୁଣି ଥରେ ଉଦ୍ଧାର ହୋଇଛି ନାଗ ସାପ। ଆଜି ଧାମନଗରର ଜୟନଗର କଣ୍ଟାବଣିଆ ଗ୍ରାମରୁ ୧୦ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି। କଣ୍ଟାବଣିଆ ଗ୍ରାମରେ ରହୁଥିବା ଗୌରାଙ୍ଗ ଜେନାଙ୍କ ଘରୁ ଏହି ସବୁ ସାପ ଉଦ୍ଧାର ହୋଇଛି । ଏକ ଶିଳ ତଳୁ ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି। ଗୌରାଙ୍ଗଙ୍କ ପୁଅ ଘର ଭିତରୁ ସାପ ଉଦ୍ଧାର କରିଛନ୍ତି। ଗତ ୩ ଦିନ ଧରି ଧାମନଗର ଶ୍ୟାମପୁରରେ ବିଜୟ ଭୂୟାଁଙ୍କ ଘରରୁ […]

  • Monday, 19 July 2021
representational image
ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧାରେ ଅଭାବନୀୟ ଘଟଣା। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ସୁଚିସ୍ମିତା ପଟ୍ଟନାୟକ ଏବଂ ତାଙ୍କ ସ୍ୱାମୀ ସୌମ୍ୟକାନ୍ତ ପଟ୍ଟନାୟକ। ଏମାନେ ବାଙ୍କି ପଥୁରୀଆପଡ଼ା ଅଞ୍ଚଳର। ନିଜର ୮ବର୍ଷର ଝିଅ ସହ ଉଭୟେ ସାମନ୍ତରାପୁର ଠେଙ୍ଗାହାଟ ଛକ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଉଭୟଙ୍କ ଏଭଳି ଅବସ୍ଥାରେ ମୃତ୍ୟୁ […]

  • Monday, 19 July 2021