ବୁରହାନପୁର: କରୋନାକୁ ନେଇ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ଫେରୁଥିବା ଜଣେ ୩୨ ବର୍ଷର ଗର୍ଭବତୀ ପ୍ରସବ ଯନ୍ତ୍ରଣା ହେତୁ ଶୁକ୍ରବାର ରାତିରେ ଉତ୍ତରପ୍ରେଦଶର ବୁରହାନପୁର ଠାରେ ଅଟକିଥିଲେ। ପରେ ସ୍ଥାନୀୟ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରିବାର ଲୋକ ଶିଶୁଟିର ନାଁ ଲକ୍ଡାଉନ୍ ଯାଦବ ରଖିଥିଲେ। ନବଜାତ ଶିଶୁଟିର ପିତା ଉଦୟଭାନ୍ […]
ଫୁଲବାଣୀ: ବିଦ୍ୟାଳୟରେ ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ। କନ୍ଧମାଳ ଜିଲ୍ଲା କେ. ନୂଅାଗାଁ ବ୍ଲକ୍ ମହାସିଙ୍ଗ ନୋଡାଲ ୟୁପି ସ୍କୁଲ୍ର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଅାହତ ୩ ଛାତ୍ରୀ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ଅନୁସାରେ, ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଝାଡୁ ମାରିବାକୁ କହିଥିଲେ ସ୍କୁଲ୍ର ପ୍ରଧାନଶିକ୍ଷକ ହରିଶ ଚନ୍ଦ୍ର ସାହୁ। ତେବେ ଛାତ୍ରୀମାନେ ତାଙ୍କ କଥା ନମାନିବାରୁ ସେମାନଙ୍କୁ ଅମାନୁଷିକ ଭାବେ ମାଡ଼ […]
ନାନ୍ଦେଡ: ମହାରାଷ୍ଟ୍ରର ପାଲ୍ଘରରେ ସାଧୁଙ୍କ ହତ୍ୟା ପରେ ଏବେ ନାନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପଶୁପତି ମହାରାଜ। ପୋଲିସର କହିବା ଅନୁଯାୟୀ, ଲିଙ୍ଗାୟତ ସମ୍ପ୍ରଦାୟର ସାଇନାଥ ରାମ ନାମକ ଜଣେ ବ୍ୟକ୍ତି ସାଧୁଙ୍କୁ ହତ୍ୟା କରିଛନ୍ତି। ସାଧୁଙ୍କ ବ୍ୟତୀତ କିଛି ଦୂରରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେ ଅଭିଯୁକ୍ତ ସାଇନାଥଙ୍କ ସାଙ୍ଗ ବୋଲି ପୋଲିସ ଅନୁମାନ କରୁଛି। ଖବର ଅନୁଯାୟୀ, ଗତକାଲି […]
ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର […]
ଭୁବନେଶ୍ୱର: ହୁସିଆର କଲେଜ ରୋମିଓ। କାହିଁକି ନା ଏଣିକି ଆଖି ମାରିଲେ ହେବ ଆକ୍ସନ। କଲେଜରେ ଯଦି କେହି କାହାକୁ ଆଖି ମାରନ୍ତି ତେବେ ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। କଲେଜ ଛାତ୍ରଛାତ୍ରୀଙ୍କୁ ରାଗିଂ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ରାଗିଂକୁ ବରଦାସ୍ତ କରାଯିବନି। ଯଦି ରାଗିଂ […]
ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଜଣ ଆହତ ହୋଇଛନ୍ତି। ଘଟଣା ଗୁଜରାଟ ଦାହୋଦ ସହରର ଏକ ସୋସାଇଟି ଭିତରେ ଘଟିଛି। ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଜନବସତି ଭିତରେ ହଠାତ୍ ବାଘର ଉପସ୍ଥିତି ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ ସାଜ ସରଞ୍ଜାମ ଧରି ବାଘକୁ […]
ନୂଆଦିଲ୍ଲୀ: ନାଗସାପକୁ ସାମ୍ନାରେ ଦେଖିଲେ ଯେକେହି ମଣିଷ ଡରିବ। ଆମେ ଯେତେବେଳେ କୌଣସି ବି ସାପକୁ ଆଖି ଆଗରେ ଦେଖୁ, ଆମେ ସାପଟିକୁ ମାରିବାକୁ ଚେଷ୍ଟା କରିଥାଉ ନଚେତ୍ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇଥାଉ। କିନ୍ତୁ ସୋସଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଠାରେ ଜଣେ ବ୍ୟକ୍ତି ନାଗସାପଟିକୁ ପାଣି ପିଆଉଥିବାର ଦେଖିବାକୁ ମିଳୁଛି। ଏଭଳି ଭିଡିଓଟିକୁ ଦେଖି ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଭିଡିଓଟିକୁ ଆଇଏଏସ୍ ଆୱାନିଶ […]
କାନପୁର: କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ଦେଶରେ ଶୁଭ ମାଙ୍ଗଳିକ କାର୍ଯ୍ୟଗୁଡିକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କରୋନା ଭାଇରସ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରୁଥିବାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଜଣେ ଯୁବତୀଙ୍କର ବାହାଘର ହେବା ପାଇଁ ମେ’୪ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ଯୁବତୀଙ୍କର ବାହାଘରଟି ଲକ୍ଡାଉନ୍ ଯୋଗୁ ବାରମ୍ୱାର ଘୁଞ୍ଚିଥିବାରୁ ସେ ନିଜ ଘର ଛାଡି ୮୦ କିମି […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ କୌଣସି ଶୁଭ କାର୍ଯ୍ୟ କରାଯାଉନଥିବା ଜଣାପଡିଛି। ଯେପରି ବାହାଘର ଭଳି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। କାରଣ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ସମସ୍ତଙ୍କ ନିକଟରେ ଅପିଲ୍ କରିଛନ୍ତି। ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଟିହରିର କୋଠୀ କଲୋନୀରେ। ଲକ୍ଡାଉନ୍ ଯୋଗୁ ଯେତେବେଳେ ବର-କନ୍ୟାକୁ ଦୁହିଁଙ୍କୁ କେହି କାହାରି ରାଜ୍ୟକୁ […]
ସହାରନପୁର: କରୋନାକୁ ନେଇ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି। ଉତ୍ତରପ୍ରଦେଶକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୀମା ପାର କରିବାକୁ ଅନୁମତି ମିଳୁନାହିଁ। ଏଭଳି ପରିସ୍ଥିତିରେ ୧୨ଜଣ ଶ୍ରମିକ ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ରବର ଟ୍ୟୁବ୍ ସାହାଯ୍ୟରେ ନଦୀ ପାର ହୋଇ ୟୁପିରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଛୋଟ ପିଲା ଓ ମହିଳା ମଧ୍ୟ ଅଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଯମୁନା ନଦୀରେ ଦେଖିବାକୁ […]
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ୍ ଏଡିଜିଙ୍କ ଝିଅଙ୍କୁ ମାଡ଼ ଅଭିଯୋଗ। ଏଜି ଛକରେ ଜଣେ ଟ୍ରାଫିକ୍ କନଷ୍ଟେବଲ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗକୁ ନେଇ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି। ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ ଏକ ଗାଡ଼ିରେ ରାଜମହଲ ଛକରୁ ଏଜି ଛକ ଅାଡକୁ ଅାସୁଥିଲେ। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଏଜି ଛକରେ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଲଙ୍କ […]
ଭୁବନେଶ୍ୱର: ରାଜ୍ୟରେ ବଢୁଛି ରାଗିଂ ବିଭିନ୍ନ କଲେଜ। ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂର୍ବ ଦୁଇ ବର୍ଷ ତୁଳନାରେ ୨୦୧୭ରେ ସ୍ଥିତି ସାଂଘାତିକ ରହିଛି। ଗତ ମାସ ୨୩ ତାରିଖରେ ଲୋକସଭାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ରେ ସାରା ଦେଶରେ ଓଡିଶା ରାଗିଂରେ ଷଷ୍ଠ ସ୍ଥାନରେ ରହିଛି। ୨୦୧୫ ରେ ରାଜ୍ୟରେ ୩୦ଟି ରାଗିଂ କେସ୍ ଅାସିଥିବାବେଳେ ୨୦୧୬ରେ ୨୮ଟି ଓ ୨୦୧୭ରେ ୪୬ଟି ରାଗିଂ କେସ୍ […]
ନୂଆଦଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଲୋକମାନେ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଚିତାବାଘ ଓ ଝିଙ୍କଙ୍କ ମଧ୍ୟରେ ଯୁଦ୍ଧ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ରମେଶ […]