ବ୍ରହ୍ମପୁର: ପୁଣି ଗଞ୍ଜାମରେ ଏନ୍କାଉଣ୍ଟର। ଆସିକା ଚାରିମାଳ ଛକ ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଗୁରୁତର ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗାଁର କାଳୁ ଗତକାଲି ରାତିରେ ଏକ ନମ୍ବର ବିହୀନ ବାଇକ୍ରେ ବାଲିପଦର ଯାଉଥିଲା। ଏନେଇ କୌଣସି […]
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଗତକାଲି ସୁଶାନ୍ତଙ୍କର ଆତ୍ମହତ୍ୟା ଖବର ଶୁଣିବା ପରେ ବଲିଉଡ ସମେତ ସବୁମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନ ପରେ ସୁଶାନ୍ତଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର ଜୁହୁ ଠାରେ ଥିବା କପୁର୍ ହସ୍ପିଟାଲରେ କରାଯାଇଥିଲା। […]
ମୁମ୍ୱାଇ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ଅଭିନୟ କରି କ୍ରିକେଟ୍ ଜଗତ ସହିତ ପରିଚିତ ହୋଇଥିଲେ ସୁଶାନ୍ତ। ବହୁ କ୍ରିକେଟର୍ଙ୍କ ସହିତ ତାଙ୍କର ଉତ୍ତମ ପରିଚୟ ମଧ୍ୟ ଥିଲା। ଆଜି ହଠାତ୍ ଆତ୍ମହତ୍ୟା ଖବର କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଛି। ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର […]
ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ପତ୍ତା ଖୋଲିଲା ବିଜେଡି। ଏନ୍ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବ ବିଜେଡି। ମୁମ୍ବାଇରୁ ଫେରିବା ପରେ ନବୀନ ନିବାସରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ କହିଛନ୍ତି, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଫୋନ୍ରେ ତାଙ୍କର କଥାବାର୍ତ୍ତା ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ତାଙ୍କ […]
ଭୁବନେଶ୍ୱର: ନୂଆ ଯୋଜନା ପାଇଁ ନୂଆ ଢାଞ୍ଚାରେ ହେବ ପ୍ରଚାର ପ୍ରସାର। ପ୍ରଥମ ଥର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଘରେ ଘରେ ପହଚିଂବ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। ଟାର୍ଗେଟ୍ରେ ରହିଛି ପ୍ରାୟ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ହିତାଧିକାରୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ବାଣ୍ଟିବା ପାଇଁ ପ୍ରସ୍ତୁତ ହୋଇଛି ଗାଇଡଲାଇନ୍। ଗାଁ ଓ୍ୱାରି ହିତାଧିକାରୀଙ୍କ ତାଲିକା ମଧ୍ୟ ଜିଲ୍ଲାପାଳମାନଙ୍କୁ ପଠାଇ ଦିଆଯାଇଛି। ୧୫ ଅଗଷ୍ଟରୁ ଚିଠି ବଣ୍ଟନ […]
ଭୁବନେଶ୍ୱର: ଉଜ୍ୱଳାକୁ ନେଇ ବଢୁଛି ବିବାଦ। କଥାର ଲଢ଼େଇ ଏବେ କଲମ ପର୍ଯ୍ୟନ୍ତ ପହଞ୍ଚିଛି। ନେତାଙ୍କ ପରେ ଲଢ଼େଇ ମଇଦାନକୁ ଓହ୍ଲାଇଛନ୍ତି ପ୍ରଶାସନିକ ଅଧିକାରୀ। ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ଆକାଂକ୍ଷା ଜିଲ୍ଲାରେ ନୂଆ ଉଜ୍ୱଳା ସଂଯୋଗ ପାଇଁ ସହଯୋଗ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟର ସଚିବ। ହିତାଧିକାରୀଙ୍କ KYC ସଂଗ୍ରହ ସହ ଜାତିଗତ ପ୍ରମାଣ ପତ୍ର ଦେବାକୁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଛନ୍ତି। ଏହାର ଜବାରେ ମୁଖ୍ୟ ଶାସନ ସଚିବ […]
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ଯୋଗେ କଥା ହୋଇଛନ୍ତି। ଏନ୍ଡିଏ ତରଫରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ଜଣାପଡ଼ିଛି। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଏହା ଏବେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ସେପଟେ ହରିବଂଶ ନାରାୟଣ ସିଂହ ମଧ୍ୟ ବିଜେଡିର ସମର୍ଥନ ଲୋଡିଛନ୍ତି। ସେ ସଂସଦରେ ବିଜେଡିର ଦଳୀୟ ଅଫିସ୍ରେ ପହଞ୍ଚି ସମର୍ଥନ ଲୋଡ଼ିଥିଲେ। ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ […]
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିଛି ହରିବଂଶ ବନାମ ହରିପ୍ରସାଦ ଲଢ଼େଇ। ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବି.କେ. ହରିପ୍ରସାଦ। ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ହରିପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ କରିଛନ୍ତି। ହରିପ୍ରସାଦ ଏକଥା ମଧ୍ୟ କହିଛନ୍ତି, ବିଜେଡିର ସମର୍ଥନ ହାସଲ ଲାଗି କଂଗ୍ରେସ ନେତାମାନେ ବିଜେଡି ସହିତ ଆଲୋଚନା କରୁଛନ୍ତି। ସେପଟେ ଏନ୍ଡିଏ ତରଫରୁ ଜେଡିୟୁ ସାଂସଦ […]
କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ। ହୋଇଛି। ଆଜିଠାରୁ ସାଧାରଣ ଦର୍ଶକଙ୍କ ଲାଗି ଏଣ୍ଟ୍ରି ଫି ୩୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଦେଶୀମାନଙ୍କ ଲାଗି ପ୍ରବେଶ ଶୁଳ୍କ ୫ ଶହରୁ ବୃଦ୍ଧି କରାଯାଇ ୬ଶହ ଟଙ୍କା କରାଯାଇଛି। ବର୍ଦ୍ଧିତ ଶୁଳ୍କକୁ ବିରୋଧ କରି କୋଣାର୍କ ସୁରକ୍ଷା ସମିତି ଆଜି ଟିକେଟ୍ କାଉଣ୍ଟରରେ ତାଲା ପକାଇଥିଲା। ଫଳରେ କୋଣାର୍କକୁ ଆସିଥିବା ପର୍ଯ୍ୟଟକ ହନ୍ତସନ୍ତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁରକ୍ଷା ସମିତି […]
ଚେନ୍ନାଇ: ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ଶେଷକୃତ୍ୟ ସ୍ଥାନକୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଚେନ୍ନାଇର ମରିନା ବିଚ୍ରେ କରୁଣାନିଧିଙ୍କ ସମାଧି ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ କରୁଣାନିଧିଙ୍କ ପୁଅ ଏମ୍.କେ ଷ୍ଟାଲିନ୍ କାନ୍ଦି ପକାଇଥିଲେ। କରୁଣାନିଧିଙ୍କ ସମାଧିସ୍ଥଳ କେଉଁ ସ୍ଥାନରେ ହେବ ସେଥିପାଇଁ ଗତକାଲିଠାରୁ ବିବାଦ ଲାଗି ରହିଥିଲା। କରୁଣାନିଧିଙ୍କ ବିୟୋଗ ପରେ ତାଙ୍କ ସମାଧି ସ୍ଥଳ […]
ବଲାଙ୍ଗିର: ସାଇକେଲରେ କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍। ବଲାଙ୍ଗିର ଲକ୍ଷ୍ମୀଜୋର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ବଲାଙ୍ଗିର ସରକାରୀ ଯୁକ୍ତ ଦୁଇ କଲେଜର ମିଲି ନାୟକ। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟାରେ ଛାତ୍ରୀ ଜଣକ ରିନ୍ବଚନ ଗାଁରୁ ସାଇକେଲରେ କଲେଜ ଯାଉଥିଲେ। ଲକ୍ଷ୍ମୀଜୋର ବ୍ରିଜ୍ ଉପରେ ସାମ୍ନା ପଟୁ ଛାତ୍ରୀ ଜଣଙ୍କୁ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର […]
ଚେନ୍ନାଇ: ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ତାଙ୍କ ସମ୍ମାନାର୍ଥେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦେଶର ସବୁ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ସରକାରୀ କାର୍ଯ୍ୟକ୍ରମ ନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି କରୁଣାନିଧିଙ୍କ ପରଲୋକରେ ତାମିଲନାଡ଼ୁ ସରକାର ୭ ଦିନିଆ ଶୋକ ପାଳନ ପାଇଁ […]
ମୁମ୍ୱାଇ: ଲକ୍ଡାଉନ୍ ନିୟମ ନମାନି ବାହାହେବା ପାଇଁ ବ୍ୟାଣ୍ଡ ବାଜାସହିତ ଯାଉଥିବାରୁ ବର ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଘଟଣାଟି ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଖବର ଅନୁଯାୟୀ, ଜୁନ୍ ୧୨ରେ ଏକ ପରିବାର ବ୍ୟାଣ୍ଡ ବାଜା ସହିତ ବାହାରିଥିଲେ। ସେହି ପରିବାର ଲୋକେ ପୋଲିସର ବିନା ଅନୁମତିରେ ବାହାଘର କରିଥିବା ଜଣାପଡିଛି। ମାଲଭାନି ଗେଟ୍ ନମ୍ୱର ୮ରୁ ଏହି ବ୍ୟାଣ୍ଡବାଜା ବରଯାତ୍ରୀ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏନେଇ ଅନେକ ସ୍ଥାନରେ ମନ୍ଦିରଗୁଡିକ ଖୋଲା ଯାଇଛି। କିନ୍ତୁ କରୋନା ଯୋଗୁ ସାମାଜିକ ଦୂରତାର ନିୟମକୁ ପାଳନ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପରସ୍ପର ସଂସ୍ପର୍ଶରେ ନଆସିବା ପାଇଁ ମନ୍ଦିରରେ ଏକ ସେନସର ଘଣ୍ଟି ଲଗାଯାଇଛି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ପଶୁପତିନାଥ ମନ୍ଦିରରେ ଅଟୋମେଟିକ୍(ସ୍ୱୟଂଚାଳିତ) ସେନସର ଘଣ୍ଟି ଲଗାଯାଇଛି। ଏହି ଘଣ୍ଟିକୁ ବିନା ସ୍ପର୍ଶରେ ଲୋକମାନେ […]
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ- କୋଦଳା ଥାନା ସୀମା ପୁସ୍ତପୁର ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ପୁସ୍ତପୁର କାଜୁତୋଟା ନିକଟରେ ଏହି ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଦିଲୀପ ଠାରୁ ଏକ ଦେଶୀ ବନ୍ଧୁକ, ୨ଟି […]