ଚେନ୍ନାଇ: କରୋନା ଭାଇରସକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସରକାର ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ଖୋଲିବାକୁ ଅନୁମତି ଦେଇଛନ୍ତି। ଅନେକ ସଂସ୍ଥା ଉପରେ ରୋକ ମଧ୍ୟ ଲଗାଇଛନ୍ତି। ଯେଉଁ ସଂସ୍ଥାଗୁଡିକ ଖୋଲାଯାଇଛି, ସେମାନେ ସରକାରଙ୍କ ଅନୁମତି ନେଇ ଖୋଲିଛନ୍ତି ଏବଂ କରୋନା ଗାଇଡ ଲାଇନ ମାନୁଛନ୍ତି। ତେବେ ତାମିଲନାଡୁରେ ଅଜବ ନିୟମ ରଖାଯାଇଛି। ଏଠାରେ ସେଲୁନ୍ରେ ଚୁଟି କାଟିବା ପାଇଁ ଆଧାରକାର୍ଡ ବାଧ୍ୟତା ମୂଳକ କରାଯାଇଛି। ଏପରି କରିବା ଦ୍ୱାରା […]
ଭୁବନେଶ୍ୱର: ମାଲକାନଗିରି ସୀମାରେ ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼ ସୁକ୍ମା ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କୋଣ୍ଟା ଓ ଗୋଲାପାଲ୍ଲୀ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ମିକା ଟୋଙ୍ଗ ଜଙ୍ଗଲରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏନ୍କାଉଣ୍ଟର ସ୍ଥଳରୁ ୧୬ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ […]
ଦିସପୁର: ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଚର ଓ ହାଏଲାକାଣ୍ଡି ଜିଲ୍ଲାରେ ମାଟିତଳେ ଚାପି ହୋଇ ୭ ଜଣ ଲୋକଙ୍କ ଜୀବନ ଯାଇଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କର ସ୍ଥାନୀୟ ମେଡିକାଲରେ ଚିକିତ୍ସା ଜାରି […]
ବାଲେଶ୍ୱର: ଏକ ବଡ଼ ଧରଣର ଏଟିଏମ୍ ଲୁଟ୍କୁ ପଣ୍ଡ କଲା ପୁଲିସ୍। ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ସମୟରେ ୨ ଲୁଟେରା ପୁଲିସ୍ ହାତରେ ଧରା ପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୨ ଜଣ ଲୁଟେରା ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଥିବା SBI ଏଟିଏମ୍ର ବ୍ୟାଟେରୀ ଚ୍ୟାମ୍ବର ଭାଙ୍ଗି କନେକ୍ସନ କାଟୁଥିବା ବେଳେ ମୁମ୍ବାଇରେ ଥିବା ସେଣ୍ଟ୍ରାଲ ଡାଟା ବେସ୍ ଅଫିସକୁ ମେସେଜ୍ ଯାଇଥିଲା। ସେଠାରୁ […]
ଜାକର୍ତ୍ତା: ସପ୍ତାହ ପରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଲୋମ୍ବକ୍ ଦ୍ୱୀପରେ ରବିବାର ସନ୍ଧ୍ୟାରେ ଏହି ବଡ଼ ଧଣଣର ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରେକର୍ଡ଼ କରାଯାଇଛି। ଭୂକମ୍ପରେ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଭୂକମ୍ପର ପ୍ରଭାବ ବାଲି ଦ୍ୱୀପରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂକମ୍ପକୁ ନେଇ ପ୍ରଥମେ ସୁନାମି ଆଲର୍ଟ ଜାରି କରାଯାଇଥିଲ॥ ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ତେବେ ପରେ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପ ଓ ମୂଷା ଯୁଦ୍ଧର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସୁଶାନ୍ତ ଲେଖିଛନ୍ତି,‘ଏହି ସାପଟି କେବେବି ମୂଷା ଛୁଆ ପାଖକୁ ଆସିବ ନାହିଁ। ମା’ ତା’ର ଛୁଆ ପାଇଁ ସବୁକିଛି କରିପାରିବ। ପୃଥିବୀରେ ‘ମାତୃତ୍ୱ’ ଠାରୁ ବଡ ଆଉ କିଛି ନାହିଁ।’ This snake was never seen again. Shamed […]
ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସେଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଓ ପୁରୀ। ଏହି ୧୨ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗକୁ ଲାଗି ଲଘୁଚାପ ହେବାର ସମ୍ଭାବନା ଥିବାରୁ ଓ […]
ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତିନି ମୃତକ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଂଜନ ନାହାକ। ଅାଗରୁ ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅାଜି ସକାଳେ ଭୀମଙ୍କ ମୃତଦେହ ମିଳିଛି। ଭୀମଙ୍କ ଗାଁ ହେଉଛି ରମ୍ଭା ଅଞ୍ଚଳର ଝାରିଡ଼ି ରାଧାଗୋବିନ୍ଦପୁର। ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ଘର ମଧ୍ୟ ରମ୍ଭା ଅଞ୍ଚଳର ବି.ଟି. ନୂଆଁଗାଁରେ। ବିସ୍ଫୋରଣରେ […]
ଅନୁଗୁଳ : ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା। ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦରେ ଗ୍ରାମବାସୀଙ୍କ ମାଡ଼ରେ ଲୁଟେରା ଗୁରୁତର। ଜଣେ ମହିଳା ଚାଲି ଚାଲି ଆସୁଥିବାବେଳେ ବାଇକ୍ରେ ଅାସି ଦୁର୍ବୃତ୍ତ ଜଣକ ଚେନ୍ ଛିଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣକ ପାଟି କରିବାରୁ ଲୋକେ ଜମା ହୋଇଯାଇଥିଲେ। ପିଛା କରିବା ଫଳରେ ଲୁଟେରା ଜଣକ କିଛିବାଟ ଯାଇ ଗାଡ଼ିରୁ ପଡିଯାଇଥିଲେ। ଏହାପରେ ଲୋକେ ତାକୁ ନିର୍ଧୁମ ଛେଚି […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା କାୟା ବିସ୍ତାର କରି ଚାଲିଛି। ଏହାକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସପ୍ତାହ ପାଇଁ ଦିଲ୍ଲୀ ସୀମାକୁ ସିଲ କରିଛନ୍ତି। ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀର ସୀମାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍ କରାଯିବ। କିନ୍ତୁ ଏହି ସମୟରେ ପାସ୍ ଦ୍ୱାରା କେବଳ ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକମାନେ ଯିବା ଆସିବା କରିପାରିବେ। ରାଜ୍ୟବାସୀଙ୍କଠାରୁ ପରାମର୍ଶ ନେବାପରେ ଆମେ ଏକ […]
ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବିଲି କାର୍ଯ୍ୟକ୍ରମକୁ ଆଜି ପିଏମ୍ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ୱୋଧିତ କରିଛନ୍ତି। ସମ୍ୱୋଧନ କରିବା ସମୟରେ ମୋଦି କହିଛନ୍ତି, ଦେଶର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବଦଳୁଛି। କରୋନା ଭାଇରସ ବିରୋଧରେ ଭାରତ ଯେଉଁଭଳି ଭାବରେ ଲଢ଼ୁଛି, ତାହାକୁ ସମଗ୍ର ବିଶ୍ୱ ଦେଖୁଛି। ସେ କହିଛନ୍ତି, ଭାଇରସ୍ ଅଦୃଶ ହୋଇପାରେ କିନ୍ତୁ ଆମର କରୋନା ଯୋଦ୍ଧାମାନେ ଅପରାଜେୟ । କରୋନା ଯୁଦ୍ଧରେ ଆମ ଡାକ୍ତର ଓ ମେଡକାଲ […]
ପାଟନା: ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ବଡ଼ ସହର ଛାଡି ନିଜ ଗାଁକୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ସରକାରଙ୍କ ନିୟମମାନି ବାହାରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥାନ୍ତି। ତଥାପି କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିହାରର ବୈଶାଳୀରେ ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳୁଛି। […]
ଟିଟିଲାଗଡ଼: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। ଭବାନୀପାଟଣା ବ୍ଲକ ମାଦିଗୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣଭାରଯୋଗୁଁ ଗତକାଲି ଚାଷୀ ଜଣକ ବିଷ ପିଇ ଦେଇଥିଲେ। ଆଜି ଟିଟିଲାଗଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଅନୁସାରେ, ସଂପୃକ୍ତ ଚାଷୀ ୪ ଏକର ଜମିରେ କପା ଚାଷ ପାଇଁ ୪ ଲକ୍ଷ ଟଙ୍କା ଋଣ କରିଥିଲେ। ତେବେ ଚାଷ ନଷ୍ଟ ହେବାରୁ ଋ଼ଣଭାରରେ ସେ ବିଷ […]
ଭୋପାଳ: ହାତୀପଲ ଆସିଛନ୍ତି ପିକ୍ନିକ୍ରେ। ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ସହ ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ହାତୀପଲ ବି ବେଶ୍ ଖୁସିରେ ମାତିଛନ୍ତି। ପିକନିକ୍କୁ ଭରୂପର ଉପଭୋଗ କରୁଛନ୍ତି। ଏ ଏକ ଗଳ୍ପ ନୁହେଁ ସତ। ଏମିତି ଘଟଣା ଘଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କାହ୍ନା ଜାତୀୟ ଉଦ୍ୟାନରେ। ହାତୀପଲଙ୍କୁ ଖୋଲା ପଡ଼ିଆରେ ଏକ ତମ୍ବୁ ପକାଇ ରଖାଯାଇଛି। ହାତୀପଲଙ୍କୁ ସେମାନଙ୍କ ଶାବକମାନଙ୍କ ସହ ବୁଲିବା […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ମଇଁଷି ଲଢ଼େଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଜଣେ ବନ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟ୍ର ପେଜ୍ରେ ସେୟାର କରିଛନ୍ତି। ଏହି ୩୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ଜଙ୍ଗଲରେ କିଛି ମଇଁଷି ଚରୁଥିଲେ। ଅନ୍ୟପାର୍ଶ୍ୱରେ ଏକ ସିଂହ ବୁଦା ପାଖରେ ଲୁଚି ରହିଥିଲା ମଇଁଷିର ଶିକାର କରିବା ପାଇଁ । କିନ୍ତୁ ସମ୍ପୂର୍ଣ୍ଣ ଓଲଟା ହେଲା। ମଇଁଷି ଲୁଚିଥିବା ସିଂହକୁ ଦେଖି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ଲକ୍ଡାଉନ୍ ଆରମ୍ଭ ହେବା ପରଠାରୁ ଏହା ପିଏମ୍ଙ୍କ ତୃତୀୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଥିଲା। ସେ ଜୁନ୍ ୧ରୁ ଆରମ୍ଭ ହେବାକୁ ଥିବା ଲକ୍ଡାଉନ ନିୟମର ପରିବର୍ତ୍ତନ ବିଷୟରେ କହିବା ସହିତ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର ବିପଦ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ […]
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁନାପଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ୍କୁ ଜଣେ ଯୁବତୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସୁନାପଙ୍ଗାର ଦିଲୀପ କୁମାର ନାୟକଙ୍କ ପୁଅଙ୍କର କେ.ନୂଆ ଗାଁ ବ୍ଲକ୍ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ହେଲେ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା। ସେମାନଙ୍କ ସଂପର୍କରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ‘ମୋ ଲାଇଫ୍ ମୋ ଯୋଗ’ (MY Life, MY Yoga)’କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଯୋଗ ଉପରେ ଉପରେ ଆଲୋଚନା କରିବା ସହ କରୋନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମୋଦି କହିଛନ୍ତି‘ କରୋନା ସଙ୍କଟର ଏହି ସମୟରେ, ମୁଁ ବିଶ୍ୱର ଅନେକ ନେତାଙ୍କ ସହ କଥା […]