କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରିଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନୀତ୍ ଶରଣଙ୍କ ସ୍ଥାନରେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଦାୟିତ୍ୱ ସମ୍ଭାଳିବେ। ସୁପ୍ରିମକୋର୍ଟ ବିଚାରପତି ଭାବେ ଜଷ୍ଟିସ ଭିନିତ୍ ଶରଣଙ୍କ ପଦୋନ୍ନତି ହୋଇଛି । ୨୦୦୪ ମସିହାରେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଗୁଜରାଟ ହାଇକୋର୍ଟର ବିଚାରପତି ଭାବେ […]
ସାଲେପୁର: ଭାଙ୍ଗିଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ। ସାଲେପୁର ଗୋପୀନାଥପୁର ଶାସନ ସାହି ନିକଟରେ ଥିବା ଏହି କେନାଲ ବନ୍ଧ ଭାଙ୍ଗି ଯାଇଛି। ବନ୍ଧ ଭାଙ୍ଗିଯିବା ଦ୍ୱାରା ସେଠାରେ ୩୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ତଳିଆ ଅଞ୍ଚଳରେ ଥିବା ବିଲରେ ମାଡିଯାଇଛି। ସାଲେପୁର: ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଲା, ଗୋପୀନାଥପୁର ଶାସନ ସାହି ନିକଟରେ ବନ୍ଧ ଭାଙ୍ଗିଲା, ୩୦ ଫୁଟ୍ର ଘାଇ ସହ ଆଖପାଖ ବିଲରେ ପାଣି ପଶିଲା #Odisha […]
ମୁମ୍ୱାଇ: କିଛି ଦିନ ପୂର୍ବରୁ ମୁମ୍ୱାଇର ସାୟନ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମୃତ ଦେହ ପାଖରେ କରୋନା ରୋଗୀଙ୍କୁ ଚିକିତ୍ସା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟିରେ ଦେଖାଯାଉଛି ଯେ ୱାର୍ଡ ଭିତରେ ଏକ ମୃତ ଶରୀରକୁ ପ୍ଲାଷ୍ଟିକ୍ରେ ପ୍ୟାକ୍ କରି ବେଡ୍ ଉପରେ ରଖାଯାଇଛି। ମୃତଶରୀର ବେଡ୍ ପାଖରେ ଥିବା ଆଉ ଏକ ବେଡ୍ରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏହି ଭାଇରାଲ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲାରେ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣରେ ୧୦ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ତେବେ ଆଉ କିଛି ଓଡ଼ିଆ ରହିଥିବା କୁହାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ସେହିପରି ୧୫ଜଣ ନିଖୋଜ ମଧ୍ୟ ଅଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆଲୁରୁ ମଣ୍ଡଲ ଅନ୍ତର୍ଗତ ହାତୀ ବେଲ୍ଗାଲ ଗାଁରେ ଏହି […]
ନୂଆଦିଲ୍ଲୀ: ଗୋଟିଏ ଅପରାଧକୁ ଲୁଚାଇବାକୁ ଯାଇ ମଣିଷ କିଭଳି ଅପରାଧ ପରେ ଅପରାଧ କରିଚାଲେ ତାର ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ବାରଙ୍ଗଲରେ। ଏଠାରେ ଜଣେ ଯୁବକ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜଣଙ୍କର ହତ୍ୟା କରିଛି। ଶନିବାର ତେଲେଙ୍ଗାନାର ବାରଙ୍ଗଲରେ କୂଅ ଭିତରୁ ୯ ଜଣଙ୍କ ଶବ ଉଦ୍ଧାର ହେବା ଘଟଣା ବେଶ୍ ଚର୍ଚ୍ଚାରେ ଥିଲା। ପୋଲିସ ଘଟଣାର ତଦନ୍ତ କରୁଥିଲା। ଶେଷରେ ୩ ଦିନ ପରେ ଅଭିଯୁକ୍ତ ନରପିଶାଚକୁ ଗିରଫ କରିଛି […]
କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ ଏ. ଜନ୍ସେଲ୍ ରାଜାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗିରଫ ପରେ ଗତକାଲି ରାତିରେ ଜନ୍ସେଲ୍ଙ୍କୁ ଜୁନାଗଡ଼ JMFC କୋର୍ଟରେ ହାଜର କରାଯାଇଥିଲା। ତେବେ JMFC କୋର୍ଟ ଜନ୍ସେଲ୍ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଜାମିନ ଆବେଦନ ଖାରଜ ପରେ ଜନ୍ସେଲ୍ଙ୍କୁ ଧର୍ମଗଡ଼ ଜେଲ୍ ପଠାଯାଇଛି। ତାମିଲନାଡ଼ୁ ନଗରକୋଏଲରୁ ଗିରଫ ପରେ କ୍ରାଇମବ୍ରାଞ୍ଚ EOW ଜନ୍ସେଲ୍ଙ୍କୁ ଜୁନାଗଡ଼ JMFCଙ୍କ କୋର୍ଟରେ ହାଜର କରିଥିଲା। ଜନ୍ସେଲ୍ ସେଲଭାମ […]
ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ସମୁଦାୟ ୨୩ ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ମହେନ୍ଦ୍ର କୁମାର ମଲ୍ଲିକ ଉତ୍ତରାଞ୍ଚଳ RDC ହୋଇଛନ୍ତି। ତାଙ୍କୁ କେନ୍ଦ୍ରାଞ୍ଚଳ RDCର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ଏସ୍.ଏନ୍ ଗିରିଶଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ MD ଦାୟିତ୍ୱ, ରାଜେଶ ପ୍ରଭାକର ପାଟିଲଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ, ନୀତିନ୍ ଭାନୁଦାଶ ଜାଓ୍ୱଲେଙ୍କୁ ଶିଳ୍ପ ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି। ଏଥିସହ ୮ଟି ଜିଲ୍ଲାର […]
ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ କଟକ, ପୁଣି କଟକରୁ ଦିଲ୍ଲୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସବୁଠି ଶୁଭିଛି ଆନ୍ଦୋଳନର ସ୍ୱର। ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ। ତେବେ ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି .ପି ଚୌଧୁରୀଙ୍କ ଉତ୍ତର ପରେ ପୁଣି ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରୀତିକୁ ପଦାରେ ପକାଇଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ନେଇ ନ ଥିବା ବେଳେ ସଂପୂର୍ଣ୍ଣ ପ୍ରସ୍ତାବ […]
ନୂଆଦିଲ୍ଲୀ : NRC ପ୍ରସଙ୍ଗରେ ତେଜୁଛି ରାଜନୀତି। କେନ୍ଦ୍ରକୁ ବିରୋଧୀ ଟାର୍ଗେଟ୍ କରୁଥିବାବେଳେ, ପ୍ରସଙ୍ଗକୁ ନେଇ ଗୃହରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ପଷ୍ଟୀକରଣ ରଖିଛନ୍ତି ରାଜନାଥ। ଅାସାମରେ ନାଗରିକଙ୍କ ତାଲିକା ଡ୍ରାଫ୍ଟ ପ୍ରସଙ୍ଗରେ ବିରୋଧୀ ଅାଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଗୃହମନ୍ତ୍ରୀ। ଅାସାମ ସରକାରଙ୍କ ସହମତିରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ଭେଦଭାବ ଗ୍ରହଣ କରାଯାଇନାହିଁ। ଯାହାର ନାଁ ଏହି ତାଲିକାରେ ସାମିଲ କରାଯାଇନାହିଁ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମସିଂ ନଗର ଅନ୍ତର୍ଗତ କିଚ୍ଛା ବିଧାନସଭାର ପୁଲ୍ଲଭଟ୍ଟା ଅଞ୍ଚଳରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଏକ ନବ ବିବାହିତ ମହିଳାଙ୍କୁ ସେଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣାପରେ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କରୋନା ଭାଇରସ ଯୋଗୁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଚ୍ଛାର ପୁଲ୍ଲଭଟ୍ଟ ଅଞ୍ଚଳରେ ସୁରଜମଲ ଇନ୍ଷ୍ଟିଚ୍ୟୁଟ୍ରେ ଏକ କ୍ୱାରେଣ୍ଟିନ୍ ସେଣ୍ଟର ଖୋଲାଯାଇଥିଲା। ଏହି ସମୟରେ ଦିଲ୍ଲୀରୁ କିଚ୍ଛା ଫେରିଥିବା […]