• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sritam das 1
ଶ୍ରୀତମଙ୍କୁ ED ଜେରା

ଭୁବନେଶ୍ୱର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଷ୍ଟାର କନ୍‌ସଲ୍‌ଟାନ୍‌ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା ଚାଲିଛି। ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ରେ ଲାଗିଥିବା ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିବା ସୂଚନା ମିଳିଛି।  

  • Monday, 19 July 2021
plus three cut off mark
ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ୍‌ ସାଇନ୍ସରେ ୨୯ହଜାର୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।  ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ  ଜୁଲାଇ ୪ରୁ ୭ ଯାଏ ଆଡମିଶନ୍ କରିବେ।

  • Monday, 19 July 2021
nn
ବିଜେପି-ଜେଜେପି ମେଣ୍ଟ, ଦୁଷ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ […]

  • Monday, 19 July 2021
Monsoon Session 2021
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ : ଆଲୋଚନା ପୂର୍ବରୁ ହଟ୍ଟଗୋଳ, ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ ।

murumu
ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ

ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ମିଳିଛି। ସେପଟେ ପୂର୍ବରୁ ରାଜ୍ୟର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ହୋଇଥିବା ରାଷ୍ଟ୍ରପତି […]

  • Monday, 19 July 2021
monsoon
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଜାଣନ୍ତୁ କେବେଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଗୁରୁବାରଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହାର ପ୍ରଭାବରେ ୫ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ ୬ ତାରିଖଠୁ ବର୍ଷା ପରିମାଣ ବଢିବ। ତେବେ ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ପ୍ରବଳରୁ ଅତି […]

  • Monday, 19 July 2021
iocl pipeline leak
IOCL ପାଇପ୍ ଲାଇନରେ ଫାଟ: ବୋହିନେଲେ ତେଲ

ରାଉରକେଲା: ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ ଠାରୁ ଆରମ୍ଭ କରି ବଡ ଡ୍ରମ ପର୍ଯ୍ୟନ୍ତ ଯିଏ ଯେମିତି ପାରିଲେ ସେମିତି ତେଲ ବୋହି ନେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। […]

  • Monday, 19 July 2021
puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଫୁଲୁରୀ ତେଲ ଲାଗି

ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଅନବସରର ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ କରାଯିବ। ଏହାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ଅନୁଭବ କରିବେ। ଏହି ଫୁଲୁରୀ ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତି କରାଯାଇଥାଏ। ମଠର ମଠାଧୀଶ ଶ୍ରୀମନ୍ଦିରରେ ପ୍ରଦାନ କରିବା ପରେ ପତି ମହାପାତ୍ର ସଂସ୍କାର କରିଥାନ୍ତି। ଏହାପରେ ମାଲିସ […]

  • Monday, 19 July 2021
balasore
ଚାକିରୀ ନାଁରେ ଠକେଇ

କଟକ: ଚାକିରୀ ନାଁରେ ଠକେଇ। ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଥିବା DRDO ଆର୍ମିରେ ଚାକିରି କରାଇ ଦେବାକୁ କହି ସାଢ଼େ ୪କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ତିରିଗିଆ ପୋଲିସ୍। ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ବୋଧିଶ୍ୱତ ପରିଡ଼ାକୁ ପୋଲିସ୍‌ ଗିରଫ କରିଛି। ବୋଧିଶ୍ୱତଙ୍କ ନିକଟରୁ ନକଲି ନିଯୁକ୍ତିପତ୍ର ସହ ନକଲି ID କାର୍ଡ ମଧ୍ୟ ଜବତ ହୋଇଛି। ତେବେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ଥାନୀୟ ବିଜେଡ଼ିର ଜଣେ ସଂଗଠକ ଅଭୟ […]

  • Monday, 19 July 2021
vlcsnap-error873
ପାଣିର ଜବାବ୍ ପାଣି

ଭୁବନେଶ୍ୱର: ପ୍ରତିବାଦର ନୂଆ ତରିକା। ଟ୍ୟାଙ୍କର ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ପାଣି ଢାଳିଛନ୍ତି କଂଗ୍ରେସ କର୍ମୀ। ମୌସୁମୀ ଋତୁ ଆରମ୍ଭରୁ ରାଜଧାନୀ ଇସ୍କନ ମନ୍ଦିର ସମେତ ବହୁ ଅଞ୍ଚଳ ଜଳମଗ୍ନ ହେବାକୁ ନେଇ ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଢଙ୍ଗରେ କରାଯାଇଛି ପ୍ରତିବାଦ।  ଏହି ସମୟରେ ଅଫିସ୍‌ରେ ଉପସ୍ଥିତ ଏନ୍ଏଚ୍ଏଆଇ ଅଧିକାରୀ ମଧ୍ୟ ବର୍ତ୍ତି ନଥିଲେ। ତାସହିତ କେବେ ସୁଦ୍ଧା ଜଳ ନିଷ୍କାସର ସମସ୍ୟାର ସମାଧାନ ହେବ, ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ […]

  • Monday, 19 July 2021
vlcsnap-error049
କାହା ଚାପରେ ପକ୍ଷପାତିତା

ଭୁବନେଶ୍ୱର: କାଚ ପରି ପୂରା ସଫା ସବୁ ଘଟଣା। ଆକ୍ରମଣକାରୀ କିଏ, କାହାକୁ ହୋଇଛି ଆକ୍ରମଣ। ପୋଲିସ୍‌ର ଆଖି ସାମ୍ନାରେ ଆତଙ୍କରାଜ ଚଳାଇଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲେ କିଟ୍‌ର ଭଡ଼ାଟିଆ ଗୁଣ୍ଡା ଓ ସୁରକ୍ଷାକର୍ମୀ। ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହେଲା। ହେଲେ ଆକ୍ରମଣର ୭୨ ଘଣ୍ଟା ପରେ ବି ଆକ୍ରମଣକାରୀଙ୍କୁ ସବୁ ମାଫ୍। ଓଲଟି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଟ୍ କର୍ତ୍ତୃପକ୍ଷଙ୍କ ମିଥ୍ୟା […]

  • Monday, 19 July 2021
amit-shah_
ଶାହାଙ୍କ ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା

ଭୁବନେଶ୍ୱର: ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା, ଓ୍ୱାର୍ମ ଅପ କଲେ ଯୋଶ୍‌ ବି ଭରିଲେ। ସଂଗଠନ ପାଇଁ ୯ ଘଣ୍ଟା ଧରି ନିରନ୍ତର ମାନସ  ମନ୍ଥନ ପରେ ଦେଲେ ହେଭି ଟାସ୍କ। ପଞ୍ଚାୟତ ପ୍ରମୁଖରୁ ଆରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ଅମିତ ଶାହା ଦେଇଛନ୍ତି ୩୦ ଟି ଟାସ୍କ। ଯେଉଁଥିରେ ପ୍ରମୁଖ ୧୦ଟି ଟାସ୍କ ହେଉଛି…. ୧-ବୁଥରେ ବିଜେପିର ନୂଆ ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସଂପର୍କ ସ୍ଥାପନ କରିବା […]

  • Monday, 19 July 2021
ନବୀନ ନନ୍ଦ
ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ନବୀନଙ୍କ ନିନ୍ଦନୀୟ ଆଚରଣ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି। ଯାହାକି ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ ଦଖାଦେଇଛି। କୋଲକାତା ଯାଇଥିବା ନବୀନ ନିଖୋଜ ନଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍‌ରେ ମୁକୁଳିଥିବା ସ୍ପଷ୍ଟ ହୋଇଛି। କୋଲକାତାର ପାର୍କ ଷ୍ଟ୍ରିଟ୍‌ରେ ଏକ ସ୍ପାରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ ବେନିୟାପୁକୁର ପୋଲିସ ଶନିବାର ଚଢାଉ କରିଥିଲା। ରେଡ୍ ସମୟରେ ସେଠାରେ […]

  • Monday, 19 July 2021
black rose
ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ନେବ ସିବିଆଇ

ଭୁବନେଶ୍ୱର: ସିବିଆଇ ନେବ ବହୁଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର। ପାରାଦୀପ ସମୁଦ୍ର ଉପକୂଳରେ କେମିତି ବୁଡ଼ିଲା ଏମଭି ବ୍ଲାକରୋଜ ଜାହାଜ ? କିଏ ଏହାର ମାଲିକ ଓ କେଉଁଠୁ ଆସି ଏଥିରେ ଲୋଡିଂ ହୋଇଥିଲା ଶହ ଶହ ଟନ୍ ଲୁହାପଥର ? ତାର ହେବ ଟିକିନିକି ଖୋଳତାଡ଼। ୨୦୧୬ ଜୁଲାଇ ୨୯ରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଦୁଇ ଜଣ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ମୋହନ ଜେନା ପୋର୍ଟ ଟ୍ରଷ୍ଟ […]

  • Monday, 19 July 2021
bajrakapta
ବଜ୍ରକାପ୍ତା କାତି ଚୋରା କାରବାରର ବିଦେଶ ଲିଙ୍କ୍

ଭୁବନେଶ୍ୱର: ବଜ୍ରକାପ୍ତା କାତି ଚୋରା କାରବାରରେ ବିଦେଶୀ ଲିଙ୍କ୍। ଓଡିଶାରୁ ଉତ୍ତର ପୂର୍ବ ରାଜ୍ୟ ଦେଇ ଚୀନ, ଇଣ୍ଡୋନେସିଆକୁ ହେଉଛି କାତି ଚାଲାଣ। ବଜ୍ରକାପ୍ତା ଚୋରା ଚାଲାଣର ଓଡିଶା ମାଷ୍ଟର ମାଇଣ୍ଡ  ସାମଦୁଦ୍ଦିନକୁ ଜେରା ପରେ ଏସଟିଏଫ୍ ହାତରେ ଧରାପଡିଛି ଆଉଜଣେ ମାଷ୍ଟର ମାଇଣ୍ଡ। ମିଜୋରୋମରୁ ଆଉ ଜଣେ ମାଷ୍ଟର ମାଇଣ୍ଡ ଲାଲଟନ କୁଙ୍ଗୁକୁ କ୍ରାଇମବ୍ରାଞ୍ଚ ଏସିଟିଏଫ୍  ଗିରଫ କରିଛି। ଗିରଫ ପରେ ଲାଲଟନକୁ ଓଡିଶା ଆଣିବାକୁ ଯୋଜନା ଚାଲିଛି। ସାମସୁଦ୍ଦିନ ଜେରାରୁ ବଜ୍ରକାପ୍ତା  କାତି ଚୋରା […]

  • Monday, 19 July 2021
lynching-illustration
ଗୁଜବର କରୁଣ ପରିଣତି: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟା।

ମହାରାଷ୍ଟ୍ର: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ  ପିଟିପିଟି ହତ୍ୟା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁର ଜିଲ୍ଲରେ।  ଧୁଲେ ଗାଁରେ ୫ଜଣ ଲୋକଙ୍କୁ ପିଟିପିଟି ମାରିଦେଇଛନ୍ତି ଗାଁ ଲୋକ। ଏହି ଘଟଣାରେ ପୋଲିସ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଧୁଲେ ଠାରୁ ୧୪୦ କିଲୋମିଟର ଦୂର ରୌନପଦା ଗାଁରେ ୫ ଜଣ ବ୍ୟକ୍ତି ବସ୍‌ରୁ ଓହ୍ଲାଇବା ମାତ୍ର ତାଙ୍କ ଉପରେ ହୋଇଥିଲା ଆକ୍ରମଣ।  କିଛି ବୁଝିବା ଆଗରୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ […]

  • Monday, 19 July 2021
pl
ହରିୟାଣାରେ ଏଥର ଝୁଲା ବିଧାନସଭା

ନୂଆଦିଲ୍ଲୀ: ହରିୟାଣାରେ ଦ୍ୱିତୀୟ ଥର କ୍ଷମତା ଦଖଲ ପାଇଁ ଯୋଜନା କରିଥିବା ବିଜେପିର ବିଜୟ ରଥ ଅଟକି ଯାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୫ଟି ଆସନ ଜିତିବି ବୋଲି ସ୍ୱପ୍ନ ଦେଖୁଥିବା ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଦଳ ୪୦ଟି ଆସନ ଜିତି ପାରିଛି। ତେବେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୫। ବିଜେପି ୪୦ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୩୧ଟି ଓ ଅନ୍ୟାନ୍ୟ ଦଳକୁ ୧୯ଟି ଆସନ […]

  • Monday, 19 July 2021