ବଲାଙ୍ଗିର: ଆଜି ହେଉଛି ବନ୍ଧୁତ୍ୱ ଦିବସ ଅର୍ଥାତ୍ ଫ୍ରେଣ୍ଡସିପ୍ ଡେ’। ପ୍ରତି ବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ଏଭଳି ଦିନରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ତିନି ସାଙ୍ଗଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ସାତମାଇଲ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ୩ ଜଣ ବନ୍ଧୁ ଏକ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର ପଙ୍ଗପାଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ବହୁ ପରିମାଣର ପଙ୍ଗପାଳ ଛାତ ଉପରେ ପଡି ଏଣେତେଣେ ଉଡୁଛନ୍ତି। ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ , ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। Be careful ? we have faced it , when I was the student […]
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୋପିଅାନ ଜିଲ୍ଲାରେ କିଲ୍ଲୋରା ଗାଁରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ଅପରେସନ ଅାରମ୍ଭ କରିଥିଲା ସେନା। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଦେଖିବାମାତ୍ରେ ଅାତଙ୍କବାଦୀମାନେ ଅଚାନକ ଗୁଳିମାଡ କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀମାନେ। ଏଥିରେ ଜଣେ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରାତି ଅଧିକ ହେବାରୁ ଏନ୍କାଉଣ୍ଟରକୁ ବନ୍ଦ କରାଯାଇଥିଲେ ମଧ୍ୟ ପୁରା ଏରିଅାକୁ କର୍ଡନ […]
ବାରଣାସୀ: ଉତ୍ତର ଭାରତରେ ଗରମ ଏତେ ମାତ୍ରାରେ ବଢ଼ୁଛି ଯେ ସେଠାକାର ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାକାର ଭକ୍ତ ନିଜ ଭଗବାନଙ୍କ ପାଇଁ ଥଣ୍ଡା(କୋଲ୍ଡ ଡ୍ରିଙ୍କସ)କୁ ଭୋଗ ଲଗାଇବା ସହିତ ଏୟାର କଣ୍ଡିସନର ଓ ପଙ୍ଖାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଧର୍ମ ନଗରୀ କାଶୀ ସହରର ବାରଣାସୀରେ । ଖବର ଅନୁଯାୟୀ, କାଶୀରେ ଭଗବାନ ଶିବଙ୍କର ଆଠଟି ମନ୍ଦିର ରହିଛି। ସେଥିମଧ୍ୟରୁ […]
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶିଖାପାଲ୍ଲୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ଅାତ୍ମହତ୍ୟା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସମ୍ପର୍କରେ ଛାତ୍ରୀ ଜଣଙ୍କ ଖାତାରେ ଉଲ୍ଲେଖ କରିଛନ୍ତି। ସେବାଶ୍ରମର ଅାଉ ଜଣେ ଛାତ୍ରୀ ମଧ୍ୟ ଅନୁରୂପ ଅଭିଯୋଗ ଅାଣିଛନ୍ତି। ସୈତାନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୁଲିସ ଦୁଇଟି ମାମଲା ରୁଜୁ ସହ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି। […]
ଭୁବନେଶ୍ୱର : ବିଜେପିକୁ ବିଜେଡିର ଟାର୍ଗେଟ୍। କେନ୍ଦ୍ର ସରକାରଙ୍କ ‘ଉଜ୍ଜ୍ୱଳା ଯୋଜନା’ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ଦେଶରେ ୫ କୋଟି ସଂଯୋଗ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି ଲୋକେ ଗ୍ୟାସ୍ ପାଉନାହାନ୍ତି, ଏହା ସଫଳ ଯୋଜନା ନୁହେଁ କେବଳ କନେକ୍ସନ ଦିଅାଯାଇଛି, ଲୋକେ ରିଫିଲିଂ କରୁନାହାନ୍ତି। ଥରେ ଗ୍ୟାସ୍ ସରିଗଲେ, ଲୋକେ ଅାଉ ସିଲିଣ୍ଡର ନେଉନାହାନ୍ତି। […]
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ଅାତ୍ମସମର୍ପଣ କଲେ ଅାଶିଷ ନାୟକ। ଅାତ୍ମସମର୍ପଣ ପରେ ଅାଶିଷଙ୍କୁ ଗିରଫ କଲା ପୁଲିସ୍। ପୂର୍ବରୁ ଅାଶିଷଙ୍କ ସହ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେପଟେ ORHDCର ଅନ୍ୟ ଏକ ମାମଲାରେ ଅାଜି କୋର୍ଟରେ ହାଜର ହୋଇଛନ୍ତି ଅାଇଏଏସ୍ ବିନୋଦ କୁମାର। ବିନୋଦଙ୍କ ନାଁରେ ପୂର୍ବରୁ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ୱାନା ମଧ୍ୟ ଜାରି କରିଥିଲେ।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ। ଜଙ୍ଗଲରେ ମାଙ୍କଡଟି ବାଘକୁ ହଇରାଣ କରି ଖୁବ୍ ମଜ୍ଜା ନେଉଥିବାର ଏହି ଭିଡିଓଟିରେ ଦେଖିବାକୁ ମିଳିଛି। ଏଭଳି ମଜାଦାର ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟ୍ରେ ସେୟାର କରିଛନ୍ତି। If you haven’t seen this… An old one where monkey trolls the tiger. Much before the trolls here […]
କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରିଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନୀତ୍ ଶରଣଙ୍କ ସ୍ଥାନରେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଦାୟିତ୍ୱ ସମ୍ଭାଳିବେ। ସୁପ୍ରିମକୋର୍ଟ ବିଚାରପତି ଭାବେ ଜଷ୍ଟିସ ଭିନିତ୍ ଶରଣଙ୍କ ପଦୋନ୍ନତି ହୋଇଛି । ୨୦୦୪ ମସିହାରେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଗୁଜରାଟ ହାଇକୋର୍ଟର ବିଚାରପତି ଭାବେ […]
ସାଲେପୁର: ଭାଙ୍ଗିଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ। ସାଲେପୁର ଗୋପୀନାଥପୁର ଶାସନ ସାହି ନିକଟରେ ଥିବା ଏହି କେନାଲ ବନ୍ଧ ଭାଙ୍ଗି ଯାଇଛି। ବନ୍ଧ ଭାଙ୍ଗିଯିବା ଦ୍ୱାରା ସେଠାରେ ୩୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ତଳିଆ ଅଞ୍ଚଳରେ ଥିବା ବିଲରେ ମାଡିଯାଇଛି। ସାଲେପୁର: ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଲା, ଗୋପୀନାଥପୁର ଶାସନ ସାହି ନିକଟରେ ବନ୍ଧ ଭାଙ୍ଗିଲା, ୩୦ ଫୁଟ୍ର ଘାଇ ସହ ଆଖପାଖ ବିଲରେ ପାଣି ପଶିଲା #Odisha […]
ମୁମ୍ୱାଇ: କିଛି ଦିନ ପୂର୍ବରୁ ମୁମ୍ୱାଇର ସାୟନ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମୃତ ଦେହ ପାଖରେ କରୋନା ରୋଗୀଙ୍କୁ ଚିକିତ୍ସା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟିରେ ଦେଖାଯାଉଛି ଯେ ୱାର୍ଡ ଭିତରେ ଏକ ମୃତ ଶରୀରକୁ ପ୍ଲାଷ୍ଟିକ୍ରେ ପ୍ୟାକ୍ କରି ବେଡ୍ ଉପରେ ରଖାଯାଇଛି। ମୃତଶରୀର ବେଡ୍ ପାଖରେ ଥିବା ଆଉ ଏକ ବେଡ୍ରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏହି ଭାଇରାଲ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲାରେ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣରେ ୧୦ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ତେବେ ଆଉ କିଛି ଓଡ଼ିଆ ରହିଥିବା କୁହାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ସେହିପରି ୧୫ଜଣ ନିଖୋଜ ମଧ୍ୟ ଅଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆଲୁରୁ ମଣ୍ଡଲ ଅନ୍ତର୍ଗତ ହାତୀ ବେଲ୍ଗାଲ ଗାଁରେ ଏହି […]
ନୂଆଦିଲ୍ଲୀ: ଗୋଟିଏ ଅପରାଧକୁ ଲୁଚାଇବାକୁ ଯାଇ ମଣିଷ କିଭଳି ଅପରାଧ ପରେ ଅପରାଧ କରିଚାଲେ ତାର ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ବାରଙ୍ଗଲରେ। ଏଠାରେ ଜଣେ ଯୁବକ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜଣଙ୍କର ହତ୍ୟା କରିଛି। ଶନିବାର ତେଲେଙ୍ଗାନାର ବାରଙ୍ଗଲରେ କୂଅ ଭିତରୁ ୯ ଜଣଙ୍କ ଶବ ଉଦ୍ଧାର ହେବା ଘଟଣା ବେଶ୍ ଚର୍ଚ୍ଚାରେ ଥିଲା। ପୋଲିସ ଘଟଣାର ତଦନ୍ତ କରୁଥିଲା। ଶେଷରେ ୩ ଦିନ ପରେ ଅଭିଯୁକ୍ତ ନରପିଶାଚକୁ ଗିରଫ କରିଛି […]