କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁଁ ମାନସରୋବର ଯାତ୍ରାରେ ଥିବା ପ୍ରାୟ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ ଅଧାବାଟରେ ଫସି ରହିଛନ୍ତି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ୫୨୫ ତୀର୍ଥଯାତ୍ରୀ ସିମିକୋଟରେ ଫସି ରହିଥିବାବେଳେ ତିବ୍ବତ ଅଞ୍ଚଳରେ ୫୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି।ଅଟକ ରହିଥିବା ଯାତ୍ରୀଙ୍କ ମଧ୍ୟରେ କର୍ଣ୍ଣାଟକର ୨୯୦ ଜଣ ଅଛନ୍ତି। ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନେପାଳଗଂଜ, ସିମିକୋଟ ଏବଂ ହିଲ୍ସା ଅଞ୍ଚଳରେ ସ୍ଥିତି ଉପରେ ନଜର ରଖିଛନ୍ତି। ପାଣିପାଗ ଖରାପ […]
ନୂଆଦିଲ୍ଲୀ : ଅକ୍ଟୋବର ୩୧ରେ ବିଧିବଦ୍ଧ ଜମ୍ମୁ-କଶ୍ମୀର ବିଭାଜନ ହେବ। ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ। ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି କିଛି ଅଘଟଣ ହେବାନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏହାର ଆଧାରରେ ଏଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ବେଶ୍ କିଛି ଆତଙ୍କବାଦୀ […]
ୱାଶିଂଟନ : ବିଶ୍ୱର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଅଲ୍ ବଗ୍ଦାଦିର ମୃତ୍ୟୁ ପରେ ତାର ଉତ୍ତରାଧିକାରୀକୁ ନିପାତ କରିଛନ୍ତି ଆମେରିକା ସେନା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କେବେ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ନିହତ କରାଯାଇଛି, ସେନେଇ ଟ୍ରମ୍ପ କୌଣସି ସ୍ପଷ୍ଟ କରିନାହାଁନ୍ତି। Just confirmed that Abu Bakr al-Baghdadi’s number one replacement has been terminated by American […]
ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ । ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି ତାଲିକାରୁ UPSC ୩ ଜଣଙ୍କୁ ମନୋନୀତ କରିବେ। UPSC ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ। ସୁପ୍ରିମକୋର୍ଟର ମୁଖ୍ୟ […]
ବାରିପଦା: ଅାଜି ସକାଳୁ ଶିମିଳିପାଳରୁ୨ଟି ପୋଷା ହାତୀଙ୍କୁ ସାତକୋଶିଅା ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିଲା I ତେବେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସ୍ଥାନାନ୍ତର ହେଉଥିବା ଦୁଇଟି ପୋଷା ହାତୀକୁ ଅଟକାଇଛନ୍ତି I ଏଥିସହ ୧୮ନମ୍ବର ଜାତୀୟ ରାଜପଥର ମୁର୍ଗାବାଡି-ଗୋଲେଇ ଛକ ନିକରେ ରାସ୍ତାରୋକ କରିଛନ୍ତି I ଏଥିଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି I ପୋଷାହାତୀ ମହେନ୍ଦ୍ରର ବୟସ ୫୫ବର୍ଷ ହୋଇଥିବା ବେଳେ ଯୁବରାଜର ବୟସ ୧୫ବର୍ଷ I ଏମାନଙ୍କୁ ସାତକୋଶିଅାରେ ବାଘ ଟ୍ରାକିଂ ପାଇଁ […]
ଭୁବନେଶ୍ୱର: ଲୋକପ୍ରିୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ ଚଳିତ ବର୍ଷ ଟାଇମପାସ୍ ବୁକର୍ ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷଣା ହୋଇଛି ।୨୦୧୬ ପାଇଁ ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି ‘ନଟୁ’ ମନୋନୀତ ହୋଇଥିବାବେଳେ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କ ଗଳ୍ପ ପାଣ୍ଡୁଲିପି ‘କ୍ୟାସିନୋ’ ଚୟନ ହୋଇଛି । ୪୫ ବର୍ଷ ବା ତହିଁରୁ କମ୍ ବୟସର କଥାଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଟାଇମପାସ୍ ପକ୍ଷରୁ […]
ଭୁବନେଶ୍ୱର: ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ରୁ ଜେଲ୍ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲେ। ବିଜେଡ଼ି ଟିକେଟରେ ସେ ମୟୂରଭଞ୍ଜରୁ ଜିତିଥିଲେ। ତେବେ ଗିରଫ ପରେ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା।
ସୋର: ବାହାଘର ଭୋଜିକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ସଂଘର୍ଷ I ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ସରିଯିବାରୁ କନ୍ୟାପକ୍ଷଙ୍କୁ ମାଡ଼ ମାରିଥିଲେ ବର ପକ୍ଷ I ଏଥିରେ ଉଭୟ ବରଯାତ୍ରୀ ଓ କନ୍ୟାପକ୍ଷର ୭ ଜଣ ଅାହତ ହୋଇଛନ୍ତି I ପ୍ରାୟ ୧୦୦ ଜଣ ବରଯାତ୍ରୀ ଅାସିଥିବା ବେଳେ କନ୍ୟା ପକ୍ଷ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ I […]
ଭୁବନେଶ୍ୱର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଷ୍ଟାର କନ୍ସଲ୍ଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା ଚାଲିଛି। ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ରେ ଲାଗିଥିବା ଚିଟ୍ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିବା ସୂଚନା ମିଳିଛି।
ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ୍ ସାଇନ୍ସରେ ୨୯ହଜାର୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ଯାଏ ଆଡମିଶନ୍ କରିବେ।
ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ […]
ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ ।
ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ମିଳିଛି। ସେପଟେ ପୂର୍ବରୁ ରାଜ୍ୟର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ହୋଇଥିବା ରାଷ୍ଟ୍ରପତି […]
ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଗୁରୁବାରଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହାର ପ୍ରଭାବରେ ୫ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ ୬ ତାରିଖଠୁ ବର୍ଷା ପରିମାଣ ବଢିବ। ତେବେ ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ପ୍ରବଳରୁ ଅତି […]
ରାଉରକେଲା: ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ ଠାରୁ ଆରମ୍ଭ କରି ବଡ ଡ୍ରମ ପର୍ଯ୍ୟନ୍ତ ଯିଏ ଯେମିତି ପାରିଲେ ସେମିତି ତେଲ ବୋହି ନେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। […]
ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଅନବସରର ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ କରାଯିବ। ଏହାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ଅନୁଭବ କରିବେ। ଏହି ଫୁଲୁରୀ ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତି କରାଯାଇଥାଏ। ମଠର ମଠାଧୀଶ ଶ୍ରୀମନ୍ଦିରରେ ପ୍ରଦାନ କରିବା ପରେ ପତି ମହାପାତ୍ର ସଂସ୍କାର କରିଥାନ୍ତି। ଏହାପରେ ମାଲିସ […]