ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ଥାଣୁ ପାଲଟିଯାଇଛି। ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଙ୍କିତା କାନ୍ଦି କାନ୍ଦି ସୁଶାନ୍ତଙ୍କ ଘରକୁ ଯାଉଥିବାର ଦେଖାଉଛି। View this post on Instagram #Ankitalokhande #sushantsinghrajput ex girlfriend reached […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସହରରେ କାଉଡ଼ିଆଙ୍କ ଉତ୍ପାତ। କାଉଡ଼ିଆମାନେ ଏକ ଅଣଓସାରିଆ ରାସ୍ତାରେ ଯାଉଥିବାବେଳେ ଜଣେ କାଉଡ଼ିଆଙ୍କ ସହ ଏକ ଗାଡ଼ି ସାମାନ୍ୟ ଘଷି ହୋଇ ପଳାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାଉଡ଼ିଆ ପାଟିତୁଣ୍ଡ କରିଥିଲେ। ତେବେ ପୁଲିସ ଆସିଲା ପରେ ବି ଏଥିରୁ କ୍ଷାନ୍ତ ହୋଇନଥିଲେ କାଉଡ଼ିଆ। ପରେ ପୁଲିସ ସହ ମଧ୍ୟ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି କରିଥିଲେ ଉତ୍ତ୍ୟକ୍ତ କାଉଡ଼ିଆ। ଏପରିକି ପୁଲିସକୁ ଠେଲାପେଲା କରିବା ସହ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। […]
ପୁରୀ: ଧରା ପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ। ପୁରୀ ସିବିଚ୍ ଥାନା ଅଞ୍ଚଳର ଏକ ହୋଟେଲ୍ରୁ ୧୦ ଜଣ ଲୁଟେରା ଗ୍ୟାଙ୍ଗଙ୍କୁ ପୁଲିସ୍ ଗିରଫ କରିଛି। ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଫେରାର ହୋଇ ଯାଇଛି। ସେମାନଙ୍କ ନିକଟରୁ ଲୁଟ୍ ଯନ୍ତ୍ରପାତି ସହ ୧୫ରୁ ୨୦ଟି ମୋବାଇଲ ଫୋନ୍, ଲାପ୍ଟପ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଜବତ କରାଯାଇଛି। ଝାଡ଼ଖଣ୍ଡ ଓ ପୁରୀ ପୁଲିସ୍ ମିଳିତ ଚଢ଼ଉ କରି ପୁରୀର ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଛି। […]
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇସାରିଛି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ୩୪ ବର୍ଷୀୟ ଯୁବ କଳାକାର, ଜଣେ ଜିନ୍ଦା ଦିଲ୍ ଲୋକ ଯେ ଏପରି ଆତ୍ମହତ୍ୟା କରିପାରେ, ଏକଥାକୁ କେହି ବିଶ୍ୱାସ କରିପାରୁ ନାହିଁନ୍ତି। ସୁଶାନ୍ତଙ୍କ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଏହି […]
ଭୁବନେଶ୍ୱର: ଏଣିକି ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ବୋତଲ ସଂଗ୍ରହ କରାଯିବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିପାଇଁ ବିଭିନ୍ନ ସଂଗ୍ରହ କେନ୍ଦ୍ର ସୃଷ୍ଟି କରିବା ସହ ପାଣି ପାଉଚ୍ ବନ୍ଦ ପାଇଁ ଅାଲୋଚନା ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏନେଇ ସୂଚନା ଦିଆଯିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଜି ସଚିବାଳୟରେ ଏକ […]
delhi-minister-satyendra-jain-admitted-in-hospital-after-difficulty-in-breathing-1
ନୂଆଦିଲ୍ଲୀ: ଏନ୍ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି। ଜେଡିୟୁର ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିବାବେଳେ ଭୋଟିଂରେ ତାଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ସେହିପରି ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍ ମିଳିଥିଲା। ଘୋଷଣା ଅନୁଯାୟୀ ହରିବଂଶଙ୍କ ସପକ୍ଷରେ ଭୋଟ ଦେଲା ବିଜୁ ଜନତା ଦଳ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ଜିତିବା […]
ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନ୍ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣଙ୍କୁ ବିଜେଡି ସମର୍ଥନ କରିବ। ଗତକାଲି ମୁମ୍ବାଇରୁ ଫେରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଛନ୍ତି। ରାଜ୍ୟସଭା ଉପାଧ୍ୟାକ୍ଷ ନିର୍ବାଚନରେ ବିଜେଡି କାହିଁକି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲା, ତାକୁ ନେଇ ଦଳ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ସେ ନେଇ ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି, ସଂସଦୀୟ ଗଣତନ୍ତ୍ରରେ […]
ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍ ଅଧିକାରୀ ଶିବରାଜ ସିଂହ ଏସିଡ୍ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶିବରାଜ ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଖବର ଅନୁଯାୟୀ, ୫୬ ବର୍ଷୀୟ ଶିବରାଜଙ୍କର ଗତ […]
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର କରାଯିବ କରୋନା ଟେଷ୍ଟ। ସୁଶାନ୍ତଙ୍କର ପୋଷ୍ଟମର୍ଟମ ପୂର୍ବରୁ କରୋନା ପରୀକ୍ଷା ପାଇଁ ତାଙ୍କ ନମୂନା ନିଆଯାଇଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ ଆସୁଛି ତେବେ ସରକାରୀ ନିୟମ ଅନୁସରଣ କରିବାକୁ ପଡିଥାଏ। ଖବର ଅନୁଯାୟୀ, ଗତକାଲି ୩୪ବର୍ଷୀୟ ସୁଶାନ୍ତ ମୁମ୍ୱାଇର ବାନ୍ଦ୍ରାସ୍ଥିତ ନିଜ […]