ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି। କରୁଣାନିଧିଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନି। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍ରେ ଏହି ସୂଚନା ଦିଆଯାଇଛି। ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି ବୁଲେଟିନରେ […]
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ହୋଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ୱରରରେ ୧୦୨ ମିଲିମିଟର୍ ବର୍ଷା ରେକର୍ଡ ହୋଇଛି। ନୟାପଲ୍ଲୀ, ଜୟଦେବ ବିହାର, ସିଆଆରପି ଛକ, ପାଇକ ନଗରରେ ପାଣି ଜମା ହୋଇ ରହିଛି। ଏପରିକି କିଛି ଅଞ୍ଚଳର […]
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍ ଖାନ୍ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍ଙ୍କ ପରଲୋକ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୱାଜିଦ୍ଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୱାଜିଦ୍ ମେଡିକାଲରେ ଥିବା ସମୟରେ ପିଆନୋ ବଜାଉଥିବାର ଦେଖିବାକୁ ମିଳିଛି। ୱାଜିଦ୍ ଖାନ୍ଙ୍କ ଏହି ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। View […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ନକଲି ନୋଟ୍ ରାକେଟ୍ ଠାବ। ହେମଗିରି ଥାନା କେନ୍ଦୁଡିହି ଗାଁରୁ ଏକ ନକଲି ନୋଟ୍ ରାକେଟ୍ ଧରିଛି ପୁଲିସ୍। ନକଲି ନୋଟ୍ ତିଅାରି କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ୩ଟି ୫ଶହ ଟଙ୍କିଅା ନୋଟ୍, କମ୍ପୁଟର, ପ୍ରିଣ୍ଟର ଓ ସ୍କାନର ଜବତ ହୋଇଛି। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। କେନ୍ଦୁଡିହି ଗାଁର ସଦାନନ୍ଦ ଖମାରିଙ୍କ ଦୋକାନରେ ଚଢ଼ଉ ବେଳେ ପୁଲିସକୁ ଏହି ସଫଳତା ମିଳିଛି। ଘଟଣାର […]
ନୂଆଦିଲ୍ଲୀ: ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍ରେ। କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ଏହି ଘଟଣାକୁ ନେଇ ବଲିଉଡର […]
ରାୟଗଡ଼ା : ରାୟଗଡ଼ାର ଏକ ଘରୋଇ ସ୍କୁଲରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସଂପୃକ୍ତ ଶିକ୍ଷକଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅାଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଦୋଷୀ ଶିକ୍ଷକ ହେଲେ ସେହି ସ୍କୁଲର ଏମ. ଉଦୟ କୁମାର। ଛାତ୍ରକୁ ଏକୁଟିଅା ପାଇ ଶିକ୍ଷକ ଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଛାତ୍ରର ଦେହ […]
ନୂଆଦିଲ୍ଲୀ : ବିଚାରପତି ଜଷ୍ଟିସ୍ କେ.ଏମ.ଜୋସେଫ୍ଙ୍କ ବରିଷ୍ଠତାକୁ ନେଇ ପୁଣି ଅସନ୍ତୋଷ। ସୁପ୍ରିମକୋର୍ଟର ନବ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍ କେ.ଏମ.ଜୋସେଫଙ୍କ ନାଁ ବରିଷ୍ଠତା ଭିତ୍ତିରେ ପଛକୁ ରଖାଯାଇଥିବା କିଛି ବରିଷ୍ଠ ବିଚାରପତି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଅାସନ୍ତକାଲି ନବ ନିଯୁକ୍ତ ବିଚାରପତି ମାନେ ଶପଥ ନେବେ। ଏଥିରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଭୀନିତ ସରଣଙ୍କ ପରେ ଜଷ୍ଟିସ୍ କେ.ଏମ. ଜୋସେଫ୍ ଶପଥ […]
ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ଏନ୍ଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରାଯିବ। ଏନେଇ ଏନ୍ଡିଏ ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍ ମାସରେ ପି.ଜେ କୁରିଏନଙ୍କ ଅବସର ପରଠାରୁ ଏହି ପଦବୀ ଖାଲି ପଡିଛି। ଅାସନ୍ତା ୯ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ତେଣୁ ଅଗଷ୍ଟ ୮ରେ ହରିବଂଶ ନାରାୟଣ ସିଂ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । ୨୦୧୪ରୁ ହରିବଂଶ ରାଜ୍ୟସଭା ସାଂସଦ ଅଛନ୍ତି । ସେହିପରି ବିଜେଡିରୁ […]
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା,ଯାଜପୁର,କଟକ,ଜଗତସିଂହପୁର,କେନ୍ଦୁଝର,ସୁନ୍ଦରଗଡ଼,ସମ୍ୱଲପୁର ଓ ଝାରସୁଗୁଡ଼ା । ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛି। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମୁଦ୍ର ଭିତରକୁ ନଯିବା ପାଇଁ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଋଣ ସୁଝି ହେବନି। ହୁଏତ ତାଙ୍କ ସହାୟତା ନ ପାଇଥିଲେ ସେ ଘରକୁ ଫେରି ପାରି ନ ଥାନ୍ତେ କି ତାଙ୍କ ମା’ଙ୍କୁ ଦେଖି ପାରିନ ଥାନ୍ତେ। ଭଗବାନଙ୍କ ବଦଳରେ ଯେମିତି ସୋନୁ ଆସି ତାଙ୍କୁ ମା’ଙ୍କ ସହ ଭେଟ କରାଇ ଦେଇଛନ୍ତି। ଏଥିପାଇଁ ସୋନୁଙ୍କ ଉପରେ ଖୁସି ହୋଇ ଜଣେ ବ୍ୟକ୍ତି ତାଙ୍କ ଫଟୋକୁ ଠାକୁର ଘରେ ରଖି ପୂଜା କରୁଛନ୍ତି। ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର […]
ଗୁଣପୁର: ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ର ନିଦ ହଜାଇ ଦେଇଥିବା ସୁନୀଲ ଭଳି ଗୁଣପୁରରେ ଧରାପଡ଼ିଛି ଆଉ ଏକ ଦେହ ଦଲାଲ ସୁନୀଲ ରେଡ୍ଡୀ। ରାୟଗଡ଼ା ଜିଲ୍ଲା ଗୁଣପୁର ଶେଖର ନଗରର ଏକ ଭଡ଼ା ଘରୁ ପୁଲିସ୍ ଏକ ସେକ୍ସ ରାକେଟ୍ ଠାବ କରିଛି। ଗତକାଲି ସନ୍ଧ୍ୟାରେ ଏହି ଭଡ଼ା ଘର ଉପରେ ପୁଲିସ୍ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛି। ପୁଲିସ୍ ସୂଚନା ମୁତାବକ, ଶେଖର ନଗରର ଭଡ଼ା ରହୁଥିବା ସୁନୀଲ ଓ ଅନ୍ୟ ଜଣେ ଝିଅ […]
ଭୁବନେଶ୍ୱର: ମାଲକାନଗିରି ସୀମାରେ ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼ ସୁକ୍ମା ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କୋଣ୍ଟା ଓ ଗୋଲାପାଲ୍ଲୀ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ମିକା ଟୋଙ୍ଗ ଜଙ୍ଗଲରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏନ୍କାଉଣ୍ଟର ସ୍ଥଳରୁ ୧୬ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ […]
ଚେନ୍ନାଇ: କରୋନା ଭାଇରସକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସରକାର ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ଖୋଲିବାକୁ ଅନୁମତି ଦେଇଛନ୍ତି। ଅନେକ ସଂସ୍ଥା ଉପରେ ରୋକ ମଧ୍ୟ ଲଗାଇଛନ୍ତି। ଯେଉଁ ସଂସ୍ଥାଗୁଡିକ ଖୋଲାଯାଇଛି, ସେମାନେ ସରକାରଙ୍କ ଅନୁମତି ନେଇ ଖୋଲିଛନ୍ତି ଏବଂ କରୋନା ଗାଇଡ ଲାଇନ ମାନୁଛନ୍ତି। ତେବେ ତାମିଲନାଡୁରେ ଅଜବ ନିୟମ ରଖାଯାଇଛି। ଏଠାରେ ସେଲୁନ୍ରେ ଚୁଟି କାଟିବା ପାଇଁ ଆଧାରକାର୍ଡ ବାଧ୍ୟତା ମୂଳକ କରାଯାଇଛି। ଏପରି କରିବା ଦ୍ୱାରା […]
ଦିସପୁର: ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଚର ଓ ହାଏଲାକାଣ୍ଡି ଜିଲ୍ଲାରେ ମାଟିତଳେ ଚାପି ହୋଇ ୭ ଜଣ ଲୋକଙ୍କ ଜୀବନ ଯାଇଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କର ସ୍ଥାନୀୟ ମେଡିକାଲରେ ଚିକିତ୍ସା ଜାରି […]
ବାଲେଶ୍ୱର: ଏକ ବଡ଼ ଧରଣର ଏଟିଏମ୍ ଲୁଟ୍କୁ ପଣ୍ଡ କଲା ପୁଲିସ୍। ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ସମୟରେ ୨ ଲୁଟେରା ପୁଲିସ୍ ହାତରେ ଧରା ପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୨ ଜଣ ଲୁଟେରା ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଥିବା SBI ଏଟିଏମ୍ର ବ୍ୟାଟେରୀ ଚ୍ୟାମ୍ବର ଭାଙ୍ଗି କନେକ୍ସନ କାଟୁଥିବା ବେଳେ ମୁମ୍ବାଇରେ ଥିବା ସେଣ୍ଟ୍ରାଲ ଡାଟା ବେସ୍ ଅଫିସକୁ ମେସେଜ୍ ଯାଇଥିଲା। ସେଠାରୁ […]
ଜାକର୍ତ୍ତା: ସପ୍ତାହ ପରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଲୋମ୍ବକ୍ ଦ୍ୱୀପରେ ରବିବାର ସନ୍ଧ୍ୟାରେ ଏହି ବଡ଼ ଧଣଣର ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରେକର୍ଡ଼ କରାଯାଇଛି। ଭୂକମ୍ପରେ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଭୂକମ୍ପର ପ୍ରଭାବ ବାଲି ଦ୍ୱୀପରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂକମ୍ପକୁ ନେଇ ପ୍ରଥମେ ସୁନାମି ଆଲର୍ଟ ଜାରି କରାଯାଇଥିଲ॥ ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ତେବେ ପରେ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପ ଓ ମୂଷା ଯୁଦ୍ଧର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସୁଶାନ୍ତ ଲେଖିଛନ୍ତି,‘ଏହି ସାପଟି କେବେବି ମୂଷା ଛୁଆ ପାଖକୁ ଆସିବ ନାହିଁ। ମା’ ତା’ର ଛୁଆ ପାଇଁ ସବୁକିଛି କରିପାରିବ। ପୃଥିବୀରେ ‘ମାତୃତ୍ୱ’ ଠାରୁ ବଡ ଆଉ କିଛି ନାହିଁ।’ This snake was never seen again. Shamed […]