ମାଲକାନଗିରି: ଥମୁନି ଲଜ୍ଜା। ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ମାଲକାନଗିରି ଜିଲ୍ଲାରେ ମାମୁଁ ଘରକୁ ଯାଇଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ଘରୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ପୁଲିସ ଘଟଣାର ଖୋଳତାଡ଼ କରୁଛି।
କଟକ: କଟକ ବଡ଼ ଡାକ୍ତରଖାନା ପରିସରେ ଥିବା ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଥିବା ନିର୍ମାଣାଧୀନ କୋଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଯୁବକଙ୍କ ଡ୍ରେସ୍ ଓ ଏକ ମଦ ବୋତଲ ଜବତ କରାଯାଇଛି। ମଙ୍ଗଳାବାଗ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଭୁବନେଶ୍ୱର: ସ୍କୁଲ ଛାତର ବିମ୍ରୁ ଖସିଲା ସିମେଣ୍ଟ ଖଣ୍ଡ। ଏହି ଅଘଟଣ କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ ଘଟିଛି ରାଜଧାନୀରେ। ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ଛାତର ବିମ୍ରୁ ସିମେଣ୍ଡ ଖଣ୍ଡ ଖସି ପଡ଼ିଛି। ଆଜି ସକାଳେ କ୍ଲାସ୍ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ ଅଭିଭାବକମାନେ ରାସ୍ତା ଅବରୋଧ କରିଥିଲେ।। ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ। ଏହି ସ୍କୁଲ ଛାତରୁ ଏମିତି ସିମେଣ୍ଟ ଖସିବା […]
ଭୁବନେଶ୍ୱର: ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୩ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଡେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: ଯୁକ୍ତ ଦୁଇ ଫାଇନାଲ୍ ପରୀକ୍ଷାକୁ ମାତ୍ର ୬ ମାସ ବାକି ଅଛି। କିନ୍ତୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାକୁ ଚିନ୍ତା କରୁଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କିଛି ଅଭିଭାବକ ପରିଷଦର ଏଭଳି ଯୋଜନାକୁ ଚ୍ୟାଲେଞ୍ଜ କରି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କମିଟି ସଦସ୍ୟ ତଥା ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କୁ ଦାବି ପତ୍ର ଦେଇଛନ୍ତି। ୨୦୧୭ରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ୨୦୧୯ […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ପଛପଟୁ କାର୍ ଧକ୍କା ଦେବାରୁ ୨ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସକାଳ ସ୍କୁଲ ପାଇଁ ଏକ୍ ବାଇକ୍ରେ ଅଜିମ୍ ଖାନ୍ ଓ ଜ୍ୟୋତିର୍ମୟୀ ପ୍ରଧାନ ଉଭୟେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ସମୟରେ କାର୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସକାଳ ପ୍ରାୟ ୬ଟା […]
କେନ୍ଦ୍ରାପଡ଼ା: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଯାହର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ଗାଁରେ। ଯେଉଁଠି ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ପୂଜାର୍ଚ୍ଚନା। ସୂଚନା ଅନୁସାରେ, ବଳିପାଳ ଗାଁରେ ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶ ସାଗରଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା। ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା […]
ପୁରୀ: ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଏହାକୁ ଚିତଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କର ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ଶ୍ରୀମୁଖରେ ବର୍ଷ ତମାମ ଲାଗି ରହୁଥିବା ରତ୍ନଚିତା ଓ ରାହୁରେଖା ଅପସାରଣ କରି ନିଆଯାଇଥାଏ। ରଥଯାତ୍ରା ସମୟରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ଶ୍ରୀମୁଖରେ ଏ ଦୁର୍ଲଭ ଅଳଙ୍କାର ଦେଖିବାକୁ ମିଳି ନ ଥାଏ। ପ୍ରତୀକାତ୍ମକ ଭାବେ ଶ୍ରୀ ବିଗ୍ରହମାନଙ୍କ ମଥାରେ କେବଳ ସୋଲଚିତା […]
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟରରେ ଆହ୍ୱାନ ଦେଇଛନ୍ତି। ସେ ଲେଖିଛନ୍ତି ଯଦି ସେମାନେ ଓଡ଼ିଶାବାସୀଙ୍କ ସେବା କରିବାକୁ ଚାହାନ୍ତି, ତେବେ ଦୁଇ କେନ୍ଦ୍ରମନ୍ତ୍ରୀ କଂଗ୍ରେସରେ ଯୋଗ ଦେବା ଉଚିତ କାରଣ କେବଳ କଂଗ୍ରେସ ହିଁ ରାଜ୍ୟର ଏକମାତ୍ର ବିଶ୍ୱସନୀୟ। ବିରୋଧୀ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଂଗ୍ରେସରେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। I urge Shri @dpradhanbjp […]
ନୂଆଦିଲ୍ଲୀ : ପୁଣି ଥରେ ଖୋଲିବ ଅାରୁଷ-ହେମରାଜ ମର୍ଡର ମାମଲା। ହାଇପ୍ରୋଫାଇଲ୍ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇବାକୁ ହେବ ତଦନ୍ତ। ସିବିଅାଇକୁ ଏନେଇ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦୋଷରେ ଖଲାସ୍ ହୋଇଥିବା ତଲୱାର୍ ଦମ୍ପତିଙ୍କ ବିରୋଧରେ ମାମଲା ଚାଲିବ। ଗତବର୍ଷ ଅକ୍ଟୋବରରେ ତଲୱାର ଦମ୍ପତିଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଥିଲେ ଅାଲାହାବାଦ୍ ହାଇକୋର୍ଟ। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ସିବିଅାଇ। ହାଇକୋର୍ଟ ବିଭିନ୍ନ ସାକ୍ଷୀଙ୍କୁ ଅଣଦେଖା କରିଥିଲେ। ଏହାସହ ମାମଲାରେ ତଥ୍ୟକୁ ବିଶ୍ୱାସକୁ ନେଇ […]
ଥିରୁବନନ୍ତପୁରମ: କେରଳରେ ବିଭୀଷିକା ରଚିଛି ବନ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ଜନଜୀବନ, ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସେପଟେ ପେରିୟାର ନଦୀରେ ବନ୍ୟା ଆସି ସ୍ଥିତି ଆହୁରି ସଂଗୀନ ହୋଇଛି। ଅନ୍ୟପଟେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବିଭିନ୍ନ ସ୍ଥାନରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଦୁକି ଜିଲ୍ଲାରେ ସର୍ବାଧିକ ୧୧, ମଲ୍ଲାପୁରମରେ ୬, ଏର୍ଣ୍ଣାକୁଲମରେ ୩, କୋଝିକୋଡେରେ ୨ ଏବଂ ବାୟାନାଡରେ ଜଣେ ଲୋକ ପ୍ରାଣ ହରାଇଛନ୍ତି। ୪ ଜଣ ନଦୀରେ […]
ନୂଆଦିଲ୍ଲୀ: ପୁଣି ରାଜ୍ୟସଭାରେ ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍। ମୌସୁମୀ ଅଧିବେଶନର ଅାଜି ଶେଷ ଦିନ ଥିବାବେଳେ ପୁଣି ଅଟକିଛି ଟ୍ରିପଲ୍ ତଲାକ୍ ବିଲ୍। ବିରୋଧିଙ୍କ ସହ ସରକାରଙ୍କ ସହମତି ହୋଇ ନପାରିବାରୁ ଏହି ବିଲ୍ ଅାଗତ ହୋଇପାରିନାହିଁ। ବିଧେୟକ ଉପରେ ସବୁ ଦଳର ସହମତି ନଥିବାରୁ ଏହାକୁ ଅାଜି ଉପସ୍ଥାପନ କରାଯିବ ନାହିଁ ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ। ଗତକାଲି ଟ୍ରିପଲ୍ ତଲାକ୍ର ସଂଶୋଧିତ ବିଧେୟକକୁ ମଂଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ୍। ତେବେ […]
ନୂଆଦିଲ୍ଲୀ : ପୁଣି ଥରେ ଲଜ୍ଜା । ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ। ତାହା ପୁଣି ସ୍କୁଲରେ । ଏପରି କିଛି ଘଟଣା ଏବେ ଦୋହଲେଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଅାସିଛି। ସ୍କୁଲର ଇଲେକ୍ଟ୍ରିସିଅାନ୍ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀଙ୍କ ମୁହଁକୁ ବାନ୍ଧି ସ୍କୁଲର ପଛପଟକୁ ନେଇ ଯାଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କ […]
ଭୁବନେଶ୍ୱର: ORHDC ଦୁର୍ନୀତି ମାମଲାରେ ବରିଷ୍ଠ IAS ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାର ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ORHDCର ଦୁର୍ନୀତି ମାମଲାରେ ମଧ୍ୟ ସେ ସଂପୃକ୍ତ ଥିଲେ। ପୂର୍ବରୁ ଏହି ମାମଲାରେ କୋର୍ଟ ୨ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଥିଲେ। […]
ନୂଆଦିଲ୍ଲୀ: ସାମ୍ସଙ୍ଗ୍ ‘Galaxy Note 9’ ଲଞ୍ଚ୍ କରିଛି। ଫୋନ୍ଟି ଦେଖିବାକୁ ଯେମିତି ଷ୍ଟାଇଲିଶ୍ ହୋଇଛି, ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଏଥରର ହାଇଲାଇଟ୍ସ୍ରେ ରହିଛି ଏସ୍ ପେନ୍ ସହ ବ୍ଲୁଟୁଥ୍ , ଦମ୍ଦାର ବ୍ୟାଟେରୀ ଓ ବଡ଼ ଡିସ୍ପ୍ଲେ। ଏଥିରେ 1TB ଇଣ୍ଟର୍ନାଲ୍ ଷ୍ଟୋରେଜ୍ର ସପୋର୍ଟ ଦିଆଯାଇଛି। ଖାଲି ଏତିକି ନୁହେଁ, ଏହି ଟପ୍ ମଡେଲ୍ରେ 512GB ବିଲ୍ଟ୍-ଇନ୍ ଷ୍ଟୋରେଜ୍ ଓ ଏହା ମାଇକ୍ରୋ ଏସ୍ଡି କାର୍ଡ ମଧ୍ୟ ସପୋର୍ଟ କରିବା ସହ ଆହୁରି […]