ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏନେଇ ଅନେକ ସ୍ଥାନରେ ମନ୍ଦିରଗୁଡିକ ଖୋଲା ଯାଇଛି। କିନ୍ତୁ କରୋନା ଯୋଗୁ ସାମାଜିକ ଦୂରତାର ନିୟମକୁ ପାଳନ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପରସ୍ପର ସଂସ୍ପର୍ଶରେ ନଆସିବା ପାଇଁ ମନ୍ଦିରରେ ଏକ ସେନସର ଘଣ୍ଟି ଲଗାଯାଇଛି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ପଶୁପତିନାଥ ମନ୍ଦିରରେ ଅଟୋମେଟିକ୍(ସ୍ୱୟଂଚାଳିତ) ସେନସର ଘଣ୍ଟି ଲଗାଯାଇଛି। ଏହି ଘଣ୍ଟିକୁ ବିନା ସ୍ପର୍ଶରେ ଲୋକମାନେ […]
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ- କୋଦଳା ଥାନା ସୀମା ପୁସ୍ତପୁର ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ପୁସ୍ତପୁର କାଜୁତୋଟା ନିକଟରେ ଏହି ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଦିଲୀପ ଠାରୁ ଏକ ଦେଶୀ ବନ୍ଧୁକ, ୨ଟି […]
ପଶ୍ଚିମବଙ୍ଗ : ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା କୋଠା। ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଥିଲା। ପାଣି ସୁଅର ପ୍ରଭାବରେ ଏକ ଦୁଇ ମହଲା କୋଠା ଭୁଶୁଡି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ବନ୍ୟାର ସ୍ରୋତ ଏତେ ପ୍ରଖର ଥିଲା ଯେ ଚାହୁଁ ଚାହୁଁ କୋଠାଟି ଭୁଶୁଡ଼ି ପଡିଥିଲା। ପାଖରେ ଥିବା ଲୋକମାନେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ି ପଳାଇଥିଲେ। କୋଠା ଭିତରେ ଲୋକମାନେ ଥିଲେ କି ନାହିଁ ସେ […]
ଚେନ୍ନାଇ: ତାମିଲ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ପରଲୋକରେ ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ୫ଥରର ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି। ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ନିଧନ ହୋଇଛି। ସଂଧ୍ୟା ୬ଟା ୧୦ରେ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ କରୁଣାନିଧିଙ୍କୁ ୯୪ ବର୍ଷ ହୋଇଥିଲା। କରୁଣାନିଧିଙ୍କ ପରଲୋକ ସମ୍ପର୍କିତ ଖବର ପ୍ରଚାର ହେବା ମାତ୍ରେ କାବେରୀ ହସ୍ପିଟାଲ ଆଗରେ ପ୍ରଶଂସକ ଓ ସମର୍ଥକଙ୍କ ଭିଡ଼ ଜମିଯାଇଛି ଏବଂ […]
ରାଞ୍ଚି : ଏକ୍ସପ୍ରେସ୍ ଧକ୍କାରେ ୩ ହାତୀ ମୃତ। ଗତ ରାତିରେ ଜାମସେଦପୁର-ହାଓ୍ୱଡା ଟ୍ରେନ୍ ଲାଇନରେ ଗିଧାନି ଷ୍ଟେସନ ନିକଟରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଅାସୁଥିବା ସମୟରେ ୩ ହାତୀ ଏହା ସମ୍ମୁଖକୁ ପଶିଅାସିଥିଲେ। ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଜାମସେଦପୁର୍-ହାଓ୍ୱଡା ଲାଇନ୍ରେ କିଛିସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ନେପାଳ: ପୁଣି ସୀମାନ୍ତରେ ନେପାଳ ଭାରତ ବିରୋଧୀ ମନୋଭାବ ଦେଖାଇଛି। ଭାରତ-ନେପାଳ ସୀମାନ୍ତ ସୀତାମଢ଼ୀରେ ନେପାଳ ପୋଲିସ ଗୁଳିବର୍ଷା କରୁଛି। ସୀତାମଢ଼ୀର ସୋନବରସା ବର୍ଡରରେ ଥିବା ଜାନକୀନଗର ଗାଁରେ ଏହି ଘଟଣା ଘଟିଛି। ନେପାଳ ପୋଲିସ ଗୁଳିରେ ୫ ଭାରତୀୟ ଗୁରୁତର ହୋଇଛି । ଘଟଣାସ୍ଥଳରେ ହଁ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେଲା ଭାରତ ଓ ନେପାଳ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ନେପାଳ ତାର ଏକ ମ୍ୟାପରେ ଭାରତର […]
କୁର୍ଣ୍ଣୁଲ : ଅାନ୍ଧ୍ର କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧିନ ଅବସ୍ଥାରେ ରମ୍ଭା ଡିଆଁଡେଇଁ ଅଞ୍ଚଳର ଶ୍ରମିକ ରାଜେନ୍ଦ୍ର ନାହାକଙ୍କ ଅାଜି ମୃତ୍ୟୁ ଘଟିଛି। ରମେଶଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ସୋମବାର ତାଙ୍କ ଶରୀରର ପୋଡ଼ିଯାଇଥିବା ବେକ, ପିଠି, ଛାତ ଅାଦି ଜାଗାରେ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ତେବେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଅାଜି ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ କୁର୍ଣ୍ଣୁଲ ଘଟଣାରେ ମୃତ୍ୟୁସଂଖ୍ୟା […]
ନୂଆଦିଲ୍ଲୀ: କରୋନା ଭାଇରସ ପ୍ରତ୍ୟେକ ଦେଶ ପାଇଁ ସଙ୍କଟ ଡାକି ଆଣିଥିବାବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ଗରିବ ଲୋକଙ୍କୁ ସହାଯ୍ୟ କରିବା ପାଇଁ କହିଛନ୍ତି। ଇମ୍ରାନ୍ ଏହି ଇଚ୍ଛା ଟ୍ୱିଟରେ ସେୟାରେ କରିବା ପରେ ଖୁବ୍ ଟ୍ରୋଲ ହୋଇଛନ୍ତି। ବିଶେଷକରି ଭାରତୀୟ ଟ୍ୱିଟର ୟୁଜର୍ସମାନେ ତାଙ୍କୁ ଥଟ୍ଟାମଜା କରିବା ସହା ମଜାଦାର ମେମେସ୍ କରି ଶେୟାର କରିଛନ୍ତି। ଇମ୍ରାନ ଟ୍ୱିଟରରେ ଏକ ଖବର ସହ ଏକଥା ମଧ୍ୟ ଶେୟାର କରିଥିଲେ ଯେ ସେ ଭାରତର […]
ମୁମ୍ବାଇ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହୋଇଛନ୍ତି। ଜେଡ଼ିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଛନ୍ତି। ଏ ନେଇ ବିଜେଡ଼ି ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ। ଏନ୍ଡ଼ିଏ ପକ୍ଷରୁ ଆନୁଷ୍ଠାନିକ ଭାବେ ହରିବଂଶ ନାରାୟଣ ସିଂହଙ୍କ […]
ମୁମ୍ବାଇ: ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମୁମ୍ବାଇ- ପଲ୍ଘର ସମୂଦ୍ରକୂଳ ଅଂଚଳରୁ ଏକ ମାଛ ଧରାଯାଇଛି। ପଲ୍ଘର ଅଂଚଳର ଦୁଇ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୩୦କେଜି ଓଜନର ଏକ ମାଛ ଜାଲରେ ପଡିଥିଲା। ଏହା ପରେ ଦୁଇ ମତ୍ସଜୀବୀଙ୍କ ଖୁସି କହିଲେ ନସରେ। କାରଣ ଜାଲରେ ପଡିଥିବା ମାଛ ସୁସ୍ୱାଦୁ ହେବା ସହ ସେଥିରେ ଅନେକ ଔଷଧୀୟ ଗୁଣଥିଲା। ସ୍ଥାନୀୟ ଅଂଚଳରେ ସେ ମାଛକୁ […]
ଜାମ୍ମୁକାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ବଡ ଧରଣର ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଆଜି ସକାଳେ ଆତଙ୍କବାଦୀମାନେ ଗୁରେଜ ସେରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସେନା ବାହିନୀ ପକ୍ଷରୁ ଏହାର କଡ଼ା ଜବାବ ଦେଇଥିଲେ। ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ମେଜର ଓ ତିନିଜଣ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ସେନା ପକ୍ଷରୁ ଅପରେସନ ଜାରିରହିଛି।
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି। ଏନେଇ ଶିକ୍ଷକମାନେ ଡିଜିଟାଲ ଲର୍ନିଂକୁ ବ୍ୟବହାର କରି ଅନଲାଇନ୍ କ୍ଲାସ୍ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଭିଡିଓ କଲିଂକରି ପାଠପଢ଼ାଉଥିବାବେଳେ, ଅନ୍ୟକେତେକ ସ୍ଥାନରେ ରେକର୍ଡିଂ ମାଧ୍ୟମରେ ପାଠପଢ଼ାଯାଉଛି। ଅନ୍ଲାଇନ୍ରେ ପଢ଼ାଇବା ଦ୍ୱାରା ଶିକ୍ଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ଶିକ୍ଷୟିତ୍ରୀ ଏକ ଅଭିନବ ଉପାୟ ଆପଣେଇଛନ୍ତି, ଯାହାକି କୌଣସ ସମସ୍ୟା ସୃଷ୍ଟି କରୁନାହିଁ। ତାଙ୍କର ଏଭଳି […]
ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ ହେବା ପରେ BMC ହେଲ୍ପ ଲାଇନ୍ ନମ୍ବର ଜାରି କରିଛି I BMCର ଟୋଲ ଫ୍ରି ନମ୍ବର- 18003450061 ଜରୁରୀ କଣ୍ଟ୍ରୋଲ ରୁମ୍ ନମ୍ବର-: 0674-2432281 ଜଳପ୍ଲାଵିତ ଅଂଚଳର ଲୋକେ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି I
ରାଞ୍ଚି / ଜଳେଶ୍ୱର : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ମଥାନିରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫ ଥିବାବେଳେ ଜଳସ୍ତର ୬.୦୧ ମିଟର ରହିଛି। ଝାଡ଼ଖଣ୍ଡର ଗାଲୁଢି ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ହୋଇଛି। ୫ଟି ଗେଟ୍ ଦେଇ ୧ ଲକ୍ଷ ୨୮ ହଜାର କ୍ୟୁସେକ୍ ଘନଫୁଟ ପାଣି ନିଷ୍କାସନ ହୋଇଛି। ଏହି ପାଣି ଆଜି ଅପରାହ୍ନ ୨ଟାରୁ ୩ଟା ଭିତରେ ଜଳେଶ୍ୱର ବ୍ଲକ ରାଜଘାଟରେ ପହଞ୍ଚିବ। ରାଜଘାଟରେ ସତର୍କ […]
ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଶା କାହିଁକି ଏପରି ଚରମ ପଦକ୍ଷେପ ନେଲେ ଜଣାପଡ଼ି ନାହିଁ। ତାଙ୍କର ମୃତ୍ୟୁ ଖବର ବଲିଉଡ ଅଭିନେତା ବରୁଣ ଶର୍ମା ତାଙ୍କ ଟ୍ୱିଟ୍ର […]