• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maharastra
ବିଜେପିକୁ ୧୪ ଦିନର ସମୟ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା […]

  • Monday, 19 July 2021
mlas
ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା : ହୋଟେଲ ଗ୍ରାଣ୍ଡ ହୟାତରେ ତିନି ଦଳର ବିଧାୟକଙ୍କ ମେଳି

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍‌ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର […]

  • Monday, 19 July 2021
Shinzo-Abe-modi
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦି ବୁଲାଇବେ କୋଣାର୍କ !

ଭୁବନେଶ୍ୱର : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଡିସେମ୍ବର ମଧ୍ୟ ଭାଗରେ ଭାରତ ଆସିବାର ସମ୍ଭାବନା ଅଛି। ଉଭୟ ରାଷ୍ଟ୍ର ପକ୍ଷରୁ ତାରିଖ ସ୍ଥିର ପାଇଁ ଆଲୋଚନା ଜାରି ରହିଛି। ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଏକ ତାରିଖ ସ୍ଥିର ହେବାକୁ ଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ଅଛି। ତେବେ ଏହି ସମ୍ମିଳନୀ ପାଇଁ ଓଡ଼ିଶାର କୋଣାର୍କ ଏବଂ ଆସାମର ଗୌହାଟୀ ୨ଟି ବିକଳ୍ପ ସ୍ଥାନ ରହିଛି। ଗୌହାଟୀ ପ୍ରଥମ ବିକଳ୍ପ […]

  • Monday, 19 July 2021
supreme-court
ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’ ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ରବିବାର ଏହି ଆବେଦନର ଶୁଣାଣି କରିବାର ଅଛି। ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍‌ଙ୍କ ପ୍ରତି ୧୪୪ […]

  • Monday, 19 July 2021
fernadis
'ମୋଦି ହେ ତ ମୁମକିନ୍ ହେ'

ମୁମ୍ୱାଇ: ରାତି ଅଧରେ ରାଜନୀତିକ ସମୀକରଣ ବଦଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଡନାଭିସ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ଫଡନାଭିସ କହିଛନ୍ତି, ମୋଦି ଅଛନ୍ତି ତ, ସବୁ ସମ୍ଭବ (ମୋଦି ହେ ତ ମୁମକିନ୍ ହେ)। ଏଥିସହ ତାଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ସ୍ଥିର ସରକାର ଦେବ ବୋଲି ସେ କହିଛନ୍ତି। […]

  • Monday, 19 July 2021
Uddhav-thackeray1
ଶିବସେନା ମୁଖ୍ୟ ଉଦ୍ଧବ ଥାକରେ ହେବେ ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଆସନ୍ତାକାଲିକୁ ଘୁଞ୍ଚିଯାଇଛି। ଶୁକ୍ରବାର କମନ୍ ମିନିମମ୍ ପ୍ରୋଗ୍ରାମ୍ (ସିଏମ୍‌ପି) ନେଇ ଆଲୋଚନା ହୋଇଥିଲେ ହେଁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟା ଏଯାଏ ଚୂଡ଼ାନ୍ତ ହୋଇପାରିନାହିଁ। ମୁମ୍ବାଇଠାରେ ଆଜି ୩ ଦଳର ବରିଷ୍ଠ ନେତାମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୀର୍ଘ ୨ ଘଣ୍ଟାର ବୈଠକରେ […]

  • Monday, 19 July 2021
h
ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଅନେକ ସ୍ଥାନରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ପୁଣି ଟ୍ରାଫିକ୍ ପୋଲିସ ତରଫରୁ ଟିକେ ଢିଲା ହେବା ପରେ ପୁଣିଥରେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଦେଖିବାକୁ ମିଳିଛି କେତେକ ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା। ଡିସେମ୍ୱର ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ ଆଇନ କଡ଼ାକଡ଼ି ହେବ। ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ’ଣ […]

  • Monday, 19 July 2021
jawan
ବରଫ ଅତଡା ଖସି ୪ ଯବାନ ଶହୀଦ

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ […]

  • Monday, 19 July 2021