ରାୟପୁର: ଯେମିତି ସ୍ୱୟମ୍ବରରେ ଦେବୀ ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ବାଛିଥିଲେ, ଠିକ୍ ସେମିତି ସ୍ୱୟମ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କିଏ ହେବ ବଛାଯିବ। କଥାଟା ଶୁଣିକି ଟିକେ ଖଟ୍କା ଲାଗୁଥିଲେ ମଧ୍ୟ ଏହା ସତ। ଏକଥା ଆମେ କହୁନୁ ଏହା କହିଛନ୍ତି ଛତିଶଗଡ଼ର ବିରୋଧୀ ଦଳ ନେତା ଟି.ଏସ୍. ସିଂ ଦେଓ। ସେ କହିଛନ୍ତି ଦେବୀ ସୀତା ଯେପରି ସ୍ୱୟମ୍ବରରେ ଭଗବାନ ରାମଙ୍କୁ ବାଛିଥିଲେ, ଠିକ୍ ସେହିଭଳି ବିଧାନସଭା ନିର୍ବାଚନ ପରେ ‘ସ୍ୱୟମ୍ବର’ ମାଧ୍ୟମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ […]
ଅନୁଗୁଳ: ଅନୁଗୁଳରେ ଟ୍ରାଫିକ୍ କନଷ୍ଟେବଲଙ୍କ ଦାଦାଗିରି। ଚେକିଂ ବେଳେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ। ସହରର ଥାନା ଛକରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବାବେଳେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଇଏନ୍ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତ ଜେନାଙ୍କୁ ଟ୍ରାଫିକ୍ ପୋଲିସ ଅଟାକାଇଥିଲା। ହେଲମେଟ୍ ପିନ୍ଧି ନଥିବାରୁ ଡାକ୍ତରଙ୍କୁ ଧରିଥିଲେ ୨ ଜଣ କନଷ୍ଟେବଲ। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଫାଇନ୍ ଦେବାକୁ ସେ ରାଜି ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ବି କିଛି […]
ବାଲେଶ୍ୱର: ବାଳାଶ୍ରମରେ ଶିଶୁ ନିର୍ଯାତନା ଅଭିଯୋଗ। ନିର୍ଯାତନା ସହି ନପାରି ବାଳାଶ୍ରମରୁ ନାବାଳକ ପଲାଇ ଗଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ। ଏଠାରେ ଥିବା ଉତ୍କଳ ବାଳାଶ୍ରମରୁ ୮ ବର୍ଷର ଶିଶୁ ପାଚେରୀ ଡେଇଁ ପଳାଇ ଅାସିଥିଲେ। ତେବେ ତାଙ୍କୁ ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ୍ରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ସହଦେବଖୁଣ୍ଟା ପୁଲିସ୍ ନିକଟରେ ଜିମା ଦେଇଥିଲେ ଲୋକେ। ବାଳାଶ୍ରମରେ ନାବାଳକଙ୍କ ସହ ମାରପିଟ୍ କରାଯାଉଥିବା ଅଭିଯୋଗ […]
ବ୍ରହ୍ମପୁର: ପୁଲିସ ନାଁରେ ମହିଳାଙ୍କଠାରୁ ଅଭିନବ ଢଙ୍ଗରେ ୧୫ ଭରି ସୁନା ଲୁଟିଲେ ଦୁର୍ବୃତ୍ତ। ବ୍ରହ୍ମପୁର ସୀତାଦେବୀ ଖାଡ଼ଙ୍ଗା ଛାତ୍ରୀନିବାସ ସାମ୍ନାରୁ ଅାଜି ସକାଳେ ଏଭଳି ଅଭିନୟ ଉପାୟରେ ଲୁଟ୍ ଅଭିଯୋଗ ହୋଇଛି। ଗୋଷାଣୀ ନୂଅାଗାଁ ଅଞ୍ଚଳର ସଂଯୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଅାଜି ମଧ୍ୟ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ। ତେବେ ଫେରିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ନିଜକୁ ପୁଲିସ୍ ବୋଲି ପରିଚୟ ଦେଇଥିଲେ। ପରେ ସଂଯୁକ୍ତା ପିନ୍ଧିଥିବା ସୁନା […]
ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି ପାଇଁ ଦୂରଦୂରାନ୍ତରୁ ପହଞ୍ଚିବେ କାଉଡିଅା। ହେଲେ ତା’ ପୂର୍ବରୁ ଜଳବନ୍ଦୀ ହୋଇଯାଇଛନ୍ତି ଦେବଦେବ ଶ୍ରୀଲୋକନାଥ। ଶ୍ରୀଲୋକନାଥଙ୍କ ମନ୍ଦିରରେ ଅାଣ୍ଠୁଏ ଉଚ୍ଚରେ ପାଣି। ପୂରା ମନ୍ଦିର ପାଣିରେ ଭରି ରହିଛି। ଗମ୍ଭୀରା, ବାହାର ବେଢ଼ା, ଗଣେଶ ମନ୍ଦିର, ପାର୍ବତୀ ମନ୍ଦିରରେ ପାଣି ପଶିଯାଇଛି। ଭକ୍ତମାନେ ଜଳ ଭିତରେ ପଶି ମନ୍ଦିର ଭିତରକୁ ଯାଉଛନ୍ତି। ପାଣି ଭରି ରହିଥିବାରୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରିପାରୁନାହାନ୍ତି ଶ୍ରଦ୍ଧାଳୁ। ଗତ ବର୍ଷାରେ ପାର୍ବତୀ ସାଗର ସଂପୂର୍ଣ୍ଣ ବୁଡିଯାଇଥିଲା। ତେଣୁ […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍ଖା କାରଖାନା ଠାବ କରାଯାଇଛି। ଦୀର୍ଘ ଦିନରୁ ନକଲି ଗୁଟ୍ଖା କାରଖାନା ଚାଲିଥିବା ନେଇ ସୂଚନା ମିଳିବା ପରେ ପୁଲିସ୍ ଚଢ଼ଉ କରିଥିଲା। କାରଖାନାରୁ ଲକ୍ଷାଧତ୍କ ଟଙ୍କାର ଯନ୍ତ୍ରାଂଶ ଏବଂ ନକଲି ଜର୍ଦ୍ଦା ଜବତ ସହ ୪ଜଣଙ୍କୁ ଅଟକ ରଖି ପୁରୁଣା ବଜାର ପୁଲିସ୍ ପଚରାଉଚରା କରୁଛି। ବିଭିନ୍ନ ବ୍ରାଣ୍ଡ୍ର ଲେବଲ୍ ଲଗାଇ ବଜାରକୁ ନକଲି ଗୁଟ୍ଖା ଛଡ଼ା ଯାଉଥିଲା। ଗତବର୍ଷ ବି ଭଦ୍ରକରେ ନକଲି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଚିଲିକାରେ ଜଳ ବିମାନ ବନ୍ଦର ନେଇ ମିଳିଲା ସବୁଜ ସଙ୍କେତ। ଡିଜିସିଏ ପକ୍ଷରୁ ୱାଟର୍ ଏରୋଡ୍ରମ୍ ନେଇ ଜୁନ୍ରେ ନିୟମାବଳୀ ଜାରି ହୋଇଥିବା ବେଳେ ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଚିଲିକା ସମେତ ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମ୍ରେ ମଧ୍ୟ ଏହି ୱାଟର ଏରୋଡ୍ରମ୍ ପ୍ରତିଷ୍ଠା ହେବ। To start with, we have identified 5 states viz. Odisha, Gujarat, Maharashtra, Andhra Pradesh […]
ବାଲେଶ୍ୱର/ଯାଜପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଔପଦାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଔପଦା ଥାନା ବେତେଇ ମଡିଚୁଆ ଗାଁର ନନ୍ଦ କିଶୋର ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ପ୍ରତାପୁର ଅଞ୍ଚଳରେ ଅନ୍ୟଜଣେ ଯୁବକଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।
ନୂଆଦିଲ୍ଲୀ: କୁକୁର ଓ ଚିତାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ଚିତାବଘ ସହିତ ପଙ୍ଗା ନେଉଥିବା ଦେଖିବାକୁ ମିଳୁଛି। କଥାଟା ବିଶ୍ୱାସ ନଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଭିଡିଓଟି ହେଉଛି ପୁରୁଣା ଭିଡିଓ। ବନ ଅଧିକାରୀ ଦିଗ୍ବିଜୟ ସିଂ ଖାତି ଏହି ଭିଡିଓକୁ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓଟି ରାଜସ୍ଥାନର ଏକ ପୁରୁଣା ଭିଡ଼ିଓ। ଏହି ଭିଡିଓରେ କୁକୁରଟି ଚିତାବାଘକୁ […]
ନୂଆଦିଲ୍ଲୀ: ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ ମୁହୂର୍ତ୍ତରେ ରଥଯାତ୍ରା ହେବ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ମହାପ୍ରଭୁ […]
ବିହାର : ବିହାର ମୁଜାଫରପୁର ମାମଲାକୁ ନେଇ ସିବିଅାଇର ଖୋଲତାଡ଼। ଅାଜି ସିବିଅାଇର ଏକ ଟିମ୍ ମୁଜାଫରପୁର ଅାଶ୍ରୟ ସ୍ଥଳିକୁ ଯାଇ ଯାଞ୍ଚ ଅାରମ୍ଭ କରିଛି। ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି ସିବିଅାଇ। ଏହାସହ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କ ଘରକୁ ଯାଇ ଖୋଲତାଡ଼ ମଧ୍ୟ ହୋଇଛି। ମିିଳିଥିବା ସୂଚନା ମୁତାବକ ବ୍ରିଜେଶର ଖବରକାଗଜ ଅଫିସ୍ ଏବଂ ଅନ୍ୟ ଠିକଣାରେ ମଧ୍ୟ ଯାଇ ଯାଞ୍ଚ କରାଯିବ। ତେବେ ଘଟଣାକୁ ନେଇ ଦୁଇ ସପ୍ତାହ ମଧ୍ୟରେ […]
ରାଜସ୍ଥାନ : ରାଫେଲ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ଜୟପୁରରେ ଅାୟୋଜିତ ରାଲିରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ନେତୃତ୍ୱାଧିନ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦେଶବାସୀଙ୍କୁ ଏହି ସରକାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିପାରିନାହାନ୍ତି। ୨ କୋଟି ବେକାର ଯୁବକଙ୍କୁ ଚାକିରି ଦେବା ପ୍ରତିଶ୍ରୁତି […]