• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

weather2
୧୦ ଜିଲ୍ଲା ପାଇଁ ସତର୍କ ସୂଚନା ; ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତି ୮ଟା ଯାଏ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା। ଏହି ୧୦ଟି ଜିଲ୍ଲା ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ବରଗଡ଼ ,କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର,କଟକ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

  • Monday, 19 July 2021
rr
ସହିଦଙ୍କ ୪ ବର୍ଷର ପୁଅକୁ ଧରି କାନ୍ଦିଲେ ପୁଲିସ୍‌ ଅଧିକାରୀ

ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍‌ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ। ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ ଏହି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ଉପସ୍ଥିତ ଥିଲା। ହୁଏତ ସେ ଏକଥା ବୁଝିପାରୁ ନଥିଲା ଯେ ତା’ ବାପା ଦେଶ ପାଇଁ ବଳିଦାନ ଦେଇ ସବୁ […]

oo
ମୋଦିଙ୍କ ମାଷ୍ଟରଷ୍ଟ୍ରୋକ: ପୁଣି ୧୫ ଟିକସ୍‌ ଅଧିକାରୀ ବିଦା

ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍‌ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି […]

bjp
ବିଜେଡିକୁ ‘ଲଲିପପ୍‌’ର ସରକାର କହି କଟାକ୍ଷ କଲେ ଅରୁଣ

ଭୁବନେଶ୍ୱର : ବିଜେଡିକୁ ‘ଲଲିପପ୍‌’ର ସରକାର କହି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ନବୀନ ଶାସନକାଳ ଭିତରେ ରୋଜଗାର ଦେଇପାରି ନାହାନ୍ତି। କିନ୍ତୁ ୧୯ ବର୍ଷ ହେଲା ଲଲିପପ୍ ଦେଇ ଅାସୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଅାଇନ ନେଇ ସେ କହିଛନ୍ତି ଯେ ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଅଛନ୍ତି। ଏହା ସରକାରଙ୍କ ବଡ଼ ବିଫଳତା। ‘ଅାମ […]

  • Monday, 19 July 2021
tn
କଶ୍ମୀର ପୁଣି ଅଶାନ୍ତ: ମେଜର ସହିଦ, ୩ ଆତଙ୍କୀ ନିହତ

ଶ୍ରୀନଗର: କିଛିଦିନ ପରେ ଆଜି ପୁଣିଥରେ କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ସେନାର ଜଣେ ମେଜର ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିବା ସହ ଉଭୟ […]

rourkela
ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ

ରାଉରକେଲା: ସଡ଼କ ଦୁର୍ଘଟଣାକୁ ନେଇ ରାଉରକେଲାରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଛି। ତେବେ ଲୋକଙ୍କ ଦାବି ପ୍ରକାରେ ସେଠାରେ ଏକ ଚେକ୍ ପୋଷ୍ଟ୍ ନିର୍ମାଣ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତା’ସହିତ ହକି ଛକରେ ୩ ଜଣ କନଷ୍ଟେବଳଙ୍କୁ ଆଜିଠାରୁ ନିୟୋଜିତ କରାଯାଇଛି। ଉକ୍ତ ଅଞ୍ଚଳରେ ଧୂଳି ଉଡ଼ୁଥିବା ନେଇ ମଧ୍ୟ ଲୋକେ ଅଭିଯୋଗ କରିଥିଲେ। ଏ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି […]

  • Monday, 19 July 2021
dhenkanal
ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଆସନ୍ନ ପ୍ରସବା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିକଶିତ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା ଖରାପ ଯୋଗୁ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ। ସେପଟେ ପ୍ରସବ ବେଦନା ଛଟପଟ ହେଉଛନ୍ତି ଆସନ୍ନ ପ୍ରସବା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାଇମାଟି ଗାଁରେ। ସୂଚନା ଅନୁସାରେ, ଏହି ଗାଁକୁ  ଖରାପ ରାସ୍ତା ଯୋଗୁ  ଗତକାଲି ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଏକ ଖଟିଆରେ ୩ କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ନେଇଥିଲେ। […]

  • Monday, 19 July 2021
67n
ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କୋଲକାତା:କିଛିଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ୧୪ଟି ମେଡିକାଲ କଲେଜର ମୋଟ୨୪ […]

jj
ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ ନଡ୍ଡା ଦଳର ପ୍ରତିଦିନ ଘଟୁଥିବା ଘଟଣାର ସବୁ ଦାୟିତ୍ୱ ନିର୍ବାହ କରିବେ। ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୂର୍ବଭଳି ଅମିତ ଶାହ ହିଁ ରହିବେ। ଅମିତ […]

sapatha-sansada
ସପ୍ତଦଶ ଲୋକସଭା ଅଧିବେଶନର ପ୍ରଥମ ଦିନ,  ପ୍ରଥମ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଧ୍ୟକ୍ଷ ପ୍ୟାନେଲରେ ଥିବା ସାଂସଦ ଭର୍ତ୍ତୃହରି ମହାତାବ ଓଡ଼ିଆ ଏବଂ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥପାଠ କରିଥିଲେ। ଆଜି ଓ କାଲି ଦୁଇଦିନ ଧରି ନବନିର୍ବାଚିତ […]

dDharmaghata
ଡାକ୍ତର ଆନ୍ଦୋଳନର ସପ୍ତାହେ ପରେ ନରମିଲେ ଦିଦି

ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା। ସେପଟେ ଆଜି IMAର ୨୪ ଘଣ୍ଟିଆ ଧର୍ମଘଟରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ୧୨ ଦଫା ମଧ୍ୟରୁ […]

earthquake
ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ ; ୧୦ମୃତ, ଅନେକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।  ଲୋମ୍ବକ୍‌ ଦ୍ୱୀପରେ ରବିବାର ପ୍ରାୟ ସକାଳ ୬ଟା ୪୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଭୂକମ୍ପରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ୭କି.ମି ଗଭୀର ଥିଲା। ବୋଲି ଆମେରିକା ଭୂବୈଜ୍ଞାନିକ ସର୍ଭେ ପକ୍ଷରୁ କୁହାଯାଇଛି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲୋମ୍ବକ୍‌ର ମୁଖ୍ୟ ସହର ମାତାରାମ୍‌ର ୫୦ କି.ମି. […]

  • Monday, 19 July 2021
mao meli
ସହିଦ ସପ୍ତାହରେ ବିରାଟ ମାଓବାଦୀ ମେଳି

ମାଲକାନଗିରି: ମାଓବାଦୀଙ୍କ ସହିଦ ସପ୍ତାହରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ବିରାଟ ମାଓବାଦୀ ମେଳି। ମାଲକାନଗିରିର ରାଲେଗାଡ଼ା ପଞ୍ଚାୟତ ଓ ଆନ୍ଧ୍ରପ୍ରଦେଶର କୋରୁକୁଣ୍ଡା ସୀମାନ୍ତ ଅଞ୍ଚଳରେ ଗତକାଲି ମାଓବାଦୀ ମେଳି କରାଯାଇଥିବା ଜଣାପଡ଼ିଛି। ଏହି ମେଳିରେ ୬୦୦ରୁ ଅଧିକ ମାଓବାଦୀ ଏକାଠି ହୋଇଥିଲେ। ଓଡ଼ିଶା-ଆନ୍ଧ୍ର ବର୍ଡର ଜୋନାଲ କମିଟି ପକ୍ଷରୁ ଏହି ମେଳି ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁପ୍ରିୟା ସେତୁକୁ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏହି ମେଳିରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳବାସୀ ମଧ୍ୟ ସାମିଲ ହୋଇଥିଲେ। […]

  • Monday, 19 July 2021
solar boat
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୋଲାର ବୋଟ୍

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଡାଲ୍‌ ହ୍ରଦ। ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଏହାର ମନୋରମ ସୌନ୍ଦର୍ଯ୍ୟ ଆକର୍ଷଣ କରିଥାଏ। ଖାଲି ଏତିକି ନୁହେଁ ବୋଟ୍‌ରେ ବସି ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିଥାନ୍ତି ପର୍ଯ୍ୟଟକ। ତେବେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଅନ୍ୟତମ କାରଣ ପାଲଟିଛି ଏଠାକାର ସୋଲାର ବୋଟ୍। ସମ୍ପୂର୍ଣ୍ଣ ସୌରଚାଳିତ ଏହି ବୋଟ୍‌କୁ ନିର୍ମାଣ କରିଛନ୍ତି  କିଛି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ନିଜ କଲେଜ ପ୍ରୋଜେକ୍ଟରେ ଏହି ସୋଲାର ବୋଟ୍‌ ତିଆରି କରିବା […]

  • Monday, 19 July 2021
suicide in hotel
ବିଷ ପିଇ ଯୁବତୀ ମୃତ, ଯୁବକ ଗୁରୁତର

ପୁରୀ: ପୁରୀ ସିଟି ରୋଡ୍‌ରେ ଥିବା ଏକ ହୋଟେଲ୍‌ରେ ଅଭାବନୀୟ ଘଟଣା ଘଟିଛି। ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଯୁବତୀଙ୍କ ଘର ବାଲିସାହି ଅଞ୍ଚଳରେ ହୋଇଥିବା ବେଳେ ଯୁବକଙ୍କ ଘର ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୁବକଙ୍କ ନାଁ ଆଶିଷ ପ୍ରଧାନ। ଗୁରୁତର ଅବସ୍ଥାରେ ପ୍ରଥମେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଯୁବକଙ୍କୁ ସେଠାରୁ […]

  • Monday, 19 July 2021
M
ବିଦେଶରୁ ଆସୁଥିଲା ଟଙ୍କା, ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ: ଏନଆଇଏ

ନୂଆଦିଲ୍ଲୀ: ଯେଉଁ ଅଭିଯୋଗରେ ଜାତୀୟ ତଦନ୍ତ ଅଧିକାରୀ ସଂସ୍ଥା(ଏନଆଇଏ) ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ଏନଆଇଏ ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତା ମାନେ ବିଦେଶରୁ ଟଙ୍କା ଆଣି ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ। ଏଥିସହ ଏହି ଟଙ୍କାରେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଭାବନା ସୃଷ୍ଟି କରିବା ପାଇଁ ମୁସଲିମ୍ ମହିଳାଙ୍କୁ ଟଙ୍କା ଦେଉଥିଲେ ବୋଲି ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା […]

hawa mahal
ମୁହାଁମୁହିଁ ହେଲେ ଜୟପୁର ରାଜ ପରିବାରର ଦୁଇ ବୋହୂ

ବିଶାଖାପାଟଣା  : ବିଶାଖାପାଟଣା ରାମକୃଷ୍ଣ ସମୁଦ୍ର କୂଳର ଐତିହାସିକ ହାୱା ମହଲ। ଲିପିବଦ୍ଧ ହୋଇଛି ରାଜତନ୍ତ୍ରର ସ୍ୱର୍ଣ୍ଣାକ୍ଷର। ହେଲେ ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ଛନ୍ଦି ହୋଇଯାଇଛି ପାରିବାରିକ ବିବାଦ ଭିତରେ। ମାଲିକାନାସତ୍ତ୍ୱକୁ ନେଇ ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ଦୁଇ ପୁତ୍ରବଧୂଙ୍କ ମଧ୍ୟରେ ଲାଗିରହିଛି ଟଣା ଓଟରା। ୧୯୧୭ ମସିହା। ଖରା ଛୁଟି କଟାଇବା ପାଇଁ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ ତତ୍କାଳୀନ ଜୟପୁର ମହାରାଜା ରାମଚନ୍ଦ୍ର ଦେବ। ସମୟକ୍ରମେ ତାଙ୍କ […]

  • Monday, 19 July 2021
vlcsnap-error059
ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ

ଭୁବନେଶ୍ୱର: ଗୋଟିଏ ଗୁଳିରେ ଦୁଇଟି ଶିକାର। ନବୀନଙ୍କ ଏ ବାଣରେ ରହିଛି କେନ୍ଦ୍ରକୁ ନିଶାନା। ପୁଣି ରାଜ୍ୟ ଦେଇଛି ଗରିବଙ୍କ ପାଇଁ ନିର୍ବାଚନୀ ଭେଟି। କେନ୍ଦ୍ରର ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ। ସରକାରଙ୍କ ହିସାବରେ ଏମାନଙ୍କ ସଂଖ୍ୟା ୩୪ ଲକ୍ଷ ୪୪ ହଜାର। ମେ ମାସରେ ଏହି ଗରିବଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ପାଇଁ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ। ଯୁକ୍ତି ଦର୍ଶାଇଥିଲେ ୨୦୧୧ ଜନଗଣନା ପରେ […]

  • Monday, 19 July 2021
sashi
ଅର୍ଥମନ୍ତ୍ରୀ ଶଶି ଭୂଷଣଙ୍କୁ ଜମାକାରୀଙ୍କ ଜୋର୍‌ଦାର ବିରୋଧ

ସୁରତ୍‌ : ଗୁଜରାଟ ସୁରତ୍‌ରେ ହଟହଟା ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଓଡ଼ିଶା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ସୁରତ୍‌ରେ ରହୁଥିବା କ୍ଷତିଗ୍ରସ୍ତ ଓଡ଼ିଆ ଜମାକାରୀ। ତାସହ ବ୍ୟାନର୍ ଧରି ଅର୍ଥମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରିଛନ୍ତି। ଅାଜି ସୁରତ ନାନ୍‌ପୁରାସ୍ଥିତ ଚାମ୍ବର୍ସ ଅଫ୍ କମର୍ସ ଅାଣ୍ଡ ଇଣ୍ଡଷ୍ଟ୍ରିର ଏକ ବୈଠକରେ ଯୋଗଦେବାକୁ ଅାସିଥିଲେ ଅର୍ଥମନ୍ତ୍ରୀ। ଏଠାରେ କ୍ଷତିଗ୍ରସ୍ତ ଜମାକାରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ହୋଇଥିଲେ […]

  • Monday, 19 July 2021
up3
ବର୍ଷା ବିତ୍ପାତ : ଉତ୍ତରପ୍ରଦେଶରେ ଗଲାଣି ୪୦ରୁ ଅଧିକ ଲୋକ ପ୍ରାଣ

ନୂଆଦିଲ୍ଲୀ: କେଉଁଠି ଘରର କାନ୍ଥ ପଡ଼ି ତ ଆଉ କେଉଁଠି ବନ୍ୟା ପାଣିରେ ଭାସି ଯାଇଛନ୍ତି ଲୋକେ। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଲୋକଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି। ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ଯୋଗୁଁ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଏକର ଫସଲ ନଷ୍ଟ ହେବାକୁ ବସିଛି। ମୁଖ୍ୟତଃ ପଶ୍ଚିମ ୟୁପିରେ ପରିସ୍ଥିତି ସଙ୍ଗୀନ ରୂପ ନେଇଛି। ସାହାରନ୍‌ପୁରରେ କାନ୍ଥ ଭୁସୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୪ […]

  • Monday, 19 July 2021