/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728021200.jpg)
Navratri Fasting
Navratri 2024: ନବରାତ୍ରୀରେ ଉପବାସ କରୁଛନ୍ତି କି ? ନବରାତ୍ରୀରେ ଉପବାସ କଲେ କଣ ହୁଏ ? ନବରାତ୍ରୀରେ ଉପବାସ କରିବା ଠିକ୍ କି ? ଉପବାସ ପଛରେ ରହିଛି କି ବୈଜ୍ଞାନିକ କାରଣ ? ଆଜି ଆମେ ଆପଣଙ୍କ ଏସବୁ ଦ୍ୱନ୍ଦ୍ୱ ଦୂର କରିବୁ । ତେବେ ଓଡ଼ିଆ ପରମ୍ପରାରେ ଅନେକ ଓଷାବାର ରହିଛି । କଥାରେ ଅଛି ୧୨ ମାସରେ ୧୩ ପର୍ବ । ବର୍ତ୍ତମାନ ଚୈତ୍ର ନବରାତ୍ରୀ ଚାଲିଛି । ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ସିଦ୍ଧି କରିଥାନ୍ତି । ତେବେ ଏହି ବ୍ରତକୁ ଧାର୍ମିକ ମାନ୍ୟତା ଦିଆଯାଇଥିଲେ ମଧ୍ୟ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହୁଛି । ଆସନ୍ତୁ ଜାଣିବା ନବରାତ୍ରୀରେ ଉପବାସ ରଖିବା ପଛରେ ବୈଜ୍ଞାନିକ କାରଣ କ’ଣ ରହିଛି।
ଓଜନକୁ କରିପାରିବେ ନିୟନ୍ତ୍ରଣ...
ଯଦି ଆପଣ ନିଜର ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଉଚିତ୍ । ଶରୀରରେ ଇମ୍ୟୁନ୍ ସିଷ୍ଟମ୍ ମଜବୁତ କରିବା ପାଇଁ ମଧ୍ୟ ଆମକୁ ଉପବାସ କରିବା ଉଚିତ । ଏହା ବ୍ୟତୀତ ଉପବାସ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ରେଗୁଲାର୍ ଉପବାସ କରିବା ଦ୍ୱାରା ଆପଣ ନିଜର ହାର୍ଟ ହେଲ୍ଥକୁ ମଧ୍ୟ ବହୁ ପରିମାଣରେ ଉନ୍ନତ କରିପାରିବେ ।
ପେଟ ସମନ୍ଧୀୟ ସମସ୍ୟାରୁ ମିଳିବ ମୁକ୍ତି...
ଯଦି ଆପଣ ନିଜର ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତେବେ ଉପବାସ କରିବା ଆରମ୍ଭ କରନ୍ତୁ । ଅତି କମ୍ରେ ସପ୍ତାହରେ ଥରେ କିମ୍ବା ଦୁଇଥର ଉପବାସ କରିବା ଦ୍ୱାରା ଆପଣ ପେଟ ସମନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଉପବାସ କରିବା ଏକ ଭଲ ଅଭ୍ୟାସ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ପାଚନ ତନ୍ତ୍ରକୁ ଆରାମ୍ ମିଳିଥାଏ । ନବରାତ୍ରୀ ସମାୟରେ ଉପବାସ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇପାରିବ । ଯଦି ଆପଣ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଉପବାସ କରିବା ଆବଶ୍ୟକ ।
ମିଳିବ ମାନସିକ ଶାନ୍ତି...
ନବରାତ୍ରି ସମୟରେ ଆପଣ ଉପବାସ କରି ମାନସିକ ଶାନ୍ତି ଅନୁଭବ କରିପାରିବେ । ଏହି ନବରାତ୍ରିରେ ଉପବାସ ସହିତ ମା’ଙ୍କ ଭକ୍ତି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆପଣ ଦିନସାରା ସକରାତ୍ମକ ବିଚାର ଦ୍ୱାରା ଘେରି ରହି ଆପଣଙ୍କର ଚାପକୁ ବହୁ ପରିମାଣରେ କମ୍ କରିପାରିବେ । ଭଗବାନଙ୍କ ପ୍ରତି ଭକ୍ତି ଲୋକଙ୍କ ମନକୁ ରିଲାକ୍ସ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)