ମାଲକାନଗିରି(ଜିତେନ୍ଦ୍ର ବେଉରା): ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍ମା ଜିଲ୍ଲା ବିମାପୁରମ୍ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ୍, ୨ଟି ଥ୍ରି ନଟ୍ ଥ୍ରି ରାଇଫଲ୍ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ବା ଚିତାଭସ୍ମ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଛି । ତାଙ୍କ ନାଁ ଦୀପକ ମହାପାତ୍ର। ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୨୩ ତାରିଖ ଦିନ ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଚନ୍ଦନପୁରଠାରେ ବିଜେଡି ଯୁବ ବାହୀନୀର ଜଣେ କର୍ମୀ ଶୋଭାଯାତ୍ରାକୁ ଅଣ୍ଡାମାଡ଼ କରିଥିବା ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ […]
ନୟାଗଡ଼: ଖାକି ପୋଷାକରେ ଦାଗ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍ ବାବୁ। ନୟାଗଡ଼ ଜିଲ୍ଲାରେ ଏପରି କଳଙ୍କିତ ଘଟଣା ଘଟିଛି। ସୂଚନା ଅନୁସାରେ, ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ଏହାର ସୁଯୋଗ ନେଇ ଏଏସ୍ଆଇ ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କରେ […]
ଭୁବନେଶ୍ୱର: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ ରାକ୍ଷୀ ବଜାର ସରଗରମ। ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍ର ରାକ୍ଷୀ। ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ସମ୍ପର୍କର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର […]
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ଜିଲ୍ଲାରେ ଥିବା ପ୍ରମୁଖ ନଦୀଗୁଡିକରେ ବିସର୍ଜନ କରାଯିବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଗତକାଲି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ନଦୀ ଆଦି […]
ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ଅଧା ଅଞ୍ଚଳରେ ଘଡ଼ଘଡ଼ି ,ଝଡ଼ତୋଫାନ୍ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏଥିପାଇଁ ୨୨ଟି ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତିରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଅନୁଗୋଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, […]