/odishatv-khabar/media/post_attachments/uploadimage/library/16_9/16_9_0/Elephant__1728024341.jpg)
Elephant
କୋଇଡାରେ ମାତିଛି ନରହନ୍ତା ଦନ୍ତା । ଗୋଡାଇ ଗୋଡ଼ାଇ ଦଳି ଜୀବନ ନେଉଛି । ହେଲେ ପ୍ରଶ୍ନ, ଇଏ ସେହି ନରହନ୍ତା ଦନ୍ତା ଯାହାକୁ ୧୫ ଦିନ ତଳେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ଏବଂ ତା ଦେହରେ ରେଡିଓ କଲାର ଲଗା ଯାଇଥିଲା । ରେଡିଓ କଲାର ଲଗାଇବା ସତ୍ତ୍ବେ କେମିତି ସେ ଜନବସତି ଅଞ୍ଚଳକୁ ଆସି ଉତ୍ପାତ କରୁଛି, ଜୀବନ ନେଉଛି ତାହା ହେଉଛି ବଡ଼ ପ୍ରଶ୍ନବାଚୀ । କାରଣ ହାତୀର ଗତିବିଧି ଜାଣିବା ପାଇଁ ହିଁ ତା ଦେହରେ ରେଡିଓ କଲାର ଲଗାଯାଇଥିଲା ।
ବନବିଭାଗ ହାତୀର ଚଳ ପ୍ରଚଳ ଉପରେ ଅତି ସହଜରେ ନଜର ରଖିବା କଥା କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରୁ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ଗ୍ରାମର ହରଚଣ୍ଡା ସାହିର ପଚାଶ ବର୍ଷୀୟ ସମା ମୁଣ୍ଡା ସଂପୃକ୍ତ ଦନ୍ତା ଆକ୍ରମଣରେ ଜୀବନ ହାରିଛନ୍ତି ।
ସୂଚନା ଅନୁସାରେ ଦନ୍ତା ହାତୀଟି ବିଳମ୍ବିତ ରାତ୍ରିରେ ସମାଙ୍କ ଘର ନିକଟକୁ ଆସିଥିଲା । ପରିବାର ଲୋକ ଜୀବନ ବିକଳରେ ଘର ଛାଡି ଦୌଡ଼ି ଯାଉଥିବା ବେଳେ ସମା ଦନ୍ତା ସାମ୍ନାରେ ପଡ଼ି ଯାଇଥିଲେ । ତାଙ୍କୁ ଦନ୍ତା ଶୁଣ୍ଢରେ ଟାଣି ନେଇ ଘର ବାହାରେ ପାଦରେ ଦଳି ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବନ ବିଭାଗ ଶବକୁ ଜବତ କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକ । ସେପଟେ ଏ ନେଇ ବନବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)