ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଜେଲ ଗଲେ। ଆସନ୍ତା ୨୯ ଯାଏ ସେ ଜେଲରେ ରହିବେ। ସେହି ଦିନ ଭାରତର ପ୍ରତ୍ୟାର୍ପଣ ଆବେଦନ ଉପରେ ବି କୋର୍ଟ ଶୁଣାଣି କରିବେ। ନିରବଙ୍କୁ ଗତ ମଙ୍ଗଳବାର ଲଣ୍ଡନ ପୁଲିସ୍ ଗିରଫ କରିଥିବା ବେଳେ ଗତକାଲି ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଗତ […]
ନବରଙ୍ଗପୁର: ପୁଣି ଫେରିଲା ଆମ୍ବ ଟାକୁଆ ଟ୍ରାଜେଡି। ଟାକୁଅା ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ ଯାଅା ଏବଂ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ଗତକାଲି ଗାଁର ଡମ୍ବୁରୁ ସାନ୍ତାଙ୍କ ଘରେ ଅାମ୍ବ ଟାକୁଅାରେ ପ୍ରସ୍ତୁତ ଖାଦ୍ୟ ହୋଇଥିଲା। ତେବେ ଏହାକୁ ଖାଇବାର କିଛି ସମୟ ପରେ ତାଙ୍କ ନାବାଳିକା […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଘୋଷି ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ୧୧ ବର୍ଷର ଶିଶୁକନ୍ୟାକୁ ୬ ଜଣ ବର୍ବର ଲମ୍ପଟ ଗଣଦୁଷ୍କର୍ମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ସ୍ଥାନୀୟ ମଦ୍ରାସାର ପରିଚାଳକ ଯାହାକୁ ପୁଲିସ ଧରିଛି। ଅନ୍ୟମାନେ ଏହି ଘଟଣାରେ ଫେରାର ଅଛନ୍ତି। ଝିଅଟିକୁ ଏକ ଘରେ ତାଲା ପକାଇ ତା’ ସହ ଏପରି ଜଘନ୍ୟ କାମ କରିଥିଲେ ୬ ଜଣ ଯୁବକ। କେବଳ ସେତିକି ନୁହେଁ କାହାକୁ କହିଲେ ମାରିଦେବାକୁ […]
ବଲାଙ୍ଗିଲ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି। ପାଟଣାଗଡ଼ ଏସ୍ଡିଜେଏମ କୋର୍ଟରେ କ୍ରାଇମ୍ବ୍ରାଞ୍ଚ ଦାଖଲ କରିଥିବା ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି। କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି କାଣ୍ଡ ଭିଆଇଥିବା ଚାର୍ଜସିଟ୍ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପୁଞ୍ଜିଲାଲ ପାର୍ସଲ ବୋମା ପଠାଇଥିବା ବେଳେ […]