ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ ଟ୍ରକ୍କୁ ଧକ୍କା ଦେବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତାହତମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ବାଲିଗୁଡ଼ା: ମୋବାଇଲ୍ ବ୍ୟାଟେରୀ କେତେ ଯେ ସାଂଘାତିକ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ମୋବାଇଲ ବ୍ୟାଟେରୀ ଫାଟି ବାଲିଗୁଡ଼ା ବାଲିସୁଗା ଗାଁରେ ଜଣେ ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସଞ୍ଜୟ ମଲ୍ଲିକ। ବିସ୍ଫୋରଣରେ ଶିଶୁଟିର ହାତ, ଗୋଡ ଓ ମୁହଁର ବିଭିନ୍ନ ଅଂଶରେ କ୍ଷତ ହେବା ସହ ପାପୁଲିର ୪ଟି ଆଙ୍ଗୁଠି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ, ମୋବାଇଲ ବ୍ୟାଟେରୀ ସହ ଖେଳୁଥିବା ବେଳେ ତାହା […]
ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ସାମିଲ୍ ହୋଇଥିବା ବଲିଉଡ ଅଭେନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ମୁମ୍ବାଇ ଉତ୍ତରରୁ କଂଗ୍ରେସ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏବେ ଉର୍ମିଳାଙ୍କ ରାଜନୈତିକ ଲଢ଼େଇ ବିଜେପିର ଗୋପାଲ ସେଟ୍ଟିଙ୍କ ସହ ହେବ। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ୍ ହୋଇଛନ୍ତି, ବାକ୍ ସ୍ୱାଧୀନତା କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ ଉର୍ମିଳା।
ଭୁବନେଶ୍ୱର: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଚିତ୍ରଲେଖାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍ରୁ ଫେରି ଦେଖିଥିଲେ ଯେ, ସେ ପୋଡ଼ି ଯାଇଛନ୍ତି। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଆଗରୁ ଘର ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିବା କୁହାଯାଉଥିବା […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଘରେ ପଶି ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ସେହି ଗାଁର ପ୍ରଦୀପ ମଲ୍ଲିକ। ସୂଚନା ଅନୁସାରେ, ଏକ କାଠ ଫାଳିଆରେ ପ୍ରଦୀପଙ୍କ ମୁଣ୍ଡକୁ ଜୋର୍ରେ ଆଘାତ କରାଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ରକ୍ତ ଲଗା କାଠ ଫାଳିଆ ଉଦ୍ଧାର କରାଯାଇଛି। ଗତ ୨ ଦିନ ହେବ ପ୍ରଦୀପଙ୍କ ସ୍ତ୍ରୀ ଘରେ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଜି ସେ ଆମେଥିରେ କଂଗ୍ରେସ ସମର୍ଥକ ଓ ଜନତାଙ୍କୁ ଭେଟିଥିଲେ। ସେଠାରେ ପ୍ରିୟଙ୍କାଙ୍କୁ ଦଳୀୟ କର୍ମୀଙ୍କ ସମେତ ସାଧାରଣ ଜନତା ଭବ୍ୟ ସ୍ୱାଗତ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତରେ ଅଛନ୍ତି। ଗତ ଦୁଇ ଦିନ ଧରି ୟୁପିରେ ଡେରା ପକାଇଛନ୍ତି ପ୍ରିୟଙ୍କା। କେବଳ ଲୋକସଭା ନିର୍ବାଚନ ନୁହେଁ, ୟୁପିର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ସେ କର୍ମୀଙ୍କୁ […]
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝଡ଼ତୋଫାନ, ବଜ୍ରପାତ ଓ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଝାରସୁଗୁଡ଼ା, […]
ପାଟଣା: ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, […]
ପାଟକୁରା: ଥାନାରୁ ଚମ୍ପଟ୍ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁଲିସ୍ ମୋବାଇଲ୍ ଚୋରି ଅଭିଯୋଗରେ ମାର୍ଶାଘାଇ ଅଞ୍ଚଳର ଅବିନାଶ ନାମକ ଜଣେ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ରାତି ପ୍ରାୟ ୧୦ଟା ବେଳେ ସେ ଶୌଚ ଯିବାକୁ କହି ଖସି ପଳାଇ ଯାଇଥିଲେ। ପୁଲିସ୍ ତାଙ୍କୁ […]
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡେଇଁବାରେ ଲାଗିଛି ଡେଙ୍ଗୁ। କେବଳ ଲଡୁଗାଁରେ ସରକାରୀ ଭାବେ ୧୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବରେ ଏହି ସଂଖ୍ୟା ୨୦୦ ବୋଲି କୁହାଯାଉଛି। ଡେଙ୍ଗୁ ଭୟରେ ଗତ ୧୫ ଦିନ ହେବ ଛାତ୍ରଛାତ୍ରୀମାନେ ସ୍କୁଲ୍ ଆସୁ ନାହାନ୍ତି। ଲଡୁଗାଁ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗତ […]
କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେଲା କଟକ କମିଶନରେଟ୍ ପୁଲିସ୍। ତାହିର୍ ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଟିଟୋକୁ ଗତକାଲିଠୁ ୨ ଦିନିଆ ରିମାଣ୍ଡରେ ଅଣାଯାଇଛି। କାଲି ଟିଟୋକୁ ସାଲେପୁର JMFC କୋର୍ଟରେ ହାଜର କରାଯାଇଥିଲା। ପରେ ୨ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଜଗତପୁର ପୁଲିସ୍କୁ ଅନୁମତି ପ୍ରଦାନ କରିଥିଲା। ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ଜଗତପୁର ନିକଟରେ ଥିବା ଗୋଲେଇ ଛକରେ ତାହିର୍ ଉପରକୁ ଗୁଳିମାଡ ହୋଇଥିଲା। ଏହି ଘଟଣାରେ […]
ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି। ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ […]
ସୁନ୍ଦରଗଡ(ବିଜୟ ବରୁଆ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ଦଳ। ସୁନ୍ଦରଗଡରେ ବିଜେପିର ହେଭିୱେଟ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ୍ ଓ ବିଧାୟକ ପ୍ରାର୍ଥିନୀ କୁସୁମ ଟେଟେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ହେମଗିରି ବ୍ଲକର ବିଲେଇମୁଣ୍ଡା ଏବଂ ଲେଫ୍ରିପଡ଼ା ବ୍ଲକର ଦର୍ଲିପାଲିଠାରେ ବିଜେପି ପକ୍ଷରୁ ରୋଡ ଶୋ କରାଯିବା ସହ ବାଇକ ରାଲି ଏବଂ ସାଧାରଣ ସଭା ଆୟୋଜନ […]