ଝାରସୁଗୁଡା: ୫ ବର୍ଷର ଛୁଆଟି। ନା ସେ ଜାଣିଥିଲା ମୃତ୍ୟୁ, ନା ସେ ଜାଣିଥିଲା ଜନ୍ମ। ସେ ଖାଲି ଜାଣିଥିଲା ଖେଳ ଆଉ ଖେଳ। ସେ ଖେଳୁ ଖେଳୁ ହଠାତ୍ ରେଳ ଟ୍ରାକ୍ ଉପରକୁ ପଳାଇଥିଲା। ଆଉ ତାଙ୍କ ପାଖରେ ଥିବା ମହିଳାଙ୍କ ବୁଦ୍ଧି ବାଟ ହଜିଯାଇଥିଲା । ସେ ଛୁଆଟିକୁ ବଂଚାଇବାକୁ ବି ରେଳଟ୍ରାକ୍ ଉପରକୁ ଚାଲିଯାଇଥିଲେ। କିନ୍ତୁ ଟ୍ରାକ୍ରୁ ଫେରିବା ପୂର୍ବରୁ ହାୱଡ଼ା-ଅହମ୍ମଦାବାଦ୍ ଏକ୍ସପ୍ରେସ୍ ଧକ୍କାରେ ଦୁଇ ଜଣଯାକ କଟିଯାଇଥିଲେ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଲୱେ ଷ୍ଟେସନ୍ […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ତେବେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କୌଣସି ଏକ ଆତଙ୍କବାଦୀ ସଂଗଠନର କମାଣ୍ଡର ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। କୋକେରନାଗରେ ୪ ଜଣ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ କନାଗୁଳି ଗାଁରେ ଡେଙ୍ଗୁ ଆତଙ୍କ। ଗାଁର ପ୍ରାୟ ୪୦ରୁ ଅଧିକ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ହେବା ନେଇ ସ୍ପଷ୍ଠ ହେବା ପରେ ସେମାନଙ୍କୁ ପାରାଦୀପ ଏବଂ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପ୍ରତେକ ଦିନ ୪ରୁ ୫ଜଣ ରୋଗୀଙ୍କୁ କଟକ କିମ୍ବା ପାରାଦୀପ ନିଆଯାଉଛି। ସେପଟେ ଗାଁରେ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏଚ୍ ବି ସୁନୀଲ ଏଣ୍ଡ କୋ ଅଫିସ ଉପରେ ଆୟକର ବିଭାଗ ଚଢ଼ଉ କରିଛନ୍ତି। ସୁନୀଲଙ୍କ ଅଫିସ ଓ ଘର ଉପରେ ଏହା ଦ୍ୱିତୀୟ ଥର ଚଢ଼ଉ । ଏହା ପୂର୍ବରୁ ଗତ ମେ ମାସରେ ବିଧାନସଭା ନିର୍ବାଚନ ବେଳେ ଆୟକର ବିଭାଗ ଚଢ଼ଉ କରିଥିଲା। ସୁନୀଲ ହେଉଛନ୍ତି କୁମାରସ୍ୱାମୀଙ୍କ ଜଣେ ଘନିଷ୍ଠ ସହଯୋଗୀ। କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ନିବେଶ ଓ ବ୍ୟାବସାୟିକ ନିବେଶର ହିସାବ କିତାବ ସୁନୀଲ […]
ଭୁବନେଶ୍ୱର : ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ୍ରେ ଅଘଟଣ। ଲାଇଟ୍ ସଜା ବେଲୁନ୍ ଛିଡ଼ାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକଙ୍କର ମୃତ୍ୟୁ ହୋଇଛି। କଂଗ୍ରେସ ନେତା ମାନସ ଚୌଧୁରୀ, ବିଜେପି ନେତା ମନମୋହନ ସାମଲ ଓ ଅମିୟ ଦାଶ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଆଜି ସନ୍ଧ୍ୟାରେ ଏହି ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ, ମୃତକ ଜଣକ ହେଲେ ଗଞ୍ଜାମର ସିମାଞ୍ଚଳ ପଣ୍ଡା। ସେ ସୁନ୍ଦରପଦା ଅଞ୍ଚଳରେ ରହୁଥିଲେ। ଏହି ଘଟଣାରେ […]
ପୁରୀ : ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡା ମାଡ଼ ଅଭିଯୋଗ। ପୁରୀ ମହୋଦଧିକୁ ବିସର୍ଜନ ପାଇଁ ଯିବା ବାଟରେ ପୁରୀ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ କରାଯାଥିବା ଅଭିଯୋଗ ହୋଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଏହି ସଙ୍ଗୀନ ଅଭିଯୋଗ ଅାଣି ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜୁ ଯୁବ ବାହିନୀର ଜଣେ କର୍ମୀ ଚିତାଭସ୍ମକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ […]
ଭୁବନେଶ୍ୱର: ଓକିଲ ବେଶରେ ବାଇକ୍ ଚୋରି। ଏଭଳି ଅଭିନବ ଉପାୟ ଆପଣାଇଥିଲେ କିଛି ଲୁଟେରା। ତହସିଲ୍ ଅଫିସ ପରିସରରୁ ଏହି ଲୁଟେରାମାନେ ଓକିଲ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ। ଯେମିତି ସେମାନଙ୍କୁ କେହି ଆଉ ସନ୍ଦେହ କରିପାରିବେ ନାହିଁ। ଏହି ଚୋରିର ପର୍ଦ୍ଦାଫାସ କରିଛନ୍ତି ପୁଲିସ୍ କମିଶନର। ସିସିଟିଭି ଫୁଟେଜ୍ ଆଧାରରେ ବଡଗଡ଼ ପୁଲିସ୍ ଥାନା ଚୋରି ବାଇକ୍ ଉଦ୍ଧାର କରିଛନ୍ତି। ଚୋରା ବାଇକ୍କୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଉଛି। ଆଜି ସୁଦ୍ଧା ୪୬ ଚୋରା ବାଇକ୍ […]