ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ବର୍ଦ୍ଧିତ ୨% ଭତ୍ତା ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ୪୮ଲକ୍ଷ ୪୧ହଜାର କର୍ମଚାରୀ ଓ ୬୨ଲକ୍ଷ ତିନି ହଜାର ପେନସନ ଭୋଗୀ ଉପକୃତ ହେବେ। ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ୬ହଜାର ୧୧୨କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବୁଡ଼ା କେଦାର ଅଞ୍ଚଳରେ ବଡଧରଣର ଭୂସ୍ଖଳନ ଘଟି ୪ଜଣଙ୍କ ମୃତ୍ୟୁ ହୋଇଛି। ଭୂସସ୍ଖଳନରେ ଏକାଧିକ ଘର ଭୁଶୁଡ଼ିପଡ଼ିଛି। ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଫସିରହିଥିବା ସନ୍ଦେହ କରାଯାଉଛି। ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସ ବା SDRF ଏବଂ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଦିନ ତଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। […]
ନୂଆଦିଲ୍ଲୀ:ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡସ୍ତରକୁ ହ୍ରାସ ହୋଇଛି। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୩୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।
ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ଅଛି। ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି। ଏବେ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମଧ୍ୟରାତି ସୁଦ୍ଧା ସାଢ଼େ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅଠାରୁ ବେଗୁନିଆ ଯାଏଁ ପ୍ରଶାସନ ୧୪୪ ଧାରା ଜାରି କରିଛି। ବିଜୁ ଛାତ୍ର ଯୁବ ସମାବେଶ ଉପରେ ରୋକ୍ ଲଗାଇ ଏହି ୧୪୪ ଜାରି କରାଯାଇଛି। ବିଜେଡିର ସମାବେଶ ସହ ଅସନ୍ତୁଷ୍ଟ ଗୋଷ୍ଠୀଙ୍କର ଆଉ ଏକ ସମାନ୍ତରାଳ ରାଲି ବାହାରିବାର ଥିଲା। ତେବେ ଅଘଟଣ ହେବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ୧୪୪ ଧାରା ଯୋଗୁ ଉଭୟ ଗୋଷ୍ଠୀର ରାଲି ବନ୍ଦ ରହିଛି।
ଜାମ୍ମୁ କାଶ୍ମୀର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର ହୋଇଛି। ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବରପାଇ ପୁଲିସ୍, ସିଆରପିଏଫ ଓ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିବା ପରେ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ ଦୁଇଜଣ ହିଜବୁଲ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଅନନ୍ତନାଗରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।
ନୂଆଦିଲ୍ଲୀ: ବରିଷ୍ଠ ଟିଡିପି ନେତା ତଥା ଅଭିନେତା ନନ୍ଦମୁରି ହରିକ୍ରିଷ୍ଣାଙ୍କ ପରଲୋକ ଘଟିଛି। ବିଳମ୍ବିତ ରାତିରେ ଗାଡ଼ିରେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ହରିକ୍ରିଷ୍ଣା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କ ପୁଅ। ଏଥିସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଭିଣୋଇ। ହରିକ୍ରିଷ୍ଣା ଅନେକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। […]
ଭୁବନେଶ୍ୱର: ଆଜି ସକାଳ ସାଢ଼େ ୧୦ଟା ଯାଏ ବଜ୍ରପାତ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୧୩ ଜିଲ୍ଲାକୁ ସାଢ଼େ ୧୦ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଆର୍ଲଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ଗଞ୍ଜାମ ଓ ପୁରୀ।
ନୂଆଦିଲ୍ଲୀ: ଦୀର୍ଘ ୪୯ ବର୍ଷ ପରେ ଡିଏମକେକୁ ମିଳିଲା ନୂଅା ମୁଖିଅା। ଦଳର ନୂଅା ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଏମ୍.କେ.ଷ୍ଟାଲିନ୍। ଅାଜି ଦଳର ସାଧାରଣ ପରିଷଦ ବୈଠକରେ ଷ୍ଟାଲିନ୍ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଗତ ରବିବାର ଏଥିପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲ। ଏକମାତ୍ର ପ୍ରର୍ଥୀ ଭାବେ ନୋମିନେସସନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏମ୍. କରୁଣାନିଧିଙ୍କ ପୁତ୍ର ୬୫ ବର୍ଷୀୟ ଷ୍ଟାଲିନ୍ ୨୦୧୭ରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ […]
ହାଇଦ୍ରାବାଦ/ ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ‘ଷଡ଼ଯନ୍ତ୍ର’ ଅଭିଯୋଗରେ ପୁଣେ ପୁଲିସ୍ ଆଜି ପ୍ରଖ୍ୟାତ ବିପ୍ଳବୀ କବି ତଥା ମାଓ ଚିନ୍ତକ ଭରଭରା ରାଓଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଭରଭରାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ସାମ୍ବାଦିକ, ଜଣେ ପ୍ରଫେସର ଅଛନ୍ତି। ମାଓବାଦୀ ମାନଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ପୁଣେ ପୁଲିସ ଅାଜି ଦିଲ୍ଲୀ, ଫରିଦାବାଦ, ଗୋଅା, ମୁମ୍ବାଇ, ରାଞ୍ଚି, ହାଇଦ୍ରାବାଦରେ ଚଢଉ କରିଥିଲା। ପୁଣେ […]
ବାଲେଶ୍ୱର: ଉତ୍ତର ଓଡ଼ିଶାର ବିଭିନ୍ନ ଜାଗାରେ ଭୂକମ୍ପର ଝଟ୍କା ଅନୂଭୁତ ହୋଇଛି। ସଂଧ୍ୟା ୬ଟା ୩୬ରେ କିଛି ଜାଗାରେ ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିିଛି। ଅାନନ୍ଦପୁର, ବାରିପଦା, ବାଲେଶ୍ୱରରେ ଝଟ୍କା ଅନୁଭୂତ ହୋଇଥିବା ଖବର ମିଳିଛି। ଭୂକମ୍ପ ଝଟ୍କା ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଅାସିଥିଲେ। କିଛି ସମୟର ଏହି ଝଟ୍କାରେ ୩ ଟି ଜିଲ୍ଲାରେ ଭୟର ବାତ୍ତାବରଣ ଖେଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପର କୌଣସି କ୍ଷୟ କ୍ଷତିର ସୂଚନା ମିଳିପାରିନାହିଁ। ସେପଟେ […]