ଅହମଦାବାଦ: ଭୁଶୁଡ଼ି ପଡ଼ିଲା ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ କୋଠା। ଅହମଦାବାଦ ଓଧାବ ଅଞ୍ଚଳରେ ଗତକାଲି ଏହି ଅଘଟଣ ଘଟିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍ ଟିମ୍ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁଇ ଦଶନ୍ଧି ତଳେ ନିର୍ମିତ ଦୁଇଟି ବିଲ୍ଡିଂ ବ୍ଲକ୍ ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବ୍ଲକ୍ ୪ […]
ଢେଙ୍କାନାଳ: ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା (୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉସୀ ଘରକୁ ଯାଇଥିଲେ। ଦୁଇ ଭଉଣୀ ଶୌଚ […]
ନୂଆଦିଲ୍ଲୀ: କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ। ଆଜି ବିଜୟଓ୍ୱାଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଜନତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ପ୍ରତିଶ୍ରୁତି ଦେଇଛନ୍ତି। କେବଳ କଂଗ୍ରେସ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୁହେଁ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରତିଶ୍ରୁତି ଦେଶର ବୋଲି କହି ରାହୁଲ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ବିଜୟଓ୍ୱାଡାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ […]
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା-ଛତିଶଗଡ଼ ସରକାରଙ୍କୁ ଆଉ ଥରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାରେ ଶୁଣାଣି ହୋଇଥିଲା। ଏଥିରେ ଉଭୟ ପକ୍ଷକୁ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବୁନାଲ ପରାମର୍ଶ ଦେଇଛନ୍ତି। ଆସନ୍ତା ମେ’ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ […]
ନୂଆଦିଲ୍ଲୀ : ୪୭ ତମ ମନ୍ କି ବାତ୍ରେ ପୁଣି ଥରେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର। ଖୋଲା ମଞ୍ଚ, ଖୋଲା ଚର୍ଚ୍ଚା ପାଇଁ ଏହା ବାଟ ଦେଖାଇବ। ଦେଶରେ ଏକକ ନିର୍ବାଚନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୋଦି। ମନ୍ କି […]