ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଉଜ୍ଜ୍ଵଳା ଯୋଜନାରେ ଛେପିଲିପାଲି ପଞ୍ଚାୟତର ନାଏବ ସରପଞ୍ଚ ତଥା ଶୁଳିଆ ଗାଁର ପ୍ରତିଭା ପ୍ରଧାନଙ୍କୁ ଏକ ଗ୍ୟାସ ସଂଯୋଗ ମିଳିଥିଲା। ଆଜି ପ୍ରତିଭା ଓ ତାଙ୍କ ସ୍ୱାମୀ ଶରତ ଗ୍ୟାସ୍ ଖୋଲି ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ କରୁଥିଲେ। ଅସାବଧାନତା ଯୋଗୁ ନିଆଁ ପ୍ରତିଭାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ପାଖରେ ଥିବା ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ। ଉଭୟଙ୍କୁ […]
ନୂଆଦିଲ୍ଲୀ: ଅମୃତସର ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ଶହେ ବର୍ଷ ପୂରିଛି। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଜାଲିଓ୍ୱାନାବାଲା ବାଗ୍ରେ ସହିଦ ହୋଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜାଲିଓ୍ୱାନାବାଲା ବାଗ୍ରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଉପସ୍ଥିତ ଥିଲେ। ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପଞ୍ଜାବ ରାଜ୍ୟପାଳ ମଧ୍ୟ ଜାଲିଓ୍ୱାନାବାଲା ବାଗ୍ […]
ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ପଲିଟେକ୍ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶାନ୍ତିପଡ଼ାସ୍ଥିତ ଭଡ଼ାଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ହେଉଛନ୍ତି ଡିପ୍ଲୋମା ଶେଷ ବର୍ଷର ଛାତ୍ର ଚନ୍ଦ୍ରଶେଖର ବେହେରା। ସେ ବେକରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ଅବସାଦରେ ଥିଲେ ବୋଲି କୁହାଯାଉଛି। ତେବେ କେଉଁ କାରଣ ପାଇଁ ଅାତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନାହିଁ। ମୃତଦେହ ଜବତ କରି ଟାଉନ୍ ପୁଲିସ ତଦନ୍ତ […]
ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଆସନ୍ତା ୭, ୮, ୯ ତାରିଖ ୩ ଦିନ ଧରି ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି। ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ […]
ଲକ୍ଷ୍ନୌ: ଆଡ୍ମିଟ୍ କାର୍ଡରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଟୋ । ଜଣେ ବିଇଡି ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଏହି ଆଡ୍ମିଟ୍ କାର୍ଡ ଜାରି କରିଛି। ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ବିଇଡି ଦ୍ୱିତୀୟ ବର୍ଷର ଛାତ୍ର ଅମିତ୍ ଦ୍ୱିବେଦୀଙ୍କ ଆଡମିଟ୍ କାର୍ଡରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି। ଅମିତ୍ ସମ୍ବାଦ ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି, ‘ଦ୍ୱିତୀୟ ବର୍ଷ […]
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ଗୋଟାଏ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୩ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି-ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, […]
ପେଗାସସ୍ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର ଜେଲ୍ରୁ ଜଣେ କଏଦୀର ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Condemnable!I've been pressing for reforms in our criminal justice system, of which the jail system is a crucial bit.It's well known that undertrials & even convicts freely operate criminal activities in the outside world from inside jail.This…Must…Be…Stopped ? […]
ଜୟପୁର: ବାୟୁସେନାର ଲଢୁଆ ବିମାନ MiG-27 ଦୁର୍ଘଟଣାଗ୍ରସ୍ତ। ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଏଥିରେ ଲଢୁଆ ବିମାନଟି ପୁରା ଜଳି ଯାଇଛି। ତେବେ ପାଇଲଟ ଓ କୋ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି। ସେମାନେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଘଟଣାସ୍ଥଳରେ ବାୟୁ ସେନାର ଅଧିକାରୀ ପହଞ୍ଚିଛନ୍ତି। ବିମାନଟି ବାୟୁସେନାର ଯୋଧପୁର ଏୟାର୍ବେସ୍ରୁ ଉଡାଣ ଭରି ଥିଲା। ରୁଟିନ୍ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର କୋର୍ଟ ଅଫ୍ ଇନ୍କ୍ୱାରି ନିର୍ଦ୍ଦେଶ […]