ବାରିପଦା: ବୃଦ୍ଧ ଦମ୍ପତ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାରିପଦା ସଦର ଥାନା କୁକୁଡ଼ା ଯୋଡ଼ି ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପୂର୍ଣ୍ଣ ହେମ୍ବ୍ରମ୍ ଓ ତାଙ୍କ ସ୍ତ୍ରୀ ସଂହ ହେମ୍ବ୍ରମ୍। ପୂର୍ଣ୍ଣଙ୍କ ମୃତ ଦେହ ଘର ବାହାରେ ରାସ୍ତା ଉପରେ ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଘର ଭିତରେ ଖଟିଆରେ ପଡ଼ିଥିଲା। ଗତକାଲି ରାତିରେ କେହି ଦୁର୍ବୃତ୍ତ ସେମାନଙ୍କୁ ହତ୍ୟା […]
ସାଲେପୁର: ରୋଗୀ ମୃତ୍ୟୁକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓସ୍ତମୂଳ ଗାଁରେ ଚାଲିଥିବା ରାସ୍ତାରୋକ ଶେଷରେ ହଟିଛି। ପ୍ରଶାସନର ପ୍ରତିଶ୍ରୁତି ପରେ ଗତକାଲିଠାରୁ ଚାଲିଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଓ ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ମୃତଦେହ ଉଠାଇବା ସହ ଆନ୍ଦୋଳନରୁ ଓହରିଛନ୍ତି ପରିବାର ଲୋକେ। ଚିକିତ୍ସାରେ ଅବହେଳା ଏବଂ ପରିବାରରର ଗୁହାରି ନଶୁଣିବା କାରଣରୁ ଜଣେ କର୍କଟ ରୋଗୀଙ୍କ ମୃତ୍ୟୁ […]
ଭୁବନେଶ୍ୱର: କିଛି ଦିନର ନିରବତା ପରେ ଟିଟୋ ଲିଙ୍କ୍କୁ ପୁଣି କ୍ରାଇମ୍ବ୍ରାଞ୍ଚ ସକ୍ରିୟ ହୋଇଛି। ଜଗତସିଂହପୁର ସଦର ଥାନା ମୁକୁନ୍ଦପୁର ଗାଁରେ ଆଜି ପୁଲିସ୍ ଚଢ଼ଉ କରିଛି। ଟିଟୋ ସହିତ ଲିଙ୍କ୍ ଥିବା ସନ୍ଦେହରେ ମୁକୁନ୍ଦପୁର ଗାଁର ବ୍ୟବସାୟୀ ଦିପ୍ତୀରଞ୍ଜନ ଦାସଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଚଢ଼ଉ କରିଛି। DSP ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ଏହି ଚଢ଼ଉ ଅଭିଯାନରେ ସାମିଲ୍ ହୋଇଛନ୍ତି। ଦିପ୍ତୀରଞ୍ଜନଙ୍କ ଘରୁ ଗୋଟିଏ ପିସ୍ତଲ୍ ସହିତ ୧୨ଟି ଗୁଳି ଓ […]
ଚାନ୍ଦବାଲି: ପୁଣି ଫେଲ୍ ମାରିଲା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର। ଅସ୍ତ୍ରୋପଚାର ପରେ ମଧ୍ୟ, ଜଣେ ମହିଳା ଗର୍ଭବତୀ ଥିବା ନେଇ ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଦା ଗାଁରେ ଏହି ଘଟଣା ଘଟିଛି। ତେନ୍ତୁଲିଦା ଗାଁର ସୁଶାନ୍ତ ଦାସଙ୍କ ପତ୍ନୀ ଦେବୀ ଦାସ ଗତ ଜାନୁଆରୀ ୨୫ ତାରିଖରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅପ୍ରେସନ୍ର ୩ ମାସ ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଡାକ୍ତର […]
ରାୟଗଡ଼ା: ଚାଲାଣ ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ। ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣବେଳେ ୧୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରାୟଗଡ଼ା ରେଲୱେ ପୁଲିସ୍ ସମସ୍ତଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଓ ୪ ଜଣ ନାବାଳକ ଅଛନ୍ତି ବୋଲି ଜଣାପଡ଼ିଛି। ରାୟଗଡ଼ା ଷ୍ଟେସନ ପରିସରରେ ସେମାନେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା। ସମସ୍ତ ଶିଶୁ ଶ୍ରମିକ କାନ୍ସିମୁହିଁ ସେସ୍କାଲ୍ର ନେଇ ସୂଚନା ମିଳିଛି। […]
ନୂଆଦିଲ୍ଲୀ: ବିଶ୍ୱର ନାମୀ ଇ-କମର୍ସ ସଂସ୍ଥା ଅାଲିବାବାର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ମା ଅବସର ଘୋଷଣା କରିଛନ୍ତି। ଏକ ଛୋଟ ବାଣିଜ୍ୟ ଭିତ୍ତିକ ୱେବ୍ସାଇଟ୍ ନିର୍ମାଣ କରି ରାତାରାତି କୋଟିପତି ପାଲଟିଥିବା ଜ୍ୟାକ୍ ମା ଅାସନ୍ତା ସୋମବାର ନିଜ ସଂସ୍ଥାରୁ ଅବସର ନେବେ। ଅବସରେ ପରେ ଶିକ୍ଷା ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଜ୍ୟାକ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ୧୯୯୯ ମସିହାରେ ଜ୍ୟାକ୍ ୧୭ ଜଣ କର୍ମଚାରୀଙ୍କ ସହ ମିଶି […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନ୍କାଉଣ୍ଟର। ଅାତଙ୍କବାଦୀମାନେ ପୁଲିସ ପୋଷ୍ଟ ଉପରକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଅାତଙ୍କବାଦୀର ମୃତ୍ୟୁ ହାଇଛି। ଅାତଙ୍କବାଦୀଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେ ଲସ୍କର – ଇ ତୋଇବା ସଂଗଠନ ସହ ସାମିଲ ଥିଲା। ସେ ତିନିମାସ ତଳେ ଲସ୍କର ସଂଗଠନରେ ଯୋଗ ଦେଇଥିଲା। ଏଥିସହ ସେ ଅସ୍ତ୍ର ଲୁଟ୍ ଘଟଣାରେ ସାମିଲ ଥିବା ଜଣାପଡିଛି। ଘଟଣାସ୍ଥଳରୁ ଅାତଙ୍କବାଦୀ ବ୍ୟବହାର କରୁଥିବା ଦୁଇଟି ଗାଡ଼ିକୁ […]
ନୂଆଦିଲ୍ଲୀ: ବେଲଗାମ ତେଲ ଦର। ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର୍। ଦିଲ୍ଲୀରେ ରେକର୍ଡ ଦରରେ ବିକ୍ରି ହେଉଛି ପେଟ୍ରୋଲ। ପ୍ରଥମ ଥର ୮୦ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର। ଗତକାଲି ୭୭ ଟଙ୍କା ୯୯ ପଇସା ଥିବାବେଳେ ଆଜି ୩୯ ପଇସା ବୃଦ୍ଧି ପାଇଥିଲା। ଫଳରେ ପେଟ୍ରୋଲ ମୂଲ୍ୟ ୮୦ ଟଙ୍କା ୩୮ ପଇସାରେ ପହଞ୍ଚିଥିଲା। ସେହିପରି ଦିଲ୍ଲୀରେ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଲିଟର ପିଛା ୪୪ ପଇସା […]
ନୀଳଗିରି: ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ପ୍ରଧାନଶିକ୍ଷକ ବିରୋଧରେ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ନିଜଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ୩ ଜଣ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ସେ ତିନି ଜଣ ଛାତ୍ରୀଙ୍କୁ ବନ୍ଦ କୋଠରୀରେ ମୋବାଇଲ୍ରେ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରିଥିଲେ। ଏହା […]
ମାଲକାନଗିରି: ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିଲାନି ସରକାରୀ ଗାଡ଼ି। ସରକାରୀ ଗାଡ଼ି ଖରାପ କାରଣରୁ ଦେଢ଼ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଅଫିସ୍ ଗଲେ ଅତିରିକ୍ତ ଜିଲ୍ଲାପାଳ। ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ଗତକାଲି ନିଜ ବାସଭବନରୁ ଅଫିସକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସେ କହିଛନ୍ତି, ପୂର୍ବରୁ ସେ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଏକ ଗାଡ଼ି ଦିଆଯାଇଥିଲା। ହେଲେ ଗତକାଲି ସକାଳୁ ସେହି ଗାଡିକୁ ତାଙ୍କ […]
ତେଲକୋଇ: ଧାନ ଖାଇବାକୁ ଆସିଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ଯାଇଥିଲେ ଦୁଇଟି ହାତୀ। ସେଥିରୁ ଗୋଟିଏ ବାହାରି ପଳାଇ ଯାଇଥିବା ବେଳେ ଆଉ ଗୋଟିଏ ରହି ଯାଇଥିଲା। ବନ କର୍ମଚାରୀମାନେ ହାତୀଟିକୁ ସେଠାରୁ ଉଦ୍ଧାର କରି ଥିଲେ। କିନ୍ତୁ ଖାଲରୁ ଉଦ୍ଧାର ହେବା ପରେ ହାତୀଟି ଫରେଷ୍ଟରଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ […]
ଭୁବନେଶ୍ୱର: ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ଆଇନ୍ ଖୁବ୍ଶୀଘ୍ର ବିଧାନସଭାକୁ ସଂଶୋଧନ ପାଇଁ ଆସିବ ବୋଲି ଜଣାପଡ଼ଛି। […]
ଭୁବନେଶ୍ୱର: ବୈତରଣୀରେ ବନ୍ୟା ପରିସ୍ଥିତି। ଏଥିପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ୧୮.୪୭ମିଟର ଉପରେ ଜଳ ପ୍ରବାହିତ ହେଉଛି। ଏଥିଯୋଗୁ ଭଣ୍ଡାରୀ ପୋଖରୀ ବ୍ଲକର ୯ଟି ପଞ୍ଚାୟତ ସହ ଧାମନଗରର ୨୦ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଛି। ସେହିପରି ଧାମନଗର, ଚାନ୍ଦବାଲି, ତିହିଡି ଓ ଭଦ୍ରକ ବ୍ଲକରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି। ଆରଡି- ଯାଜପୁର ଓ ଆରଡି-ଭଦ୍ରକ […]
କଟକ: ଶପିଂ ମଲ୍ରେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍ରେ କାମ କରନ୍ତି। ଆଜି ଅପରାହ୍ନ ୩ଟା ବେଳେ ମଲ୍କୁ ଆସିଥିଲେ। ସମସ୍ତଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପରେ ଶପିଂ ମଲ୍ରେ ଥିବା ଷ୍ଟୋର ରୁମରେ କେହି ନଥିବାର ସୁଯୋଗ ନେଇ ସେ ବେକରେ […]
ବ୍ରହ୍ମପୁର: ବୁଗୁଡ଼ା ଟ୍ରେଜେରୀ ଅଫିସ୍ ହତାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ସାଙ୍ଗ ମିଶି ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ। ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଅଚେତ ହୋଇପଡ଼ିଥିଲେ। ତେବେ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ପୀଡ଼ିତା କହିଥିଲେ। ଟ୍ରେଜେରୀ ଅଫିସ୍ ହତାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଅାଇଏସ୍ ଅାତଙ୍କବାଦୀ। ଅାତଙ୍କବାଦୀ ସଂଗଠନ ଅାଇଏସ୍ର ଦୁଇଜଣ ସନ୍ଦିଗ୍ଧ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍ ଜିଳ୍ଲାର। ଏହି ଅାତଙ୍କବାଦୀମାନଙ୍କର ଇସଲାମିକ୍ ଷ୍ଟେଟ ସଂଗଠନ ସହ ଲିଙ୍କ୍ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ, ୧୦ଟି କାଟ୍ରିଜ୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଏମ୍ଟେକ୍ ପଢୁଥିବା ବେଳେ […]