ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୩୦ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୫ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର।
ବାଲେଶ୍ୱର: ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ମାନସ ଦାସ। ସୂଚନା ଅନୁସାରେ, ମାନସ ରାତିରେ ଘରକୁ ଫେରି ଗେଟ୍ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କ’ଣ ପାଇଁ ମାନସଙ୍କ ଉପରକୁ ଗୁଳିମାଡ଼ ହେଲା ତାହା ଜଣାପଡ଼ି […]
ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଛି। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୁଏ। ଯେହେତୁ କୃଷ୍ଣ […]
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡେଙ୍ଗୁର ପ୍ରାଦୁର୍ଭାବ। ପ୍ରତିଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦ରୁ ଅଧିକ ଡେଙ୍ଗୁ ରୋଗୀ ଅାସୁଥିବା ଜଣାପଡ଼ିଛି। ତେବେ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ଡେଙ୍ଗୁ ରୋକିବା ଲାଗି କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ଥିଲେ ବି ଅାକ୍ରାନ୍ତଙ୍କୁ ସେହି ଓ୍ୱାର୍ଡରେ ଭର୍ତ୍ତି କରାଯାଉ ନାହିଁ। ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଡାକ୍ତର। ଡେଙ୍ଗୁ ଅାକ୍ରାନ୍ତଙ୍କୁ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ଅଭିନେତା ତଥା ରାଜନେତା ନନ୍ଦାମୁରୀ ହରିକ୍ରୀଷ୍ଣାଙ୍କ ମରଶରୀର ସହ ସେଲ୍ଫି ନେଇ ବିଦା ହେଲେ ମେଡିକାଲ ଷ୍ଟାଫ୍। ସେଲ୍ଫି ନେଇଥିବା ୪ ଜଣ ସଦସ୍ୟଙ୍କୁ କେମିନେନୀ ହସ୍ପିଟାଲ୍ କର୍ତ୍ତୃପକ୍ଷ ବରଖାସ୍ତ କରିଛନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ଯୋଗୁ ହରିକ୍ରୀଷ୍ଣାଙ୍କ ବୁଧବାର ଦେହାନ୍ତ ହୋଇଥିଲା। ହରିକ୍ରୀଷ୍ଣା ତାଙ୍କର ଜଣେ ଫ୍ୟାନ୍ଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନେଲୋରକୁ ଯାଉଥିଲେ। ଏହି ସମୟରେ କାର୍ଟି ଭାରାସାମ୍ୟ ହରାଇ ନାଲଗୋଣ୍ଡା ହାଇୱେ […]
ରାଉରକେଲା : ରାଉରକେଲା ଛାତ୍ରଙ୍କୁ ରୋଷେୟାଙ୍କ ମାଡ଼ ଅଭିଯୋଗ। ରାଉରକେଲା ଉଦିତନଗର ହାଇସ୍କୁଲ ଛାତ୍ରବାସରେ ୫ଜଣ ଛାତ୍ରଙ୍କୁ ରୋଷେୟା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନେ ମୋବାଇଲ୍ରେ ଗେମ୍ ଖେଳୁଥିବାରୁ ରୋଷେୟା ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଉଦିତନଗର ଥାନାରେ ରୋଷେୟା ନାଁରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ : ଅାଗାମୀ ସାଧାରଣ ନିର୍ବାଚନରେ ଭୋଟିଂ ବ୍ୟବସ୍ଥାକୁ ଅାହୁରି ସରଳ କରିବାକୁ ଉଦ୍ୟମ କରିଛନ୍ତି ନିର୍ବାଚନ କମିଶନ। ଏହି କ୍ରମରେ ଦେଶରେ ପ୍ରଥମଥର ଲାଗି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଅାଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ୱତ। ଅାଜି ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଓ୍ୱତ କହିଛନ୍ତି, ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଭଳି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେ ଦିଗରେ […]
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କର ମୃତ୍ୟୁ। ତାଙ୍କ ନାଁ ମୁନାବର ବିଶ୍ୱାଳ। ଗତକାଲି ବିଳମ୍ବିତ ରାତିରେ ମୁନାବରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଅସ୍ତରଙ୍ଗର ବଳଭଦ୍ରପୁର ଅଞ୍ଚଳରେ। ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍ରେ ସଜ୍ଜା କାଟୁ ଥିଲେ। ଗତକାଲି ମୁନାବରଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ […]
ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଦିଲ୍ଲୀର ରାଧାପୁରୀ ଜୈନ ମନ୍ଦିରରେ ଆଜି ଭୋର୍ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣ୍ଡିସ୍ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଜୈନ ମୁନି ତରୁଣ ସାଗରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ […]