ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍କା। ଇଲେକ୍ଟୋରାଲ ବଣ୍ଡ୍ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏହିସବୁ ତଥ୍ୟ ଏକ ବନ୍ଦ […]
ଭଦ୍ରକ: ଲୁଚେଇ ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ। ପରେ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବ୍ଲାକ୍ମେଲିଂ। ଭଦ୍ରକ ଜେଲର୍ ଚିନ୍ମୟ ପାତ୍ରଙ୍କ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଅାଣିଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ। ଏ ନେଇ ଭଦ୍ରକ ଟାଉନଥାନାରେ ଏତଲା ଦାଏର କରିଛନ୍ତି ସମ୍ପୃକ୍ତ ଇଂଜିନିୟରିଂ ଛାତ୍ରୀ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟ ତାଙ୍କ ସହ ଫେସ୍ବୁକ୍ରେ ଫ୍ରେଣ୍ଡ୍ ହୋଇ ପ୍ରେମ ଜାଲରେ […]
ଆନନ୍ଦପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି ଓ ଖଲଗା ଆଦି ଅନେକ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଶାଳ ବଣି ଓ କଣ୍ଟିପାଳ ପଞ୍ଚାୟତର ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଛି। […]
ଭୁବନେଶ୍ୱର: ପୁଲିସ୍କୁ ଚକ୍ମା ଦେଖାଇ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅଭିଯୁକ୍ତ ଖସି ପଳାଇଛି। ତା’ ନାଁ ରାଜୁ ଜେନା। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଭେକ୍ଟା ଗାଁରେ ତାର ଘର। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତ ୨୭ ତାରିଖରେ ପୁଲିସ୍ ତାକୁ ଗିରଫ କରିଥିଲା। ତାକୁ ଲୋକେ ଖୁବ୍ ମାଡ଼ ମାରିଥିବା ଯୋଗୁ ପୁଲିସ୍ ହେପାଜତରେ ଡାକ୍ତରଖାନାରେ ତାର ଚିକିତ୍ସା ଚାଲିଥିଲା। ତେବେ ଗତକାଲି ରାତିରେ ସେ ଡାକ୍ତରଖାନାରୁ […]
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ। ତା’ପରେ ବଡ଼ପୋଡ଼ା ପଞ୍ଚାୟତରୁ ବିଏସ୍ଏଫ୍ ଆମ୍ୱୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ଅଣାଯାଉଥିବା ବେଳେ ସେ ଅଧା ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଶିଶୁଟିକୁ ମୃତ […]
ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମତଦାନକୁ ସୁରୁଖୁରୁରେ କରିବା ପାଇଁ ପୋଲିଂ ପାର୍ଟିକୁ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଦୁର୍ଗମ ଅଞ୍ଚଳକୁ ପୋଲିଂ ପାର୍ଟିକୁ ପଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ବେଳେ କୌଣସି ପ୍ରକାର ପ୍ରଲୋଭନ ଦ୍ୱାରା ପ୍ରଭାବିତ ନହୋଇ ନିର୍ବାଚନ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମତଦାନକୁ ଶୃଙ୍ଖଳିତ କରିବାପାଇଁ କଡ଼ା […]
ପୁରୀ: ସମୁଦ୍ରରେ ଭାସିଗଲେ ୨ ଛାତ୍ର। ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରଜତ ପାଣ୍ଡେ ଓ ମହମ୍ମଦ ଇବାଦ। ଉଭୟେ କଟକ ପିଲୁ ମୋଦି କଲେଜ୍ ଅଫ୍ ଆର୍କିଟେକ୍ଚରର ଛାତ୍ର ବୋଲି ଜଣାପଡ଼ିଛି। ଆଜି ସକାଳେ ୬ ଜଣ ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍ ପାନ୍ଥନିବାସ ନିକଟରେ ଗାଧୋଉ ଥିଲେ। ଗାଧୋଇବା ବେଳେ ଜଣେ ଭାସିଯିବାରୁ ଅନ୍ୟ ଜଣେ ଛାତ୍ର […]
ହାଇଦ୍ରାବାଦ: ନିର୍ବାଚନ ସମୟ ଯେତେକି ପାଖେଇ ଆସୁଛି ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା ଜବତ ହେଉଛି। ହାଇଦ୍ରାବାଦ ପୁଲିସ୍ ଏବଂ ଟାକ୍ସ ଫୋର୍ସ ଗତକାଲି ୭ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନେବା ସହ ସେମାନଙ୍କ ନିକଟରୁ ୮ କୋଟି ଟଙ୍କା ଜବତ କରିଛି। ସେହିଭଳି କୋଏମ୍ବାଟୁରରେ ମଧ୍ୟ ପୁଲିସ୍ କୋଟିଏରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରିଛି। ପୁଲିସ୍ ଚେକିଂ ବେଳେ କାରାମଡ଼ାଇ ପୁଲିସ୍କୁ ଏହି ସଫଳତା ମିଳିଛି। ଏହି ଟଙ୍କା ନେଇ […]