• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Priyanka-Gandhi
ପ୍ରିୟଙ୍କାଙ୍କ ଫୋକସ୍‌ରେ ଉତ୍ତର ପ୍ରଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ଆଜି ସେ ଆମେଥିରେ କଂଗ୍ରେସ ସମର୍ଥକ ଓ ଜନତାଙ୍କୁ ଭେଟିଥିଲେ। ସେଠାରେ ପ୍ରିୟଙ୍କାଙ୍କୁ ଦଳୀୟ କର୍ମୀଙ୍କ ସମେତ ସାଧାରଣ ଜନତା ଭବ୍ୟ ସ୍ୱାଗତ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତରେ ଅଛନ୍ତି। ଗତ ଦୁଇ ଦିନ ଧରି ୟୁପିରେ ଡେରା ପକାଇଛନ୍ତି ପ୍ରିୟଙ୍କା। କେବଳ ଲୋକସଭା ନିର୍ବାଚନ ନୁହେଁ, ୟୁପିର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ସେ କର୍ମୀଙ୍କୁ […]

  • Tuesday, 20 July 2021
monsoon
ବର୍ଷା ସହ ଝଡ଼ତୋଫାନ ସମ୍ଭାବନା; ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝଡ଼ତୋଫାନ, ବଜ୍ରପାତ ଓ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଝାରସୁଗୁଡ଼ା, […]

  • Tuesday, 20 July 2021
india-leader-tejashwi-yadav-united-tmc-led_60e4fc96-26f7-11e9-a405-f80f48f5557a
ବିହାରର ୪୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ପାଟଣା: ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, […]

  • Tuesday, 20 July 2021
police station
ଥାନାରୁ ଚମ୍ପଟ୍ ମାରି ଆତ୍ମହତ୍ୟା କଲା ଅଭିଯୁକ୍ତ!

ପାଟକୁରା: ଥାନାରୁ ଚମ୍ପଟ୍‌ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁଲିସ୍ ମୋବାଇଲ୍‌ ଚୋରି ଅଭିଯୋଗରେ ମାର୍ଶାଘାଇ ଅଞ୍ଚଳର ଅବିନାଶ ନାମକ ଜଣେ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ରାତି ପ୍ରାୟ ୧୦ଟା ବେଳେ ସେ ଶୌଚ ଯିବାକୁ କହି ଖସି ପଳାଇ ଯାଇଥିଲେ। ପୁଲିସ୍‌ ତାଙ୍କୁ […]

  • Tuesday, 20 July 2021
kalahandi
ଖାଁ ଖାଁ ଲାଗୁଛି ଗାଁ: ଡେଙ୍ଗୁ ଭୟରେ ସ୍କୁଲ ଆସୁ ନାହାନ୍ତି ଛାତ୍ରଛାତ୍ରୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡେଇଁବାରେ ଲାଗିଛି ଡେଙ୍ଗୁ। କେବଳ ଲଡୁଗାଁରେ ସରକାରୀ ଭାବେ ୧୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବରେ ଏହି ସଂଖ୍ୟା ୨୦୦ ବୋଲି କୁହାଯାଉଛି। ଡେଙ୍ଗୁ ଭୟରେ ଗତ ୧୫ ଦିନ ହେବ ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଆସୁ ନାହାନ୍ତି।  ଲଡୁଗାଁ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗତ […]

  • Tuesday, 20 July 2021
tito
ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ

କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେଲା କଟକ କମିଶନରେଟ୍‌ ପୁଲିସ୍‌। ତାହିର୍‌ ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଟିଟୋକୁ ଗତକାଲିଠୁ ୨ ଦିନିଆ ରିମାଣ୍ଡରେ ଅଣାଯାଇଛି। କାଲି ଟିଟୋକୁ ସାଲେପୁର JMFC କୋର୍ଟରେ ହାଜର କରାଯାଇଥିଲା। ପରେ ୨ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଜଗତପୁର ପୁଲିସ୍‌କୁ ଅନୁମତି ପ୍ରଦାନ କରିଥିଲା। ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ଜଗତପୁର ନିକଟରେ ଥିବା ଗୋଲେଇ ଛକରେ ତାହିର୍‌ ଉପରକୁ ଗୁଳିମାଡ ହୋଇଥିଲା। ଏହି ଘଟଣାରେ […]

  • Tuesday, 20 July 2021
raksha bandhan
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି। ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ […]

  • Tuesday, 20 July 2021
1234
ପ୍ରଚାର ମଇଦାନକୁ ଓହ୍ଲାଇଲେ ଜୁଏଲ୍ ଓରାମ୍ ଏବଂ କୁସୁମ ଟେଟେ

ସୁନ୍ଦରଗଡ(ବିଜୟ ବରୁଆ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ଦଳ। ସୁନ୍ଦରଗଡରେ ବିଜେପିର ହେଭିୱେଟ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମ୍ ଓ ବିଧାୟକ ପ୍ରାର୍ଥିନୀ କୁସୁମ ଟେଟେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ହେମଗିରି ବ୍ଲକର ବିଲେଇମୁଣ୍ଡା ଏବଂ ଲେଫ୍ରିପଡ଼ା ବ୍ଲକର ଦର୍ଲିପାଲିଠାରେ ବିଜେପି ପକ୍ଷରୁ ରୋଡ ଶୋ କରାଯିବା ସହ ବାଇକ ରାଲି ଏବଂ ସାଧାରଣ ସଭା ଆୟୋଜନ […]

  • Tuesday, 20 July 2021
2
ଆତଙ୍କବାଦୀଙ୍କ ପୃଷ୍ଠପୋଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାଣ୍ଠି ଯୋଗାଣାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। ଭାରତ ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି। ଭାରତ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ୍ ସୂଚନା ଦେଇଛନ୍ତି। ଆତଙ୍କବାଦୀ ମାନେ ଦିନକୁ ଦିନ ନୂଆ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଛନ୍ତି। ଏପରିକି କିଛି ଦେଶ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି। ତେଣୁ ମିଳିତ […]

  • Tuesday, 20 July 2021