ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ସହଜରେ ହ୍ୟାକ୍ କରାଯାଇପାରିବ। ଜଣେ ଆମେରିକୀୟ ବ୍ୟକ୍ତି ଲଣ୍ଡନରେ ସମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିବା ପରେ ଏବେ ଇଭିଏମ୍କୁ ନେଇ ବିବାଦ ଦେଖା ଦେଇଛି। ତେବେ ସମ୍ପୂକ୍ତ ବ୍ୟକ୍ତିଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ସେ ନେଇ ବିଚାର କରାଯାଉଥିବା ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି। ନିଜକୁ ସାଇବର ଏକ୍ସପର୍ଟ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କର ଏଭଳି ସାମ୍ବାଦିକ ସମ୍ମିଳନୀକୁ […]
ହାଇଦ୍ରାବାଦ: ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି। ଏହି ସଂଶୋଧିତ ଖର୍ଚ୍ଚ ଅନୁମୋଦନ ସହ ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଚନ୍ଦ୍ରବାବୁ। ପୋଲାଭରମ୍କୁ ଜାତୀୟ […]
ନୂଆଦିଲ୍ଲୀ: ପଡ଼ୋଶୀ ନେପାଳ ଓ ଭୁଟାନ ଯାତ୍ରା କରିବା ପାଇଁ ଭିସାର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ୧୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକ ହେବ ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭିସା ପରିବର୍ତ୍ତେ କେବଳ ଆଧାର କାର୍ଡ ହିଁ ପ୍ରମାଣ ପତ୍ର ଭାବେ ଦେଖାଇବାକୁ ପଡ଼ିବ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ଏହି ବର୍ଗଙ୍କ ପାଇଁ ପାନ୍ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, […]
ଭୁବନେଶ୍ୱର: ମୋଦି ବିରୋଧୀ ମହାମେଳିକୁ ଟକ୍କର ଦେବାକୁ ବିଜେପିର କାଉଣ୍ଟର ଆଟାକ। ଲୋକଙ୍କ ପାଖରେ ମହାଗଠବନ୍ଧନ ପାଇଁ ହାତ ମିଶାଇଥିବା ନେତାଙ୍କ ଅସଲ ଉଦ୍ଦେଶ୍ୟ ପହଁଞ୍ଚାଇବା ପାଇଁ ଯୋଜନା କରିଛି ବିଜେପି। ଏଥିପାଇଁ ଦଳର ରଣନୀତି ଅନୁସାରେ ଆଜି ଭୁବନେଶ୍ୱରରେ ପହଁଞ୍ଚିଥିଲେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୂପିନ୍ଦର ଯାଦବ। ଏକ ସାମ୍ବାଦିକ ସମ୍ମିଳନୀରେ ଯାଦବ ଅଭିଯୋଗ କରିଛନ୍ତି ଯେ ମୋଦିଙ୍କ ଭୟରେ ନିଜ ସ୍ୱାର୍ଥ ପାଇଁ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି ଅନେକ ଦୁର୍ନୀତିଗ୍ରସ୍ତ […]
ଲକ୍ଷ୍ନୌ: ବିଏସ୍ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୋଗଲସରାଇ ବିଧାୟିକା ସାଧନା ସିଂହଙ୍କ ମନ୍ତବ୍ୟକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଅରୁଚିକର ଟିପ୍ପଣୀକୁ ଗୁରୁତ୍ୱ ସହ ନେଇଛି ଜାତୀୟ ମହିଳା କମିଶନ। ଏନେଇ ତାଙ୍କୁ ଖୁବଶୀଘ୍ର ଜବାବ ତଲବ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ସାଧନାଙ୍କ ଟିପ୍ପଣୀକୁ ଘୋର ନିନ୍ଦା କରିଛି ବିଏସ୍ପି। ଏଥିପାଇଁ ବିଜେପିକୁ ଭର୍ତ୍ସନା କରିଛନ୍ତି ବହୁଜନ ସମାଜ ପାର୍ଟି ନେତା ସତୀଶ ମିଶ୍ର। ସେ କହିଛନ୍ତି ଯେ ସାଧନା ସିଂହ ମାନସିକ […]
କେ-୯ ବଜ୍ର ଟ୍ୟାଙ୍କରେ ବସି ଯାତ୍ରା କଲେ ମୋଦି
କୋଲକାତା: କୋଲକାତାରେ ମୋଦି ସରକାରଙ୍କ ବିରୋଧରେ ଖୁବ୍ ବର୍ଷିଛନ୍ତି ବିରୋଧୀ। ସାଧାରଣ ନିର୍ବାଚନ ପୂର୍ବରୁ କୋଲକାତାରେ ଏକାଠି ଶକ୍ତି ପ୍ରଦର୍ଶନ କରିଛନ୍ତି ସବୁ ବିରୋଧୀ ଦଳ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏହି ମହାମେଳିର ଆୟୋଜନ ହୋଇଥିଲା। ଏଥିରେ ଯୋଗ ଦେଇଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ଗୁଜରାଟର ଯୁବ ନେତା ହାର୍ଦ୍ଦିକ ପଟେଲ, ଦଳିତ ନେତା ଜିଗ୍ନେଶ ମେଓ୍ୱାନି, ଏନ୍ସିପିର ଶରଦ ପାଓ୍ୱାର, ଜେଏମ୍ଏମ୍ର ହେମନ୍ତ ସୋରେନ, ବିହାରର ପୂର୍ବତନ ସାଂସଦ ଶରଦ ଯାଦବ, […]
ଥିରୁବନନ୍ତପୁରମ: ସାବରିମାଲା ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ବୟସର ମହିଳାମାନଙ୍କ ପ୍ରବେଶ ସମ୍ପର୍କରେ ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେରଳ ସରକାର। ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବର୍ତ୍ତମାନ ସୁଦ୍ଧା ୫୧ଜଣ ୫୦ବର୍ଷରୁ କମ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ଏଥିସହିତ ଦର୍ଶନ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସାବରିମାଲା ମନ୍ଦିରରେ ପ୍ରବେଶ କରିଥିବା ଦୁଇ ଜଣ ମହିଳା ବିନ୍ଦୁ ଅମିନୀ ଓ କନକ ଦୁର୍ଗା ସେମାନଙ୍କୁ […]
ଶ୍ରୀନଗର: ଜମ୍ମୁଓ କଶ୍ମୀରର ଲଦାଖ ଅଞ୍ଚଳରେ ହିମସ୍ଖଳନ ଯୋଗୁ ବରଫଖଣ୍ଡ ଖସି ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଏବେ ବି ନିଖୋଜ ଅଛନ୍ତି। ଆଜି ସକାଳେ ଲଦାଖର ଖରଦୁଙ୍ଗ ଲା ପାସ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ଏଥିରେ କିଛି ଗାଡ଼ି ମଧ୍ୟ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଯାଇଛି। ଗତକିଛି […]
ବେଙ୍ଗାଲୁରୁ: ମହାକାଶ ବିଜ୍ଞାନ ପ୍ରତି ଯୁବପିଢ଼ିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଏବେ ଯୁବ ବୈଜ୍ଞାନିକମାନଙ୍କୁ ତାଲିମ ଦେବ ଇସ୍ରୋ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ୩ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଓ ଏମାନଙ୍କୁ ଶିକ୍ଷା ଦିଆଯିବ। ଏହାଦ୍ୱାରା ଇସ୍ରୋ ପକ୍ଷରୁ ପରୀକ୍ଷାଗାରରେ ହେଉଥିବା ଗବେଷଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ହାସଲ କରିପାରିବେ। ଏଥିସହ ସାଟେଲାଇଟ ନିର୍ମାଣ ସମ୍ପର୍କରେ ସିଧାସଳଖ ଜ୍ଞାନ ଆହରଣ କରିପାରିବେ […]
ନୂଆଦିଲ୍ଲୀ: ସ୍ୱାଇନ୍ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏମ୍ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସମ୍ପର୍କରେ ଅମିତ ଶାହ ନିଜେ ଟ୍ୱିଟ୍ ଯୋଗେ ସମସ୍ତଙ୍କୁ ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଅସୁସ୍ଥତା ଯୋଗୁ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଛି। ଏହି ସୂଚନା […]
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପୁଲିସ୍ ଡିଜି ନିଯୁକ୍ତି ନେଇ ଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ପଞ୍ଜାବ, ହରିୟାଣା, କେରଳ, ପଶ୍ଚିମବଙ୍ଗ ଓ ବିହାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପୁଲିସ୍ ବିଭାଗ ରାଜ୍ୟମାନଙ୍କ ,ସ୍ୱତନ୍ତ୍ର କ୍ଷମତା ପରିସରରେ ଆସୁଥିବାରୁ ଡିଜିପି ନିଯୁକ୍ତ କରିବା ଲାଗି ଏମାନଙ୍କୁ ଅଧିକାର ଦେବାକୁ ଆବେଦନର ଦର୍ଶାଯାଇଥିଲା। ତେବେ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୦୬ ମସିହାରେ ସୁପ୍ରିମକୋର୍ଟ କହିଥିଲେ, ରାଜ୍ୟ ସରକାର ଡିଜିପି ପଦ ଖାଲି […]