ରାୟପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଏନ୍କାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁରର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ସିଆର୍ପିଏଫ୍ ଓ ଏସ୍ଟିଏଫ୍ ଯବାନ ଚଢ଼ାଉ କରିଥିଲେ। ଏହାପରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ବେଶ୍ କିଛି ସମୟ ଗୁଳିବିନିମୟ ହୋଇଥିଲା। ତେବେ ପୁଲିସ୍ ଏନ୍କାଉଣ୍ଟର୍ ପରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କଠାରୁ ୧୧ଟି ବନ୍ଧୁକ, ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। […]
ଶ୍ରୀନଗର: ଘାଟି ତଳକୁ ଖସିଲା ବସ୍। ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଗଭୀର ଘାଟି ତଳକୁ ବସ୍ ଖସି ପଡ଼ିବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୁଞ୍ଚ୍ ଜିଲ୍ଲା ମଣ୍ଡି ପ୍ଲେରା ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ଟି ଲୋରାନ୍ରୁ ପୁଞ୍ଚ୍ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ମଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]
ନୂଆଦିଲ୍ଲୀ: ଧନୁଷ ତୋପ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପରିସରଭୁକ୍ତ ଓଡ଼ିଆ ଅଫିସରଙ୍କୁ ହତ୍ୟା। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ଜୁନିୟର ଓ୍ୱାର୍କସ ମ୍ୟାନେଜର୍ ଭାବେ କାମ କରୁଥିବା ଜଗତସିଂହପୁରର ଶାରଦା ଚରଣ ଖଟୁଆଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେ ଗତ ମାସ ୧୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ଠିକଣା ନମଳିବାରୁ ଶାରଦାଙ୍କ ପରିବାର ପକ୍ଷରୁ ଜବଲପୁରର ଘମାପୁର ଥାନାରେ ନିଖୋଜ ରିପୋର୍ଟ ଲେଖାଯାଇଥିଲା। […]
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା। ଅର୍ଥ ହେର୍ଫେର୍ ଏବଂ ବିଦେଶରେ ସମ୍ପତ୍ତି ହାତେଇବା ମାମଲାରେ ସେ ହାଜର ହୋଇଛନ୍ତି। ନିଜେ ପ୍ରିୟଙ୍କା ତାଙ୍କ ପତି ଭଦ୍ରାଙ୍କୁ ଇଡି କାର୍ଯ୍ୟାଳୟକୁ ଛାଡ଼ିବାକୁ ଆସିଥିଲେ। ତେବେ ଏପରି ମାମଲାରେ ପ୍ରଥମଥର ପାଇଁ ଭଦ୍ରା କୌଣସି ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇଛନ୍ତି। ତେବେ ତାଙ୍କ ବିରୋଧରେ ଲାଗିଥିବା ଅର୍ଥ ହେର୍ଫେର୍ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଭଦ୍ରା। ରାଜନୈତିକ ଫାଇଦା […]
ଥିରୁଭନନ୍ତପୁରମ: କେରଳ ସବରିମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ଦର୍ଶନ ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ପରିଚାଳନା କମିଟି ଟ୍ରାଭନକୋର ଦେବସ୍ୱମ ବୋର୍ଡ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ନେଇ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନ୍ଦିରରେ ସମସ୍ତ ବର୍ଗର ମହିଳାଙ୍କୁ ଦର୍ଶନ କରିବା ଅନୁମତି ମିଳିବା ଦରକାର ବୋଲି କୋର୍ଟରେ କହିଛନ୍ତି ମନ୍ଦିର ପରିଚାଳନା ବୋର୍ଡ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଆର. ଏଫ୍. ନରିମନ, ଜଷ୍ଟିସ ଏ. ଏମ୍. ଖାନଓ୍ୱିଲକର, ଜଷ୍ଟିସ ଡି. […]
ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ କହିଛନ୍ତି, ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି। କଂଗ୍ରେସ କ୍ଷମତାକୁ ଆସିଲେ, ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ SC/ST ବର୍ଗରୁ […]
ମୁମ୍ବାଇ: ମଞ୍ଚରେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ମହାରାଷ୍ଟ୍ର ଅହମଦନଗରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ କେନ୍ଦ୍ରମନ୍ତ୍ରୀ ବେହୋସ୍ ହୋଇ ଯାଇଥିଲେ। ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ତାଙ୍କର ସୁରକ୍ଷାକର୍ମୀ ଗଡ୍କରୀଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ […]
ନୂଆଦିଲ୍ଲୀ: ମିରାଜ୍-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ବାୟୁ ସେନାର ସ୍କ୍ୱାଡ୍ରୋନ୍ ଲିଡର୍ ସମୀର ଅବରୋଲ୍ ଓ ସିର୍ଦ୍ଧାର୍ଥ ନେଗୀଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ନିର୍ମଳା। ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଡେରାଡୁନ୍ରେ ନେଗୀଙ୍କ ଘରକୁ ଯାଇ ସହିଦଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ଏହାପରେ ଗାଜିଆବାଦ୍ ଯାଇ ସହିଦ ଅବରୋଲ୍ଙ୍କ ପରିବାରଙ୍କୁ ଭେଟିଥିଲେ ନିର୍ମାଳା। ଗତ ଫେବୃଆରୀ […]
ନୂଆଦିଲ୍ଲୀ: ଦାୟିତ୍ୱ ସମ୍ଭାଳିବା ଦିନକ ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଫିସ୍ ମିଳିଛି। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ରୁମ୍ ରହିବ। ଦଳ ସଭାପତି ତଥା ଭାଇ ରାହୁଲ ଗାନ୍ଧିଙ୍କ ଠିକ୍ ପାର୍ଶ୍ୱରେ ପ୍ରିୟଙ୍କା ଗାନ୍ଧିଙ୍କ କାର୍ଯ୍ୟାଳୟ ହୋଇଛି। ସୂଚନାନୁସାରେ, ଆଜି ସଂଧ୍ୟାରେ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଯେଉଁଠି ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ। ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ପୂର୍ବାଞ୍ଚଳ ଦାୟିତ୍ୱ ପ୍ରିୟଙ୍କାଙ୍କୁ ମିଳିଛି। ଏନେଇ ଆଜି ଏକ […]
କୋଲକାତା: ବହୁ ବାଦ ବିବାଦ ପରେ ଶେଷରେ ପୁରୁଲିଆର ଜନସଭାରେ ଯୋଗଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହେଲିକପ୍ଟର୍ ଓହ୍ଲାଇବା ପାଇଁ ଅନୁମତି ନମିଳିବା ପରେ ବିକଳ୍ପ ରାସ୍ତା ବାଛି ପୁରୁଲିଆରେ ପହଞ୍ଚିଥିଲେ ଯୋଗୀ। ଝାଡ଼ଖଣ୍ଡ ବୋକାରୋ ଯାଏ ସେ ବିମାନରେ ଆଶିବା ପରେ ସଡ଼କ ପଥ ଦେଇ ପୁରୁଲିଆରେ ପହଞ୍ଚିଥିଲେ। ସେଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଶାଳ ଜନସଭାକୁ ସମ୍ଭୋଧନ କରିଛନ୍ତି ଯୋଗୀ। ଆଜି ସକାଳୁ ଯୋଗୀଙ୍କ ସଭା ପାଇଁ ବହୁ ସଂଖ୍ୟାରେ ଲୋକେ […]
ଲକ୍ଷ୍ନୌ: ବିଧାନସଭା ଭିତରେ ରାଜ୍ୟପାଳଙ୍କ ଉପରକୁ କାଗଜ ଫୋପାଡ଼ିଲେ ବିଧାୟକ। ଉତ୍ତର ପ୍ରଦେଶ ବଜେଟ୍ ସେସନ୍ର ପ୍ରଥମ ଦିନରେ ହିଁ ଏଭଳି ଘଟଣା ଘଟିଛି। ଏସ୍ପି ଓ ବିଏସ୍ପି ଦଳର କିଛି ବିଧାୟକ ରାଜ୍ୟପାଳ ରାମ ନାଏକଙ୍କ ଉପରକୁ କାଗଜ ଫୋପାଡ଼ିଛନ୍ତି। ତେବେ ଆଜି ପୁଣି ଥରେ ଗଣତନ୍ତ୍ରର ମନ୍ଦିର ବିଧାନସଭାର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। ଉତ୍ତର ପ୍ରଦେଶ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳଙ୍କୁ ବିରୋଧ କରାଯାଇଛି। ବଜେଟ୍ ଅଧିବେଶନ ବେଳେ ଆଜି […]
ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ତେଲେଙ୍ଗାନାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବାବେଳେ ୮ଟାରେ ରାଜସ୍ଥାନରେ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜସ୍ଥାନରେ ମୋଟ୍ ୨୦୦ ଆସନ ମଧ୍ୟରୁ ୧୯୯ଟିରେ ମତଦାନ ହେବ। ଅଲୱାର ଜିଲ୍ଲା ରାମଗଡ଼ ନିର୍ବାଚନମଣ୍ଡଳୀର ବିଏସ୍ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ଦେହାନ୍ତ ହେବାରୁ ସେଠାରେ ନିର୍ବାଚନ ବନ୍ଦ ରହିଛି। ତେଲେଙ୍ଗାନାରେ ୧୧୯ଟି ଆସନ ପାଇଁ […]
ୱାଶିଂଟନ୍: ଜାପାନ୍ ତଟବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚଳାଇଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ ନୌବାହିନୀ ସଦସ୍ୟଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଓ ଜାପାନ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ନୌବାହିନୀ ସଦସ୍ୟ ରେଗୁଲାର୍ଲି ସିଡ୍ୟୁଲ୍ ଟ୍ରେନିଂ ଚାଲୁ ରଖିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ସମୟ ଭୋର ୨ଟା ସମୟରେ […]