ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ। ରାଫେଲ୍ ପ୍ରସଙ୍ଗରେ କଂଗ୍ରେସକୁ ଏଭଳି ପାଲଟା ଆକ୍ରମଣ ସହ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ବେଳେ ବିରୋଧୀ କଂଗ୍ରେସ ଉପରେ ଏଭଳି ବର୍ଷିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଲୁଟିଥିବା ଦଳକୁ ଏବେ ନରେନ୍ଦ୍ର ମୋଦି ଭୟ ଘାରିଛି। କଂଗ୍ରେସ ମୁକ୍ତ ଭାରତ ମୋର ନୁହେଁ, ବରଂ ମହାତ୍ମାଗାନ୍ଧିଙ୍କ […]
ସୁବର୍ଣ୍ଣପୁର: ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ସୁବର୍ଣ୍ଣପୁର ଜିଲ୍ଲା ଭୀମଟିକିରା ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗାଁରେ ରହୁଥିବା ଏକ ଦିବ୍ୟାଙ୍ଗ ପରିବାର, ଯାହାଙ୍କର ମୁଣ୍ଡ ଉପରେ ନା ଅଛି ପକ୍କା ଘରର ସାହାରା ନା ଅଛି ଅର୍ଥ ବଳ। ବେଳାଏ ଖାଇଲେ ଆଉ ବେଳାକୁ ଓପାସ। ଜଣେ ନୁହେଁ, ପରିବାରର ତିନି ଜଣ ଶଯ୍ୟାଶାୟୀ ହୋଇ ରହିଛନ୍ତି। ଏପରି […]
ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ଘରେ ଘରେ ଗୋପୀ ବୋହୂ ନାଁରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଅଟକ। ଘାଟ୍କୋପର୍ର ଜଣେ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ଘଟଣାରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ ଓ କନଷ୍ଟେବଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ସଚିନ୍ ପୱର (ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ) ଓ ଦୀନେଶ୍ ପୱର(ନିଲମ୍ବିତ ପୁଲିସ୍ କନଷ୍ଟେବଲ)। ଏକ ଦୁଷ୍କର୍ମ ମାମଲାରେ […]
ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍ ଆପିଏସ୍ ଅଧିକାରୀ ଏମ୍.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା। ରାଓ ନିର୍ଦ୍ଦେଶ ଅବମାନନା କରିଥିବାରୁ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ବିହାର ମୁଜାଫରପୁର ସେଲ୍ଟର୍ ହୋମ୍ କେଳେଙ୍କାରୀ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର୍ ଏ.କେ. ଶର୍ମାଙ୍କ ବଦଳିକୁ ନେଇ କୋର୍ଟ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ସହ ଖେଳ ଖେଳିଥିବାରୁ ଏବେ ତାଙ୍କୁ ଭଗବାନ ହିଁ ଭରଷା। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ […]
ରାୟପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଏନ୍କାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁରର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ସିଆର୍ପିଏଫ୍ ଓ ଏସ୍ଟିଏଫ୍ ଯବାନ ଚଢ଼ାଉ କରିଥିଲେ। ଏହାପରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ବେଶ୍ କିଛି ସମୟ ଗୁଳିବିନିମୟ ହୋଇଥିଲା। ତେବେ ପୁଲିସ୍ ଏନ୍କାଉଣ୍ଟର୍ ପରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କଠାରୁ ୧୧ଟି ବନ୍ଧୁକ, ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। […]
ଶ୍ରୀନଗର: ଘାଟି ତଳକୁ ଖସିଲା ବସ୍। ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଗଭୀର ଘାଟି ତଳକୁ ବସ୍ ଖସି ପଡ଼ିବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୁଞ୍ଚ୍ ଜିଲ୍ଲା ମଣ୍ଡି ପ୍ଲେରା ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ଟି ଲୋରାନ୍ରୁ ପୁଞ୍ଚ୍ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ମଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]
ନୂଆଦିଲ୍ଲୀ: ଧନୁଷ ତୋପ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପରିସରଭୁକ୍ତ ଓଡ଼ିଆ ଅଫିସରଙ୍କୁ ହତ୍ୟା। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ଜୁନିୟର ଓ୍ୱାର୍କସ ମ୍ୟାନେଜର୍ ଭାବେ କାମ କରୁଥିବା ଜଗତସିଂହପୁରର ଶାରଦା ଚରଣ ଖଟୁଆଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେ ଗତ ମାସ ୧୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ଠିକଣା ନମଳିବାରୁ ଶାରଦାଙ୍କ ପରିବାର ପକ୍ଷରୁ ଜବଲପୁରର ଘମାପୁର ଥାନାରେ ନିଖୋଜ ରିପୋର୍ଟ ଲେଖାଯାଇଥିଲା। […]
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା। ଅର୍ଥ ହେର୍ଫେର୍ ଏବଂ ବିଦେଶରେ ସମ୍ପତ୍ତି ହାତେଇବା ମାମଲାରେ ସେ ହାଜର ହୋଇଛନ୍ତି। ନିଜେ ପ୍ରିୟଙ୍କା ତାଙ୍କ ପତି ଭଦ୍ରାଙ୍କୁ ଇଡି କାର୍ଯ୍ୟାଳୟକୁ ଛାଡ଼ିବାକୁ ଆସିଥିଲେ। ତେବେ ଏପରି ମାମଲାରେ ପ୍ରଥମଥର ପାଇଁ ଭଦ୍ରା କୌଣସି ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇଛନ୍ତି। ତେବେ ତାଙ୍କ ବିରୋଧରେ ଲାଗିଥିବା ଅର୍ଥ ହେର୍ଫେର୍ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଭଦ୍ରା। ରାଜନୈତିକ ଫାଇଦା […]
ଥିରୁଭନନ୍ତପୁରମ: କେରଳ ସବରିମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ଦର୍ଶନ ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ପରିଚାଳନା କମିଟି ଟ୍ରାଭନକୋର ଦେବସ୍ୱମ ବୋର୍ଡ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ନେଇ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନ୍ଦିରରେ ସମସ୍ତ ବର୍ଗର ମହିଳାଙ୍କୁ ଦର୍ଶନ କରିବା ଅନୁମତି ମିଳିବା ଦରକାର ବୋଲି କୋର୍ଟରେ କହିଛନ୍ତି ମନ୍ଦିର ପରିଚାଳନା ବୋର୍ଡ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଆର. ଏଫ୍. ନରିମନ, ଜଷ୍ଟିସ ଏ. ଏମ୍. ଖାନଓ୍ୱିଲକର, ଜଷ୍ଟିସ ଡି. […]
ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ କହିଛନ୍ତି, ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି। କଂଗ୍ରେସ କ୍ଷମତାକୁ ଆସିଲେ, ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ SC/ST ବର୍ଗରୁ […]
ମୁମ୍ବାଇ: ମଞ୍ଚରେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ମହାରାଷ୍ଟ୍ର ଅହମଦନଗରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ କେନ୍ଦ୍ରମନ୍ତ୍ରୀ ବେହୋସ୍ ହୋଇ ଯାଇଥିଲେ। ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ତାଙ୍କର ସୁରକ୍ଷାକର୍ମୀ ଗଡ୍କରୀଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ […]
ନୂଆଦିଲ୍ଲୀ: ମିରାଜ୍-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ବାୟୁ ସେନାର ସ୍କ୍ୱାଡ୍ରୋନ୍ ଲିଡର୍ ସମୀର ଅବରୋଲ୍ ଓ ସିର୍ଦ୍ଧାର୍ଥ ନେଗୀଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ନିର୍ମଳା। ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଡେରାଡୁନ୍ରେ ନେଗୀଙ୍କ ଘରକୁ ଯାଇ ସହିଦଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ଏହାପରେ ଗାଜିଆବାଦ୍ ଯାଇ ସହିଦ ଅବରୋଲ୍ଙ୍କ ପରିବାରଙ୍କୁ ଭେଟିଥିଲେ ନିର୍ମାଳା। ଗତ ଫେବୃଆରୀ […]