ଦିସପୁର: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ପରେ ଏବେ ଆସାମରେ ମଦମୃତ୍ୟୁର ବିଭୀଷିକା। ଆସାମରେ ବିଷାକ୍ତ ମଦ ପିଇ ଗତକାଲି ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ପ୍ରାୟ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଦୁଇ ଶହରୁ ଅଧିକ ଲୋକ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଓ ଅସୁସ୍ଥ ଥିବା ସମସ୍ତେ ଚା’ ବଗିଚାରେ କାମ କରୁଥିଲେ। ଚା’ ବଗିଚାରେ ଦିନର କାମ ସରିବା ପରେ ପ୍ରାୟ ତିନିଶହରୁ ଅଧିକ ଶ୍ରମିକ ବିଷାକ୍ତ ମଦ ପିଇଥିଲେ। କିଛି ସମୟ ପରେ […]
ଜାମସେଦପୁର: ଆପଣ ମୃତ ବ୍ୟକ୍ତିଙ୍କ ପାଇଁ ସମାଧି ନିର୍ମାଣ କରାଯାଉଥିବା କଥା ଜାଣିଛନ୍ତି। କିନ୍ତୁ କେବେ କୁକୁରଙ୍କ ପାଇଁ ସମାଧି ନିର୍ମାଣ କଥା ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ଝାଡ଼ଖଣ୍ଡର ଜାମସେଦପୁରରେ ରହିଛି ଏମିତି ଏକ ସ୍ଥାନ ରହିଛି ଯେଉଁଠି କୁକୁରଙ୍କ ସମାଧି ପାଇଁ ଉକ୍ତ ସ୍ଥାନଟି ଉଦ୍ଦିଷ୍ଟ। ଜାମସେଦପୁରର ଟାଟା ମୋଟର୍ସ କେନେଲ୍ କ୍ଲବ୍ ପରିସରରେ ରହିଛି ଏହି ସମାଧି ସ୍ଥଳ। କୁକୁରଙ୍କ ମୃତ୍ୟୁ ପରେ ଏଣେ ତେଣେ […]
ବେଙ୍ଗାଲୁରୁ: ୟେଲଙ୍କା ଏୟାରଫୋର୍ସ ଷ୍ଟେସନରେ ଚାଲିଥିବା ଏରୋ ଇଣ୍ଡିଆ ‘ଶୋ’ରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ଦେଶର ୧୨୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଡ୍ରୋନ୍ଗୁଡ଼ିକ ଅନୁପ୍ରବେଶ ଉପରେ ନଜର ରଖିବା ସହ ବିଭିନ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାପାଇଁ ବ୍ୟବହାର ହେବ। ପୂର୍ବରୁ ଏରୋ ଇଣ୍ଡିଆ ‘ଶୋ’ରେ ବିଭିନ୍ନ ଦେଶ ପକ୍ଷରୁ ଲଢୁଆ ବିମାନ ଦ୍ୱାରା ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। କିନ୍ତୁ ଡ୍ରୋନ୍ ଅଲମ୍ପିକ୍ସ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦୁଇଜଣ ଜୈସ-ଏ- ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍।ଏଥିସହିତ ୧୨ ଜଣଙ୍କୁ ଅଟକ ରଖିଛି। ଗିରଫ ଦୁଇ ଜଣେ ହେଲେ ଆକିବ ଅହମ୍ମଦ ମଲ୍ଲିକ ଓ ଅନ୍ୟଜଣେ ଶାହନୱାଜ ତେଲି। ଉଭୟ କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଜୀବନ୍ତ ଗୁଳି ଜବତ କରାଯାଇଛି। ଆକିବ୍ ପୁଲୱାମାରେ ରହୁଥିବା ବେଳେ ଓ ଶାହନୱାଜ ତେଲିର ଘର କୁଲଗାମରେ ବୋଲି ଜଣାପଡ଼ିଛି। ଯୁବପିଢ଼ିଙ୍କୁ ଆତଙ୍କବାଦୀ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉଭୟ ନନ୍ ସବ୍ସିଡି ଓ ସବ୍ସିଡି ଏଲ୍ପିଜି ସିଲଣ୍ଡରର ଦର ହ୍ରାସ କରିଛନ୍ତି। ଗତକାଲି କେନ୍ଦ୍ର ସରକାର ଏଭଳି ଦର ହ୍ରାସ କରିଛନ୍ତି। ସବ୍ସିଡି ଯୁକ୍ତ ଏଲ୍ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ ପାଇଥିବା ବେଳେ ନନ୍ ସବ୍ସିଡି ଗ୍ୟାସ୍ ପିଛା ୧୨୦.୫୦ ଟଙ୍କା ହ୍ରାସ ପାଇଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ପରିବର୍ତ୍ତିତ ଦର ଅନୁଯାୟୀ, ଆଜିଠାରୁ ୧୪.୨ କେଜିର ସବ୍ସିଡି ଯୁକ୍ତ ଏଲ୍ପିଜି ସିଲିଣ୍ଡରର ଦର […]
ପୋର୍ଟ ବ୍ଲେୟାର: ବଦଳିଲା ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ। ଆଣ୍ଡାମାନ୍ ଓ ନିକୋବର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୩ଟି ଦ୍ୱୀପର ନାଁ ବଦଳାଇ ନୂଆ ନାମକରଣ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦିଆଯାଇଛି।। ଏଠାରେ ଥିବା ରସ୍ ଆଇଲ୍ୟାଣ୍ଡର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ’, ନୀଲ୍ […]
ନୂଆଦିଲ୍ଲୀ : ଆଜି ବି ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡାର ପ୍ରଭାବ ଅସ୍ତବ୍ୟସ୍ତ କରିଛି ଲୋକଙ୍କୁ। ଲଗାତାର ଚାରି ଦିନ ଧରି ଦିଲ୍ଲୀରେ ଥଣ୍ଡା ସାଙ୍ଗକୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଯାହା ପରିସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଗତ କିଛି ଦିନ ଧରି ଦିଲ୍ଲୀରେ ବିମାନ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ସେହିପରି ଘନ କୁହୁଡ଼ି ଯୋଗୁ ୩ ଶହରୁ ଅଧିକ ଟ୍ରେନ୍କୁ ବାତିଲ କରାଯାଇଛି। ଦିଲ୍ଲୀ […]
ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ପରେ ଭାରତ ତାର ଆଭିମୁଖ୍ୟକୁ ଆହୁରି କଠୋର କରିଛି। Under the leadership of Hon’ble PM Sri @narendramodi ji, Our Govt. has decided to stop our share of water which used to flow to Pakistan. We will divert water from Eastern rivers and supply it to our people […]
ଲକ୍ଷ୍ନୌ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ ହୋଇଛି। କେଉଁ ଦଳ କେଉଁ ଆସନରେ ଲଢ଼ିବେ, ତାହା ମିଳିତ ଭାବେ ସେମାନେ ଘୋଷଣା କରିଛନ୍ତି। ବହୁ ଜନ ସମାଜପାର୍ଟି ୩୮ ଟି ଆସନରେ ଲଢ଼ିବ ଓ ସମାଜବାଦୀ ପାର୍ଟି ୩୭ଟି ଆସନରେ ଲଢ଼ିବ। କଂଗ୍ରେସ ପାଇଁ ଆମେଥି ଓ ରାଏବରେଲି ଆସନ ଛଡ଼ା ଯାଇଥିବା ବେଳେ ବାକି ୩ଟି ଆସନ […]
ନୂଆଦିଲ୍ଲୀ: ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ସିଓଲ୍ରେ ୟୋନସେଲ୍ ୟୁନିଭରସିଟିରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେଠାକାର ରାଷ୍ଟ୍ରପତି ମୁନ୍-ଜାଏ-ଇନ୍ ଓ ମିଳିତ ଜାତିଂସଘର ପୂର୍ବତନ ମହାସଚିବ ବାନ୍ କି ମୁନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ମନେପକାଇ ମୋଦି କହିଛନ୍ତି, ବିଶ୍ୱ ଏବେ ଦୁଇଟି ସମସ୍ୟାରେ ଜର୍ଜିରିତ, ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ। ମହାତ୍ମା ଗାନ୍ଧିଙ୍କ […]
ନୂଆଦିଲ୍ଲୀ: ବଢ଼ିବ ଇପିଏଫ୍ ସୁଧ ହାର। ୨୦୧୮-୧୯ରେ ଏହି ସୁଧ ହାରକୁ ଆଠ ଦଶମିକ ଛଅ ପାଞ୍ଚ ପ୍ରତିଶତ ରଖିବାକୁ ଇପିଏଫ୍ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ଏହି ସୁଧ ହାର ଆଠ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ଥିଲା। ତେବେ ସୁଧ ହାର ବଢ଼ିବା ପରେ ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର କହିଛନ୍ତି। ବର୍ତ୍ତମାନ ଇପିଏଫ୍ଓର ଏହି ନିଷ୍ପତ୍ତିକୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟକୁ […]
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୮,୨୩୯ କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଯୋଜନା ଏବଂ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଏତେ ପରିମାଣର ଅର୍ଥ ପ୍ରଦାନ କରିବେ। ବୁଧବାର ଆର୍ଥିକ ସେବା ସଚିବ ରାଜୀବ କୁମାର ଏହା କହିଛନ୍ତି। ସୂଚନା ଅନୁସାରେ କର୍ପୋରେଶନ ବ୍ୟାଙ୍କକୁ ୯,୦୮୬ କୋଟି ଟଙ୍କା, ଆଲ୍ଲାହାବାଦ୍ ବ୍ୟାଙ୍କକୁ ୬,୮୯୬ କୋଟି ଟଙ୍କା ପ୍ରଦାନ କରାଯବି। ସେହିଭଳି ୪,୬୩୮ କୋଟି ବ୍ୟାଙ୍କ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍ ଏସ୍ଏ ବୋବଡେ ଛୁଟିରେ ଚାଲି ଯାଇଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ଆଜି ମିଳିଥିବା ସୂଚନା ଅନୁସାରେ, ଛୁଟିରେ ଥିବା ଜଷ୍ଟିସ୍ ବୋବଡେ […]
ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଆତଙ୍କବାଦୀ ସଂସ୍ଥା ଆଇ ଏସ୍ଆଇଏସ୍ର ନୂଆ ରୂପ ଭାବେ ‘ହରକତ୍ ଉଲ୍ ହର୍ବ ଏ ଇସ୍ଲାମ’ ସଂଠଗନ ଚଳାଉଥିବା ସୁରାକ ପାଇବା ପରେ ଏନ୍ଆଇଏ ପକ୍ଷରୁ ଛଢ଼ଉ କରାଯାଇଛି। ଏନ୍ଆଇଏ ତ୍ତରପ୍ରଦେଶ ଓ ଦିଲ୍ଲୀର ୧୭ଟି ଅଞ୍ଚଳରେ ଚଢ଼ଉ କରି ୧୦ ଜଣଙ୍କୁ ଗିରଫ୍ କରିଛି। ଏଥିସହିତ ୭.୫ ଲକ୍ଷର ନଗଦ ଟଙ୍କା, ୧୦୦ଟି ମୋବାଇଲ୍ ଫୋନ୍, ୧୩୫ ସିମ୍କାର୍ଡ, ଲ୍ୟାପ୍ଟପ୍ ଏବଂ […]
ବେଙ୍ଗାଲୁରୁ: ସୁଟ୍ ଆଉଟ୍ ଥିୟୋରୀକୁ ନେଇ ଜୋରଦାର ବିରୋଧ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। କର୍ମୀଙ୍କ ମୃତ୍ୟୁକୁ ନେଇ ଭାବବିହ୍ୱଳ ହୋଇ ସେ ଏପରି କହିଥିବା ସ୍ପଷ୍ଟ କରିଛନ୍ତି। ଏକ ସ୍ୱାଭାବିକ ପ୍ରକ୍ରିୟାରେ ସେ ନିଜ ସହଯୋଗୀ ସହ ଏହି କଥାବାର୍ତ୍ତା ହୋଇଥିବା କହିଛନ୍ତି। ଅଯଥାରେ ଏହାକୁ ବିବାଦୀୟ କରାଯାଉଥିବା କହିଛନ୍ତି କୁମାରସ୍ୱାମୀ। ସେପଟେ ଆଜି ବି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଗତକାଲି ଦଳୀୟ କର୍ମୀଙ୍କ […]
ନୂଆଦିଲ୍ଲୀ: ଗତକାଲି ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳାବୋଳି ଅସମ୍ମାନ କରିବା ପରେ ଏବେ ଦିଲ୍ଲୀରେ ବିକ୍ଷୋଭ କରିଛି ଅକାଳୀ ଦଳ। ନୂଆଦିଲ୍ଲୀ ରାଜୀବ ଚୌକରେ ଦଳର କର୍ମୀ ଏବଂ ୧୯୮୪ ଶିଖ ଦଙ୍ଗା ପୀଡ଼ିତ ପରିବାର ପକ୍ଷରୁ ବିରୋଧ ହୋଇଛି। କର୍ମୀମାନେ ରାଜୀବ ଚୌକରେ ଥିବା ବିଭିନ୍ନ ବୋର୍ଡରେ କଳା ବୋଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସ୍ୱର୍ଗତ ରାଜୀବଙ୍କୁ ମିଳିଥିବା ଭାରତ ରତ୍ନ ସମ୍ମାନକୁ […]