ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ହଠାତ୍ ଆମେରିକା ଗସ୍ତ କରିଥିବା ସୂଚନା ମିଳିଛି। ଗତବର୍ଷ ମେ’ ୧୪ ତାରିଖରେ ତାଙ୍କର ରିନାଲ୍ ଟ୍ରାନ୍ସପ୍ଲାଣ୍ଟ୍ ସର୍ଜରୀ ହୋଇଥିଲା। ଗତ ୯ମାସ ହେବ ସେ ବିଦେଶ ଗସ୍ତ କରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମେଡିକାଲ୍ ଚେକ୍ ଅପ୍ ପାଇଁ ଜେଟ୍ଲୀ ରବିବାର ରାତିରେ ଆମେରିକା ଗସ୍ତ କରିଛନ୍ତି। ଫେବୃଆରୀ ୧ ତାରିଖରେ ଅରୁଣ ଜେଟ୍ଲୀ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। ଏହା ବିଜେପି ନେତୃତ୍ୱାଧୀନ ଏନ୍ଡିଏ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପୱାଡ଼ା ଜିଲ୍ଲାରେ ତିନି ଦିନ ଧରି ଜାରି ରହିଛି ଆଣ୍ଟି ଟେରୋରିଷ୍ଟ ଅପରେସନ୍। କୁପୱାଡ଼ା ଜିଲ୍ଲାର ବଡ଼ଗାମ ଓ ହଣ୍ଡୱାରାରେ ସିଆର୍ପିଏଫ୍, ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ତଦନ୍ତ କରି ଯାଞ୍ଚ କରାଯାଉଛି। ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ କୁପୱାଡ଼ାକୁ ଏକରକମ ସିଲ୍ କରି ଦେଇଛନ୍ତି ସୁରକ୍ଷାବାହିନୀ। ବର୍ତ୍ତମାନ ସୁଦ୍ଧା ତିନି […]
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଜ୍ୟ ଗୁଜରାଟ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଏସ୍ପି-ବିଏସ୍ପିଙ୍କ ଦୂଆର ବନ୍ଦ୍ ପରେ ‘ଏକ୍ଲା ଚଲୋ’ ନୀତି ଆପଣାଇଛି କଂଗ୍ରେସ। ଏହି […]
ନୂଆଦିଲ୍ଲୀ: ଆଜିଠାରୁ ପୁଣିଥରେ ଚାଲିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍। ଆଜି ଭାରତ ପଟୁ ଅର୍ଥାତ୍ ଦିଲ୍ଲୀରୁ ଏହି ଟ୍ରେନ୍ ପାକିସ୍ତାନକୁ ଗଡ଼ିବ। ବାଲାକୋଟ୍ରେ ଭାରତୀୟ ବାୟୁ ସେନାଙ୍କ ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ପାକିସ୍ତାନ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଛାଡ଼ିବା ପରେ ଉଭୟ ଦେଶ ମିଳିତ ଭାବେ ଟ୍ରେନ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି କରିବାକୁ ସମଝୌତା […]
ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ କି ନା, ତାହା ଜାଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପରକୀୟା ପ୍ରୀତିକୁ ନେଇ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବାରୁ, ଏପରି ବାରମ୍ବାର ଘଟିବା ପଛରେ କ’ଣ କାରଣ ରହିଛି ତାହା […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ହ୍ରାସ ପାଇଛି। ସୁନାଦର ହ୍ରାସ ହେବା ସହିତ ରୁପାର କେଜି ପ୍ରତି ଦର ମଧ୍ୟ ୫୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହା ୩୮,୯୮୦ ଟଙ୍କାକୁ ଖସି ଆସିଛି। ସୂଚନା ଅନୁସାରେ, ଦିଲ୍ଲୀରେ […]
ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍ଏଫ୍ (ଜମ୍ମୁ ଆଣ୍ଡ କଶ୍ମୀର ଲିବରେସନ ଫଣ୍ଡ୍) ପାର୍ଟି ମୁଖିଆ ୟାସିନ୍ ମାଲିକଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ)ରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଜମ୍ମୁର ଭାଲ୍ୱାଲ୍ ଜେଲ୍କୁ ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି ଜେକେଏଲ୍ଏଫ୍ ପାର୍ଟିର ପ୍ରବକ୍ତା। ତେବେ ଏହି ସେଲ୍ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍ କାହା ସହ କଥା ହୋଇପାରିବେ ନାହିଁ। ପିଏସ୍ଏ ଆକ୍ଟ ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ […]
ନୂଆଦିଲ୍ଲୀ: ଫେସବୁକ୍ ପରେ ଏବେ ଭିଡିଓ ସର୍ଚ୍ଚ ଇଞ୍ଜିନ୍ ୟୁ ଟ୍ୟୁବ୍ ଫେକ୍ ନ୍ୟୁଜ୍ ଉପରେ ରୋକ ଲଗାଇବ। ଏମିତିକି ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବା ସଂସ୍ଥାର ସମସ୍ତ ତଥ୍ୟ ଦେବ ୟୁ ଟ୍ୟୁବ୍। ଏବେ ୟୁ ଟ୍ୟୁବ୍ ଟେଲିଭିଜନ ଭଳି ବ୍ରେକିଂ ନ୍ୟୁଜ୍, ଟପ୍ ନ୍ୟୁଜ୍ ପୋଷ୍ଟ କରାଯିବାର ବ୍ୟବସ୍ଥା କରିଛି। ଭାରତରେ ଏହା ଏବେ ଆରମ୍ଭ ହୋଇଛି। ବଡ଼ ବଡ଼ ଘଟଣା ହେଲେ ଅନେକ ଭିଡିଓ ଅପଲୋଡ୍ ହେଉଛି। ହେଲେ ସଂପୃକ୍ତ ଖବର […]
ନୂଆଦିଲ୍ଲୀ: ବାଲାକୋଟ୍ରେ ଜେଇଏମ୍ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ମୋଦି ସରକାରଙ୍କ ସାହସ ଯୋଗୁ ପୁଲଓ୍ୱାମା ଆକ୍ରମଣର ତତ୍କ୍ଷଣାତ ଜବାବ ଦିଆଗଲା ବୋଲି ବିଜେପି କହୁଥିବାବେଳେ, ବାୟୁସେନାର ଜଣେ ଅଧିକାରୀ ଆଶ୍ଚର୍ଯ୍ୟକର ବୟାନ୍ ଦେଇଛନ୍ତି। ସେ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଏହି ଆକ୍ରମଣ ପାଇଁ ୨୦୦୮ରୁ ଯୋଜନା ହୋଇଥିଲା। ହେଲେ ପୁଲଓ୍ୱାମା ଆକ୍ରମଣ ଏହାକୁ ଖୋରାକ ଯୋଗାଇଲା ବୋଲି […]
ଶ୍ରୀନଗର: ଜମ୍ମୁରେ ଗ୍ରେନେଡ୍ ବିସ୍ଫୋରଣରେ ସଂପୃକ୍ତ ୟାସିର ଭଟ୍ଟକୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷ ଦର୍ଶୀଙ୍କ ସାହାଯ୍ୟରେ ୟାସିରକୁ ନଗ୍ରୋଟାର ଟୋଲ୍ ପ୍ଲାଜାଠାରୁ ଗରିଫ୍ କରାଯାଇଛି। ୟାସିର୍କୁ ଗ୍ରେନେଡ୍ ମାଡ଼ କରିବା ପାଇଁ କୁଲ୍ଗାମର ହିଜ୍ବୁଲ୍ ମୁଜାହିଦ୍ଦିନ୍ ଜିଲ୍ଲା କମାଣ୍ଡର୍ ଫାରୁକ୍ ଅହମଦ୍ ଭଟ୍ଟ ଅଲିସ୍ ଓମାର କହିଥିଲା ବୋଲି ଜମ୍ମୁ ଆଜିପି ମନିଷ କେ ସିହ୍ନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ଜମ୍ମୁ ମୁଖ୍ୟ ବସ୍ ଷ୍ଟାଣ୍ଡରେ ଗ୍ରେନେଡ୍ ମାଡ଼ ହୋଇଥିଲା। […]
ନୂଆଦିଲ୍ଲୀ: ରାଫେଲ ରାଜିନାମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭର୍ତ୍ସନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ନୂଆ ଟ୍ୟାଗ୍ ଲାଇନ୍ ବ୍ୟବହାର କରି ବିଜେପିକୁ କଟାକ୍ଷ କରିଛନ୍ତି ରାହୁଲ। ଦେଶରେ ଏବେ ‘ଗାଏବ ହୋ ଗେୟା’ ନାରା ଚାଲିଛି ବୋଲି କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ରାହୁଲ। ରାଫେଲ୍ କାଗଜପତ୍ର ଚୋରି ହେବା ଘଟଣାର ତଦନ୍ତ ହେବ ଓ ତଥ୍ୟ ପ୍ରକାଶ କରିଥିବା ଖବରକାଗଜ […]
ନୂଆଦିଲ୍ଲୀ: ପାକିସ୍ତାନ ଫେରିବା ପରେ ଦିଲ୍ଲୀସ୍ଥିତି ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ନିର୍ମଳା। ଏଥିସହିତ ତାଙ୍କର ସାହସୀକତା ଓ ଦୃଢ଼ ପ୍ରତିବଦ୍ଧତା ପାଇଁ ପୂରା ଦେଶ ତାଙ୍କ ଉପରେ ଗର୍ବ କରୁଛି ବୋଲି ନିର୍ମଳା ଅଭିନନ୍ଦନଙ୍କୁ କହିଥିଲେ। ଏହି ଅବସରରେ ଅଭିନନ୍ଦନ ମଧ୍ୟ ପାକିସ୍ତାନରେ ବିତିଥିବା ସମସ୍ତ […]
ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଉଲ୍ଲଙ୍ଘନ କରିଥିବାରୁ ୫୦୦ କୋଟି ଟଙ୍କା ତଣ୍ଡ ଗଣିବାଜର୍ମାନୀ କାର ନିର୍ମାତା କମ୍ପାନୀ ଭକ୍ସୱାଗନ। ସିପିସିବି ଆଇନ୍କୁ ଜାଣିଶୁଣି ଉଲ୍ଲଙ୍ଘନ କରୁଥିବା ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) କମ୍ପାନୀ ଉପରେ ଏହି ଫାଇନ୍ ଲଗାଇଛି। ଦୁଇ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ଏନ୍ଜିଟି। ସୂଚନାଯୋଗ୍ୟ, ଭକ୍ସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ […]
ଲକ୍ଷ୍ନୌ: ଆତଙ୍କବାଦୀ କହି ଦୁଇ କଶ୍ମିରୀ ବେପାରୀଙ୍କୁ ମାଡ଼ ମାରିଲେ ଗେରୁଆ ବସ୍ତ୍ର ପିନ୍ଧିଥିବା କିଛି ଅସାମାଜିକ ବ୍ୟକ୍ତି। ଏଭଳି ଘଟଣା ଘଟିଛି ବିଜେପି ଶାସିତ ଉତ୍ତର ପ୍ରଦେଶରେ। ଲକ୍ଷ୍ନୌର ଦଲିଗଞ୍ଜଠାରେ ଥିବା ଏକ ପୋଲ ଉପରେ ଦୁଇ କଶ୍ମିରୀ ବେପାରୀ ବେପାର କରୁଥିବା ବେଳେ ହଠାତ୍ କିଛି ଗେରୁଆ ବସ୍ତ୍ରଧାରୀ ଅସାମାଜିକ ବ୍ୟକ୍ତି ତାଙ୍କୁ ଆଧାର ପରିଚୟ ପତ୍ର ମାଗିଥିଲେ। ବେପାରୀ ଦୁଇଜଣ କଶ୍ମିରୀ ବାସିନ୍ଦା ଜାଣିବା ପରେ ସେମାନେ ତାଙ୍କୁ ମାଡ଼ ମାରିବା ମଧ୍ୟ […]
ବାଲେଶ୍ୱର: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଟାଆଁସ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଗର୍ଭବତୀଙ୍କ ନାଁ ବାସନ୍ତୀ ନାୟକ। ସୂଚନା ଅନୁସାରେ, ଟାଆଁସ ଗାଁର ସଞ୍ଜୟ ନାୟକଙ୍କ ସ୍ତ୍ରୀ ବାସନ୍ତୀ ନାୟକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ନିକଟସ୍ଥ ବରହମ୍ପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିବାରୁ ବାଲେଶ୍ୱରରୁ ୧୦୨ ଆମ୍ବୁଲାନ୍ସ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ବହୁ ଡେରି ହୋଇ ଯାଇଥିଲା। ସେମାନେ […]
ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ଼ ମଧ୍ୟରେ ନିର୍ମାଣ ହେବ ତୃତୀୟ ରେଳ ଲାଇନ୍। ଏହି ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ଦେଇଛି। ଦକ୍ଷିଣ-ପୂର୍ବ ରେଲ୍ୱେ ଅଧୀନରେ ଆସୁଥିବା ଏହି ପ୍ରକଳ୍ପରେ ୧୫୫ କିମି ଦର୍ଘ୍ୟ ବିଶିଷ୍ଟ ରେଳ ଲାଇନ୍ ପାଇଁ ୨ ହଜାର ୩୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ୨୦୨୩-୨୪ ସୁଦ୍ଧା ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ୩୭ ଲକ୍ଷରୁ ଅଧିକ […]
ନୂଆଦିଲ୍ଲୀ: କାଲିଠୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଦେଶର ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।୧୨ଲକ୍ଷ ୮୭ ହଜାର ୩୫୯ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି । ସକାଳ ସାଢେ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ୧୦ଟା ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ […]
କନ୍ୟାକୁମାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀରେ ରେଳ, ସଡ଼କପଥର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। କେରଳର ଥିରୁବନନ୍ତପୁରମରୁ ହେଲିକପ୍ଟରରେ ଯାଇ କନ୍ୟାକୁମାରୀରେ ପହଞ୍ଚିଥିଲେ ମୋଦି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମି ସ୍ୱାଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମଦୁରାଇ-ଚେନ୍ନାଇ ମଧ୍ୟରେ ତେଜାସ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ କରିଥିଲେ। ଏହାସହ ରାମେଶ୍ୱରମ ଓ ଧନୁସକୋଡ଼ି ମଧ୍ୟରେ ରେଳପଥର ଶିଳାନ୍ୟାସ କରିଛନ୍ତି ।ସାଧାରଣ ସଭାକୁ ସମ୍ବୋଧନ କରି ମୋଦି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। […]
ଆବୁଧାବି : ଆବୁଧାବିରେ ଅର୍ଗାନାଇଜେସନ ଅଫ୍ ଇସ୍ଲାମିକ କୋପରେସନ ( ଓଆଇସି) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୁଦ୍ଧରେ ଲଢିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନର ନାଁ ନ ନେଇ ସେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ଜବାବ ଘଟଣାକୁ ପରୋକ୍ଷରେ ଉପସ୍ଥାପନ କରିଛନ୍ତି ସୁଷମା। ସୁଷମାଙ୍କ ଯୋଗଦାନ […]