ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଉ ଦୁଇ ଦିନ ପାଇଁ ଚିକିତ୍ସା ଜାରି ରହିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଯୁବ ସମାରୋହରେ ଯୋଗଦେବାକୁ ଦଲାଇଲାମା ନୂଆଦିଲ୍ଲୀ ଆସିଥିଲେ। ଆଜି ସେ ଧର୍ମଶାଳା ଫେରିବାର ଥିଲା। ହେଲେ ଗତ ରାତିରେ ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୋଗା(ପଞ୍ଜାବ): ଆତଙ୍କବାଦୀଙ୍କ ନର୍ସରୀ ହେଉଛି ପାକିସ୍ତାନ ବୋଲି ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ଅଧ୍ୟକ୍ଷ ଶୁଖ୍ବୀର୍ ସିଂ ବାଦଲ କହିଛନ୍ତି। ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସବ୍-ଇନ୍ସପେକ୍ଟର୍ ଜୈମଲ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଶୁଖ୍ବୀର ଏହା କହିଛନ୍ତି। ‘ଏହା ବହୁତ ବଡ଼ ଦୁଃଖଦ ଘଟଣା। ଆମେ ଆମର ବୀର ଯବାନମାନଙ୍କୁ ହରାଇଲୁ। ଏହା ସିଧାସଳଖ ଦେଶ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନକୁ ଏହାର ଜବାବ ଦିଆଯିବା ଉଚିତ୍। ପାକିସ୍ତାନ ଭାବୁଛି କି, ସେ ଛଦ୍ମବେଶରେ ଆତଙ୍କବାଦୀ […]
ମୁମ୍ବାଇ: ପାକିସ୍ତାନର ନାଁ ନ ନେଇ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ସଂଗଠନ ଯିଏ ବି ଏଭଳି ବର୍ବର କାଣ୍ଡ କରିଛନ୍ତି ଓ ଯେତେ ବି ଲୁଚିବା ପାଇଁ ଚେଷ୍ଟା କଲେ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ଏହା କହିଛନ୍ତି। ଜମ୍ମୁ ଓ କଶ୍ମୀରର ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି […]
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶର ବିଭିନ୍ନ ବର୍ଗରୁ ସ୍ୱର ଉଠୁଛି। ଆକ୍ରମଣର ପ୍ରତିବାଦରେ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ବନ୍ଦ ଡାକରା ଦେଇଛି। ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସେହି ଦିନ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ବନ୍ଦ ଜରିଆରେ […]
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ହେବ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି, ଓ୍ୱାଇଏସ୍ଆର କଂଗ୍ରେସ, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜ୍ୟରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ବାପା ସିନା ନାହାନ୍ତି…ହେଲେ ପଛରେ ଛାଡ଼ି ଯାଇଛନ୍ତି ଅଦମ୍ୟ ସାହାସ। ତେଣୁ ତାଙ୍କ ମରଶରୀରକୁ ସମ୍ମାନ ଜଣାଇଛନ୍ତି ତାଙ୍କ ଝିଅ। ଏ ଆଖିର ଲୁହ ହିଁ ବୟାନ କରୁଛି ବାପାଙ୍କୁ ହରାଇଥିବା କଷ୍ଟ। ଡେରାଡୁନ୍ରେ ସିଆର୍ପିଏଫ୍ ASI ସହିଦ ମୋହନ ଲାଲ୍ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏପରି କିଛି ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ସହିଦଙ୍କ ଶେଷ ଦର୍ଶନ କରିଛନ୍ତି। ସେହିପରି […]
ଶ୍ରୀନଗର: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି । ଏନଆଇଏ ଓ ଏନଏସଜି ପକ୍ଷରୁ ଏହି ଘଟଣାର ମିଳିତ ତଦନ୍ତ ଆରମ୍ଭ ହୋଇଛି। ଉଭୟ ଏନଆଇଏ ଓ ଏନଏସଜିର ବରିଷ୍ଠ ଅଧିକାରୀ ଶ୍ରୀନଗର ଯାଇ ଘଟଣାର ତର୍ଜମା ଆରମ୍ଭ କରିଛନ୍ତି । ଆତଙ୍କବାଦୀଙ୍କ ଏତେ ବଡ଼ ଯୋଜନାବଦ୍ଧ ଆକ୍ରମଣ କିଭଳି ସମ୍ଭବ ହେଲା ଏବଂ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ସେ ଦିଗରେ ତଦନ୍ତ ଆରମ୍ଭ ହୋଇଛି। ଏହି ମିଳିତ ଟିମ୍ରେ NSGର […]
ନୂଆଦିଲ୍ଲୀ: ଭାରତର ଦ୍ରୁତଗାମୀ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଶୁଭାରମ୍ଭ ହେବାର ଦିନକ ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ବିନା ଇଞ୍ଜିନ୍ରେ ଚାଳିତ ଏହି ଟ୍ରେନ୍ ଏହାର ପ୍ରଥମ ଯାତ୍ରା ବାରାଣସୀରୁ ସାରି ଫେରୁଥିବା ବେଳେ ଦିଲ୍ଲୀରୁ ୨୦୦କି.ମି. ଦୂରରେ କୌଣସି କାରଣରୁ ଆଜି ସକାଳେ ଏହା ଅଟକି ରହିଥିଲା। ଟ୍ରେନ୍ଟି ପାଖାପାଖି ୩ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ମିଳିଥିବା ସୂଚନା ଅନୁସାରେ, ଚାମ୍ରୋଲା ଷ୍ଟେସନ୍ରେ ପହଞ୍ଚିବା ପୂର୍ବରୁ ସକାଳ ପ୍ରାୟ ୫ଟା ସମୟରେ […]
ନୂଆଦିଲ୍ଲୀ : ପୁଲୱାମା ହମଲା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସରକାରଙ୍କ ସମର୍ଥନରେ ଆସି ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଏନେଇ ଆଲୋଚନା ମାଧ୍ୟମରେ ସମାଧାନ ଆବଶ୍ୟକ ବୋଲି କହିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ । ଗୋଟେ ପଟେ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟପଟେ ଆଲୋଚନା କରାଯିବା ଜରୁରୀ ବୋଲି ସେ କହିଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶପଥ ସମାରୋହରେ ଯୋଗଦେଇ ସେନା ମୁଖ୍ୟଙ୍କ ସହ ଆଲିଙ୍ଗନକୁ […]
ଶ୍ରୀନଗର: ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ। ଏହି ଘଟଣାକୁ ସମଗ୍ର ବିଶ୍ୱବାସୀ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ଜୈସ- ଇ – ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଘଟଣାରେ ପାକ୍ ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇ କମିଶନର ସୋହେଲ ମହମ୍ମଦଙ୍କୁ ସମନ ଜାରି […]
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଅନିଲ ବଇଜଲଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା ବିବାଦର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଣ୍ଟି କରପ୍ସନ୍ ବ୍ୟୁରୋ, ତଦନ୍ତ କମିଶନ, ଗ୍ରେଡ୍ ୧ ଓ ଗ୍ରେଡ୍ ୨ ଅଫିସରଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଅନ୍ୟପକ୍ଷରେ ଇଲେକଟ୍ରିସିଟି, ରାଜସ୍ୱ ବିଭାଗ ଏବଂ ଗ୍ରେଡ୍ ୩, ୪ ଅଫିସରମାନଙ୍କ ପୋଷ୍ଟିଂ ଓ ବଦଳି ଉପରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ । ଯଦି ଏନେଇ ମତଭେଦ ଦେଖାଦିଏ […]
ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳର ଜଣେ ମହିଳା ଜ୍ୟୋତିର୍ମୟୀ ଶତପଥୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ବୁର୍ଲା ମେଡିକାଲରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏପରି ଘଟଣା କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣା ପରେ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା […]
ନୂଆଦିଲ୍ଲୀ: ଫ୍ରାନ୍ସ ସହ ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ରାଫେଲ ଡିଲ୍ ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ପ୍ରମାଣଯୋଗ୍ୟ କି ନାହିଁ, ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ଆବେଦନକାରୀ ପ୍ରଶାନ୍ତ ଭୂଷଣ, ଯଶୱନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏଥିରେ ‘ଦି ହିନ୍ଦୁ’ରେ ରାଫେଲ୍ ଡିଲ୍ ସଂକ୍ରାନ୍ତରେ ଦସ୍ତାବିଜ୍ ସମ୍ବଳିତ ଖବରକୁ […]
ଶ୍ରୀନଗର: ଜମ୍ମୁକଶ୍ମୀରର କିଶ୍ତୱାର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଘଟିତ ଏକ ଆତଙ୍କବାଦୀ ହମ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରାଜିନ୍ଦରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦିନ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ରାଜିନ୍ଦରଙ୍କ ବନ୍ଧୁକ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ ବୋଲି ଜମ୍ମୁ ଆଇଜି ମନୀଷ ସିହ୍ନା କହିଛନ୍ତି। ଏହି ଆକ୍ରମଣରେ ସେ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ […]
ଚଣ୍ଡୀଗଡ଼: ପଞ୍ଜାବ ବଦଳରେ ଚୀନ୍ରେ ପହଞ୍ଚିଲା ପାର୍ସଲ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ ମା’ଙ୍କ ପାଖକୁ ପଞ୍ଜାବର ଏକ ଗାଁ ଠିକଣାରେ ପାର୍ସଲ ପଠାଇଥିଲେ। ହେଲେ ପାର୍ସଲଟି ପଞ୍ଜାବ ବଦଳରେ ଚୀନ୍ରେ ଯାଇ ପହଞ୍ଚିଥିଲା। କେବଳ ଗୋଟିଏ ଅକ୍ଷରକୁ ନେଇ ବୁଝିବାରେ ଭୁଲ୍ ହୋଇଥିଲା। ଚଣ୍ଡୀଗଡ଼ର ଜଣେ ମହିଳା ଫରିଦ୍କୋଟ୍ରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଏକ ପାର୍ସଲ ପଠାଇଥିଲେ। ପାର୍ସଲରେ ରକ୍ତଚାପ ମେଡିସିନ୍ ଥିଲା। ଯାହାର ମୂଲ୍ୟ ୫ହଜାର […]
ଥିରୁଭନନ୍ତପୁରମ: କେରଳ କଂଗ୍ରେସର ଅଧ୍ୟକ୍ଷ ତଥା ରାଜ୍ୟର ଦୀର୍ଘ ସମୟ ଧରି ବିଧାୟକ ଥିବା କେଏମ ମଣିଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ ଗୁରୁବାର ଦିନ ଛାତିରେ ସଂକ୍ରମଣ ସମସ୍ୟା ଯୋଗୁ କେଏମ ମଣିଙ୍କୁ କେରଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪.୫୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମଣି କେରଳର ପାଲା ବିଧାନସଭା ଆସନରୁ ଦୀର୍ଘ […]
ନୂଆଦିଲ୍ଲୀ: ଭିଡିଓ ଶେୟାରିଂ ଆପ୍ ଟିକ୍ଟକ୍ ଉପରେ ବ୍ୟାନ୍ ଲଗାଇବା ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣାରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ମାଡ୍ରାସ୍ ହାଇକୋର୍ଟ ଏହି ଭିଡିଓ କ୍ରିଏଟିଂ ଆପ୍ ଉପରେ ବ୍ୟାନ୍ ଲଗାଇ ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକଧିକ ଆବେଦନ କରାଯାଇଥିଲା। ଏଥିପାଇଁ କୋର୍ଟ ଏପ୍ରିଲ୍ ୧୫ ତାରିଖରେ ଏହା ଉପରେ ଶୁଣାଣି କରିବେ। ଟିକ୍ଟକ୍ ଆପର ଆରମ୍ଭ କରିଥିବା […]
ତେହେରାନ୍: ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍ ମଧ୍ୟରେ ପୁଣିଥରେ ଟକରାଟକରି ଆରମ୍ଭ ହୋଇଯାଇଛି। ଗତକାଲି ଆମେରିକା ଇରାନ୍ର ରିଭଲ୍ୟୁସନାରୀ ଗାର୍ଡଙ୍କୁ କଳାତାଲିକା ଭୁକ୍ତ କରିବା ସହ ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା। ଆମେରିକାର ଏଭଳି ଘୋଷଣାରେ ଇରାନ୍ ଚିହିଁକି ଉଠିଛି। ଇରାନ୍ ରାଷ୍ଟ୍ରପତି ହାସନ ରୋହାନି ଆମେରିକାକୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ହେଉଛି ପ୍ରକୃତରେ ଆତଙ୍କବାଦର ବିଶ୍ୱସ୍ତରୀୟ ନେତା। ଆମେରିକା ହିଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି। ରିଭଲ୍ୟୁଶନାରୀ ଗାର୍ଡଙ୍କୁ ଆତଙ୍କବାଦୀର ଆଖ୍ୟା […]