ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ୨୦୧୫ ମେ ମାସରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ତେବେ ଏହାର ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ନିଜ ଆକାଉଣ୍ଟ ଖୋଲି […]
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। କିନ୍ତୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିଲା, ଯେଉଁ […]
ମୁମ୍ବାଇ: ବିଶିଷ୍ଟ ସମାଜସେବୀ ତଥା ଦେଶରେ ଦୁର୍ନୀତି ବିରୋଧୀ ସ୍ୱର ଉତ୍ତୋଳନ କରିବାରେ ବଡ଼ ଭୂମିକା ନେଇଥିବା ଆନ୍ନା ହଜାରେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସୁପାରୀ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଥିଲା ବୋଲି ସେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟକୁ କହିଛନ୍ତି। ଶ୍ରୀ ହଜାରେ ଓସ୍ମାନାବାଦ୍ଠାରେ ଥିବା ଟେର୍ନା ସୁଗାର ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ନୀତି ବାବଦରେ ମୁହଁ ଖୋଲିବାରୁ ତାଙ୍କୁ ମାରିବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା। ସ୍ୱତନ୍ତ୍ର ବିଚାରପତି ଆନନ୍ଦ ୟାଭାଲକରଙ୍କ ଖଣ୍ଡପୀଠରେ କଂଗ୍ରେସ […]
ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଟ୍ୱିଟ୍ କରି ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ଭାରତ ଦୀର୍ଘଦିନ ଧରି ଶୁଳ୍କ ଲଗାଇଲା, ହେଲେ ଏବେ ଏହା ଆଉ ଗ୍ରହଣୀୟ ନୁହେଁ। India has long had a field day putting Tariffs on American products. No longer acceptable! — Donald J. Trump (@realDonaldTrump) 9 July […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ଗ୍ରହଣୀୟ ନୁହେଁ ବୋଲି ରୁଲିଂ ଦେଇଛନ୍ତି ବିଧାନସଭା ବାଚସ୍ପତି କେ. ଆର୍. ରମେଶ। ସେମାନଙ୍କ ଇସ୍ତଫାପତ୍ର ନିୟମ ଅନୁସାରେ ଦିଆଯାଇନଥିବା ବାଚସ୍ପତି ଦର୍ଶାଇଛନ୍ତି। ଫଳରେ ସାମୟିକ ଭାବେ ସଂଖ୍ୟାଲଘୁରେ ପରିଣତ ହେବାରୁ ବର୍ତ୍ତି ଯାଇଛି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର। ତେବେ ମେଣ୍ଟ ପାଇଁ ବିପଦ ହଟିବାର ଆଶା ଦେଖାଯାଉନି। କାରଣ ଆଜି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ୧୧୦ଟି ସ୍ଥାନରେ CBI ଚଢ଼ାଉ କରିଛି। ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସଙ୍ଗେ ଚଢ଼ାଉ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ୩୦ଟି ଭିନ୍ନ ଭିନ୍ନ ମାମଲାରେ CBI ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଦୁର୍ନୀତି, ଅପରାଧିକ କାର୍ଯ୍ୟକଳାପ, ନିଶା କାରବାର ନେଇ ରେଡ୍ କରାଯାଉଥିବା ସୂଚନା ମିଳିଛି।
ଶ୍ରୀନଗର : ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୫(ଏ) ଉପରେ ପରବର୍ତ୍ତୀ ଶୁଣାଣି ୨୬ରୁ ୨୮ ତାରିଖ ମଧ୍ୟରେ ସୁପ୍ରିମକୋର୍ଟରେ ହେବ। ଧାରା ୩୫(ଏ) ଜରିଆରେ ଜମ୍ମୁ ଓ କଶ୍ମୀରର ମୂଳ ବାସିନ୍ଦା ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଉପଭୋଗ କରିଆସୁଛନ୍ତି । ତେବେ ‘ଏକ ଦେଶ, ଏକ ଆଇନ’ ନାରାରେ ଜମ୍ମୁ ଓ କଶ୍ମୀରରେ ଏହି ଧାରା ଉଚ୍ଛେଦ ଲାଗି ଦାବି ହୋଇ ଆସୁଥିଲା। ପରବର୍ତ୍ତୀ ସମୟରେ […]
ମୁମ୍ବାଇ: ୧୫ ଜଣ ପୁଲିସ୍ ଏବଂ ଜଣେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ମହାରାଷ୍ଟ୍ର ଗଡ଼ଚିରୋଲି ନକ୍ସଲ ହମ୍ଲା ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଣେ ସ୍ଥାନୀୟ ଏନ୍ସିପି ନେତା ଏହି ଆକ୍ରମଣର ପ୍ଲାନିଂରେ ସାମିଲ ଥିଲେ। କୈଳାସ ରାମଚନ୍ଦାନୀ ନାମକ ଏହି ନେତାଙ୍କୁ ଏହି ଘଟଣାରେ ସମ୍ପୃକ୍ତି ନେଇ ଗତ ଜୁନ୍ ୩୦ରେ ଗିରଫ କରାଯାଇଥିଲା। ଏବେ ସେ ଏହି ଷଡ଼ଯନ୍ତ୍ରରେ ସାମିଲ୍ ଥିବା ନିଜେ […]
ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ। ଏହାଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଏନେଇ ଘୋଷଣା ହୋଇଥିବାବେଳେ, ଆଜିଠାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ସରକାରଙ୍କୁ ଏ ଯୋଜନା ବାବଦରେ ୭୫ ହଜାର କୋଟି ଟଙ୍କାର […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କଂଗ୍ରେସ-ଜେଡିଏସ୍ ମେଣ୍ଟ। ଉଭୟ ଦଳର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସୁଛି। ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ଲାଗି ବରିଷ୍ଠ ନେତା ଡି. ଶିବ କୁମାରଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ। ଆରପଟେ ଦଳ ପୁରୁଖା ଏଚ୍.ଡି. ଦେବେଗୌଡ଼ ଖୋଦ୍ ଜେଡିଏସ୍ ଲାଗି ସଂକଟମୋଚନ ଅବତାରରେ ଅବତୀର୍ଣ୍ଣ ହୋଇଛନ୍ତି। ଶିବ କୁମାର ଦଳୀୟ ନେତା ଓ ବିଧାୟକଙ୍କ ସହିତ ଆଲୋଚନା ପରେ ଦେବେଗୌଡ଼ାଙ୍କୁ ମଧ୍ୟ ଭେଟିଛନ୍ତି। ଅସନ୍ତୁଷ୍ଟ ବିଧାୟକମାନେ […]
ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପୁଣି ଏକ ବଡ଼ ଧରଣର ଋଣ ଜାଲିଆତି। ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ୩ ହଜାର ୮ ଶହ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଫୋରେନ୍ସିକ ଅଡିଟ୍ ପରେ ପୁଲିସ ପକ୍ଷରୁ ଏତଲା ଦିଆଯାଇଛି। ୩ ହଜାର ୮ ଶହ କୋଟି ଟଙ୍କାର ଋଣ ନେଇ ଆକାଉଣ୍ଟରେ ଜାଲିଆତି କରି ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ତାକୁ ଅନ୍ୟ କାମରେ ଲଗାଇଥିବା ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ରିପୋର୍ଟରେ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି। ଆଜି ଅପରାହ୍ନରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ଲଟ୍ରେ ରଖାଯାଇଥିବା ଗାଡ଼ି ଗୁଡ଼ିକ ହଠାତ୍ ଜଳି ଯାଇଛି। ଫଳରେ ଉତ୍ତର ବେଙ୍ଗାଲୁରୁର ୟେଲାହଙ୍କା ଏୟାର ବେସ୍ର ଆକାଶ ପୂରା ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏରୋ ଇଣ୍ଡିଆ ୨୦୧୯ ଇଭେଣ୍ଟରେ ଭାଗ ନେଇଥିବା ବିମାନ ଗୁଡ଼ିକ ଆଜି ଅପରାହ୍ନରେ ସମରକଳା ପ୍ରଦର୍ଶନ କରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨.୧୭ ମିନିଟ୍ ସମୟରେ ଏଭଳି ଅଗ୍ନିକାଣ୍ଡ […]
ମୁମ୍ବାଇ: ବଡ଼ ବଡ଼ ସହରର ଭୁଲ ସ୍ଥାନରେ କିମ୍ବା ନିଷିଦ୍ଧାଞ୍ଚଳରେ ଗାଡ଼ି ପାର୍କିଂ କଲେ ଅନ୍ୟମାନଙ୍କ ପାଇଁ କେତେ ଯେ ସମସ୍ୟା ହୁଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଥିପାଇଁ ୨୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଆଜ୍ଞା ହଁ, ଏଭଳି ନିୟମ ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି। ଉଭୟ ବିଏମ୍ସି ଏବଂ ମୁମ୍ବାଇ ଟ୍ରାଫିକ୍ ପୁଲିସ୍ର ନୂଆ ନିୟମ […]
କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍। ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି ରହିଛି। ବିଗତ ୧୦ ଦିନରେ ଦୁଇଟି ବିସ୍ଫୋରଣ ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଘଟିଥିବା ସ୍ଥାନରେ ଘରର ଛାତ, ଆଜବେଷ୍ଟସ ଆଦି […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ। ବିଚ୍ଛିନ୍ନତାବାଦୀ ନେତା ଓ ଜମାତ-ଇ-ଇସ୍ଲାମି ସଂଗଠନର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଗୃହ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ସାମ୍ନାକୁ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକଙ୍କୁ ପୁଲିସ୍ ଗିରଫ କରିଥିଲା। ତେବେ […]