ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଓ ତାଙ୍କ ସମର୍ଥକମାନେ ଗତକାଲି ଠାରୁ ପୂରା ନିରବ ହୋଇଯାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଆକାଶଙ୍କ ନାଁ ନନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆକାଶ କିଛି ଦିନ ତଳେ ଜଣେ ପୌରପାଳିକା ଅଧିକାରୀଙ୍କୁ ବ୍ୟାଟ୍ରେ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଦୁଇ ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ତାଙ୍କୁ ଅତ୍ୟନ୍ତ ରାଜକୀୟ […]
ନୂଆଦିଲ୍ଲୀ: ସିଲେକସନ୍ ନୁହେଁ ଇଲେକସନ୍ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଆଜି ଏକଥା କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି । ଇସ୍ତଫା ଦେବା ପୂର୍ବରୁ ରାହୁଲ୍ ଏପରି ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ତାଙ୍କ ଇସ୍ତଫା ଦେବା ନେଇ ସ୍ପଷ୍ଟ ହୋଇଯାଇଥିଲା। ରାହୁଲ କହିଥିଲେ, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ ହେଉଛି […]
ମୁମ୍ବାଇ: ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍ୱେରେ ସ୍ପାଇସ୍ ଜେଟ୍ ବିମାନ ଫସି ରହିବା ପରେ ବିମାନ ଚଳାଚଳ ସଂସ୍ଥାକୁ ଚରମବାଣୀ ଶୁଣାଇଛି ଡିଜିସିଏ। ପାଗ ଖରାପ ଥିବାବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କହିଛି। ଏଭଳି ସ୍ଥିତିରେ ଯେତେବେଳେ କି ଅବତରଣ ଲାଗି ରନ୍ଓ୍ୱ ଠିକ୍ ନଥିବ ବା ଦୃଶ୍ୟମାନ ଦୂରତା କମ୍ ଥିବ ସେତେବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କଡ଼ା ନିର୍ଦ୍ଦେଶ ଦେଇଛି। ଏହା ଛଡ଼ା ପାଗ ଖରାପ […]
କୋରାପୁଟ : ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ୧୫ଦିନ ଧରି ଅନବସର ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଦିନ ସାରା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଆସନ୍ତାକାଲି ସକାଳେ ମା’ ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବ। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ମା’ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। […]
ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁରକୁ କରିଡର୍ ନିର୍ମାଣକୁ ନେଇ ପାକିସ୍ତାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଜି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଜୁଲାଇ ୧୧ରୁ ୧୪ ଯାଏ ଉଭୟ ଦେଶ ଏ ସମ୍ପର୍କରେ ଆଲୋଚନା କରି କରିଡର୍ ନିର୍ମାଣର ରୂପରେଖ ସ୍ଥିର କରିବା ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ବୈଠକରେ ଯୋଗଦେବା ପାଇଁ ଭାରତ ସରକାର ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବାକୁ […]
ନୂଆଦିଲ୍ଲୀ: ମାତ୍ର ୨୦୦ ଟଙ୍କା ପାଇଁ ଦିଲ୍ଲୀରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୧୭ ବର୍ଷୀୟ ବାଳକଙ୍କୁ ଆଉ ଦୁଇ ଜଣ ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍ ଏହି ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି। ୧୭ ବର୍ଷୀୟ ନୀତୀନ ମିଶ୍ର ଅଟକ ଥିବା ଦୁଇ ନାବାଳକଙ୍କ ଠାରୁ ୨୦୦ ଟଙ୍କା ଧାର ନେଇଥିଲେ। ତେବେ ଏହାକୁ ସେ ନ ଶୁଝିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେମାନେ […]
ମୁମ୍ୱାଇ: ଆଗକୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆଧାରିତ ଫିଲ୍ମ। ଫିଲ୍ନ ନିର୍ମାତା ତଥା ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି ଏହା ଘୋଷଣା କରିଛନ୍ତି। ତେବେ ଏହି ୨୬/୧୧ ଫିଲ୍ମଟି କେବଳ ମରାଠୀ ଭାଷାରେ ରିଲିଜ୍ ହେବ ବୋଲି ସେ କହିଛନ୍ତି। ସଞ୍ଜୟ ନିକଟରେ ରିଲିଜ୍ ହୋଇଥିବା ବାଲ୍ ଠାକରେଙ୍କ ଜୀବନୀ ସମ୍ବଳିତ ଫିଲ୍ମ ନିର୍ମାଣ କରିଥିଲେ। ଆଗାମୀ ଦିନରେ ବାଲ ଠାକରେ ଫିଲ୍ନର ଦ୍ୱିତୀୟ ଭାଗ […]
ହାଇଦ୍ରାବାଦ: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟୁଥିବାର ଦେଖିବାକୁ ମିଳିଛି। ଗତକାଲି ଆସିଫାବଦରେ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ବାଡ଼େଇଥିବା ବ୍ୟକ୍ତି ହେଉଛନ୍ତି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି। #WATCH Telangana: A […]
ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍ ଜୋନ୍ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ […]
ନୂଆଦିଲ୍ଲୀ: ୩୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହାର ଚାରିପାଖରେ ଗ୍ୟାଲେରୀ ନିର୍ମାଣ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ ୟୁନିଟି ଭାବେ ନାମିତ କରାଯାଇଥିଲା। ହେଲେ ବର୍ଷାରେ ଏହି ୩୦୦୦ ହଜାର କୋଟିର ଷ୍ଟାଚ୍ୟୁ ଅଫ୍ ୟୁନିଟି ବେହାଲ ହୋଇଛି। ଏହି ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଯେଉଁ ଦର୍ଶକ ଗ୍ୟାଲେରୀ ତିଆରି ହୋଇଥିଲା, ବର୍ଷା ବେଳେ ତା’ ଛାତରୁ […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ପ୍ରଥମ ଥର ପାଇଁ “ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି। ଦୀର୍ଘ ୪ମାସ ପରେ ଲୋକଙ୍କ ସହ ନିଜ ମନର କଥା କହୁଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଦେଶବାସୀ ଦ୍ୱିତୀୟ ଥର ପାଇଁ ତାଙ୍କ ସରକାରକୁ ଭୋଟ ଦେବେ ବୋଲି ସେ ଆଶା ରଖିଥିଲେ। ଦେଶବାସୀ ମଧ୍ୟ ତାଙ୍କ ଆଶାକୁ ବଜାୟ ରଖିଥିବାରୁ […]
ରାୟପୁର: ମଞ୍ଚ ଉପରେ କର୍ମୀଙ୍କ ଆଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ସେ ଇସ୍ତଫା ଦେଇଛନ୍ତି ଓ ଏହି ଅବସରରେ ଆଜି ଏକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କର୍ମୀଙ୍କୁ ଆଖି ଛଳ ଛଳ କରି ଉଦବୋଧନ ଦେଉଥିବା ବେଳେ ହଠାତ କାନ୍ଦି ପକାଇଥିଲେ ବାଘେଲ। ଆଜି ନୂଆ ପିସିସି ସଭାପତି ଭାବରେ ମୋହନ ମର୍କମଙ୍କୁ ଦଳ ନିଯୁକ୍ତି ଦେଇଛି। ବାଘେଲ କାନ୍ଦୁଥିବା ବେଳେ ଦଳୀୟ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ଥାନ ନେବେ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେ। ଜାତୀୟ ଇଂରାଜୀ ଖବରକାଗଜ ‘ସଣ୍ଡେ ଗାର୍ଡିଆନ୍’ ଏହି ଖବର ପ୍ରକାଶ କରିଛି। ସିନ୍ଦେଙ୍କ ନାମରେ ପରିବାର ରାଜନୀତି, ଜାତି ରାଜନୀତି ଆଦି ପ୍ରସଙ୍ଗ ଲାଗିନଥିବାରୁ କଂଗ୍ରେସର ବରିଷ୍ଠ ନେତା ଏବଂ ଗାନ୍ଧି ପରିବାର ସୁଶୀଲ କୁମାର ସିନ୍ଦେଙ୍କ ନାମକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ନେତା ଉପ ରାଷ୍ଟ୍ରପତି ଦୌଡ଼ରେ ମଧ୍ୟ ଥିଲେ। ହେଲେ ବିଜେପିର ଉପରାଷ୍ଟ୍ରପତି […]
ମୁମ୍ବାଇ: ମହାରାଷ୍ଟ୍ର ସରକାର ପାରିତ କରିଥିବା ବହୁ ଚର୍ଚ୍ଚିତ ମରାଠା ଆରକ୍ଷଣ ବିଲ୍କୁ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ କାଏମ୍ ରଖିଛନ୍ତି। କୋର୍ଟ ଏହି ଅବସରରେ କହିଛନ୍ତି ରାଜ୍ୟ ସରକାର ନିଜ ଅଧିକାର ଭିତରେ ସୀମିତ ରହି ଏହି ବିଲ୍ ଆଣିଛନ୍ତି। ତେବେ ହାଇକୋର୍ଟ କହିଛନ୍ତି, ଆରକ୍ଷଣର ମାତ୍ରା ୧୬% ହେବା ଉଚିତ ନୁହେଁ। ପଛୁଆ ବର୍ଗଙ୍କ ପାଇଁ ଗଠିତ ବ୍ୟାକ୍ୱାର୍ଡ କମିଶନ୍ଙ୍କ ସୁପାରିସ ଅନୁଯାୟୀ ଏହା ୧୨-୧୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। କୋର୍ଟ ମରାଠା […]
ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲା ଚଦେର ଗାଁରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ହିଁ ଜଣେ ସାଧାରଣ ନାଗରିକ ନଜିର ଅହମଦଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତ ଶାହ ଏବେ ଜମ୍ମୁ କଶ୍ମୀର ଗସ୍ତରେ। […]
ସୋପିଆନ୍: ଦକ୍ଷିଣ କଶ୍ମୀରର ସୋପିଆନ୍ରେ ଥିବା ଐତିହାସିକ ମୋଗଲ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିକ୍ନିକ୍ ପାଇଁ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ର ସୂଚନା ଅନୁଯାୟୀ, ଟେମ୍ପୋଟି ପୁଞ୍ଚରୁ ସୋପିଆନ୍ ଯାଉଥିଲା। ଏହି ଟେମ୍ପୋରେ ଏକ ଘରୋଇ […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଆଉ ଏକ ଝଟ୍କା ଲାଗିଛି। ସ୍ୱିଜରଲ୍ୟାଣ୍ଡ ଅଧିକାରୀମାନେ ସେଠାରେ ଥିବା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ପ୍ରାୟ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛନ୍ତି। ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ନିରବଙ୍କ ନାଁରେ ପ୍ରାୟ ଆମେରକୀୟ ଡଲାର ୬ ମିଲିୟନ ଓ କିଛି ସମ୍ପତ୍ତି ରହିଥିଲା। ଋଣ ଖିଲାପ […]
ଶ୍ରୀନଗର: ନୂଆ ସରକାର ଗଠନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ କାଶ୍ମୀର ଗସ୍ତ କରିବେ। ଗସ୍ତ ବେଳେ ରାଜ୍ୟରେ ସାମରିକ ଓ ବେସାମରିକ କାର୍ଯ୍ୟକଳାପ ନେଇ ଆଲୋଚନା କରିବେ। ଏଥି ସହ ହୁରିୟାତ ନେତାଙ୍କ ସହ କଥାବାର୍ତ୍ତା ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ […]
ମୁମ୍ୱାଇ: ଭାଇଜାନ୍ ସଲମାନ ଖାନ୍ଙ୍କ ଆଉ ଏକ ଦବଙ୍ଗଗିରି। ତାଙ୍କ ନାମରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଧମକ ଏବଂ ମୋବାଇଲ୍ ଛଡ଼ାଇବାର ଅଭିଯୋଗ ଆସିଛି। ଏ ନେଇ ମୁମ୍ବାଇର ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୨ ତାରିଖରେ ଏହାର ଶୁଣାଣି ହେବ। ଅଭିଯୋଗ ଅନୁସାରେ ଗତ ଏପ୍ରିଲ ମାସ ୨୪ ତାରିଖରେ ଅଶୋକ ତାଙ୍କ କ୍ୟାମେରାମ୍ୟାନ୍ ସହିତ ଜୁହୁରୁ କାନ୍ଦିଭାଲି ଅଭିମୁଖେ ଯାଉଥିଲେ। ଠିକ୍ ଏହି ସମୟରେ ସେ ସଲମାନ୍ ଖାନ୍ […]