ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଏ ପ୍ରସଙ୍ଗ ସହ ଆଉ ୫ଟି ବିଷୟରେ ଏହି ବୈଠକରେ ଆଲୋଚନା ହେବ। ଏହି ସର୍ବଦଳୀୟ ବୈଠକରେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସବୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ରୋକିବା ପ୍ରସଙ୍ଗରେ ବୈଠକରେ ସବୁ ଦଳର ନେତା ଆଲୋଚନା କରିବେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ନୂଆଦିଲ୍ଲୀ: ଗତକାଲି ଆଫଗାନିସ୍ତାନର ପୂର୍ବ ନାଂଗରହାର ପ୍ରାନ୍ତର ରାଜଧାନୀ ଜଲାଲାବାଦର ଏକ ପୁଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଜି ଆତ୍ମଘାତୀ ବିସ୍ପୋରଣ କରିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନାଂଗରହାର ପ୍ରାନ୍ତର ରାଜ୍ୟପାଳଙ୍କ ମୁଖପାତ୍ର ଅତାହୁଲ୍ଲାହ ଏହି ଆତ୍ମଘାତୀ ଆକ୍ରମଣ ଇସଲାମିକ ଷ୍ଟେଟ (ଆଇଏସ) ଦ୍ୱାରା କରାଯାଇଛି ବୋଲି କହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା […]
ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏସସିଓ ବୈଠକରେ ଯୋଗଦେବା ପୂର୍ବରୁ ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହି ସାକ୍ଷାତକାରରେ ସେ ମୁଖ୍ୟତଃ ଭାରତ ସହ ତାଙ୍କ ଦେଶର ମତ ଓ ଆଭିମୁଖ୍ୟ କ’ଣ ରହିଛି ସେ ବାବଦରେ ଇମରାନ ଖାନ […]
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଧାନୁଆ ଘାଟିରେ ଆଜି ସଡ଼କ ଦୁର୍ଘଟଣା ଘଟି ୧୧ ଯାତ୍ରୀଙ୍କ ମୃତ୍ୟ ଘଟିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଡ୍ରାଇଭର ମହମ୍ମଦ ମୁଜାହିଦ୍, ଯାତ୍ରୀ ଉପେନ୍ଦ୍ର, ଆଦିତ୍ୟ କୁମାର, ଯୋଗେନ୍ଦ୍ର ପ୍ରସାଦ, ଭାରତୀ ଦେବୀ, ରାମ କ୍ରିଷନ ପ୍ରସାଦ, ରାମାନ୍ଦନ ପାଶ୍ୱାନ, ବଧାନି ମୁଣ୍ଡା, ଶିବଶଙ୍କର ପ୍ରସାଦ। ଅନ୍ୟମାନଙ୍କ ପରିଚୟ ମିଳି ପାରିନାହିଁ। ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ଟି ୨ ନମ୍ବର ଜାତୀୟ ରାଜପଥର ଧାନୁଆ […]
ଶ୍ରୀନଗର: ବହୁ ଚର୍ଚ୍ଚିତ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଶୁଣାଣି କରି ପଠାନକୋର୍ଟର ଏକ ସ୍ୱତନ୍ତ୍ର କୋର୍ଟ ଗାଁ ମୁଖିଆ ସାଞ୍ଜି ରାମ, ଦୁଇଜଣ ପୋଲିସ ଅଧିକାରୀ ଦୀପକ ଖଜୁରିଆ ଓ ସୁରେନ୍ଦର ବର୍ମା, ହେଡ କନେଷ୍ଟବଳ ତିଲକ ରାଜଙ୍କ ସହ ଅନ୍ୟ ଦୁଇ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନିଜଣଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ତଥ୍ୟ, […]
ବେଙ୍ଗାଲୁରୁ: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡଙ୍କର ଆଜି ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ୧୯୩୮ ମେ’ ୧୯ ତାରିଖରେ ମୁମ୍ବାଇ (ସେତେବେଳର ବମ୍ବେ ପ୍ରେସିଡେନ୍ସୀ)ରେ ସେ ଜନ୍ମ ହୋଇଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଓ ସେଠାରେ ପଢ଼ିବା ବେଳେ ହିଁ ତାଙ୍କର ପ୍ରଥମ ନାଟକ ‘ଯଯାତି’ […]
ନୀଳଗିରି: ମନ୍ତ୍ରୀ ହେବା ପରେ ପ୍ରତାପ ଷଡ଼ଙ୍ଗୀ ଗତକାଲି ତାଙ୍କ ପିଲା ଦିନର ଗୁରୁ ତଥା ରାଜନୀତିରେ ପଥ ପ୍ରଦର୍ଶକ ତ୍ରିଲୋଚନ ସାହୁଙ୍କୁ ଭେଟିଥିଲେ। ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଗୁରୁ ତ୍ରିଲୋଚନ ସାହୁ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ପଢ଼ି ଶୁଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ହେବା ପରେ ଗତକାଲି ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଗସ୍ତରେ ଆସିଥିଲେ। ଏଠାରେ […]
ଶ୍ରୀନଗର: କର୍ତ୍ତବ୍ୟ ଆଗରେ ହାର୍ ମାନିଛି ପ୍ରକୃତି। ପ୍ରକୃତିର କୋପ ବି ଦୃଢ଼ମନା ଯବାନଙ୍କ ମନୋବଳ ଭାଙ୍ଗିପାରିନାହିଁ। ବର୍ଷକ ବାର ମାସ, ଖରା ହେଉ ଅବା ବର୍ଷା କିମ୍ବା ଶୀତ ଦେଶ ମାତୃକାର ସେବାରେ ନିମଗ୍ନ ଯବାନଙ୍କ ଲାଗି ଯମ ପାଲଟିଥିବା ରୌଦ୍ରତାପ ବି ହାର୍ ମାନିବାକୁ ବାଧ୍ୟ ହୋଇଛି। ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଖରା ୪୦ ଡିଗ୍ରୀ ପାର୍ କରିଛି। କିନ୍ତୁ ସେଠାରେ ନିୟୋଜିତ ଥିବା ଯବାନ ଖରାକୁ ଖାତିର୍ ନକରି ଭାରତ-ପାକିସ୍ତାନ ସୀମାରେ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଚନ୍ଦ୍ରକୁ ମଙ୍ଗଳ ଗ୍ରହର ଏକ ଅଂଶ ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କୁ ଏଥିପାଇଁ ଟ୍ୱିଟରରେ ହଟହଟା ହେବାକୁ ପଡ଼ିଛି। ସେ ଗତକାଲି ରାତିରେ ଟ୍ୱିଟ୍ କରି କହିଥିଲେ, ଆମେ (ମହାକାଶ ଅଭିଯାନ ପାଇଁ) ଯେଉଁ ପ୍ରକାର ପାଣି ଭଳି ଅର୍ଥ ବ୍ୟୟ କରୁଛୁ ସେଥିରେ ନାସା ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯିବା କଥା ନ ଉଠାଇଲେ ଭଲ। ତାହା ଆମେ ୫୦ ବର୍ଷ ଆଗରୁ କରିସାରିଛେ। ବରଂ ଏବେ ମଙ୍ଗଳ (ଚନ୍ଦ୍ର ଯାହାର […]