• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

congress
ଅଶୋକ ଗେହଲଟ୍‌ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ରାଜସ୍ଥାନରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି। ରାଜସ୍ଥାନର ନୂଆ ମଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍‌ଙ୍କୁ ଚୟନ କରାଯାଇଛି। ଏନେଇ ଗତକାଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ସଚିନ୍‌ ପାଇଲଟ୍‌ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଶୋକ ଗେହଲଟ୍‌ ଓ ସଚିନ୍‌ ପାଇଲଟ୍‌ଙ୍କ ସହ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍‌ କରିବାର କିଛି ସମୟ ପରେ […]

  • Tuesday, 20 July 2021
Untitled-1
କଶ୍ମୀର ଘାଟିରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର:କଶ୍ମୀର ଘାଟିରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ। ଜମ୍ମୁ ଓ କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ରୂପ ଦେବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ କିନ୍ତୁ କଡ଼ା ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ରବିବାର ଭୋରରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଏବେ ବି ଜାରି ରହିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ […]

  • Tuesday, 20 July 2021
s
ଟିଏମ୍‌ସି ବିଧାୟକ ହତ୍ୟା ମାମଲାରେ ୨ ଗିରଫ, ପୁଲିସ୍‌ ଅଫିସର୍ ନିଲମ୍ବିତ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ କୋଲକାତା ପୁଲିସ୍ ୨ ଜଣଙ୍କୁ ଗରିଫ କରିବା ସହିତ ମାମଲାରେ ସାମିଲ୍‌ ନେଇ ହନ୍‌ସଖାଲି ପୁଲିସ୍ ଷ୍ଟେସନ୍‌ ଚାର୍ଜରେ ଥିବା ଜଣେ ପୁଲିସ୍‌ ଅପିସର୍‌ଙ୍କୁ ନିଲମ୍ବିତ କରାଯାଇଛି। ଗିରଫ୍‌ ଦୁଇଜଣ ହେଲେ କାର୍ତ୍ତିକ ମଣ୍ଡଳ ଓ ସୁଜିତ୍ ମଣ୍ଡଳ। ସତ୍ୟଜିତ୍ ବିଶ୍ୱାସ ପଶ୍ଚିମବଙ୍ଗ କୃଷ୍ଣଗଞ୍ଜ ବିଧାନସଭାର ବିଧାୟକ ଥିଲେ। ସେ ମାଝ୍‌ଦିଆ ଅଞ୍ଚଳକୁ ଏକ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ସମାରୋହ […]

  • Tuesday, 20 July 2021
died
ମଦ ମୃତ୍ୟୁର ବିଭୀଷିକା: ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୮ ଜଣଙ୍କ ଜୀବନ ଗଲାଣି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ବର୍ତ୍ତମାନ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ୍ ୨୫ଟି ମାମଲା ରୁଜୁ କରିବା ସହିତ […]

  • Tuesday, 20 July 2021
Untitled-1
ପ୍ରୟାଗରାଜରେ ଚାଲିଛି ସାହି ସ୍ନାନ ନୀତି

ପ୍ରୟାଗରାଜ: ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜରେ ଚାଲିଛି ଶେଷ ତଥା ଅନ୍ୟତମ ପ୍ରମୁଖ ସାହି ସ୍ନାନ ନୀତି । ବଡି ଭୋରୁ ହିଁ ମହାସ୍ନାନର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସମସ୍ତ ଆଖଡ଼ାର ସାଧୁସନ୍ଥ ସାହି ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ଭକ୍ତ  ଶେଷ ସାହି ସ୍ନାନ ନୀତିରେ ସାମିଲ ହେବା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ପ୍ରୟାଗରାଜ […]

  • Tuesday, 20 July 2021
supreme-court-photo
ରାଫେଲ୍‌ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଫାଇଟର୍‌ ଜେଟ୍‌ ଡିଲ୍‌କୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ୍‌ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ରାଫେଲ୍ ଦୁର୍ନୀତି ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ରାଫେଲ୍‌ ଡିଲ୍‌କୁ ନେଇ ମୋଦି ସରକାରଙ୍କ ବିରୋଧରେ ଚଳାଇଥିବା ପ୍ରଚାରକୁ ନେଇ ବିରୋଧୀଙ୍କୁ ଏକ ଶକ୍ତ […]

  • Tuesday, 20 July 2021
kamalnath
ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଗତକାଲି ଦିନତମାମ ହାଇଡ୍ରାମା ଓ ସସ୍‌ପେନ୍ସ ପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ୍‌ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଚୟନ କରାଯାଇଛି। କମଲନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ। ହେଲେ ରାହୁଲ ଗାନ୍ଧି ଯୁବଗୋଷ୍ଠୀଙ୍କ ପସନ୍ଦ ସିନ୍ଧିଆଙ୍କ ବଦଳରେ ବରିଷ୍ଠ ରାଜନେତା କମଲନାଥଙ୍କୁ […]

  • Tuesday, 20 July 2021
kcr
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର୍

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜିଠାରୁ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆଜି ଶପଥ ନେବେ। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ଟିଆର୍‌ଏସ୍‌କୁ  ୮୮ ଟି ଆସନ, କଂଗ୍ରେସକୁ ୧୯ଟି ଆସନ ଓ ବିଜେପିକୁ ମାତ୍ର ୧ଟି ଆସନ ମିଳିଥିଲା। ଭୋଟର୍‌ଙ୍କ ମୁଡ୍‌କୁ ଦେଖି କେସିଆର୍ ଆଗୁଆ ବିଧାନସଭା ଭଙ୍ଗ କରିଥିଲେ। ଯାହାକି ତାଙ୍କୁ ସଫଳତା ଦେଇଥିବା କୁହାଯାଉଛି।

  • Tuesday, 20 July 2021
rahul gandhi
୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସରେ କସରତ; ଚିନ୍ତାରେ ହାଇ କମାଣ୍ଡ୍‌

ନୂଆଦିଲ୍ଲୀ: ୩ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ଏବେ ସରକାର ଗଠନକୁ ନେଇ କସରତ । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।। କଂଗ୍ରେସ ବିଧାୟକ ଦଳ ବୈଠକରେ କମଲନାଥଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏ.କେ. ଆଣ୍ଟୋନୀ, […]

  • Tuesday, 20 July 2021
saktikanta
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ 

ନୂଆଦିଲ୍ଲୀ :  ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ତାଙ୍କ  ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ପ୍ରଥମେ କେନ୍ଦ୍ର ସରକାରଙ୍କ ସହିତ ଆର୍‌ବିଆଇର ସଂପର୍କ ସୁଧାରିବାକୁ ପଡ଼ିବ। କାରଣ ମତଭେଦ କାରଣରୁ ହିଁ ଉର୍ଜିତ ପଟେଲ ପଦ ଛାଡ଼ି ଦେଲେ। ତେଣୁ ପ୍ରଥମେ ସଂପର୍କର ସେତୁକୁ ସଜାଡ଼ିବାକୁ ପଡ଼ିବ। ମୋଦି ସରକାରରେ ଶକ୍ତିକାନ୍ତ କାମ କରିଥିବାରୁ ଏଥିରେ ଅବଶ୍ୟ ବିଶେଷ ଅସୁବିଧା ହେବ ନାହିଁ ବୋଲି […]

  • Tuesday, 20 July 2021
m
ଏମ୍ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ କମ୍ପାନୀରେ କୋଲକାତା ପୁଲିସ୍‌ର ଚଢ଼ାଉ

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ କମ୍ପାନୀ ଆଞ୍ଜେଲା ମର୍ସେନଟାଇଲ୍ ପ୍ରାଇଭେଟ୍ ଲିମିଟେଡରେ ପୁଲିସ୍ ଚଢ଼ାଉ କରିଛି। ଶୁକ୍ରବାର କମ୍ପାନୀର ଦୁଇଟି ଅଫିସ୍‌ରେ ଚଢ଼ାଉ ହୋଇଛି। ପୂର୍ବ ଅଭିଯୋଗକୁ ନେଇ ଏହି ଚଢ଼ାଉ କରାଯାଇଥିବା କୋଲକତା ପୁଲିସ ସୂଚନା ଦେଇଛି। ୩୦ଜଣିଆ ଟିମ୍ ଉଭୟ ଜାଗାରେ ଚଢ଼ାଉ କରିଥିବା ପୁଲିସ ସୂଚନା ଦେଇଛି।ପୂର୍ବରୁ ନାଗେଶ୍ୱର ରାଓଙ୍କ ସ୍ତ୍ରୀ ଏବଂ କମ୍ପାନୀ ମଧ୍ୟରେ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜକସନ୍ ହୋଇଛି। ଯାହାର ଯାଞ୍ଚ କରାଯାଉଥିବା […]

  • Tuesday, 20 July 2021
assembly
ରାଫେଲ୍ ଡିଲ୍‌କୁ ନେଇ ସରକାରକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ସଂସଦରେ ରାଫେଲ୍ ତାତି।  ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଫେଲ୍ ଡିଲ୍‌କୁ ନେଇ ଏନ୍‌ଡିଏ ସରକାରକୁ ଘେରିଛି କଂଗ୍ରେସ। ରାଫେଲ ଡିଲ୍ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛି। ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାରମ୍ବାର କହୁଥିବାବେଳେ ରାଫେଲ୍ ଉପରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ ରାଫେଲ୍ ଡିଲ୍‌କୁ ନେଇ ଜେପିସି ଦାବି କରିଛି। କଂଗ୍ରେସ ଜେପିସି ଦାବିରେ […]

  • Tuesday, 20 July 2021