ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ଲୁଚକାଳି ନାଟକରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍ଙ୍କୁ ସିବିଆଇ ଗତକାଲି ତାଙ୍କୁ ତାଙ୍କ ଘରୁ ହିଁ ଉଠାଇ ନେଇଥିଲା। ଏହା ପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେଠାରୁ ସେ ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ପଛେ […]
ୱାଶିଂଟନ୍: ଜଣେ ମହିଳା ପାଖାପାଖି ୯ ମାସର ଗର୍ଭବତୀ ଥିଲେ। ହେଲେ ତାଙ୍କୁ ଏହା ଜଣା ନଥିଲା। ତାଙ୍କୁ ଲାଗୁଥିଲା କି ତାଙ୍କ କିଡ୍ନୀରେ ଷ୍ଟୋନ୍ ହୋଇଛି। ଯାହା ଫଳରେ ତାଙ୍କୁ ଯନ୍ତ୍ରଣା ହେଉଛି। ଯେତେବେଳେ ଉକ୍ତ ମହିଳା ଜଣକ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେଠାରେ ସେ ୩ଟି ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାକୁ ନେଇ ଡାକ୍ତରଙ୍କଠୁ ଆରମ୍ଭ କରି ମହିଳାଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ଜାଣିଲା ପରେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ। ଏହି ବିବାଦର ସମାଧାନ ହେବା ଦରକାର ବୋଲି ଟ୍ରମ୍ପ ଗତକାଲି ଗଣମାଧ୍ୟମକୁ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଯଥା ସମ୍ଭବ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସରେ ହେବାକୁ ଥିବା ଜି-୭ ବୈଠକରେ […]
ନୂଆଦିଲ୍ଲୀ: ବିଜେପି ଓ ତା’ର ବିହାର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଗୋପାଲ ନାରାୟଣ ସିଂହ ବିଜେପି-ଜେଡିୟୁ ମେଣ୍ଟ ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଓ ଜେଡିୟୁ ମେଣ୍ଟ ସ୍ୱାର୍ଥର ଗଠବନ୍ଧନ ବୋଲି କହିଛନ୍ତି। ଗୋପାଲ ସିଂହଙ୍କ ଏଭଳି ମନ୍ତବ୍ୟ ଉପରେ ଜେଡିୟୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗୋପାଲ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଜେପି ଓ ଜେଡିୟୁ […]
ନୂଆଦିଲ୍ଲୀ: ସାଧାରଣ ବଜେଟ୍ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦ ଗୃହରେ ଇକନମିକ୍ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ବର୍ତ୍ତମାନର ଆର୍ଥିକ ସ୍ଥିତି ବାବଦରେ ତଥ୍ୟ ଦିଆଯିବା ସହିତ ବିଭିନ୍ନ ସମସ୍ୟାର ମୁକାବିଲା କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ, ସେ ବାବଦରେ ମଧ୍ୟ ତଥ୍ୟ ରଖାଯାଇଛି। ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କେଭି ସୁବ୍ରମଣିଅନ୍ ଏବଂ ତାଙ୍କ ଟିମ୍ ପ୍ରସ୍ତୁତ କରିଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ […]
ନୂଆଦିଲ୍ଲୀ: ଟ୍ରଷ୍ଟ ନାଁରେ ପାଣ୍ଠି ଯୋଗାଡ଼ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତା’ର ୧୨ ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ମାମଲା ରୁଜୁ କରିଥିବା କଥା କହିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଲୋକ ଦେଖାଣିଆ ବା କଷମେଟିକ୍ ଷ୍ଟେପ୍ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ ପାକିସ୍ତାନ ସରକାରଙ୍କ ଏହି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ବିଶ୍ୱାସଯୋଗ୍ୟ ନୁହେଁ। ଆତଙ୍କବାଦୀ […]
ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ […]
ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା’ ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍ ଏସ୍ଓଏସ ନାମକ ଏନ୍ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା। ହାତୀଟିର ନାଁ ରାଜୁ। ରାଜୁର ମୁକ୍ତିକୁ ଆଜି ୫ ବର୍ଷ ପୂରିଛି। ରାଜୁର ମୁକ୍ତିର ପଞ୍ଚମ ବାର୍ଷିକୀ ବେଶ ନିଆରା ଢଙ୍ଗରେ କେକ କାଟି ପାଳନ କରାଯାଇଛି। ପିଲାଦିନରୁ ରାଜୁ ଲୁହା […]
ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି ପଦକ୍ଷେପ ନେଇଥିଲେ, ତା’ର ଏକ ଭିଡିଓ ସାମ୍ନାକୁ ଆସିଛି। ଜୁଲାଇ ୧ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୫ ଦିନ ଧରି ହେବାକୁ ଥିବା ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ସାମିଲ […]
ଚେନ୍ନାଇ: ପରିବାରବାଦର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମକେ ପରିବାରବାଦକୁ ଖୋଲା ପ୍ରୋତ୍ସାହନ ଦେଇଛି। ଯେଉଁ ଡିଏମକେ ଯୁବ ବାହିନୀର ମୁଖ୍ୟ ଭାବେ ଏମକେ ଷ୍ଟାଲିନ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ, ଏବେ ଏହାର ଦାୟିତ୍ୱ ତାଙ୍କ ପୁଅ ତଥା ଅଭିନେତା ଉଦୟନିଧିଙ୍କୁ ମିଳିଛି। ତାଙ୍କୁ ଡିଏମକେ ଯୁବ ବାହିନୀର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସଚିବ ପଦରେ ଷ୍ଟାଲିନ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ […]
ଭୋପାଲ: ସରକାରୀ ହସ୍ପିଟାଲ୍ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି। ଏହି ସରକାରୀ ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କ ନାଁ ସଂଗୀତା। ସଂଗୀତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ୧୨ ଦିନ ତଳେ ତାଙ୍କୁ ହସ୍ପିଟାଲ୍ରେ […]
ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। ବାଚସ୍ପତି ପ୍ରମିଳାଙ୍କୁ ବିତର୍କରେ ଭାଗ ନେବାକୁ ସୁଯୋଗ ଦେଇଛନ୍ତି। ବିତର୍କର ପ୍ରଥମ ଦିନରେ ସେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଯଥେଷ୍ଟ ନୁହେଁ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର, ସହାୟିକାଙ୍କ ଦରମା ୧୨ ହଜାର ଟଙ୍କା କରାଯାଉ ।” ଲୋକସଭା ବାଚସ୍ପତି ପ୍ରମିଳାଙ୍କୁ ପ୍ରଶଂସା କରିଛନ୍ତି। […]
ଅହମ୍ମଦାବାଦ: ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା ବେଳେ ଦେଶ ବିଦେଶରେ ବି ମନ୍ଦିରରୁ ବାହାରି ଭକ୍ତ ନିକଟକୁ ଚାଲି ଆସିଥାନ୍ତି ପ୍ରଭୁ। ଓଡ଼ିଶା ପରି ଗୁଜରାଟରେ ମଧ୍ୟ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର […]
କୋଲକାତା: ପଶ୍ଚିମବଙ୍ଗ ଟିଏମସି ଦଳର ସାଂସଦ ତଥା ଅଭିନେତ୍ରୀ ନୁସ୍ରତ୍ ଜହାଁ ଆଜି କୋଲକାତା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ନୁସ୍ରତ୍ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ନୁସ୍ରତ୍ ଭଗବାନ ଶ୍ରୀଜଗନ୍ନାଥଙ୍କ ଆଳତୀ କରିଥିଲେ। ଏହାପରେ ମମତାଙ୍କ ସହ ମିଶି ସେ ରଥ ଟାଣିଥିଲେ। ଏହି ସମୟରେ ନବବିବାହିତା ନୁସ୍ରତ୍ଙ୍କ ସ୍ୱାମୀ ନିଖିଳ ଜୈନ […]
ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ରେଳ ବିଭାଗରେ ସର୍ବାଧିକ ୨.୬ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍ରରେ ଉଲ୍ଲେଖ କରିଥିଲେ। ଆଜି ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶଂସାରେ ପୋତି ପକାଇଛନ୍ତି। ରାହୁଲ ଯେଉଁଭଳି କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଏଭଳି ସାହାସକୁ […]
ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରତ୍ନଗିରିଠାରେ ଡ୍ୟାମ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ପାଣିରେ ଭାସି ଯାଇଥିବା ୧୪ ଜଣଙ୍କ ମୃତଦେହକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ବି ୯ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ ଭୁଶୁଡ଼ିବା ଯୋଗୁ ତିଭେର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳବାର ରାତିରେ ୩୦୮ ମିଟର ଲମ୍ବର ତିୱେର ଡ୍ୟାମ୍ର ୧୦୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଁରେ ଥିବା […]
ଇସ୍ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ଓ ତା’ର ସହଯୋଗୀଙ୍କ ଉପରେ ପଞ୍ଝା କଷିବାକୁ ଉଦ୍ୟମ କରିଛି। ହାଫିଜ୍ ସୟିଦ ଓ ତା’ର ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ଟେରର ଫାଇନାନ୍ସିଂ ମାମଲା ରୁଜୁ କରିଛନ୍ତି। ପାକିସ୍ତାନର ଆତଙ୍କ ନିରୋଧୀ ବିଭାଗର ମୁଖପାତ୍ର କହିଛନ୍ତି, ହାଫିଜ ଓ ତା’ର […]
ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍ଏସ୍ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍ଏସ୍ପିରେ କ୍ୱିଣ୍ଟାଲ୍ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ […]
ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପ୍ରିୟାପ୍ରୀତି ତୋଷଣ, ତୁଷ୍ଟିକରଣରେ ଓ ଜାତିଗତ ଭେଦଭାବରେ କଲେଜିୟମ୍ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଛନ୍ତି ବୋଲି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ ଅଭିଯୋଗ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ଜୁଲାଇ ୧ରେ ଜଷ୍ଟିସ ପାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଅନେକ କଥା କହିଛନ୍ତି। ସେ କହିଛନ୍ତି, “୩୪ ବର୍ଷ କ୍ୟାରିୟର ମଧ୍ୟରେ […]
ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ। ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି। ୨୦ ବର୍ଷୀୟ ମହମ୍ମଦ ଫୁରକାନ ଏକ ଦୁର୍ଘଟଣାର ଶିକାର ହୋଇ ଜୁନ୍ ୨୧ରୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। […]
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି।ଏକ ଇଂଲିଶ ଗଣାମଧ୍ୟମକୁ ସୂଚନା ଦେଇ ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ, “ଯଦି ମୋ ଉତ୍ତରାଧିକାରୀ ଜଣେ ମହିଳା ହୁଅନ୍ତି, ତା’ହେଲେ ସେ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବା ଦରକାର।” ଅବଶ୍ୟ ଏହି ସମୟରେ ଦଲାଇଲାମା ହସିହସି ମତ ଦେଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦଲାଇଲାମାଙ୍କ ଭଳି […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ। ମୋତିଲାଲ ଭୋରେ ୨୦୧୪ରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। ୧୯୮୮ରେ ସେ ପ୍ରଥମଥର ରାଜ୍ୟସଭାକୁ ଯାଇଥିଲେ। ସେହିପରି ୧୯୮୫,୧୯୮୮ ଓ ୧୯୮୯ରେ ସେ କିଛି ସମୟ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ। ଏବେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ କେବଳ ଇଂରାଜୀ ଭାଷରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ […]
ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍। ତାଙ୍କ ନାଁରେ ପୁଣି ଏକ ଏଫ୍ଆଇଆର ରୁଜୁ କରାଯାଇଛି। ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ୍ ଲାଇନ୍ ପୁଲିସ୍ ଷ୍ଟେସନରେ ଆଜମ ଖାନ୍ଙ୍କ ନାଁରେ ଏଫ୍ଆଇଆର ରୁଜୁ କରିଛନ୍ତି। ରାମପୁର ସର୍କଲ ଅଫିସର ବିଦ୍ୟା କିଶୋର କହିଛନ୍ତି, ଜୁନ୍ ୩୦ରେ ମୋରଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ […]