ଭୋପାଳ: ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବୃଦ୍ଧଙ୍କର ମୁଣ୍ଡରେ ଥିବା ଶିଙ୍ଗର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବୃଦ୍ଧଙ୍କ ନାଁ ଶ୍ୟାମ ଲାଲ୍ ଯାଦବ। ତାଙ୍କୁ ୭୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ଶ୍ୟାମଲାଲଙ୍କ କହିବା ଅନୁଯାୟୀ, ୫ ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାର କିଛି […]
ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସୋଶାଲ୍ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ଶେଆର୍ ମଧ୍ୟ କରୁଛନ୍ତି। ତେବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ମଜାଳିଆ ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏକ ଚଳନ୍ତା ଗାଡ଼ିରେ ଜଣେ ଯୁବକ କିଭଳି ଭାବରେ ଗାଡ଼ିର ଟାୟାର ବଦଳାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। […]
ନୂଆଦିଲ୍ଲୀ: ଦେଶ ପ୍ରେମ କେବଳ ଯେ ମଣିଷଙ୍କ ପାଖରେ ଥାଏ ତା’କୁ ଭୁଲ୍ ବୋଲି ପ୍ରମାଣିତ କରିଛି ସନ୍ଧାନୀ କୁକର ‘ଡଚ୍’। ଏହି ‘ରିଅଲ ହିରୋ’ର ବିୟୋଗରେ ସେନାବାହିନୀର ଶ୍ରଦ୍ଧାଞ୍ଜଳି ଏବେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି। ବୁଧବାର ଡଚ୍ର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୯ ବର୍ଷ ବୟସ ହୋଇଥିଲା। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡରେ ନିଯୁକ୍ତ ହୋଇଥଥିବା ଡଚ୍ ବିଭିନ୍ନ ଆତଙ୍କବାଦୀ ବିରୋଧୀ ମିଶନ୍ରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାରେ ଉତ୍କର୍ଷତା ହାସଲ କରିଥିଲା। ଡଚ୍ର […]
ରିୟାଧ: ସାଉଦି ଆରବର ଆରାମକୋ ତୈଳ କମ୍ପାନୀ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି।ତୈଳ କମ୍ପାନୀରେ ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରି କି ସେଠାରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିବା ସୂଚନା ମିଳିଛି। ଆଜି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଅନ୍ୟପକ୍ଷରେ ଏହି ଡ୍ରୋନ୍ […]
ଭୋପାଳ: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି।ମୃତ୍ୟୁ ଏକ ଏମିତି ଅତିଥି ଯିଏ ବିନା ନିମନ୍ତ୍ରଣରେ ଚାଲିଆସେ। ଅନେକ ସମୟରେ ଏହା ଆକସ୍ମିକ ଢଙ୍ଗରେ ଆସି ପହଞ୍ଚି ଯାଏ। ଏମିତି ଏକ ଆକସ୍ମିକ ମୃତ୍ୟୁର ସାମ୍ନା କରିଛନ୍ତି ମଧ୍ୟପ୍ରଦେଶ ସିଓନୀ ଜିଲ୍ଲା ଖଟିଆ ଗାଁର ଜଣେ ଯୁବକ। ତାଙ୍କ ନାଁ ଗୁରୁଚରଣ ବୋଲି ଜଣାପଡ଼ିଛି। ଗଣେଶ ବିସର୍ଜନ ସମୟରେ ଗୁରୁଚରଣ ନାଚୁଥିଲେ। ଖୁସିରେ ବିଭୋର ହୋଇ ନାଚୁଥିବା ସମୟରେ ହଠାତ୍ […]
ନୂଆଦିଲ୍ଲୀ: ଆଜି ଜାତୀୟ ହିନ୍ଦୀ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଶାହ। ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ପାଇ ପଟେଲଙ୍କ ସ୍ୱପ୍ନ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ। ଅମିତ ଶାହ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: ଅସ୍ତ୍ରବିରତି ଉଲ୍ଲଂଘନ ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରକୃତ ସତ କ’ଣ ତାହା ଏବେ ସାମ୍ନାକୁ ଆସିଛି। ନିକଟରେ ଜମ୍ମୁ କଶ୍ମୀରର ହାଜିପୁର ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଭାରତୀୟ ଯବାନ ଦେଇଥିଲେ। ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେହି ମୃତଦେହକୁ ନେବା ପାଇଁ ପାକିସ୍ତାନ ଧଳା ପତାକା ଦେଖାଇଛି। ଏଭଳି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ଏମ୍ସ ମେଡିକାଲ ଗସ୍ତ କରି କ୍ୟାମ୍ପସ ପରିସରକୁ ଝାଡୁ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଫା କରିଥିଲେ। ଶ୍ରୀ ଶାହଙ୍କ ସମେତ ବିଜେପିର […]
ଭୁବନେଶ୍ୱର: ପବ୍ଲିକ୍ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନ ସାରା ଦେଶରେ ଏହି ଧର୍ମଘଟ ଡାକରା ଦେଇଛି। ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନ୍ଫେଡ୍ରେସନ୍(ଏଆଇବିଓସି), ଅଲ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍(ଏଆଇବିଓଏ), ଇଣ୍ଡିଆନ୍ ନ୍ୟାସନାଲ୍ ବ୍ୟାଙ୍କ୍ ଅଫିସର୍ସ କଂଗ୍ରେସ(ଆଇଏନ୍ବିଓସି), ନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ୍ ଅଫିସର୍ସ(ଏନ୍ଓବିଓ) ପକ୍ଷରୁ ଏହି ବନ୍ଦ ଡାକରା […]
ବେଜିଂ: ହସ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଭଲ, ଏହା ସମସ୍ତେ ଜାଣନ୍ତି। ହେଲେ ହସ ବି ଏମିତି ଘାତକ ହୋଇପାରେ..! ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ମହିଳା ଜଣକ ଏତେ ଜୋର୍ରେ ହସିଲେ ଯେ ତାଙ୍କର ମାଢ଼ି ବାହାରି ଯାଇଥିଲା। ଫଳରେ ପାଟି ଖୋଲା ଅବସ୍ଥାରେ ରହି ଯାଇଥିଲା। ଚୀନ୍ରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଚୀନ୍ର ଗୁୱାଡୋଙ୍ଗ୍ ପ୍ରଦେଶରେ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ମୁମ୍ବାଇ: ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ ମୁମ୍ବାଇ। ପ୍ରବଳ ବର୍ଷା ହେବା ଯୋଗୁ ମୁମ୍ବାଇବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ ଗୁଡ଼ିକରେ ଥିବା ସମସ୍ତ ସ୍କୁଲ ଓ ଜୁନିଅର୍ କଲେଜକୁ ଆଜି ଛୁଟି ଘୋଷଣା କରାଯାଇଛି। ଗତକାଲି ମଧ୍ୟ ଛୁଟି […]
ନାଙ୍ଗ୍ଲୋଇ: ଚେନ୍ ଲୁଟେରାଙ୍କୁ କାବୁ କଲେ ମା’ ଓ ଝିଅ। ରାସ୍ତାରେ ଉଭୟ ଠିଆ ହୋଇଥିବା ବେଳେ ବାଇକ୍ରେ ୨ଜଣ ଲୁଟେରା ଆସି ମହିଳାଙ୍କ ବେକରୁ ଚେନ୍ ଟାଣି ନେଇଥିଲେ। ଏହି ସମୟରେ ମହିଳା ଜଣକ ଲୁଟେରାଙ୍କୁ କାବୁ କରି ନେଇଥିଲେ। ଦିଲ୍ଲୀର ନାଙ୍ଗ୍ଲୋଇ ଅଞ୍ଚଳରେ ଅଗଷ୍ଟ ୩୦ରେ ଏହି ଘଟଣା ଘଟିଛି। ଏସବୁ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଜଣେ ମହିଳା ତାଙ୍କ ଝିଅଙ୍କ ସହ ରାସ୍ତାରେ ଠିଆ ହୋଇଥିବା ବେଳେ ବାଇକ୍ରେ ୨ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଭୋର ୩ଟା ୪୨ ମିନିଟ୍ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା। ଲ୍ୟାଣ୍ଡର ବିକ୍ରମ୍ ଏବେ ଚନ୍ଦ୍ରର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିଲୋମିଟର କକ୍ଷପଥରେ ପରିଭ୍ରମଣ କରୁଛି। ଗତକାଲି ସକାଳ ୮ଟା ୫୦ ମିନିଟ୍ରେ […]
ଇସଲାମାବାଦ୍: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି। ଆଜି ଏହି ଅନୁମତି ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ ଭାରତ ମଧ୍ୟ ଉତ୍ତର ରଖିଛି। ଭାରତ ପକ୍ଷରୁ କୁହାଯାଇଛି ‘କଟକଣା ବିହୀନ’ ଏବଂ ‘ଅବାଧ’ ଅନୁମତି ନ ମିଳିଲେ ଏହାକୁ ଭାରତ ଗ୍ରହଣ କରିବନି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ ପୂର୍ବରୁ କହିଥିଲେ, ୨୦୧୯ ସେପ୍ଟେମ୍ବର ୨ ତାରିଖରେ କୁଳଭୂଷଣ […]
ଜୟପୁର: ଚାକିରିରୁ ଅବସର ନେବା ଦିନ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ପତି। ତା’ବି ପୁଣି ଭଡ଼ାରେ ହେଲିକପ୍ଟର ଆଣି । କଥାଟା ଶୁଣି ଅଜବ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନର ଅଲ୍ୱାର୍ରେ ଏଭଳି କିଛି ଘଟଣା ଘଟିଛି। ଅଲ୍ୱାର୍ର ଏକ ସ୍କୁଲ୍ରେ ଶିକ୍ଷକତା କରନ୍ତି ରମେଶ ଚାନ୍ଦ। ରମେଶଙ୍କ ପତ୍ନୀ ମୀନା। ହେଲିକପ୍ଟରରେ ବସିବା ପାଇଁ ମୀନାଙ୍କର ପ୍ରବଳ ଇଚ୍ଛା ଥିଲା। ଏପରିକି ଦିନେ ଛାତ ଉପରେ ବସିଥିବା ବେଳେ ଏକ ହେଲିକପ୍ଟରକୁ ଭଡ଼ାରେ ଆଣିବା […]
ଇସ୍ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସରକାର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏପରିକି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ। ହେଲେ ଏବେ ଭଗବାନଙ୍କୁ ମଧ୍ୟ ପାକିସ୍ତାନର ଏଭଳି ବୟାନବାଜୀ ଭଲ ଲାଗୁନାହିଁ। କାରଣ ଯେଉଁ ପାକ୍ ରେଳମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ପୁଣିଥରେ ରିମାଣ୍ଡରେ ନେଇଛି। ଅଗଷ୍ଟ ୨୧ରୁ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ପୂର୍ବରୁ ୨ଟି ଦଫାରେ ସିବିଆଇ ଯଥାକ୍ରମେ ୫ ଦିନ ଓ ୪ ଦିନ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଏବେ ତାଙ୍କୁ ପୁଣିଥରେ ସିବିଆଇ ସୋମବାର ଯାଏ ରିମାଣ୍ଡରେ ନେବାକୁ ଅନୁମତି ପାଇଛି। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିଅନ୍ ଅର୍ଥନୀତି ଘୋଷଣାକୁ ବାସ୍ତବ ରୂପ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥନୀତିରେ ସୁଧାର ଅଣାଯିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ ପରିଣତ ହେବ। ଆଜି ଏହି ଘୋଷଣା ହୋଇଛି। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ,ପିଏନ୍ବି, ଓବିସି ଏବଂ ୟୁନାଇଟେଡ୍ ବ୍ୟାଙ୍କର ମିଶ୍ରଣ କରାଯାଇ ଭାରତର ଦ୍ୱିତୀୟ ସର୍ବବୃହତ୍ […]
ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେଇପାରନ୍ତି। ଏହି ବୈଠକରେ ମୋଦି କାଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ସହ ଉଚ୍ଚ ସ୍ତରୀୟ ବୈଠକ କରିପାରନ୍ତି। ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଉଦ୍ବୋଧନ […]
ପାଟନା: ବିହାର ସରକାର ସଚିବାଳୟରେ ଜିନ୍ସ ଓ ଟି-ଶାର୍ଟକୁ ବ୍ୟାନ୍ କରିଛନ୍ତି। ଏଣିକି ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଉ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅଫିସ ଆସିପାରିବେ ନାହିଁ। ଜିନ୍ସ ଓ ଟି-ଶାର୍ଟ ବଦଳରେ ସେମାନେ ଭଦ୍ର ଓ ସାଧାସିଧା ପୋଷାକ ପରିଧାନ କରିବେ। ବିହାର ସରକାରଙ୍କ ସଚିବ ମହାଦେବ ପ୍ରସାଦଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ହୋଇଛି। ଏଥିରେ କୁହାଯାଇଛି ଯେ, “ଅନେକ ସମୟରେ ଅଫିସକୁ ପିନ୍ଧିକି ଆସୁଥିବା କର୍ମଚାରୀଙ୍କ ପୋଷାକ ଅଫିସରେ ପ୍ରଚଳିତ ସଂସ୍କୃତିକୁ […]
ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ୍ ଗେଟ୍ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଓଁର ଏକ ଟୋଲ୍ ଗେଟ୍ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଟୋଲ୍ ଗେଟ୍ରେ ଥିବା ଜଣେ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍ ହୋଇଯାଇଥିଲେ। ପୁଣି ଥରେ ଗୁରଗାଓଁରେ ସମାନ ଘଟଣା ଦେଖିବାକୁ ମିଲିଛି। ଗୁରଗାଓଁର ଖେରକି ଦୌଲା ଟୋଲ୍ ଗେଟ୍ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ଉଦ୍ଧାର କରିଛି। ରାଜସ୍ଥାନରେ ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ବୁଲୁଥିବା ବେଳେ ଆଜି ୟୁପି ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଶାହଜହାଁପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ଏଲ୍ଏଲ୍ବି ପଢ଼ୁଥିବା ଉକ୍ତ ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ନାଟକୀୟ ଭାବରେ ଛାତ୍ରୀ ଜଣଙ୍କ କେଉଁଆଡ଼େ […]
ନୂଆଦିଲ୍ଲୀ: ଜଳପଥରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୨୭ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବନ୍ଦରଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଗୁଜରାଟରେ ଥିବା ବନ୍ଦର ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ଗୁଜରାଟରେ ଥିବା କଚ୍ଛ ଜିଲ୍ଲାର ବନ୍ଦରଗୁଡ଼ିକ ପାକିସ୍ତାନକୁ ସଂଯୋଗ କରୁଛି। ଯାହାକି ପାକିସ୍ତାନରୁ ଅଳ୍ପ ଦୂର। ଏବେ ଗୁଇନ୍ଦା ବିଭାଗ […]
ଶ୍ରୀନଗର: ଖୁବ୍ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ଜମ୍ମୁ ଓ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍ତି। ୨ ସପ୍ତାହ ଭିତରେ ଗୃହବନ୍ଦୀରୁ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ରାଜନୈତିକ ନେତାଙ୍କୁ ବି ମୁକ୍ତ କରାଯିବ ବୋଲି ସୂଚନା ମିଳିଛି। ଧାରା ୩୭୦ ଉଚ୍ଛେଦର ଠିକ୍ ପୂର୍ବରୁ ଏହି ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଜମ୍ମୁ ଓ କାଶ୍ମୀରରେ ପରିସ୍ଥିତି ସୁଧୁରୁଥିବାରୁ ଧୀରେ ଧୀରେ ଲାଗୁ […]