ବିଶାଖାପଟନମ୍: ନର୍ସିଂହୋମ୍ରେ ଜଣେ ଅବିବାହିତ ଯୁବତୀ ପ୍ରସବ କରିବା ପରେ ନବଜାତ ଶିଶୁକୁ ଛାଡ଼ି ପଳାଇବା ପରେ ଉକ୍ତ ଶିଶୁକୁ ଏକ ମନ୍ଦିର ପାଖରେ ଫିଙ୍ଗି ଦିଆଯାଇଥିଲା। ଶିଶୁଟିକୁ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶ କୃଷ୍ଣ ଜିଲ୍ଲାର ମଚିଲିପଟନମ୍ର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଜଣେ ଅବିବାହିତ ଯୁବତୀ ଅକ୍ଟୋବର ୧ ତାରିଖରେ ମଚିଲିପଟନମ୍ର ଏକ ନର୍ସିଂହୋମ୍ରେ ପ୍ରସବ ପରେ ଛୁଆକୁ ଛାଡ଼ି ପଳାଇଥିଲେ। […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ. ଶିବନ୍ଙ୍କ ସରଳତା ସମସ୍ତଙ୍କ ହୃଦୟ ଜିତି ପାରିଛି। ଏବେ ସୋଶାଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ସେ ବିମାନର ଏକ ଇକୋନମି କ୍ଲାସ୍ରେ ଯାତ୍ରା କରୁଛନ୍ତି ଯାହାକୁ ଲୋକମାନେ ଖୁବ୍ ପ୍ରଶଂସା କରିଛନ୍ତି। ଇଣ୍ଡିଗୋ ବିମାନର ଇକୋନମି କ୍ଲାସ୍ରେ ସେ ଯାତ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯେତେବେଳେ ସେ ବିମାନ ଭିତରକୁ ପ୍ରବେଶ କରିବା ମାତ୍ରେ […]
ମାଲଦା: ପଶ୍ଚିମବଙ୍ଗ ମାଲଦାରେ ଡଙ୍ଗା ବୁଡ଼ି ୫ ଜଣ ପ୍ରାଣ ହରାଇଛନ୍ତି। ତେବେ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ତଲାସ ଅଭିଯାନ ଜାରି ରହିଛି। ଗୁରୁବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ବୋଟ୍ ରେସ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାଖାପାଖି ୬୦ ଜଣ ଲୋକ ଡଙ୍ଗାରେ ଜଗଦିଶ୍ପୁର ଘାଟିରୁ ବିହାରର କଟିହାର ଯାଉଥିଲେ। ତେବେ ଅଧା ବାଟରେ ଡଙ୍ଗାଟି ମହାନନ୍ଦା ନଦୀରେ ବୁଡ଼ି ଯାଇଥିଲ। ଖବର […]
ପାଟନା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରାମ୍ କ୍ରିପାଲ୍ ଯାଦବ। ପାଟନାରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସମର୍ଥକଙ୍କ ସହ ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବେଳେ ନଦୀ ଭିତରେ ଡଙ୍ଗା ଓଲଟି ପଡ଼ିବାରୁ ରାମ୍ କ୍ରିପାଲ୍ ବୁଡ଼ି ଯାଇଥିଲେ। ତେବେ ତତ୍କ୍ଷଣାତ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବୁଧବାର ଦିନ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରାମ୍ କ୍ରିପାଲ୍ ନିଜ ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବାପାଇଁ ଦରଧା ନଦୀ […]
ହାଇଦ୍ରାବଦ: ହାଇଦ୍ରାବଦ୍ରେ ଥିବା ଇସ୍ରୋର ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଙ୍ଗ୍ ସେଣ୍ଟର(NRSC)ର ଜଣେ ବୈଜ୍ଞାନିକଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍ରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏସ୍ ସୁରେଶ(୫୬)।ମଙ୍ଗଳବାର ଦିନ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅସାରେ, ସୁରେଶଙ୍କୁ କିଛି ଅଜଣା ଦୁର୍ବୃତ୍ତ ଅମିର୍ପ୍ରୀତ୍ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟରେ ତାଙ୍କ ଘରେ ହତ୍ୟା କରିଥିବା ଜଣାପଡ଼ିଛି। ସୁରେଶଙ୍କ ଘର କେରଳରେ। ହେଲେ ଏଠାରେ ସେ ଏକାକୀ ରୁହନ୍ତି। ଘଟଣାଟା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ […]
ନୂଆଦିଲ୍ଲୀ: ପର୍ଣ୍ଣ ୱେବ୍ସାଇଟ୍ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟର ଗୁଡ଼ିକରେ ବିନା ଭୟରେ ଲୋକମାନେ ପର୍ଣ୍ଣ ଭିଡିଓ ଦେଖୁଥିବା ଜଣାପଡ଼ିଛି। ବ୍ୟାନ୍ ପରେ କିଛି ପର୍ଣ୍ଣ ୱେବସାଇଟ୍ ଏକ ନୂଆ ଉପାୟ ଆପଣାଇଛନ୍ତି। ସେମାନେ ସରକାର ବ୍ୟାନ୍ କରିଥିବା ୱେବସାଇଟ୍ ନାଁରେ ସାମାନ୍ୟ ପରିବର୍ତ୍ତନ କରି ଏହି ବ୍ୟବସାୟ ଚଲାଇଛନ୍ତି। ଭାରତ ସରକାର .com ଡୋମେନ୍ରେ ଖୋଲା ହୋଇଥିବା ପର୍ଣ୍ଣ ୱେବ୍ସାଇଟ୍କୁ ବ୍ୟାନ୍ କରିଥିଲେ। […]
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ବୋହୂ ଐଶ୍ୱର୍ଯ୍ୟା ରାୟ ଶାଶୁ ଘର ଲୋକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ପ୍ରଥମଥର ପାଇଁ ଶାଶୁ ଘର ଲୋକଙ୍କ ବିରୋଧରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ସେ ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ ଓ ନଣନ୍ଦ ତଥା ଲାଲୁଙ୍କ […]
ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ରୋକିବାକୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ପିଆଜ ରପ୍ତାନୀ ଉପରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ରୋକ୍ ଲଗାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ନିଷେଧାଶ ଜାରି କରିଛି କେନ୍ଦ୍ର। ୨୦୧୫ ତୁଳନାରେ ଏବେ ଦେଶର ପିଆଜ ଦାମ୍ ଅଧିକ ରହିଛି। ପିଆଜ ଦର କିଲୋ ପିଛା ୭୦ଟଙ୍କା ପାର୍ ହେବାପରେ ଲୋକେ […]
ବେଜିଂ: ଚୀନ୍ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୬ଜଣ ମୃତ୍ୟୁ ଘଟିଥିବା ବେଳେ ୩୬ଜଣ ଆହତ ହୋଇଛନ୍ତି। ଏକ୍ସପ୍ରେସ୍ୱେରେ ଏକ ବସ୍ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଜିୟାଙ୍ଗସୁ ପ୍ରଦେଶ ନିକଟରେ ଚାଙ୍ଗ୍ଚୁନ୍-ଶେନ୍ଜେହନ୍ ଏକ୍ସପ୍ରେସ୍ୱେରେ ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଟ୍ରାଫିକ୍ ଅତିକ୍ରମ କରିବା ପୂର୍ବରୁ ଏକ ଟ୍ରକ୍କୁ ଧକ୍କା ଦେଇଥିଲା। […]
ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି। ତେବେ ଚଳିତ ମାସ ସରିବା ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୩୦ ସୁଦ୍ଧା ସବୁ ଜରୁରୀ କାମ ସାରିବା ମଧ୍ୟ ଆବଶ୍ୟକ। ତେବେ ଆମେ ଏଠି ଆପଣଙ୍କୁ ସେଇ ଜରୁରୀ କାମ କଥା କହୁଛୁ ଯାହାକି ପାନ୍ କାର୍ଡ ସହ ଜଡ଼ିତ। ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରିବା ପାଇଁ ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି। ଏନେଇ ସେଣ୍ଟ୍ରାଲ୍ […]
ଲୁଇସ୍ଭିଲେ: ମ୍ୟୁଜିକ୍ ଫେଷ୍ଟିଭାଲ୍ରେ ରିପୋର୍ଟିଙ୍ଗ କରୁଥିବା ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍ କ୍ୟାମେରା(On air Camera)ରେ ଜଣେ ବ୍ୟକ୍ତି ଚୁମ୍ବନ କରିବା ପାଇଁ ପ୍ରୟାସ କରୁଥିବା ଭିଡିଓ ସୋଶାଲ୍ ମିଡିଆରେ ଏବେ ଭାଇରାଲ୍ ହୋଇଛି। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କେବଳ ପଶ୍ଚାତାପ କରିବାକୁ ପଡ଼ିନାହିଁ ବରଂ ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ରିପୋର୍ଟଙ୍କ ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଗତ ଶୁକ୍ରବାର ଆମେରିକାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜାତିସଂଘ ସାଧାରଣ ଅଧିବେଶନରେ ସମସ୍ତଙ୍କ ଆଶାଠାରୁ କିଛି ଭିନ୍ନ ଭଙ୍ଗୀରେ ଭାଷଣ ରଖିଛନ୍ତି। ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ (ଗୌତମ ବୁଦ୍ଧଙ୍କ ଶାନ୍ତିବାର୍ତ୍ତା) ଦେଇଛି ଭାରତ। ଏଥିସହ ଜଳବାୟୁ, ଆତଙ୍କବାଦ ବିରୋଧରେ ଲଢ଼େଇ, ବିଶ୍ୱ ଶାନ୍ତି ବଜାୟ ରଖିବା ଆଦି ପ୍ରସଙ୍ଗରେ ଭାଷଣ ରଖିଥିଲେ ମଧ୍ୟ ଚତୁରତାର ସହିତ ପାକିସ୍ତାନର ନାମ ନେଇ ନାହାନ୍ତି। ସେ ଏହି ଅଭିଭାଷଣ ଆରମ୍ଭରେ ତାଙ୍କ ସରକାରର ବିଭିନ୍ନ ଯୋଜନା […]
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଏକ ଫଟୋ ଟ୍ୱିଟ୍ କରି ଶେଆର୍ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା […]
ନୂଆଦିଲ୍ଲୀ: ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବାବେଳେ ସମ୍ପର୍କ ଛିନ୍ନ ହୋଇ ନ ଥିଲା ବରଂ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟରେ ପହଞ୍ଚି ଯାଇଥିଲା। ଲ୍ୟାଣ୍ଡର ବିକ୍ରମକୁ ନେଇ ଏଭଳି କିଛି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ୍। ସେ କହିଛନ୍ତି, ‘ଲ୍ୟାଣ୍ଡର ବିକ୍ରମ ୩୦୦ ମିଟର ଦୂର ଯାହାକି ଚନ୍ଦ୍ରପୃଷ୍ଠରୁ ଅତି ନିକଟତରରେ ପହଞ୍ଚି ଯାଇଥିଲା। ଏପରିକି ଲ୍ୟାଣ୍ଡିଙ୍ଗ୍ ସମୟରେ ସବୁଠାରୁ ମୁଖ୍ୟ ଓ ଜଟିଳ ସ୍ତର ମଧ୍ୟ ଏହା […]
ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଖୁଲାସା ହେବାପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ପାଖାପାଖି ୪୦ରୁ ଅଧିକ କଲ୍ ଗାର୍ଲ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରେ କିଛି ବଲିଉଡ୍ ଅଭିନେତ୍ରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଏହି ବଡ଼ ଧରଣର ହନି ଟ୍ରାପ୍ରେ ଧନୀ ଲୋକଙ୍କୁ ଟାର୍ଗେଟ୍ କରି କରାଯାଉଥିଲା। ବିଶେଷକରି ବଡ଼ ବଡ଼ ପ୍ରଶାସକ ଏବଂ ରାଜନୀତିକ ବ୍ୟକ୍ତିଙ୍କୁ ବ୍ଲାକ୍ମେଲ କରିବାରେ ଏମାନେ ନିୟୋଜିତ ହୋଇଥିଲେ। […]
ନୂଆଦିଲ୍ଲୀ: ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏସବୁ ଭିତରେ କିଛି ଗୁଜବ ଖବର ମଧ୍ୟ ପ୍ରଚାର ହେଉଥିବା ଦେଖିବାକୁ ମିଳିଛି। ହାପ୍ ସ୍ଲିଭ୍ ସାର୍ଟ ଓ ଲୁଙ୍ଗୀ ବନିୟାନ୍ ପିନ୍ଧି ଗାଡ଼ି ଚଲାଇଲେ ବି ଚାଲାଣ କଟାଯାଉଥିବା କୁହାଯାଉଛି। ତେବେ ଏଭଳି ଗୁଜବ ଖବର ପ୍ରତି ସତର୍କ ରହିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ୍ […]
ନ୍ୟୁୟର୍କ: ଭାରତରେ ଆସି ପୁଞ୍ଜି ନିବେଶ କରିବାକୁ ସାରା ବିଶ୍ୱର ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମ୍ବର୍ଗ ଗ୍ଲୋବାଲ୍ ବିଜିନେସ୍ ଫୋରମ୍ରେ ମୋଦି କହିଛନ୍ତି, ‘ଭାରତରେ ଏବେ ପୁଞ୍ଜି ବିିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମର ପ୍ରତିଭା, ଆପଣଙ୍କର ଉଚ୍ଚାଭିଳାଷ-ଆମର ଦକ୍ଷତା ବିଶ୍ୱକୁ ପରିବର୍ତ୍ତନ କରିବାରେ ସହାୟକ ହେବ।’ ‘ଯଦି ଆପଣ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ତେବେ ଭାରତକୁ ଆସନ୍ତୁ। ଯଦି କିଛି ସମସ୍ୟା […]
ନୂଆଦିଲ୍ଲୀ: ଦୁର୍ବଳ ହେଲା ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘ହିକ୍କା’। ଏହା ଡିପ୍ ଡିପ୍ରେସନ୍ରେ ପରିଣତ ହେବାପରେ ଦୁର୍ବଳ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ଓମାନ ଉପକୂଳ ଦେଇ ଗତି କଲାବେଳେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଧୀରେଧୀରେ ଦୁର୍ବଳ ହୋଇଥିଲା। ଏହାପରେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପଶ୍ଚିମଦିଗ ଆଡ଼କୁ ଗତି କରିଥିଲା। ‘ହିକ୍କା’ ଓମାନ ଉପକୂଳ ଦେଇ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି […]
ନୂଆଦିଲ୍ଲୀ: ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’। ଆଜି ଅପରାହ୍ଣ ସୁଦ୍ଧା ଓମାନ ଉପକୂଳରେ ଏହା ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ଭୋର ସମୟରେ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ‘ହିକ୍କା’ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ରେ ପରିଣତ ହେବ। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ୱେଲ୍-ମାର୍କଡ୍ ଲୋ’ରେ […]
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି। ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ। ଆସନ୍ତା ୨୭ ତାରିଖରେ ମଧ୍ୟ ମୋଦି , ଟ୍ରମ୍ପଙ୍କ ମଧ୍ୟରେ ପୁଣି ଏକ ସାକ୍ଷାତ ହେବ। ଏହି ଅବସରରେ ବହୁ ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୂର୍ବରୁ ସ୍ୱୀକାର କରିଥିଲେ ଆଇଏସ୍ଆଇ ଅଲ୍ କାଏଦାକୁ ତାଲିମ ଦେଇଛି। ଏହାର […]
ଇସଲାମାବାଦ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଫଗାନିସ୍ତାନରେ ଲଢ଼ିବା ପାଇଁ ଅଲ୍କାଏଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ଟ୍ରେନିଂ ଦିଆଯାଇଥିବା କଥାକୁ ଇମ୍ରାନ ଖାନ୍ ସ୍ୱୀକାର କରିଛନ୍ତି। ଜାତିସଂଘର ସାଧାରଣ ପରିଷଦ ବୈଠକରେ କହୁକହୁ ଏଭଳି କିଛି ସତ ଓଗାଳିଛନ୍ତି ଇମ୍ରାନ୍। ଆତଙ୍କୀ ସଂଗଠନଗୁଡିକୁ ପାକିସ୍ତାନ ପକ୍ଷରୁ ତାଲିମ ଦିଆଯାଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଉଥିଲା। ଆଉ […]
ପାଟଣା: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ଚୋରିର ଉଦ୍ଦେଶ୍ୟ ମଧ୍ୟ ବଦଳି ଯାଇଛି। ଆପଣ ସୁନା, ରୁପା କିମ୍ବା ଦାମୀ ସାମଗ୍ରୀ ଚୋରି ହେବାକଥା ନିଶ୍ଚୟ ଶୁଣିଥିବେ ହେଲେ କେବେ ପିଆଜ ଚୋରି ହେବାକଥା ଶୁଣିଛନ୍ତି କି? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିହାର ରାଜଧାନୀ ପାଟଣାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବ୍ୟବସାୟୀଙ୍କ ଗୋଦାମରୁ ୩୨୫ ପ୍ୟାକେଟ୍ ପିଆଜ ବସ୍ତା ଚୋରି ହୋଇଥିବା […]
ଭୋପାଳ: ଟ୍ରାଫିକ୍ ପୁଲିସ୍ ଚାଲାଣ କାଟିବାରୁ ରାଗିକି ଗାଡ଼ିରେ ନିଆଁ ଲଗାଇଦେଲେ ଯୁବକ। ଆଉ ଘଟଣାସ୍ଥଳରୁ ଖସି ପଳାଇଲେ। ମଧ୍ୟପ୍ରଦେଶର ଇନ୍ଦୋର ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରାଫିକ୍ ପୁଲିସ୍ ପ୍ରଥମେ ଯୁବକଙ୍କୁ ଅଟକାଇ ଥିଲେ। ଏହାପରେ ୫୦୦ଟଙ୍କାର ଚାଲାଣ କାଟିବା ସହ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଯୁବକ ଜଣକ ପ୍ରାୟ ୧ ଘଣ୍ଟା ଧରି ପୁଲିସ୍କୁ ବହୁତ କାକୁତି ମିନତି କରିଥିଲେ। ହେଲେ […]
ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗତକାଲି ମଧ୍ୟରେ ଭେଟଘାଟ ହୋଇଛି। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଇମ୍ରାନ୍ କାଶ୍ନୀର ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଟ୍ରମ୍ପ ସିଧାସିଧା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସହିତ ମୋର ଭଲ ସମ୍ପର୍କ। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ସହିତ କଥା ହେବା ପାଇଁ ଭାରତ ରାଜି ନାହିଁ। ଆଗାମୀ ଦିନରେ କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଗକୁ ଆସିବେ ବୋଲି […]
ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ। ଏହାଦ୍ୱାରା ଓମାନ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ, ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ଗତକାଲି ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଏହା ବାତ୍ୟା ‘ହିକ୍କା’ରେ ପରିଣତ ହୋଇଛି। ସେପ୍ଟେମ୍ବର […]