• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

image-1-2
ବିଜେପିର ୩୯ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ବା ବିଜେପିର ୩୯ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ବଡ଼ ରାଜନୈତକ ଦଳ ବିଜେପିର କର୍ମକର୍ତ୍ତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୦ ଏପ୍ରିଲ୍ ମାସ ଆଜିର ତାରିଖରେ ଭାରତୀୟ ଜନତା ପାର୍ଟିର ଗଠନ କରାଯାଇଥିଲା। ନିଜ ଟ୍ୱିଟର ପେଜ୍‌ରେ ଏକ ଭିଡିଓ ସେୟାର କରିବା ସହ ଦଳର ତୁଙ୍ଗ ନେତାଙ୍କ ବଳିଦାନ ଓ ଯୋଗଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Tuesday, 20 July 2021
Priyanka-Gandhi-Amit-Shah-784x441
ଷ୍ଟାର ପ୍ରଚାରକଙ୍କ ହାଇଭୋଲଟେଜ ପ୍ରଚାର

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ମଇଦାନରେ ହେବିୱେଟ୍। ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ସବୁ ଦଳର ହେବିୱେଟଙ୍କ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରୁଛନ୍ତି। ଆଜି ଗୁଜରାଟର ଅହମଦାବାଦରେ ବିଜେପି ସଭାପତି ଅମିତ ଶାହ ରାଲି କରି ପ୍ରଚାର କରିଛନ୍ତି। ସେହିଭଳି ପ୍ରିୟଙ୍କା ଗାନ୍ଧି ପ୍ରଚାର ମଇଦାନରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି […]

  • Tuesday, 20 July 2021
mamata
ବିରୋଧୀ ନେତାଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଲେ ମମତା ବାନାର୍ଜୀ

କୋଲକାତା/ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆନ୍ଦୋଳନ ଜାରି ରହିବ କି ନାହିଁ ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରି ନାହାନ୍ତି। ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏପରିକି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି । ନବୀନ ପଟ୍ଟନାୟକ ତାଙ୍କୁ ଏ ପ୍ରସଙ୍ଗରେ ସମର୍ଥନ କରିଛନ୍ତି। ତେଣୁ ସମସ୍ତଙ୍କ ମତାମତ ନେଇ ସେ ପରବର୍ତ୍ତୀ ନିଷ୍ପତ୍ତି […]

  • Tuesday, 20 July 2021
mamata banerjee
ଗିରଫ ହେବେନି ରାଜୀବ, ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସିବିଆଇ ବନାମ କୋଲକାତା ପୁଲିସ୍‌ ବିବାଦରେ ଆଜି ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତଦନ୍ତରେ ସହଯୋଗ କରିବାକୁ କୋଲକାତା ପୁଲିସ୍‌ କମିଶନର୍ ରାଜୀବ କୁମାରଙ୍କୁ ସୁପ୍ରିମ୍‌କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ ସିବିଆଇ ତଦନ୍ତ ପାଇଁ ନିଜକୁ ପ୍ରସ୍ତୁତ ରଖିବେ ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ବିଶ୍ୱସନୀୟତାର ସହିତ ସହଯୋଗ କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ କୁମାର ମେଘାଳୟର ଶିଲଂଠାରେ ସିବିଆଇ ନିକଟରେ ଉପସ୍ଥିତ ରହି ଏହି ମାମଲାର ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମ୍‌କୋର୍ଟ […]

  • Tuesday, 20 July 2021
mamata banerjee
ମୋଦି ସରକାରଙ୍କ ବିରୋଧରେ ମମତାଙ୍କ ରଣହୁଙ୍କାର

କୋଲକାତା: ମୋଦି ସରକାରଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣହୁଙ୍କାର। ରବିବାର ସନ୍ଧ୍ୟାରେ କୋଲକତା ପୁଲିସ୍‌ ମୁଖ୍ୟ ରାଜୀବ କୁମାରଙ୍କ ବାସଭବନ ଆଗରେ ସିବିଆଇ ଏବଂ ରାଜ୍ୟ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସିବିଆଇର ୪୦ଜଣ ଅଫିସର ଗତକାଲି କୋଲକାତାର ପାର୍କ ଷ୍ଟ୍ରିଟ୍‌ ସ୍ଥିତ ରାଜୀବଙ୍କ ବାସଭବନ ଭିତରକୁ ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ପଚରାଉଚରା ନିମନ୍ତେ ଯିବା ପାଇଁ ପ୍ରୟାସ କରୁଥିବାବେଳେ ପଶ୍ଚିମବଙ୍ଗ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା ଏବଂ ବଳପୂର୍ବକ ଭାବେ ସେମାନଙ୍କୁ […]

  • Tuesday, 20 July 2021
rjd leader
ପୂର୍ବତନ ଆର୍‌ଜେଡି ସାଂସଦଙ୍କ ପୁତୁରାଙ୍କୁ ହତ୍ୟା

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଧିନ୍‌ଙ୍କ ପୁତୁରାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିହାର ରାଜଧାନୀ ପାଟନାରୁ ୧୬୨ କିଲୋମିଟର ଦୂର ସିୱାନରେ ଏହି ଘଟଣା ଘଟିଛି। ଶାହାବୁଦ୍ଧିନ୍‌ଙ୍କ ପୁତୁରା ମହମ୍ମଦ ୟୁସୁଫ୍‌ଙ୍କୁ କିଛି ଅଜଣା ବ୍ୟକ୍ତି ସିୱାନର ପ୍ରତାପ୍ପୁର ଗାଁରେ ଶୁକ୍ରବାର ଗୁଳିମାଡ଼ କରିଥିଲେ ବୋଲି ପୁଲିସ୍‌ କହିଛି। ଏଥିରେ ୟୁସୁଫ୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ […]

  • Tuesday, 20 July 2021
budget
ବଜେଟ୍‌ରେ ୫ଟି ବଡ଼ ଘୋଷଣା, ଯାହା ଖୁସି କରିଦେବ ମଧ୍ୟବିତ୍ତଙ୍କୁ

ନୂଆଦିଲ୍ଲୀ: କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କର ଏହା ଶେଷ ବଜେଟ୍‌ ହୋଇଥିବାରୁ, ଏହା ଉପରେ ସାରା ଦେଶର ନଜର ଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ମୋଦି ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କ’ଣ ବଡ଼ ଘୋଷଣା କରୁଛନ୍ତି, ବିଶେଷ କରି ଚାଷୀଙ୍କ ପାଇଁ କ’ଣ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ତେବେ ଆଜିର ବଜେଟ୍‌ ରାଡାର୍‌ରେ […]

  • Tuesday, 20 July 2021
money
ମାତ୍ର ୫୯ ମିନିଟ୍‌ରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିପାରିବ

ନୂଆଦିଲ୍ଲୀ: ମାତ୍ର ୫୯ ମିନିଟ୍‌ରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିପାରିବ ବୋଲି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଆଜି ଲୋକସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୀୟୂଷ ଗୋଏଲ୍‌ କହିଛନ୍ତି। ତେବେ ଋଣ ଖିଲାପକାରୀ କେବେବି ସରକାରଙ୍କ ଠାରୁ ବଞ୍ଚି ପାରିବେ ନାହିଁ ବୋଲି ବଜେଟ୍‌ ଉପସ୍ଥାପନ ବେଳେ ସେ କହିଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ବର୍ଷକୁ ଚାଷୀଙ୍କୁ […]

  • Tuesday, 20 July 2021
labourer
ଶ୍ରମିକଙ୍କ ପାଇଁ ପେନ୍‌ସନ୍‌ ଯୋଜନା

ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରୁଛନ୍ତି। ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବା ପରେ ଶ୍ରମିକଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ହାତ ଖୋଲିଛନ୍ତି। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବୟସ୍କ ଶ୍ରମିକ ମାନଙ୍କ ପାଇଁ ବଜେଟ୍‌ରେ ଏକ ପେନ୍‌ସନ୍‌ ଯୋଜନା ଘୋଷଣା କରାଯାଇଛି। ଏହାର ନାଁ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶ୍ରମିକ […]

  • Tuesday, 20 July 2021
farmer
ବର୍ଷକୁ ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା

ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ‘ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍‌କୁ ଫେରିଛି, ଆର୍ଥିକ କ୍ଷେତ୍ରରେ ଏକ ବିରାଟ ଶକ୍ତି ଭାବେ ଉଭା ହୋଇପାରିଛି’ ବୋଲି ବଜେଟ୍‌ ଉପସ୍ଥାପନ ଅବସରରେ ପୀୟୂଷ ଗୋଏଲ୍‌ କହିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଘୋଷଣା’ କରାଯାଇଛି। ଏହି ଯୋଜନାରେ […]

  • Tuesday, 20 July 2021
budget
ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ; ଚାଷୀ ଓ ମଧ୍ୟବିତ୍ତଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହେବ ମଧ୍ୟବର୍ତ୍ତୀକାଳୀନ ବଜେଟ।  କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହି ବଜେଟ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ବଜେଟ। ତେଣୁ ସାରାଦେଶର ଲୋକଙ୍କ ନଜର ଏହି ବଜେଟ ଉପରେ ରହିଛି। ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କିଛି ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଥିବା ବେଳେ  ଖାସ୍ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗରିବଙ୍କ ଲାଗି ସୁନିଶ୍ଚିତ ସର୍ବନିମ୍ନ ଆୟର ଘୋଷଣା […]

  • Tuesday, 20 July 2021
trai
ଆଜିଠୁ କେବୁଲ୍‌ ଓ DTH ସେବାର ନୂଆ ଟାରିଫ୍ ନୀତି

ନୂଆଦିଲ୍ଲୀ: ଆଜିଠୁ କେବୁଲ୍‌ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେହି ଚ୍ୟାନେଲ୍‌ ପାଇଁ ଟଙ୍କା ଦେବେ। କେବୁଲ୍‌ ଓ DTH ଉପଭୋକ୍ତା ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲ୍‌କୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ୍‌ ଯୋଗାଇବାକୁ ବାଧ୍ୟ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି […]

  • Tuesday, 20 July 2021
maoist killed
ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; ୫ ମାଓବାଦୀ ନିହତ

ରାଞ୍ଚି: ଝାଡ଼ଖଣ୍ଡରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି AK-47 ରାଇଫଲ୍‌, ଗୋଟିଏ ରାଇଫଲ୍‌ ଓ ୫ଟି ପିସ୍ତଲ ଜବତ କରାଯାଇଛି। ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ଝାଡ଼ଖଣ୍ଡର ଖୁଣ୍ଟି ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ସୀମାନ୍ତରେ ଥିବା ରୋତ୍‌କାଟୋଲି ଗାଁ ନିକଟସ୍ଥ ଏକ ଜଙ୍ଗଲରେ ସିଆର୍‌ପିଏଫ୍‌ ଓ […]

  • Tuesday, 20 July 2021
george fernandes
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ଜର୍ଜ ଫର୍ଣ୍ଣାଣ୍ଡେଜ୍‌ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ୧୯୩୦ ମସିହାରେ ସେ ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଫର୍ଣ୍ଣାଣ୍ଡେଜ୍ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ୧୯୯୮ରୁ ୨୦୦୪ ମସିହା ମଧ୍ୟରେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ଏଥିସହ କମ୍ୟୁନିକେସନ୍‌, ଇଣ୍ଡଷ୍ଟ୍ରି ଓ […]

  • Tuesday, 20 July 2021
dsf
ଭାରତୀୟ ସୀମାରେ ଚକ୍କର ମାରୁଛି ପାକିସ୍ତାନ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକର ମାରୁଥିବା ଦେଖିବାକୁ ମିଳିଛି। ସମ୍ଭବତଃ ଏହି ଯୁଦ୍ଧ ବିମାନ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏମାନଙ୍କ ଗତିପଥ ଉପରେ ନଜର ରଖିବାରୁ ଏହି ଦୁଇଟି […]

  • Tuesday, 20 July 2021
Firstpost
ମାସୁଦ୍‌ ଆଝାରକୁ ଘଣ୍ଟ ଘୋଡ଼ାଉଛି ଚୀନ !

ବେଜିଂ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାରେ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଜାତିସଂଘ ସୁରକ୍ଷା ପରିଷଦର ପ୍ରାୟ ସମସ୍ତ ରାଷ୍ଟ୍ର ମାସୁଦକୁ ଆତଙ୍କବାଦୀ ଘୋଷଣା ପାଇଁ ଏକମତ ହୋଇଥିବା ବେଳେ ଚୀନ୍‌ କିନ୍ତୁ ଏ ସଂକ୍ରାନ୍ତ ଭୋଟ୍‌ ପୂର୍ବରୁ ଏକ ନୂଆ ଚାଲ ଚଳାଇଛି। ପାକିସ୍ତାନର ବନ୍ଧୁ ଭାବେ ପରିଚିତ ଚୀନ୍‌ ମାସୁଦ ବିରୋଧରେ ପ୍ରମାଣ ଦେବାକୁ ପୁଣିଥରେ ଦାବି […]

  • Tuesday, 20 July 2021
ndtv
କର୍ଣ୍ଣାଟକାରେ ୨୦ ସିଟ୍‌ରୁ ଲଢ଼ିବ କଂଗ୍ରେସ, ଜେଡିଏସ୍‌ ୮ରେ ରାଜି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି। ଲୋକସଭା ନିର୍ବାଚନ ପାଇଁ  ୨୮ ଆସନରୁ କଂଗ୍ରେସ ୨୦ଟି ସିଟ୍‌ରେ ନିର୍ବାଚନ ଲଢ଼ିବ, ଓ ଜେଡିଏସ୍‌ ୮ଟିରେ ନିର୍ବାଚନ ଲଢ଼ିବା ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଛି। ଖବର ଅନୁସାରେ, ଆଜି ସଂନ୍ଧ୍ୟାରେ କୋଚିଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜେଡିଏସ୍‌ ମହାସଚିବ ଦାନିଶ ଅଲୀଙ୍କ ମଧ୍ୟରେ ହୋଇଥିବା […]

  • Tuesday, 20 July 2021
ib-alerts
୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ! ବଡ଼ ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି

fsd
ବୋଇଂ ବିମାନ ଉଡ଼ାଣ ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ବିମାନ ସେବା କମ୍ପାନୀ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଭିଲ୍ ଏଭିଏସନ ସଚିବ କହିଛନ୍ତି, ବୋଇଂ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଏହାର ପ୍ରଭାବ ଯେମିତି ଯାତ୍ରୀଙ୍କ ଅନ୍ୟ ବିମାନ ଦର ଉପରେ ନ ପଡ଼େ ସେଥିପ୍ରତି ବିମାନ ସେବା କମ୍ପାନୀ ଗୁରୁତ୍ୱ ଦେବେ ବୋଲି ସଚିବ କହିଛନ୍ତି। ଏହି ପ୍ରସ୍ତାବରେ ସମସ୍ତେ […]

  • Tuesday, 20 July 2021
fd
ଯବାନଙ୍କ ଫଟୋ ବ୍ୟବହାର କରି ବିବାଦୀୟ ହେବା ପରେ ସଫେଇ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନଙ୍କର ଫଟୋ ଥିବା ପୋଷ୍ଟର୍‌ ସେୟାର କରି ବିବାଦ ଘେରକୁ ଆସିବା ପରେ ଦିଲ୍ଲୀ ବିଜେପି ନେତା ଓପି ଶର୍ମାଙ୍କୁ ନୋଟିସ୍‌ କରିଥିଲା ଇସି। ଏହାପରେ ନିଜ ପକ୍ଷ ରଖିଛନ୍ତି ଓପି ଶର୍ମା। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସେ ଏହି ଫଟୋ ପୋଷ୍ଟ କରିଥିବା ଶ୍ରୀ ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନ ଚାରିଖ ଘୋଷଣା ପୂର୍ବରୁ ସେ ଏହି ପୋଷ୍ଟ କରିଥିଲେ ମଧ୍ୟ […]

  • Tuesday, 20 July 2021