ରାଇରଙ୍ଗପୁର: ଲେଡିଜ୍ ହଷ୍ଟେଲ୍ରୁ ଜଣେ କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ପୁଲିସ୍ର ନିଷ୍କ୍ରିୟତା ଯୋଗୁ ଦୁଷ୍କର୍ମର ଶିକାର ହୋଇଥିବା ଏହି ଅଧ୍ୟାପିକା ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆଉ ଏହା ଜଣାପଡ଼ିବା ପରେ ପୁଲିସ୍ ପ୍ରଶାସନ ଚେଇଁ ଉଠିଛି ଓ ଅଭିଯୁକ୍ତକୁ ଗିରଫ କରିଛି। ଖାଲି ଏତିକି ନୁହେଁ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଜଣେ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏହି ଘଟଣା ଘଟିଛି। […]
ହାଇଦ୍ରାବାଦ: ହାଇଦ୍ରାବାଦ୍ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସତେ ଯେମିତି ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍ ସୂଚନା ଅନୁଯାୟୀ, ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ଜାଳି ଦେଇ ହତ୍ୟା କରିଥିବା କଥାଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ […]
ୱାଶିଂଟନ୍: ଆମେରିକାର ସାଉଥ୍ ଡାକୋଟା ଡକୋଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଶନିବାର ଦିନ ଏହି ଦୁର୍ଘଟଣା ଘଟିଛି। ଖରାପ ପାଣିପାଗ ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଚାମ୍ବର୍ଲେନ୍ ଏୟାରପୋର୍ଟରୁ ଏକ Pilatus PC-12, ସିଙ୍ଗଲ୍ ଇଞ୍ଜିନ୍ ଟର୍ବୋପ୍ରୋପ୍ ପ୍ଲେନ୍ ଉଡାଣ ଭରିବାର କିଛି ସମୟ ପରେ […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ରାଗ ଦେଖିବାକୁ ମିଳିଛି। ରାସ୍ତାରୁ ଆରମ୍ଭ କରି ସୋଶାଲ୍ ମିଡିଆ ପର୍ଯ୍ୟନ୍ତ ସବୁଠି ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କ ପରିବାର ଲୋକ କହିଛନ୍ତି, ଯଦି ସେମାନେ(ଅଭିଯୁକ୍ତମାନେ) ଏଭଳି ପୈଶାଚିକ କାଣ୍ଡ କରିଛନ୍ତି ସେମାନଙ୍କୁ ତୁରନ୍ତ ଫାଶୀ ଦଣ୍ଡାଦେଶ ଦିଆଯାଉ ନ ହେଲେ ଜିଅନ୍ତା ଜାଳି […]
ହାଇଦ୍ରାବାଦ: ହାଇଦ୍ରାବାଦର ଶମଶାବାଦ ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରିବାର ଦୁଇ ଦିନ ପରେ ପୁଣି ସେହି ଅଞ୍ଚଳରୁ ଅନ୍ୟ ଜଣେ ମହିଳାଙ୍କ ମୃତଦେହ ମିଳିଛି। ତେବେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଅଜଣା ମହିଳା ଜଣକ ଜଳି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ମୃତଦେହ ଦେଖିବା ପରେ ଏସମ୍ପର୍କରେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଜବତ କରିଥିଲା। ପ୍ରକୃତରେ ମହିଳା […]
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୧ରୁ ନୁହେଁ ବରଂ ଡିସେମ୍ବର ୧୫ରୁ ଦେଶର ସମସ୍ତ ଟୋଲ୍ଗେଟ୍ରେ ଫାସ୍ଟ୍ୟାଗ୍ ଲାଗୁ ହେବ। ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଡିସେମ୍ବର ୧ ପରିବର୍ତ୍ତେ ୧୫ରୁ ଫାସ୍ଟ୍ୟାଗ୍ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଡିସେମ୍ବର ୧ରୁ ଟୋଲ୍ପ୍ଲାଜାରେ ଫାସ୍ଟ୍ୟାଗ୍ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଜନସାଧାରଣଙ୍କୁ ଫାସ୍ଟ୍ୟାଗ୍ ସଂଗ୍ରହ ପାଇଁ ଅଧିକ ସମୟ ଦେବା ପାଇଁ […]
ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ଫଳରେ ମୋଦି ସରକାରଙ୍କୁ ଏକ ଝଟ୍କା ଲାଗିଥିବା କୁହାଯାଉଛି। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା। ଏଥିସହିତ ଅକ୍ଚୋବର ମାସରେ ୮ଟି […]
ନୂଆଦିଲ୍ଲୀ: ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ‘ଦେଶଭକ୍ତ’ କହିବା ପ୍ରସଙ୍ଗରେ ଆଜି ଦୁଇ ଘଣ୍ଟାରେ ଦୁଇ ଥର ସଂସଦରେ କ୍ଷମା ମାଗିଛନ୍ତି ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର। ତେବେ ପ୍ରଜ୍ଞା ଠାକୁର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଆଗରେ ସେ କହିଛନ୍ତି, ‘ମୁଁ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିନାହିଁ। ମୋର ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ତା’ହେଲେ ସେଥିପାଇଁ ଅନୁତପ୍ତ ବୋଲି ଦ୍ୱିତୀୟ ଥର […]
ନାଗପୁର: ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ପାଇଁ ଅଡ଼ୁଆ। ଏମିତି ଲାଗୁଛି ସତେ ଯେମିତି ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ଗୁରୁବାର ଦିନ ନାଗପୁରର ଏକ ସ୍ଥାନୀୟ ଅଦାଲତ ଦ୍ୱାରା ଇସ୍ୟୁ ହୋଇଥିବା ଏକ ସମନ୍କୁ ନାଗପୁର ପୁଲିସ୍ ତାଙ୍କ ନିକଟକୁ ପଠାଇଛନ୍ତି। ତାଙ୍କ ବିରୋଧରେ ଥିବା ଦୁଇଟି ଅପରାଧିକ ମାମଲାରେ ସମ୍ପୃକ୍ତି ନେଇ ନିର୍ବାଚନୀ affidavitରେ ସେ ଲୁଚାଇବା ଘଟଣାରେ ଫଡ୍ନାଭିସ୍ଙ୍କୁ ଏହି ସମନ୍ ଜାରି କରାଯାଇଛି।ନାଗପୁର ସ୍ଥିତ ତାଙ୍କ […]
ବର୍ଲି: ଚୋରି କରିବା ପାଇଁ ଚୋରମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ। ଏହି ଚୋରମାନେ ମାତ୍ର ୧ ଫୁଟ୍ର ଗଭୀର ଗାତ ଖୋଳି ୭୮୦୦ କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଯାଛନ୍ତି। ଜର୍ମାନୀର ଏକ ମ୍ୟୁଜିୟମ୍ରେ ଏହି ଚୋରି ହୋଇଛି। ଜର୍ମାନୀର ଡ୍ରେସ୍ଡେନ୍ ସ୍ଥିତ Green Vault ମ୍ୟୁଜିୟମ୍ରୁ ଚୋରମାନେ ଏହି ଚୋରି କରିଛନ୍ତି। Green Vault […]
ନୂଆଦିଲ୍ଲୀ: ବଦଳିବ ସିବିଏସ୍ଇ ପ୍ରଶ୍ନପତ୍ର ଢାଞ୍ଚା। CBSE ପ୍ରଶ୍ନପତ୍ର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି CBSE ସମ୍ପାଦକ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତ। ୨୦୨୩ ସୁଦ୍ଧା ଦଶମ, ଦ୍ୱାଦଶ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସିବିଏସ୍ଇ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୨୦ ପ୍ରତିଶତ ଅବ୍ଜେକ୍ଟିଭ୍ ପ୍ରଶ୍ନ ପାଇବେ। ଆଉ ୧୦ ପ୍ରତିଶତ ପ୍ରଶ୍ନ କ୍ରିଏଟିଭ୍ ରହିବ।
ନୂଆଦିଲ୍ଲୀ: ଟ୍ରାଇ ଦ୍ୱାରା ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି, ରିଲାଏନ୍ସ ଜିଓ ଓଡ଼ିଶାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ମୋଟ ରାଜସ୍ୱରେ ୨୦୧୯ ଜୁଲାଇରୁ ସେପ୍ଟେମ୍ୱର ତ୍ରୟମାସରେ ଓଡ଼ିଶାରେ ଜିଓ ୪୮.୧% ବଜାର ଅଂଶ ହାସଲ କରିଛି। ଯାହା ଯାହା ନିକଟତମ ଅପରେଟରମାନଙ୍କ ତୁଳନାରେ ୧୨% ଅଧିକ। ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୫୬.୮% ବଜାର ଅଂଶ ହାସଲ କରି, […]
କୋଚି: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ଯିବାକୁ ଅନୁମତି ମାଗିବାକୁ ଆସିଥିବା ବିନ୍ଦୁ ଅମ୍ମନିଙ୍କୁ ଆଜି ଲଙ୍କା ଓ ଗୋଲମରିଚ ଗୁଣ୍ଡ ଦ୍ୱାରା ଆକ୍ରମଣ କରାଯାଇଛି। ଗତବର୍ଷ ବିନ୍ଦୁ ଓ ଅନ୍ୟ ଜଣେ ମହିଳା ସାବରୀମାଲା ପାହାଡ଼ ଚଢ଼ି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିଥିଲେ। ଏଥରେ ସେ ପୁଣି ମନ୍ଦିର ମଧ୍ୟକୁ ଯିବା ପାଇଁ ପୁଲିସ୍ କମିଶନରଙ୍କ ଅଫିସକୁ ଅନୁମତି ମାଗିବାକୁ ଆସିଥିଲେ। ବିନ୍ଦୁ ଯେତେବେଳେ ମନ୍ଦିର ଭିତରେ ପ୍ରବେଶ କରୁଥିଲେ ହଠାତ୍ ଏହି ସମୟରେ ଧୋତି, […]
ମୁମ୍ୱାଇ: ପୁଣି ମହାରାଷ୍ଟ୍ରର ମହାନାଟକରେ ଏକ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଏଥର କିନ୍ତୁ ବିଜେପିକୁ ଶକ୍ତ ଝଟ୍କା ଲାଗିପାରେ ବୋଲି କୁହାଯାଉଛି। ଗତକାଲି ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶପଥ ନେଇଥିବା ଏନ୍ସିପି ନେତା ଏହି ଝଟ୍କା ଦେଇପାରନ୍ତି। ଚର୍ଚ୍ଚା ହେଉଛି ବିଜେପିଠୁ ସମର୍ଥନ ପ୍ରତ୍ୟାହାର କରିପାରନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ବିଧାୟକ ଅଜିତ ପାଓ୍ୱାର। ଏନ୍ସିପି ଆଜି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଛି। ଏହି ତାଲିକାରେ ୫୧ ଜଣ […]
ନୂଆଦିଲ୍ଲୀ: ହଠାତ୍ ଚାକିରି ଯଦି ଚାଲିଗଲେ କିଏ ବା ଚିନ୍ତାରେ ନ ରହିବେ ? କେହିକେହି ତ ଚିନ୍ତାଗ୍ରସ୍ତ ହୋଇ କିଛି ଭୁଲ୍ କରି ପକାନ୍ତି। ହେଲେ ଏବେ ଆପଣଙ୍କୁ ଏସବୁ ପାଇଁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ମୋଦି ସରକାର ବଡ଼ ଉପହାର ଆଣିଛନ୍ତି। ଯଦି ଆପଣଙ୍କ ଚାକିରି ଚାଲି ଯାଏ ତେବେ ସରକାର ଆପଣଙ୍କୁ ୨୪ ମାସ ଅର୍ଥାତ୍ ୨ ବର୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ। […]
ହାଇଦ୍ରାବାଦ: ଫ୍ଲାଏଓଭର୍ରେ ଫ୍ଲାଇଂ କାର୍, ଶୁଣିକି ଅଜବ ଲାଗୁଥିଲେ ବି ସତ। ଫ୍ଲାଏଓଭର୍ରୁ ସିଧା ଫ୍ଲାଇଂ କଲା ଭଳି ଆସି ରାସ୍ତାରେପଡ଼ିଲା କାର୍। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁଣ୍ଡରେ ହଠାତ୍ କିଛି ପଶି ନ ଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମହିଳା ଜଣକ ତାଙ୍କ ଝିଅଙ୍କ ସହ ଅଟୋକୁ ଅପେକ୍ଷା […]
ମୁମ୍ବାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ବିଜେପି ସହ ମିଶି ଏନ୍ସିପି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏସବୁ ଭିତରେ ଏନ୍ସିପି ଓ ପାୱାର ଫ୍ୟାମିଲ୍ରେ ଫାଟ ସୃଷ୍ଟି ହେବାନେଇ ଚର୍ଚ୍ଚା ଜୋର ଧରିଛି। ଗତ ୧୮ […]
ମୁମ୍ବାଇ: ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ, ଏହାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ବିଜେପି ଓ ଏନ୍ସିପି ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିଜେପିର ଦେବେନ୍ଦ୍ର ଫଡ୍ନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କହିବାକୁ ଗଲେ ରାତାରାତି ମହାରାଷ୍ଟ୍ର ମହାନାଟକରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଗତକାଲି ବାଲ୍ ଠାକ୍ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ […]
ରାଞ୍ଚି: ପୁଲିସ୍ ଉପରକୁ ନକ୍ସଲଙ୍କ ଆକ୍ରମଣ। ଝାଡଖଣ୍ଡର ଲେତେହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣ ପୁଲିସ୍ କର୍ମୀ ସହିଦ ହୋଇଛନ୍ତି। ଏକ ୪ ଚକିଆ ଗାଡ଼ିରେ ପୁଲିସ୍ କର୍ମୀ ଯାଉଥିବା ସମୟରେ ଶୁକ୍ରବାର ସନ୍ଧ୍ୟା ୮.୩୦ ବେଳକୁ ସଶସ୍ତ୍ର ନକ୍ସଲବାହିନୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ନକ୍ସଲମାନେ ପୁଲିସ୍ ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ସହିଦ ହୋଇଥିବା ପୁଲିସ୍ କର୍ମୀଙ୍କ ମଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ପାହ୍ୟାର ପୁଲିସ୍ ଓ ଜଣେ […]
ଜୟପୁର: ଯେତେ ପଛେ କଷ୍ଟ ହେଉନାହିଁ କାହିଁକି ବାପା-ମା’ ସବୁବେଳେ ସେମାନଙ୍କ ପିଲାଙ୍କର ସବୁ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ଯେତେବେଳେ ଝିଅକୁ ବିବାହ କରାଇଥାନ୍ତି ସେତେବଳେ ତ ଝିଅର ଆବଶ୍ୟକତାଠୁ ଆରମ୍ଭ କରି ସବୁ କିଛି ସ୍ୱପ୍ନ ପୂରଣ କରିବାରେ ବାପା-ମା’ ଲାଗି ପଡ଼ନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଝୁନଝୁନୁ ଅଞ୍ଚଳରେ। ଝିଅର ସ୍ୱପ୍ନ ଥିଲା ବିବାହ ପରେ ପାଲିଙ୍କି ବଦଳରେ ହେଲିକପ୍ଟରେ ବିଦାୟୀ ନେବେ। ଯେଉଁ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାର୍ଟେଲ୍ ଓ ଭୋଡାଫୋନ୍ ପରେ ଏବେ ବିଏସ୍ଏନ୍ଏଲ୍ ଏହାର ଗ୍ରାହକଙ୍କୁ ଝଟ୍କା ଦେଇପାରେ। କାରଣ ବିଏସ୍ଏନ୍ଏଲ୍ ଏହାର ପ୍ଲାନ୍କୁ ନେଇ ରିଭ୍ୟୁ କରୁଛି। ଏହାପରେ ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ବିଏସ୍ଏନ୍ଏଲ୍ ଏହାର Tariff ପ୍ଲାନ୍ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ସୂଚନା ମିଳିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଇଡିଆ, ଏୟାର୍ଟେଲ୍ ଓ ଭୋଡାଫୋନ୍ ସେମାନଙ୍କର Tariff ଆସନ୍ତା ଡିସେମ୍ବରରୁ […]
ଇସଲାମାବାଦ: ବିବାହରେ ସୁନ୍ଦର ଦେଖାଯିବା ପାଇଁ ଦୁଲ୍ହନ୍ ସୁନା ଗହଣାରେ ନିଜକୁ ସଜେଇଥାଏ। ହେଲେ ସୁନା ଗହଣା ବଦଳରେ ଟମାଟୋ ବା ବିଲାତିରେ ନିଜକୁ ସଜେଇବା ! କଥାଟା ଶୁଣିକି ଟିକେ ଅଜବ ଲାଗୁଛି ନା ? ଏମିତି ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ହସକୁ ବନ୍ଦ କରିପାରିବେ ନାହିଁ। ଘଟଣାଟି ଏମିତି…. ପାକିସ୍ତାନ ଲାହୋରର ଏକ ଦୁଲ୍ହନ୍ ନିଜ ବିବାହ ଦିନ ସୁନା ଅଳଙ୍କାର […]
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନିଖୋଜ ନେଇ ନୂଆଦିଲ୍ଲୀରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗଛ ଓ କାନ୍ଥରେ ଏହିସବୁ ପୋଷ୍ଟର ଲାଗିଥିବା ନଜର ଆସିଛି। ପୋଷ୍ଟରରେ ଲେଖା ଯାଇଛି, ‘କ’ଣ ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି ? ଶେଷଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବା ଦେଖିବାକୁ ମିଳିଥିଲା। ସେବେଠୁ ସେ ନିଖୋଜ ଅଛନ୍ତି। ପୂରା ଦିଲ୍ଲୀ ତାଙ୍କୁ ଖୋଜୁଛି’। ସୂଚନାଥାଉ କି, ଗତ ସପ୍ତାହରେ […]
ଲଣ୍ଡନ: ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳ ମୁତ୍ତାହିଦା କ୍ୱାମି ମୁଭ୍ମେଣ୍ଟ(ଏମ୍କ୍ୱିଏମ୍)ର ପ୍ରତିଷ୍ଠାତା ଅଲ୍ତାଫ୍ ହୁସେନ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି। ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଭାରତରେ ଶରଣ ଦେବାସହ ଆର୍ଥିକ ସହାୟତା କରିବା ପାଇଁ ଅଲ୍ତାଫ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ୧୯୯୨ ମସିହାରୁ ଅଲ୍ତାଫ୍ ଲଣ୍ଡନରେ ନିର୍ବାସିତ ଭାବେ ଜୀବନଯାପନ କରୁଛନ୍ତି। ଅଲ୍ତାଫ୍ କହିଛନ୍ତି, ‘ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁମତି ଦେବେ ତେବେ ମୁଁ, ମୋ […]
ରାୟବରେଲି: ଦିନେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ସହ କଂଗ୍ରେସର ଏହି ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଶେଷରେ କଂଗ୍ରେସର ଏହି ବିଧାୟିକା ତାଙ୍କର ଜୀବନ ସାଥୀ ପାଇଛନ୍ତି। ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ୍ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ […]