ଫୁଲବାଣୀ: ମଦ ପିଇବା ପାଇଁ ଭଉଣୀ ଟଙ୍କା ନ ଦେବାରୁ, ଦୁଇ ଭାଇ ମିଶି ଭଉଣୀର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପେଞ୍ଜିସାହିରୁ ଏଭଳି ଅଭିଯୋଗ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ବଡ଼ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାନ ଭାଇକୁ ଜୁଭେନାଇଲ୍ ଜଷ୍ଟିସ୍ବୋର୍ଡରେ ହାଜର କରିଛି। ଦୁଇ ଭାଇଙ୍କ ମଧ୍ୟରେ ଜଣେ […]
ନୂଆଦିଲ୍ଲୀ: ଗୋଟିଏ ମିନିଟ୍ରେ ଉଡ଼ିଗଲା ନିବେଶକଙ୍କ ୬ ଲକ୍ଷ କୋଟି ଟଙ୍କା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭାଇରସ୍କୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ଷ୍ଟକ୍ ମାର୍କେଟ ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ଷ୍ଟକ୍ ମାର୍କେଟ୍ରେ କାରବାର ଆରମ୍ଭ ହେବା ପରେ ଷ୍ଟକ୍ ମାର୍କେଟ୍ ଲଗାତର ଖସିବାକୁ ଲାଗିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୧୮୨୧ ପଏଣ୍ଟ ଖସି ୩୩ ହଜାର ୮୭୬ରେ ପହଞ୍ଚିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ […]
ଲଣ୍ଡନ: ଚୀନର ଉହାନରୁ ବ୍ୟାପିଥିବା ପ୍ରାଣଘାତୀ କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋକ ଏହି କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷେରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏବେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ତଥା କନଜରଭେଟିଭ୍ ପାର୍ଟିର ସାଂସଦ ନଦୀନ ଡୋରିସ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟରେ ତାଙ୍କ ଶରୀରରେ କରୋନା ଭାଇରସ ରହିଥିବା ସ୍ପଷ୍ଟ ହୋଇଛି। ଫଳରେ ସେ […]
ବାରଣାସୀ: ଚୀନରେ ମହାମାରୀ ରୂପ ନେଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାଠାରୁ ଦୂରେଇ ରହିବାକୁ ହେଲେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଚେତନତା। ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। ସେପଟେ କରୋନା ଭାଇରସ୍ରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ମାସ୍କ ଓ ସାନିଟାଇଜର୍ସର ବ୍ୟବହାର କରୁଛନ୍ତି। ଏସବୁ ଭିତରେ ସୋଶାଲ୍ ମିଡିଆରେ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାବେଳେ ଆନ୍ତର୍ଜାତିକ ବଜାରରେ ତୈଳଦର ୩୫ ପ୍ରତିଶତ ହ୍ରାସ ପାଇବା ଘଟଣାକୁ ଅଣଦେଖା କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଧାସଳଖ ଟାର୍ଗେଟ୍ କରି ରାହୁଲ ଗାନ୍ଧି କହିଛନ୍ତି, “ଯେତେବେଳେ ଆପଣ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି […]
ଭୋପାଳ: ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିକୁ ତାଙ୍କର ପୁଅ ମହାନଆର୍ଯ୍ୟମନ୍ ସିନ୍ଧିଆ ସ୍ୱାଗତ ଜଣାଇଛନ୍ତି। ତାଙ୍କ ପରିବାର କେବେବି କ୍ଷମତା ପାଇଁ ଲୋଭ କରି ନାହାନ୍ତି ବୋଲି ଆର୍ଯ୍ୟମନ୍ କହିଛନ୍ତି। ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିକୁ ଆର୍ଯ୍ୟମନ୍ ସ୍ୱାଗତ ଜଣାଇବା ସହ ଟ୍ୱିଟ୍ କରି ଏହାର ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, “ମୁଁ ମୋ ବାପାଙ୍କ ପାଇଁ ଗର୍ବିତ, କାରଣ ସେ ନିଜ ପାଇଁ ଛିଡ଼ା ହୋଇଛନ୍ତି। ମୋ ପରିବାର […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି। ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ଧରଣର ହ୍ରାସ ଘଟିଥିବା ରେକର୍ଡ କରାଯାଇଛି। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୨ଟଙ୍କାରୁ ଅଧିକ ହ୍ରାସ ଘଟିଥିବା ଜଣାପଡ଼ିଛି। ଆଜି ପେଟ୍ରୋଲ ଦର ୨ ଟଙ୍କା ୬୯ ପଇସା ହ୍ରାସ ଘଟି ପ୍ରତି ଲିଟର ୭୦.୨୦ ଟଙ୍କା ହୋଇଥିବାବେଳେ ଡିଜେଲ ୨ ଟଙ୍କା ୩୩ […]
ନୂଆଦିଲ୍ଲୀ/କଟକ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ପ୍ରାଣଘାତୀ କରୋନା ଭାଇରସ୍ ଏବେ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। କାହିଁକି ନା ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି। ପୁଣି କେରଳରେ ୮ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକରେ ୪ଟି ଏବଂ ଜମ୍ମୁ ଓ କାଶ୍ମୀରରେ ଗୋଟିଏ ରିପୋର୍ଟ ପଜିଟିଭି ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେରଳରେ ମୋଟ ୧୪୯୫ ଜଣ କରୋନା ସନ୍ଦିଗ୍ଧଙ୍କୁ […]
ଭୋପାଳ: ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୧ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବାପରେ କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାରଙ୍କ ପ୍ରତି ଅଡ଼ୁଆ ବଢ଼ିଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସରୁ ଇସ୍ତଫା ଦେବାପରେ ଜ୍ୟୋତିରାଦିତ୍ୟ ଏବେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ଜ୍ୟୋତିରାଦିତ୍ୟଙ୍କ ଇସ୍ତଫାକୁ କଂଗ୍ରେସର ୨୧ ଜଣ ବିଧାୟକ ସମର୍ଥନ ଜଣାଇଛନ୍ତି। ଆହୁରି ମଧ୍ୟ ଣୁଣିବାକୁ ମିଳୁଛି ଯେ, ଖୁବ୍ ଶୀଘ୍ର କଂଗ୍ରେସରୁ […]
ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ମିଳୁଛି 5G ସ୍ମାର୍ଟଫୋନ୍ IQOO 3। ଅନ୍ଲାଇନ୍ ସପିଂ ସାଇଟ୍ flipkartରେ ଆପଣ ଏହି ସୁବିଧା ପାଇପାରିବେ। କମ୍ପାନୀ ପକ୍ଷରୁ ଏହି 5G ସ୍ମାର୍ଟଫୋନ୍ 8GB+128GB Variant ର ମୂଲ୍ୟ ୩୬,୯୯୦ଟଙ୍କା, 8GB+256GB Variant ର ମୂଲ୍ୟ ୩୯,୯୯୦ ଟଙ୍କା, 12GB+256GB Variant ର ମୂଲ୍ୟ ୪୪,୯୯୦ ଟଙ୍କା ରଖାଯାଇଛି। କିନ୍ତୁ ଆପଣ ଯଦି ଏହି ସ୍ମାର୍ଟଫୋନ୍କୁ flipkartରେ କିଣିବେ, ତା’ହେଲେ ଆପଣ ଏକ୍ସକ୍ଲ୍ୟୁସିଭ୍ ଅଫର ପାଇପାରିବେ। flipkart ପକ୍ଷରୁ ଦିଆଯାଇଥିବା ସୂଚନା […]
ନୂଆଦିଲ୍ଲୀ: କରୋନା ଭୟ ଯୋଗୁ ଷ୍ଟକ୍ ମାର୍କେଟରେ କାରବାର ପ୍ରଭାବିତ ହୋଇଛି। ଆଜି କାରବାର ଆରମ୍ଭରୁ ଷ୍ଟକ୍ ମାର୍କେଟ ପ୍ରାୟ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୧୭୧୮ ପଏଣ୍ଟ ଖସି ୩୫ ହଜାର ୮୫୭ ପଏଣ୍ଟରେ ପହଞ୍ଚିଥିଲା। ସେହିପରି Nifty ସୂଚକାଙ୍କ ମଧ୍ୟ ହ୍ରାସ ପାଇଛି। କରୋନା ଭୟ ଯୋଗୁ ନିବେଶକ ମାନେ ଷ୍ଟକ୍ ମାର୍କେଟ ଉପରେ ଆସ୍ଥା ହରାଉଛନ୍ତି। ଖାଲି ଷ୍ଟକ୍ ମାର୍କେଟ୍ ନୁହେଁ କରୋନା ଯୋଗୁ ତୈଳଦର […]
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଗତକାଲି ଆଉ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନଙ୍କୁ ଗିରଫ ପରେ ଏକ ବଡ଼ ଖୁଲାସା ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣରେ ବ୍ୟବହୃତ ଆଇଡି ତିଆରି କରିବା ପାଇଁ ଆବଶ୍ୟକ କେମିକାଲ ଅନ୍ଲାଇନ୍ରେ ଆମାଜନ୍ରୁ କିଣିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। ଗିରଫ ଦ୍ୱୟ ହେଲେ- ଶ୍ରୀନଗର ବାଗ୍-ଏ-ମେହତାବ ଅଞ୍ଚଳର ୱାଇଜ୍-ଉଲ୍-ଇସ୍ଲାମ୍(୧୯), ପୁଲ୍ୱାମା ହକରୀପୁରା […]
ମୁଜାଫରପୁର: ବିହାରର ମୁଜାଫରପୁର ନିକଟ ଜାତୀୟ ରାଜପଥ-୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କାଣ୍ଟି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗିର: ବଲାଂଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଅଘଟଣ। ବର୍ଷା ଓ ପବନ ହେବାରୁ ୫ଜଣ ଲୋକ ବାଉଁଶ ବୁଦା ତଳେ ଆଶ୍ରୟ ନେଇଥିଲେ। ହତାଠ୍ ବୁଦା ଉପୁ଼ଡି ପଡିବାରୁ ସମସ୍ତେ ଫସିଯାଇଥିଲେ। ଲୋଇସିଂହା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଉଁଶ ବୁଦାକୁ ମେସିନ କଟରରେ କାଟି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୀମଭୋଇ ମୋଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ଏହି ସବୁ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ ଓ ୨୬ରେ ହେବ ନିର୍ବାଚନ। ୧୭ଟି ରାଜ୍ୟର ୫୫ଟି […]
ନୂଆଦିଲ୍ଲୀ: ଲୋକସଭାରେ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ୭ ଜଣ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ଆଜି ନିଲମ୍ବନ କରିଛନ୍ତି। ଚଳିତ ବଜେଟ ଅଧିବେଶନ ଶେଷ ହେବା ଯାଏ ଏହି ସାଂସଦମାନେ ନିଲମ୍ୱିତ ହୋଇଛନ୍ତି। ଏହି ସାଂସଦମାନେ ନିଜ ଆସନରୁ ଉଠି ବାଚସ୍ପତିଙ୍କ ଚେୟାର ପାଖକୁ ଆସି ହଙ୍ଗାମା କରିଥିଲେ। କଂଗ୍ରେସର ଯେଉଁ ସାଂସଦଙ୍କୁ ବାଚସ୍ପତି ନିଲମ୍ୱନ କରିଛନ୍ତି […]
ନୂଆଦିଲ୍ଲୀ: ହୋଲି ପୂର୍ବରୁ ବେତନଭୋଗୀଙ୍କୁ ମୋଦି ସରକାରଙ୍କ ଝଟ୍କା। କାହିଁକି ନା କେନ୍ଦ୍ର ସରକାର EPFO (Employees’ Provident Fund Organisation) ସୁଧ ହାର ହ୍ରାସ କରିଛନ୍ତି। EPFO ସୁଧ ହାର ୦.୧୫ ପ୍ରତିଶତ ପଏଣ୍ଟ୍ ହ୍ରାସ ହୋଇଛି। ଅର୍ଥାତ୍ ସୁଧ ହାର ୮.୬୫%ରୁ ୮.୫୦%କୁ ହ୍ରାସ ହୋଇଛି। ଫଳରେ ଏହି Provident Fund ସ୍କିମ୍ର ଫାଇଦା ଉଠାଉଥିବା ୬ କୋଟି କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଭାରତବାସୀଙ୍କୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ବିଦେଶ ଭ୍ରମଣ ହେତୁ ଭାରତୀୟ ନାଗରିକଙ୍କଠାରେ କରୋନା ପଜିଟିଭ୍ ବାହାରିଛି। ବିଦେଶ ମାଟିରେ ହିଁ ସେମାନଙ୍କ ଶରୀରରେ ଏହି ଭୂତାଣୁ ପ୍ରବେଶ କରିଛି। ତେବେ ଏଥିପାଇଁ ଭାରତବାସୀଙ୍କୁ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଆଞ୍ଚଳିକ ଜରୁରୀକାଳୀନ ନିର୍ଦ୍ଦେଶକ ରୋଡ୍ରିକୋ ଓଫ୍ରିନ୍ କହିଛନ୍ତି। ତେବେ WHOର ଏହି ଅଭୟବାଣୀ ପରେ କୋରନା ଭୟରୁ ଭାରତବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। […]
ଭିଲ୍ନିୟସ୍: ପ୍ରାଣଘାତୀ କରୋନା ଭାଇରସ୍କୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ପ୍ରତିଦିନ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ କରୋନା ଭାଇରସ୍ରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଚୀନ୍ରେ କରୋନା ଭାଇରସ୍ରେ ୩୦୦୦ରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏସବୁ ଭିତରେ ଲିଥୁଆନିୟାରେ କରୋନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ […]
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧ ତାରିଖରୁ ଦେଶକୁ ୪ଟି ନୂଆ ଓ ବଡ଼ ସରକାରୀ ବ୍ୟାଙ୍କ ମିଳିବ। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଗତବର୍ଷ ଅଗଷ୍ଟ ମାସରେ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଥିଲେ। ଦେଶରେ ଥିବା ୧୦ଟି ବ୍ୟାଙ୍କକୁ ଭାଙ୍ଗି ସରକାର ୪ଟି ନୂଆ ବ୍ୟାଙ୍କ ଗଠନ କରିବେ ବୋଲି ଘୋଷଣା କରିଥିଲେ। […]
ନୂଆଦିଲ୍ଲୀ: ସୋଶାଲ ମିଡିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ନ୍ୟାସ ନେଇ ଲାଗି ରହିଥିବା ସସ୍ପେନ୍ସ ଶେଷରେ ଦୂର ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ଆଉ ଏହି ଟ୍ୱିଟ୍ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ସୋଶାଲ୍ ମିଡିଆରୁ ମୋଦି ବିଦାୟ ନେଇପାରନ୍ତି। ଏପରିକି ଏନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଆଜି ଏସବୁ ଉପରୁ ପରଦା ହଟିଛି। ସବୁଠାରୁ ଆକ୍ଟିଭ୍ ନେତାଙ୍କ କଥା କହିଲେ ମନକୁ ଆସେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ପୂର୍ବଭଳି ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହିଁ ହେବ ବୋଲି ସୁପ୍ରମିକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ କାଲି ମିଳିବ କି ଫାଶୀ ? କାହିଁକି ନା ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ କୋର୍ଟ ମନା କରିଦେଇଛନ୍ତି। ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। […]
ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ମାମଲାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ଏଥିପାଇଁ ସମସ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ। […]