ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଅଶାନ୍ତ ରହିବ ବୋଲି […]
ଇସ୍ତାନବୁଲ୍: ମା’ର ମମତା ଅତୁଳନୀୟ। ସନ୍ତାନ ପାଇଁ ସେ ସାତ ସମୁଦ୍ର ତେର ନଈ ଲଂଘି ପାରେ। ମଣିଷ ହେଉ ବା ପକ୍ଷୀ କିମ୍ବା ପଶୁ, ସବୁବେଳେ ମା’ଟିଏ ଚାହେଁ ତା’ର ସନ୍ତାନକୁ ସବୁ ବିପଦରୁ ବଞ୍ଚାଇବାକୁ। ଆମେ ଏଠି ଏମିତି ଜଣେ ମା’ର କଥା କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି ମହାମାରୀ କରୋନା। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ […]
ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ନେଇ ସୃଷ୍ଟି ହୋଇଥିବା ଅନେକ ଦ୍ୱନ୍ଦ୍ୱ ଓ ସସ୍ପେନ୍ସରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ତା’ର ଅବସାନ ଘଟାଇ ଶେଷରେ କିମ୍ ସର୍ବ ସମ୍ମୁଖକୁ ଆସିଛନ୍ତି। ନିକଟରେ ଏକ ସାର କାରଖାନାର ଉଦ୍ଘାଟନୀ ଉତ୍ସବରେ ସେ ରିବନ୍ କାଟିବା ନେଇ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି(KCNA) ଶନିବାର ସୂଚନା ଦେଇଛି। ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜଧାନୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ଏହି ଯୋଜନା ଫଳରେ ଗ୍ରାମାଞ୍ଚଳରେ ଆଜି ଉନ୍ନତି ହୋଇପାରିଛି। ଏହାସହ ମହିଳାମାନେ ଧୂଆଁରୁ ମୁକ୍ତି ପାଇଛନ୍ତି ବୋଲି ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। ୪ ବର୍ଷ ତଳେ ମେ’ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଠାରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ପରିବାରକୁ ମାଗଣାରେ ଏଲ୍ପିଜି ଗ୍ୟାସ୍ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଥିବାବେଳେ ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର। ଏସବୁ ଭିତରେ ଅଣ-ସବସିଡି ଏଲ୍ପିଜି ସିଲିଣ୍ଡର ଗ୍ୟାସ ଦର ପୁଣି କମିଛି। ଗତ ମାସରେ ଏଲ୍ପିଜି ସିଲିଣ୍ଡରର ଦାମ କମି ଥିବାବେଳେ ଚଳିତ ମାସ ଆରମ୍ଭରୁ ଏହି ସିଲିଣ୍ଡର ଦାମ ପୁଣିଥରେ କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୬୨.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୭୪୪ଟଙ୍କାରୁ କମି ୫୮୧.୫ […]
ନୂଆଦିଲ୍ଲୀ: ବାତ୍ୟା ତିତ୍ଲି, ଗଜ, ଫନି, ବାୟୁ, ବୁଲ୍ବୁଲ୍ ପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍ ସାଇକ୍ଲୋନ୍ର ନାଁ ଆପଣ ଜାଣିଛନ୍ତି କି ? ଏହି ସାଇକ୍ଲୋନ୍ର ନାଁ ଅମ୍ଫାନ୍ ରଖାଯାଇଛି। ଚଳିତ ସପ୍ତାହରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ତାଲିକା ଜାରି କରିଥିଲା। ଯେଉଁଥିରେ ୧୬୯ଟି ସମ୍ଭାବ୍ୟ ବାତ୍ୟାର ନାଁ ରହିଥିଲା। ଏହି ତାଲିକାକୁ ୨୦୧୯, ଏପ୍ରିଲରେ World Meteorological Department (WMO) panel ଗ୍ରହଣ କରିଥିଲା। ଆଗକୁ ଉତ୍ତର […]
ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଲକ୍ଡାଉନ୍ ଯୋଗୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। NCHM JEE ,ICAR, JNU ପ୍ରବେଶିକା ପରୀକ୍ଷା ଓ IGNOU ପିଏଚ୍ଡି ଓ OPENMAT(MBA) ଏଣ୍ଟ୍ରାସ୍ ପାଇଁ ଅନ୍ଲାଇନ୍ ଆବେଦନର ଅବଧିକୁ ମେ’ ୧୫ ଯାଏ ବଢାଇ ଦିଆଯାଇଛି। ତେବେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାସ୍ ଟେଷ୍ଟ […]
ନୂଆଦିଲ୍ଲୀ: ଉତ୍ତର ଭାରତ ମହାସାଗର ସମେତ ବଙ୍ଗୋପସାଗର ଓ ଭାରତ ମହାସାଗର ଉପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍ ସାଇକ୍ଲୋନ୍ର ନାମ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)। ବିଶ୍ୱବ୍ୟାପୀ ମୋଟ୍ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ ଟ୍ରପିକାଲ୍ ସାଇକ୍ଲୋନ୍ର ନାମକରଣ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) […]
ନୂଆଦିଲ୍ଲୀ: ଲଗାତାର ତିନି ଦିନ ପରେ ସୁନା ଦର ହ୍ରାସ ପାଇଛି। ସୂଚନା ଅନୁସାରେ, ଆଜି ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୭୧ ଟଙ୍କା ହ୍ରାସ ପାଇ ୪୬,୩୩୬ ଟଙ୍କାରେ ପହଞ୍ଚିଛି। ହେଲେ ରୁପା ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ରୁପା ଦର ପ୍ରତି କିଲୋଗ୍ରାମକୁ ୨୦ ଟଙ୍କା ବୃଦ୍ଧି ପାଇ ୪୨,୦୫୦ରେ ପହଞ୍ଚିଛି। ଏପ୍ରିଲ ୨୪ରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬, ୬୦୭ ଟଙ୍କା […]
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଏହା ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ’ ୩ ମଧ୍ୟରେ ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ […]
ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖା ଦେଇଛି। ଭିନ୍ନ ଭିନ୍ନ ମିଡିଆରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଚାଇନାର ଏକ ଗଣମାଧ୍ୟମରେ କିମ୍ ଜୋଙ୍ଗଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଚୀନ ଡାକ୍ତରୀ ଟିମ୍ ପଠାଉଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି। ତେବେ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଖବରକୁ ଦକ୍ଷିଣ କୋରିଆ ଖଣ୍ଡନ କରି ଆସୁଛି। ଦକ୍ଷିଣ […]
ନୂଆଦିଲ୍ଲୀ: ମ୍ୟୁଚୁଆଲ୍ ଫଣ୍ଡ୍ ଜରିଆରେ ଶେଆର୍ ବଜାରରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଆଶ୍ୱସ୍ତିର ଖବର। ମ୍ୟୁଚୁଆଲ୍ ଫଣ୍ଡ୍ ଗୁଡିକ ଲାଗି ସ୍ୱତନ୍ତ୍ର ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ମ୍ୟୁଚୁଆଲ୍ ଫଣ୍ଡ୍ କମ୍ପାନୀ ଗୁଡିକ ମଧ୍ୟରେ ନଗଦ ନେଣଦେଣ ବ୍ୟବସ୍ଥାକୁ ସଚଳ କରିବାକୁ RBI ଏହି ସହାୟତା ପ୍ରଦାନ କରିଛି। କରୋନା ଯୋଗୁ ଦେଶରେ ଶେଆର ମାର୍କେଟ୍ ପ୍ରଭାବିତ ହୋଇଛି। ଏହି ସମୟରେ ମ୍ୟୁଚୁଆଲ୍ […]
ଶ୍ରୀନଗର: କାଶ୍ମୀର ଘାଟିରେ ସକ୍ରିୟ ଥିବା ଦୁଇ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲସ୍କର ଏକ ନୂଆ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ‘ (ଟିଆରଏଫ) ଗଠନ କରିଛି। ମିଳିଥିବା ସୂଚନା ଅନୁସାରେ, ହିଜବୁଲ୍ ମୁଜାହିଦ୍ଦିନର ଟପ୍ କମାଣ୍ଡର ଅବାସ୍ ଶେଖ୍ ହିଜବୁଲର ହାତ ଛାଡି ଟିଆରଏଫର ହାତ ଧରିଛି। ଏହି କାରଣରୁ ଟିଆରଏଫ ଏବଂ ଲସ୍କର ଉଭୟ ହିଜବୁଲର ଟାର୍ଗେଟରେ ଅଛନ୍ତି। ଏ ସଂକ୍ରାନ୍ତରେ ‘Tehreek e Pupils Party’ […]
ନୂଆଦିଲ୍ଲୀ: ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଆଗାମୀ ଦିନରେ, ୧୦ ଗ୍ରାମ ସୁନା କିଣିବା ପାଇଁ ହେଲେ ଆପଣଙ୍କୁ ୮୦,୦୦୦ ଟଙ୍କାରୁ ଅଧିକ ଦେବାକୁ ପଡିପାରେ। ଏଭଳି କିଛି ଆକଳନ କରିଛନ୍ତି Bank of America Securities (BofA Sec)ର ବିଶ୍ଳେଷକ। ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ […]
ୱାଶିଂଟନ/ସିଓଲ: ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କେତେକ ରିପୋର୍ଟରେ କୁହାଯାଉଛି, ତାଙ୍କର ବ୍ରେନ ଡେଡ ହୋଇଯାଇଛି ତ ଆଉ କିଛି ରିପୋର୍ଟରେ କୁହାଯାଉଛି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି। କିଛି ଦିନ ହେଲା କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା କୁହାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏପରିକି ତାଙ୍କ ପରେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। […]
ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର୍ ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଥିଲା। ଏପ୍ରିଲ ୧୮ରେ ଏହି ଶୋ’ ସମାପ୍ତ ହୋଇଥିଲା। ଏବେ ଉତ୍ତର ରାମାୟଣ ପୁନଃ ପ୍ରସାରିତ ହେଉଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ମେଗା ଧାରାବାହିକ ‘ରାମାୟଣ’କୁ ଲୋକେ ବେଶ୍ ଉପଭୋଗ କରିଥିଲେ। ଏହାସହ ଟିଆରପି ମଧ୍ୟ ବେଶ୍ ଭଲ ଥିଲା। ତେବେ ଦୂରଦର୍ଶନରେ ଆଉ ଏକ ପୌରାଣିକ ଧାରାବାହିକ […]
ନୂଆଦିଲ୍ଲୀ: ନିକଟରେ OnePlus ଏହାର ଲାଟେଷ୍ଟ OnePlus 8 ସିରିଜ ଭାରତୀୟ ମାର୍କେଟରେ ଲଞ୍ଚ କରିଛି। OnePlus 8 ଓ OnePlus 8 Pro ହେଉଛି, ଯଥାକ୍ରମେ OnePlus 7T ଓ OnePlus 7T Proର higher ଭର୍ସନ। OnePlus ଭାରତରେ ଏହାର ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବା ସହ OnePlus 7T Proର ଦାମ କମ କରିଛି। ପୂର୍ବରୁ ଏହି ଫୋନର ଦାମ ୫୩,୯୯୯ ଟଙ୍କା ଥିଲା। ଏବେ ଏହା ୪୭,୯୯୯ ଟଙ୍କା ହୋଇଛି। […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ବର୍ଦ୍ଧିତ ମହଙ୍ଗା ଭତ୍ତା(DA)। ସେହିପରି କେନ୍ଦ୍ର ସରକାରଙ୍କ ପେନ୍ସନ୍ଧାରୀଙ୍କୁ ମଧ୍ୟ ବର୍ଦ୍ଧିତ ଡିୟରନେସ୍ ରିଲିଫ୍ ବା DR ମଧ୍ୟ ମିଳିବ ନାହିଁ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ମହାମାରୀ କରୋନା ଯୋଗୁ ଦେଶର ଅର୍ଥନୀତି ବିଗୁଡି ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ DA ଓ DR ସରକାର […]
ନୂଆଦିଲ୍ଲୀ: ସାରାଦେଶ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମସ୍ତେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏସବୁ ଭିତରେ ଭାରତୀୟ ରେଳ ବିଭାଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଦେଶରେ ଥିବା ରେଲୱେ କିଚେନ ଗୁଡିକରୁ ପ୍ରତ୍ୟେକ ଦିନ ୨.୬ ଲକ୍ଷ ମିଲ୍ସ ସପ୍ଲାଏ କରିବା ପାଇଁ ରେଳ ମନ୍ତ୍ରାଳୟ ଅଫର ପ୍ରଦାନ କରିଛି। ପ୍ରତି ମିଲ୍ସ ଦାମ ମାତ୍ର ୧୫ ଟଙ୍କା ରହିଛି। ଏହି […]
ମୁମ୍ବାଇ: ପୁଣି ଜଣେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ। ରିପବ୍ଲିକ ମିଡିଆ ନେଟୱର୍କର Editor-in-Chief ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା କରିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଷ୍ଟୁଡିଓରୁ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେମାନେ ଅର୍ଣ୍ଣବଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରେ ଅର୍ଣ୍ଣବଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ […]
ମିଳିତ ଜାତିସଂଘ(ୟୁଏନ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଯୋଗୁ ପ୍ରଭାବିତ ହୋଇଛି। କରୋନା ବିପତ୍ତି ଟଳିବା ପରେ ସାରା ବିଶ୍ୱବାସୀ ଆଉ ଏକ ବଡ଼ ବିପତ୍ତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ କରି UN ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି। UN ଆହୁରି ଆହୁରି ମଧ୍ୟ କହିଛି ଯେ, […]
ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲରେ ରିଚାର୍ଜ କରିବାବେଳେ ଗ୍ରାହକମାନେ ସବୁବେଳେ ଶସ୍ତା ଓ ଅଫର ପ୍ଲାନ ଖୋଜନ୍ତି। ଏମିତିକି କେଉଁ ପ୍ଲାନ ସବୁଠୁ ଭଲ ତାକୁ ନେଇ ମଧ୍ୟ କନଫ୍ୟୁଜ ହୋଇଯାଆନ୍ତି। ଏଭଳି ସ୍ଥିତିରେ ଏୟାରଟେଲ ଏହାର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ ଆଣିଛି। ଏଥିରେ ଆପଣ ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଂ କରିବା ସହ ଡାଟା ମଧ୍ୟ ପାଇ ପାରିବେ। ଆମେ ଆପଣଙ୍କୁ ଏୟାରଟେଲର ୧୯ଟଙ୍କା ପ୍ଲାନ ବିଷୟରେ କହୁଛୁ। ଏହି ପ୍ଲାନରେ ଆପଣ ଯେକୌଣସି […]