/odishatv-khabar/media/post_attachments/uploadimage/library/16_9/16_9_0/Exit_Poll_1728215549.jpg)
Exit Poll
ଏକଜିଟ ପୋଲ ଆକଳନ ଅନୁସାରେ ହରିୟାଣାରେ କଂଗ୍ରେସ ଏକାକୀ ଓ ଜମ୍ମୁ କାଶ୍ମୀରରେ ନ୍ୟାସନାଲ କଂଗ୍ରେସ ସହ ମିଶି କରିବ ସରକାର । ପ୍ରାୟ ସବୁ ଏକଜିଟ୍ ପୋଲ ଦୁଇ ରାଜ୍ୟରେ କଂଗ୍ରେସ ସରକାର କରିବ ବୋଲି ଆକଳନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ।
ସେ ଆହୁରି କହିଛନ୍ତି, ଏହି ଏକଜିଟ୍ ପୋଲରୁ ମହାରାଷ୍ଟ୍ର ନିର୍ବାଚନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯିବ ବୋଲି ସଙ୍କେତ ମିଳୁଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଦୁଇ ରାଜ୍ୟରେ କଂଗ୍ରେସ ସରକାର କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେପଟେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଯାହା ବି ଫଳ ହେଉ ଅପେକ୍ଷା କରିବାକୁ ପଡିବ। ସ୍ଥାନୀୟ ପ୍ରସଙ୍ଗ ଆଧାରିତ ନିର୍ବାଚନ ହେଉଥିଲା । ଫଳାଫଳକୁ ଅପେକ୍ଷା କରିବାକୁ ପଡିବ, ତାପରେ ଚର୍ଚ୍ଚା ଆଲୋଚନା କରିହେବ ବୋଲି ଗୋଲକ କହିଛନ୍ତି ।
ହରିୟାଣା ଏକ୍ଜିଟ୍ ପୋଲ୍ର...
ମାଟିଜ ସଂସ୍ଥାର ଆକଳନ ଅନୁସାରେ ହରିଆଣାରେ ବିଜେପିକୁ ମିଳିପାରେ ୧୮ରୁ୨୪ ସିଟ୍। ସେହିଭଳି କଂଗ୍ରେସ ୫୫ରୁ ୬୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨ରୁ ୫ ଆସନ ମିଳିବା ସମ୍ଭାବନା ରହିଛି।
Bhaskar Reporters Pollର ତଥ୍ୟ କହିଛି, ବିଜେପି ଏଠୁ ୧୯-୨୯ଟି ଆସନ ଜିତିପାରେ। କଂଗ୍ରେସ ୪୪-୫୪ ଆସନ ଜିତି ସରକାର ଗଢ଼ିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ସପରକ୍ଷରେ ସର୍ବାଧିକ ୦-୬ ଟି ଆସନ ମଳିପାରେ।
DHRUV ସଂସ୍ଥାର ପୂର୍ବାନୁମାନ କହୁଛି ହରିଆଣାରେ ବିଜେପି ୨୨-୩୨ ଆସନ ଜିତିପାରେ। କଂଗ୍ରେସକୁ ୫୦-୬୪ ଆସନ ମିଳିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳକୁ ୨-୮ଟି ଆସନ ପାଇବେ।
PEOPLES PULSE ଆକଳନ କହୁଛି, ବିଜେପି ୨୦-୩୨ଟି ସିଟରେ ଜିତିପାରେ। କଂଗ୍ରେସ-୪୯-୬୧ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩-୫ଟି ଆସନ ମିଳିପାରେ।
ଜମ୍ମୁ-କାଶ୍ମୀରରେ ବୁଥ ବାହୁଡ଼ା ମତକୁ ନେଇ ଏକ୍ଜିଟ୍ ପୋଲ...
GULISTAN NEWSର ପୂର୍ବାନୁମାନ କହିଛି ରାଜ୍ୟର ମୋଟ ୯୦ ଆସନରୁ ବିଜେପି-୨୮-୩୦ଟିରେ ଜିତିପାରେ। କଂଗ୍ରେସ-୩୧-୩୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୫-୭ଟି ଆସନ ମିଳିବା ସମ୍ଭାବନା ରହିଛି।
PEOPLES PULSEର ଆକଳନ ଅନୁସାରେ ବିଜେପି-୨୩-୨୭, କଂଗ୍ରେସ-୪୬-୫୦ ଏବଂ ପିଡିପିକୁ ୭-୧୧ ଟି ଆସନ ମିଳିପାରେ।
DAINIK BHASKAR ପୂର୍ବାନୁମାନ କହିଛି, ବିଜେପି-୨୦-୨୫, କଂଗ୍ରେସ-୩୫-୪୦ ଏବଂ ପିଡିପିକୁ ମିଳିପାରେ ୧୨-୧୬ଟି ସିଟ୍।
NDTVର ବୁଥ୍ ବାହୁଡ଼ା ମତ କହୁଛି, ବିଜେପିକୁ ୨୪ , କଂଗ୍ରେସକୁ ୪୩ ଏବଂ ପିଡିପିକୁ ୧୬ଟି ଆସନ ମିଳିବ।
India Today-CVoterର ଆକଳନ ଅନୁସାରେ ବିଜେପି ୨୭-୩୧, କଂଗ୍ରେସ ୪୦-୪୮ ଏବଂ ପିଡିପିକୁ ୬-୧୨ଟି ଆସନରେ ଜିତିପାରେ।
Bhaskar Reporters Pollର ପୂର୍ବାନୁମାନ କହିଛି, ବିଜେପି- ୨୦-୨୫, କଂଗ୍ରେସ – ୩୫-୪୦ ଏବଂ ପିଡିପି- ୪-୭ ଟି ଆସନ ପାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)