ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଏବଂ ଅନ୍ୟ ୪ ଜଣଙ୍କୁ ୮ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ୨୦୧୨ ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି। ଏହା ପୂର୍ବରୁ ମୁମ୍ବାଇର ଏହି ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନ୍ ଏବଂ ଅନ୍ୟ ୫ ଜଣଙ୍କୁ ଆର୍ମସ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଆଜି ଅପରାହ୍ଣରେ ଏହି […]
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲଙ୍ଘନ କରି ଚାଲିଛି। ଆଜି ସକାଳ ୧୧ଟାରେ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅବିଶ୍ରାନ୍ତ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ […]
ବେଙ୍ଗାଲୁରୁ: ଶପଥ ନେବାର ଦୀର୍ଘ ୨୫ ଦିନ ପରେ ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ସମସ୍ତ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କର୍ଣ୍ଣାଟକାରେ ସର୍ବାଧିକ ୩୩ ଜଣ ମନ୍ତ୍ରୀ ହୋଇପାରିବେ। ତେଣୁ ଦଳୀୟ ହାଇକମାଣ୍ଡ ୧୬ଟି ପଦ ଫାଙ୍କା ରଖିଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଆଶା ରଖିଥିବା ବିଜେପି ନେତାମାନେ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉଠାଇବା […]
ସିକନ୍ଦରାବାଦ: ପୁଅ ପେଟେ ଖାଇବ ବୋଲି ବାପା ଦିନେ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡ କରି ପୁଅକୁ ଖୁଆଉଥିଲା। ପୁଅ ଖାଇଲେ ବାପାର ବି ପେଟ ପୂରି ଯାଉଥିଲା। ଆଉ ପୁଅ ଯେବେ ବଡ଼ ହେଲା, ସେଇ ବାପାକୁ ସେ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଏଭଳି ସମ୍ପର୍କକୁ ରକ୍ତରଞ୍ଜିତ କରିଦେବା ଭଳି ଖବର ଆସିଛି ତେଲେଙ୍ଗାନା ସିକନ୍ଦରାବାଦ ମାଲକାଜିଗରି ଅଞ୍ଚଳରୁ। ନିଜ ବାପାକୁ ହତ୍ୟା କରିବା ପରେ ପୁଅ ଜଣଙ୍କ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଦେଶର ସେନା ବାହିନୀ ବିରୋଧରେ ଜମ୍ମୁ-କାଶ୍ମୀର ପିପଲ୍ସ ମୁଭ୍ମେଣ୍ଟ ନେତା ତଥା ପୂର୍ବତନ ଜେଏନ୍ୟୁ ନେତା ଶେହଲା ରସିଦ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଗିରଫ କରିବା ଦାବିରେ ଆଜି ବରିଷ୍ଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି,ଶେହଲା ରସିଦ ଭାରତ ସରକାର ଓ ସେନାର ଯବାନଙ୍କ ବିରୋଧରେ ଅପପ୍ରଚାର […]
ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ମିଳିଲା ଆଉ ୨ ସପ୍ତାହ। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଇଛନ୍ତି। ଏହି ଅବଧି ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ମେଡିକାଲ ଖର୍ଚ୍ଚ ପାଇଁ ୫ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦୁଷ୍କର୍ମ ପୀଡ଼ିତା ଓ […]
ଶ୍ରୀନଗର: ନିଶ୍ଚିତ ମରଣ ମୁହଁରୁ ବଞ୍ଚିଲା ଦୁଇ ଜୀବନ। ଜମ୍ମୁର ତାୱି ନଦୀ ବନ୍ୟାରେ ଫସିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ଦୁଇ ଜଣ ମତ୍ସଜୀବୀ ନଦୀକୁ ଯାଇଥିବା ବେଳେ ହଠାତ ନଦୀର ଜଳସ୍ତର ବଢ଼ିବାରୁ ଏମାନେ ଜଳବନ୍ଦୀ ଅବସ୍ଥାରେ ଫସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ବାୟୁସେନାର ହେଲିକପ୍ଟର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣେ ଯବାନ […]
ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଦୂରଦର୍ଶନରେ କାମ କରୁଥିବା ନୀଲମଙ୍କୁ ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ। #DDNews की […]
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ […]
ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ। ତେଣୁ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି। ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ସମେତ ସୀମା ସୁରକ୍ଷା ନେଇ ଆଲୋଚନା ହେବ। ଏହାସହ ଭାରତ ଭୁଟାନ ମଧ୍ୟରେ ୧୦ଟି ଏମ୍ଓୟୁ ସ୍ୱାକ୍ଷର ହେବ। ସେହିପରି ୫ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ […]
ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା ସହିତ ସମସ୍ତେ ଏହି ଆହ୍ୱାନକୁ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି। All of us must welcome three announcements made by the PM […]
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ବସିଛି। ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ଭାରତ ସରକାରଙ୍କ ଐତିହାସିକ ପଦକ୍ଷେପ ପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଏକ ଅନୌପଚାରିକ ବୈଠକ ବସି ଏ ପ୍ରସଙ୍ଗରେ ଆଲୋଚନା କରାଯାଉଛି। ଧାରା ୩୭୦ ଉଚ୍ଛେଦକୁ ପାକିସ୍ତାନ ଦୃଢ଼ ବିରୋଧ କରି ଆସୁଥିବା ବେଳେ ଏହାର ବନ୍ଧୁ ରାଷ୍ଟ୍ର ଚୀନ ପକ୍ଷରୁ ସୁରକ୍ଷା ପରିଷଦରେ ଏ ନେଇ ଆଲୋଚନା ପାଇଁ […]
ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ ହଜାର ବର୍ଗମିଟର ଜମି ଉପରେ ତିଆରି ହୋଇଥିବା ଏହି ରିଜର୍ଟକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ଏହି ବେଆଇନ ରିଜୋର୍ଟଟି ରାଜ୍ୟ ସରକାରଙ୍କ […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ବିନା ଟିକେଟ୍ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ପାଇଁ ବଡ଼ ଉପହାର ଦେବାକୁ ଚାହୁଁଛି। ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା […]
ଅହମଦାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଏହି ଭାଇ-ଉଭଣୀର ସମ୍ପର୍କ ପର୍ବରୁ ଆଜି ପୂରା ଦେଶ ପାଳନ କରୁଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। ତେବେ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ଏବ […]
ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ କରାଯାଇଥିବା ମୁଡ୍ ଅଫ୍ ନେଶନ ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ନବୀନଙ୍କ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]
ନୂଆଦିଲ୍ଲୀ: ଆଜି ୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ। କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ସଗର୍ବେ ଉଡ଼ୁଛି ତ୍ରିରଙ୍ଗା। ଦିଲ୍ଲୀ ଲାଲ୍କିଲ୍ଲାରେ ଆଜି ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି କୌଣସି ଅପ୍ରୀତିକରଣ ଘଟଣା ଏଡ଼ାଇବା ପାଇଁ ଶ୍ରୀନଗର ସମେତ ବିଭିନ୍ନ ସମ୍ବେଦନଶୀଳ […]