• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

amit_shah_660_062819011756
ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଆହ୍ୱାନ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: ଆଜି ଜାତୀୟ ହିନ୍ଦୀ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଶାହ। ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ପାଇ ପଟେଲଙ୍କ ସ୍ୱପ୍ନ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ। ଅମିତ ଶାହ ଟ୍ୱିଟ୍‌ କରି […]

  • Wednesday, 21 July 2021
pak
ଧଳା ପତାକା ଦେଖାଇ ଯବାନଙ୍କ ମୃତଦେହ ନେଲା ପାକ୍‌ ସେନା

ନୂଆଦିଲ୍ଲୀ: ଅସ୍ତ୍ରବିରତି ଉଲ୍ଲଂଘନ ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରକୃତ ସତ କ’ଣ ତାହା ଏବେ ସାମ୍ନାକୁ ଆସିଛି। ନିକଟରେ ଜମ୍ମୁ କଶ୍ମୀରର ହାଜିପୁର ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଭାରତୀୟ ଯବାନ ଦେଇଥିଲେ। ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେହି ମୃତଦେହକୁ ନେବା ପାଇଁ ପାକିସ୍ତାନ ଧଳା ପତାକା ଦେଖାଇଛି। ଏଭଳି […]

  • Wednesday, 21 July 2021
amit shah
ମେଡିକାଲ୍‌ ପରିସରରେ ଝାଡ଼ୁ ମାରିଲେ ଶାହ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ଏମ୍ସ ମେଡିକାଲ ଗସ୍ତ କରି କ୍ୟାମ୍ପସ ପରିସରକୁ ଝାଡୁ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଫା କରିଥିଲେ। ଶ୍ରୀ ଶାହଙ୍କ ସମେତ ବିଜେପିର […]

  • Wednesday, 21 July 2021
bank strike
ଦେଶବ୍ୟାପୀ ୨ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର: ପବ୍ଲିକ୍‌ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନ ସାରା ଦେଶରେ ଏହି ଧର୍ମଘଟ ଡାକରା ଦେଇଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡ୍ରେସନ୍‌(ଏଆଇବିଓସି), ଅଲ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍‌(ଏଆଇବିଓଏ), ଇଣ୍ଡିଆନ୍‌ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଅଫିସର୍ସ କଂଗ୍ରେସ(ଆଇଏନ୍‌ବିଓସି), ନ୍ୟାସନାଲ୍‌ ଅର୍‌ଗାନାଇଜେସନ୍ ଅଫ୍‌ ବ୍ୟାଙ୍କ୍‌ ଅଫିସର୍ସ(ଏନ୍‌ଓବିଓ) ପକ୍ଷରୁ ଏହି ବନ୍ଦ ଡାକରା […]

  • Wednesday, 21 July 2021
woman
ମହିଳା ଜଣକ ଏତେ ଜୋର୍‌ରେ ହସିଲେ ଯେ, ବାହାରିଗଲା...

ବେଜିଂ: ହସ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଭଲ, ଏହା ସମସ୍ତେ ଜାଣନ୍ତି। ହେଲେ ହସ ବି ଏମିତି ଘାତକ ହୋଇପାରେ..!  ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ମହିଳା ଜଣକ ଏତେ ଜୋର୍‌ରେ ହସିଲେ ଯେ ତାଙ୍କର ମାଢ଼ି ବାହାରି ଯାଇଥିଲା। ଫଳରେ ପାଟି ଖୋଲା ଅବସ୍ଥାରେ ରହି ଯାଇଥିଲା। ଚୀନ୍‌ରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଚୀନ୍‌ର ଗୁୱାଡୋଙ୍ଗ୍‌ ପ୍ରଦେଶରେ […]

  • Wednesday, 21 July 2021
pk mishra
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍‌ ପିକେ ମିଶ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Wednesday, 21 July 2021
mumbai
ମୁମ୍ବାଇରେ ବର୍ଷା ବିତ୍ପାତ; ସ୍କୁଲ୍‌, କଲେଜ ଛୁଟି ଘୋଷଣା

ମୁମ୍ବାଇ: ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ ମୁମ୍ବାଇ। ପ୍ରବଳ ବର୍ଷା ହେବା ଯୋଗୁ ମୁମ୍ବାଇବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା  ମିଳିବା ପରେ ଏହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ ଗୁଡ଼ିକରେ ଥିବା ସମସ୍ତ ସ୍କୁଲ ଓ ଜୁନିଅର୍‌ କଲେଜକୁ ଆଜି ଛୁଟି ଘୋଷଣା କରାଯାଇଛି। ଗତକାଲି ମଧ୍ୟ ଛୁଟି […]

  • Wednesday, 21 July 2021
delhi
ଚେନ୍‌ ଲୁଟେରାଙ୍କୁ ଏମିତି କାବୁ କଲେ ମା’ ଓ ଝିଅ

ନାଙ୍ଗ୍‌ଲୋଇ: ଚେନ୍‌ ଲୁଟେରାଙ୍କୁ କାବୁ କଲେ ମା’ ଓ ଝିଅ। ରାସ୍ତାରେ ଉଭୟ ଠିଆ ହୋଇଥିବା ବେଳେ ବାଇକ୍‌ରେ ୨ଜଣ ଲୁଟେରା ଆସି ମହିଳାଙ୍କ ବେକରୁ ଚେନ୍‌ ଟାଣି ନେଇଥିଲେ। ଏହି ସମୟରେ ମହିଳା ଜଣକ ଲୁଟେରାଙ୍କୁ କାବୁ କରି ନେଇଥିଲେ। ଦିଲ୍ଲୀର ନାଙ୍ଗ୍‌ଲୋଇ ଅଞ୍ଚଳରେ ଅଗଷ୍ଟ ୩୦ରେ ଏହି ଘଟଣା ଘଟିଛି। ଏସବୁ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଜଣେ ମହିଳା ତାଙ୍କ ଝିଅଙ୍କ ସହ ରାସ୍ତାରେ ଠିଆ ହୋଇଥିବା ବେଳେ ବାଇକ୍‌ରେ ୨ […]

  • Wednesday, 21 July 2021
Chandrayaan-2
ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଲା ଲ୍ୟାଣ୍ଡର ବିକ୍ରମ୍‌

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍‌। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍‌କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଭୋର ୩ଟା ୪୨ ମିନିଟ୍‌ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା। ଲ୍ୟାଣ୍ଡର ବିକ୍ରମ୍‌ ଏବେ ଚନ୍ଦ୍ରର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିଲୋମିଟର କକ୍ଷପଥରେ ପରିଭ୍ରମଣ କରୁଛି। ଗତକାଲି ସକାଳ ୮ଟା ୫୦ ମିନିଟ୍‌ରେ […]

  • Wednesday, 21 July 2021
kulabhusan
କୁଳଭୂଷଣ ଯାଦବ ମାମଲାରେ ନରମିଲା ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍‌ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି। ଆଜି ଏହି ଅନୁମତି ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ ଭାରତ ମଧ୍ୟ ଉତ୍ତର ରଖିଛି। ଭାରତ ପକ୍ଷରୁ କୁହାଯାଇଛି ‘କଟକଣା ବିହୀନ’ ଏବଂ ‘ଅବାଧ’ ଅନୁମତି ନ ମିଳିଲେ ଏହାକୁ ଭାରତ ଗ୍ରହଣ କରିବନି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ ପୂର୍ବରୁ କହିଥିଲେ, ୨୦୧୯ ସେପ୍ଟେମ୍ବର ୨ ତାରିଖରେ କୁଳଭୂଷଣ […]

  • Wednesday, 21 July 2021
teacher
ପତ୍ନୀଙ୍କ ହେଲିକପ୍ଟରରେ ଉଡ଼ିବାର ଇଚ୍ଛାକୁ ଏମିତି ପୂରଣ କଲେ ଶିକ୍ଷକ

ଜୟପୁର: ଚାକିରିରୁ ଅବସର ନେବା ଦିନ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ପତି। ତା’ବି ପୁଣି ଭଡ଼ାରେ ହେଲିକପ୍ଟର ଆଣି । କଥାଟା ଶୁଣି ଅଜବ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନର ଅଲ୍‌ୱାର୍‌ରେ ଏଭଳି କିଛି ଘଟଣା ଘଟିଛି। ଅଲ୍‌ୱାର୍‌ର ଏକ ସ୍କୁଲ୍‌ରେ ଶିକ୍ଷକତା କରନ୍ତି ରମେଶ ଚାନ୍ଦ। ରମେଶଙ୍କ ପତ୍ନୀ ମୀନା। ହେଲିକପ୍ଟରରେ ବସିବା ପାଇଁ ମୀନାଙ୍କର ପ୍ରବଳ ଇଚ୍ଛା ଥିଲା। ଏପରିକି ଦିନେ ଛାତ ଉପରେ ବସିଥିବା ବେଳେ ଏକ ହେଲିକପ୍ଟରକୁ ଭଡ଼ାରେ ଆଣିବା […]

  • Wednesday, 21 July 2021
Sheikh Rashid Ahmed
ମୋଦିଙ୍କ ନାଁ ଧରିବା କ୍ଷଣି କରେଣ୍ଟ ଖାଇଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସରକାର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏପରିକି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ। ହେଲେ ଏବେ ଭଗବାନଙ୍କୁ ମଧ୍ୟ ପାକିସ୍ତାନର ଏଭଳି ବୟାନବାଜୀ ଭଲ ଲାଗୁନାହିଁ। କାରଣ ଯେଉଁ ପାକ୍‌ ରେଳମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Wednesday, 21 July 2021
P-Chidambaram
ପୁଣି ରିମାଣ୍ଡରେ ଗଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ପୁଣିଥରେ ରିମାଣ୍ଡରେ ନେଇଛି। ଅଗଷ୍ଟ ୨୧ରୁ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ପୂର୍ବରୁ ୨ଟି ଦଫାରେ ସିବିଆଇ ଯଥାକ୍ରମେ ୫ ଦିନ ଓ ୪ ଦିନ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଏବେ ତାଙ୍କୁ ପୁଣିଥରେ ସିବିଆଇ ସୋମବାର ଯାଏ ରିମାଣ୍ଡରେ ନେବାକୁ ଅନୁମତି ପାଇଛି। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ […]

  • Wednesday, 21 July 2021
niramala
୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶି ୪ଟିରେ ପରିଣତ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିଅନ୍ ଅର୍ଥନୀତି ଘୋଷଣାକୁ ବାସ୍ତବ ରୂପ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥନୀତିରେ ସୁଧାର ଅଣାଯିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ ପରିଣତ ହେବ। ଆଜି ଏହି ଘୋଷଣା ହୋଇଛି। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ,ପିଏନ୍‌ବି, ଓବିସି ଏବଂ ୟୁନାଇଟେଡ୍ ବ୍ୟାଙ୍କର ମିଶ୍ରଣ କରାଯାଇ ଭାରତର ଦ୍ୱିତୀୟ ସର୍ବବୃହତ୍ […]

  • Wednesday, 21 July 2021
pm modi
ସେପ୍ଟେମ୍ୱର ୨୭ରେ ମୁହାଁମୁହିଁ ହୋଇପାରନ୍ତି ମୋଦି-ଇମ୍ରାନ୍ !

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେଇପାରନ୍ତି। ଏହି ବୈଠକରେ ମୋଦି କାଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ସହ ଉଚ୍ଚ ସ୍ତରୀୟ ବୈଠକ କରିପାରନ୍ତି। ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଉଦ୍‌ବୋଧନ […]

  • Wednesday, 21 July 2021
jeans
ଏହି ଅଫିସରେ ଜିନ୍ସ, ଟି-ଶାର୍ଟ ବ୍ୟାନ୍‌

ପାଟନା: ବିହାର ସରକାର ସଚିବାଳୟରେ ଜିନ୍ସ ଓ ଟି-ଶାର୍ଟକୁ ବ୍ୟାନ୍‌ କରିଛନ୍ତି। ଏଣିକି ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଉ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅଫିସ ଆସିପାରିବେ ନାହିଁ। ଜିନ୍ସ ଓ ଟି-ଶାର୍ଟ ବଦଳରେ ସେମାନେ ଭଦ୍ର ଓ ସାଧାସିଧା ପୋଷାକ ପରିଧାନ କରିବେ। ବିହାର ସରକାରଙ୍କ ସଚିବ ମହାଦେବ ପ୍ରସାଦଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ହୋଇଛି। ଏଥିରେ କୁହାଯାଇଛି ଯେ, “ଅନେକ ସମୟରେ ଅଫିସକୁ ପିନ୍ଧିକି ଆସୁଥିବା କର୍ମଚାରୀଙ୍କ ପୋଷାକ ଅଫିସରେ ପ୍ରଚଳିତ ସଂସ୍କୃତିକୁ […]

  • Wednesday, 21 July 2021
toll gate 1
ଟୋଲ୍‌ ଗେଟ୍‌ରେ ମହିଳା କର୍ମଚାରୀଙ୍କୁ ଚାପୁଡ଼ା ମାରିଲେ ଗାଡ଼ି ଚାଳକ

ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ୍‌ ଗେଟ୍‌ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଓଁର ଏକ ଟୋଲ୍‌ ଗେଟ୍‌ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଟୋଲ୍‌ ଗେଟ୍‌ରେ ଥିବା ଜଣେ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍‌ ହୋଇଯାଇଥିଲେ। ପୁଣି ଥରେ ଗୁରଗାଓଁରେ ସମାନ ଘଟଣା ଦେଖିବାକୁ ମିଲିଛି। ଗୁରଗାଓଁର ଖେରକି ଦୌଲା ଟୋଲ୍‌ ଗେଟ୍‌ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ […]

  • Wednesday, 21 July 2021
former union minister
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ରାଜସ୍ଥାନରୁ ଉଦ୍ଧାର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ଉଦ୍ଧାର କରିଛି। ରାଜସ୍ଥାନରେ ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ବୁଲୁଥିବା ବେଳେ ଆଜି ୟୁପି ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଶାହଜହାଁପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ଏଲ୍‌ଏଲ୍‌ବି ପଢ଼ୁଥିବା ଉକ୍ତ ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ନାଟକୀୟ ଭାବରେ ଛାତ୍ରୀ ଜଣଙ୍କ କେଉଁଆଡ଼େ […]

  • Wednesday, 21 July 2021
Harami Nala
ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସହଯୋଗ କରିବ କି ଏହି ନାଳ?

ନୂଆଦିଲ୍ଲୀ: ଜଳପଥରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୨୭ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବନ୍ଦରଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଗୁଜରାଟରେ ଥିବା ବନ୍ଦର ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ଗୁଜରାଟରେ ଥିବା କଚ୍ଛ ଜିଲ୍ଲାର ବନ୍ଦରଗୁଡ଼ିକ ପାକିସ୍ତାନକୁ ସଂଯୋଗ କରୁଛି। ଯାହାକି ପାକିସ୍ତାନରୁ ଅଳ୍ପ ଦୂର। ଏବେ ଗୁଇନ୍ଦା ବିଭାଗ […]

  • Wednesday, 21 July 2021
omar
ଖୁବ୍‌ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ୨ ପୂର୍ବତନ ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଖୁବ୍‌ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ଜମ୍ମୁ ଓ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତି। ୨ ସପ୍ତାହ ଭିତରେ ଗୃହବନ୍ଦୀରୁ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ରାଜନୈତିକ ନେତାଙ୍କୁ ବି ମୁକ୍ତ କରାଯିବ ବୋଲି ସୂଚନା ମିଳିଛି। ଧାରା ୩୭୦ ଉଚ୍ଛେଦର ଠିକ୍ ପୂର୍ବରୁ ଏହି ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଜମ୍ମୁ ଓ କାଶ୍ମୀରରେ ପରିସ୍ଥିତି ସୁଧୁରୁଥିବାରୁ ଧୀରେ ଧୀରେ ଲାଗୁ […]

  • Wednesday, 21 July 2021
Mumbai
ସ୍ୱପ୍ନରେ ରହିଗଲା ଫିଲ୍ମରେ ଅଭିନୟ କରିବାର ଇଚ୍ଛା

ମୁମ୍ବାଇ: ଅଭିନେତ୍ରୀ ହେବାକୁ ଚାହୁଁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଜଣକ ତାଙ୍କ ଆପାର୍ଟମେଣ୍ଟ୍‌ର ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ତାଙ୍କ ବୟସ ପାଖାପାଖି ୨୦ ବର୍ଷ ହେବବୋଲି ଅନୁମାନ କରାଯାଉଛି। ସେ ଫିଲ୍ମରେ ଅଭିନୟ କରିବା ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ ବୋଲି ଜଣାପଡ଼ିଛି। ଯୁବତୀ ଜଣକ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, […]

  • Wednesday, 21 July 2021
imran khan
କାଶ୍ମୀର ପ୍ରସଙ୍ଗରେ ସବୁଆଡୁ ନିରାଶ ପରେ ପାକିସ୍ତାନର ନୂଆ ଧମକ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସବୁଆଡ଼ୁ ନିରାଶ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ଧମକ ଦେଇ ଚାଲିଛି ପାକିସ୍ତାନ। ସୋମବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପରମାଣୁ ଯୁଦ୍ଧର ଧମକ ଦେବାର ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ପାକିସ୍ତାନ ଆଉ ଏକ ନୂଆ ଧମକ ଦେଇଛି। ଭାରତୀୟ ବିମାନ ପାଇଁ ନିଜ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ, ଏଥିସହ ଆଫଗାନିସ୍ତାନକୁ ପାକିସ୍ତାନର ସ୍ଥଳଭାଗ ଦେଇ ଭାରତୀୟ ବାଣିଜ୍ୟ ପାଇଁ ବନ୍ଦ କରିବା ନେଇ ପାକିସ୍ତାନ […]

  • Wednesday, 21 July 2021
pm modi
ପରମାଣୁ ଯୁଦ୍ଧ ଧମକ ପରେ ପୁଣି ଏକ ନୂଆ ଷଡ଼ଯନ୍ତ୍ର ରଚିଲା ପାକିସ୍ତାନ

ଇସ୍‌ଲାମାବାଦ: ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଦେଖି ରାଗରେ ବିଳିବିଳି ହେଉଛି ପାକିସ୍ତାନ। ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କାଶ୍ମୀର ସ୍ଥିତି ନେଇ ଟ୍ରମ୍ପଙ୍କ ସନ୍ତୋଷ ବ୍ୟକ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହତାଶ ହୋଇପଡ଼ିଛନ୍ତି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଯାହାକୁ ନେଇ […]

  • Wednesday, 21 July 2021
Moon Craters
ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତର ଫଟୋ ଫଠାଇଲା ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ କିଛି ଫଟୋ ପ୍ରେରଣ କଲା ‘ଚନ୍ଦ୍ରଯାନ-୨’। ‘ଚନ୍ଦ୍ରଯାନ-୨’ ସହ ଯାଇଥିବା ଟେରେନ୍‌ ମ୍ୟାପିଙ୍ଗ କ୍ୟାମେରା-୨ ଏହି ଫଟୋକୁ ଉତ୍ତୋଳନ କରିଛି। ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୪ ହଜାର ୩୭୫ କିଲୋମିଟର ଦୂରରୁ ଏହି ଫଟୋ ଉଠା ଯାଇଛି। ଅଗଷ୍ଟ ୨୩ରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ଇସ୍ରୋ ପକ୍ଷରୁ ସୋମବାର ଏହି ଫଟୋ ଗୁଡ଼ିକୁ ଛଡ଼ାଯାଇଛି। ଏହି ଫଟୋରେ ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ବିଶେଷକରି ଚନ୍ଦ୍ରଯାନ-୨ ଜାକସନ୍, […]

  • Wednesday, 21 July 2021
naveen patnaik
ମାଓ ମୁକାବିଲା ରଣନୀତି ବୈଠକ: କେନ୍ଦ୍ର ଆଗରେ ୩ ଦାବି ରଖିଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଓଡ଼ିଶା ସମେତ ଅନ୍ୟ ମାଓ ପ୍ରଭାବିତ ରାଜ୍ୟର ସୁରକ୍ଷା ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। […]

  • Wednesday, 21 July 2021