ନୂଆଦିଲ୍ଲୀ: ବଜେଟ୍ ୨୦୨୦ରେ ଆୟକର କୋହଳ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ସୀତାରମଣ କହିଛନ୍ତି, ଆମେ ନୂଆ ବ୍ୟକ୍ତିଗତ ଆୟକର ବ୍ୟବସ୍ଥା ଆଣିବାକୁ ଚାହୁଁଛୁ। ଯେଉଁଥିରେ ଆୟକର କମାଇ ଦିଆଯିବ। ତେଣୁ ବର୍ତ୍ତମାନ ଯେଉଁ ବ୍ୟକ୍ତି ବାର୍ଷିକ ୫-୭.୫ ଲକ୍ଷ ଟଙ୍କା ଆୟ କରୁଥିବେ ସେମାନେ ୨୦% ବଦଳରେ ଏବେ ୧୦% ଆୟକର ଦେବେ। ପୂର୍ବରୁ ଆୟକର ୨୦% ଥିଲା। ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂଆ ଆୟକର ଗୁଡ଼ିକ ହେଲା- […]
ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ୨୦୨୦-୨୧ ପୂର୍ଣ୍ଣାଙ୍ଗ ବଜେଟରେ ଏକାଧିକ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, କୃଷିର ଉନ୍ନତି ପାଇଁ ମୋଦି ସରକାର ୧୬ ସୂତ୍ରୀ ବିଶିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବଜେଟରେ କୃଷି, ଜଳ ସେଚନ ଓ ଗ୍ରାମୀଣ ବିକାଶ ପାଇଁ ୨.୮୩ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି। ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ବିଶେଷ ବ୍ୟବସ୍ଥା […]
ନୂଆଦିଲ୍ଲୀ: ମୋଦି-୨ ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଏଥିସହ ୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। ଏଣିକି ଶିକ୍ଷାର୍ଥୀଙ୍କୁ ଅନ୍ଲାଇନ୍ରେ ଡିଗ୍ରୀ ପାଠ୍ୟକ୍ରମର […]
ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଚକୋଲେଟଠାରୁ ଶସ୍ତାରେ ମିଳିବ ଡାଟା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମାତ୍ର ୧ ଟଙ୍କାରେ ଆପଣଙ୍କୁ ମିଳିବ ୧ ଜିବି ଡାଟା। ଜିଓକୁ କଡା ଟକ୍କର ଦେବାକୁ ଆଗକୁ ଆସିଲା ଏକ ନୂଆ କମ୍ପାନୀ। ମାର୍କେଟକୁ ଜିଓ ଆସିବା ପରଠାରୁ ଶସ୍ତାରେ ଡାଟା ପାଉଥିଲେ ଗ୍ରାହକ। ଏବେ ଜିଓ ଟାରିଫ ମୂଲ୍ୟ ବଢ଼ାଇବା ଦେବା ପରେ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି। କେତେକ ଅନ୍ୟ କମ୍ପାନୀର ଡାଟା ପ୍ଲାନକୁ ଆପଣାଇ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଅର୍ଥନୀତିକ ସର୍ଭେ୨୦୧୯-୨୦ ଉପସ୍ଥାପନ କରିଛନ୍ତି। ଏଥିରେ ଆକଳନ କରାଯାଇଛି ୨୦୨୦-୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ। ବଜେଟ୍ ପୂର୍ବରୁ ଆସିଥିବା ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୫%କୁ ଅପରିବର୍ତ୍ତିତ ରଖାଯାଇଛି। ଅନ୍ୟପକ୍ଷରେ ଅଭିବୃଦ୍ଧି ହାରରେ ସୁଧାର ଆଣିବା ପାଇଁ ଏହି ରିପୋର୍ଟରେ ଆର୍ଥିକ ନିଅଣ୍ଟକୁ କୋହଳ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ରିପୋର୍ଟ […]
ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ଆଜି ଦିଲ୍ଲୀର ୬ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସମସ୍ତଙ୍କୁ ଆରଏମଏଲ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେମାନଙ୍କ ଉପରେ ଡାକ୍ତରୀ ଟିମ ନଜର ରଖିଛି। ଏହି ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ପରୀକ୍ଷା ନୀରିକ୍ଷା କରାଯାଇଥିଲେ ହେଁ ଏଯାଏ ରିପୋର୍ଟ ହସ୍ତଗତ ହୋଇନାହିଁ। ଗତକାଲି ଭାରତରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେରଳର ଛାତ୍ର କରୋନା ଭାଇରସରେ […]
ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ସରକାରଙ୍କୁ ବିବାଦୀୟ ସିଏଏ ପ୍ରସଙ୍ଗରେ ପ୍ରଶଂସା କରିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାର ପ୍ରତିବାଦ କରିଥିଲେ। ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହି କାରଣରୁ ଆଜି ସିଏଏ ଓ ଏନଆରସିକୁ ବିରୋଧ କରି କଂଗ୍ରେସ ସାଂସଦମାନେ ହାତରେ କଳାପଟି ବାନ୍ଧିଥିଲେ। […]
ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀମାନେ ପୁଣିଥରେ ନୂଆ ଭେଳିକି ଦେଖାଇଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି। ପୂର୍ବରୁ ମଧ୍ୟ ସେ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଏହାକୁ କୋର୍ଟ କଡ଼ା ଭାଷାରେ ସମାଲୋଚନା କରି ଖାରଜ କରିଥିଲେ। ଏବେ ପୁଣିଥରେ ପବନ […]
ନୂଆଦିଲ୍ଲୀ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମ ହାତ କାଟିଦେବା ପାଇଁ ଶିବସେନାର ଆହ୍ୱାନ ପରେ ତାଙ୍କୁ ଗୁଳି ମାରିଦେବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସଙ୍ଗୀତ ସୋମ୍। ଏନ୍ଆଇକୁ ଦେଇଥିବା ଏକ ବୟାନ୍ରେ ସଙ୍ଗୀତ କହିଛନ୍ତି ” ସର୍ଜିଲ୍ ଇମାମଙ୍କ ଭଳି ଲୋକ, ଯେଉଁମାନେ ଦେଶ ଭାଙ୍ଗିବା ଭଳି କଥା କହୁଛନ୍ତି ସେମାନଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି ମାରିଦେବା ଦରକାର।” ସଂଗୀତ ସୋମ୍ ବର୍ତ୍ତମାନ ଉତ୍ତର […]
ମୁମ୍ବାଇ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କ ହାତ କାଟି ଦେବାକୁ ଆହ୍ୱାନ ଦେଇଛି ବିଜେପିର ପୁରୁଣା ସହଯୋଗୀ ଶିବସେନା। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ତା’ର ମୁଖପତ୍ର ସାମ୍ନା ଜରିଆରେ ଆଜି ଶରଜିଲ ଇମାମଙ୍କୁ ଟାର୍ଗେଟ କରିଛି। ଏଥିରେ କୁହାଯାଇଛି ଯେ ଶରଜିଲ ମୁସଲିମ ସଂପ୍ରଦାୟର ମୁଣ୍ଡକାଟ କରିଛି। ତେଣୁ ତାଙ୍କ ହାତକୁ କାଟି ଦେବା ଦରକାର ଓ ଏହାକୁ ଜାତୀୟ ରାଜପଥରେ ଥିବା ଚିକେନ ନେକ କରିଡରରେ […]
ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦରେ ଜନ୍ମ ଦିନ ପାର୍ଟି ଆଳରେ ୨୩ ଜଣ ଶିଶୁଙ୍କୁ ପଣବନ୍ଦୀ କରି ଦୀର୍ଘ ୯ ଘଣ୍ଟା କାଳ ଆତଙ୍କ କରୁଥିବା ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଏଥିସହ ପଣବନ୍ଦୀ ହୋଇ ରହିଥିବା ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେ ଏବେ ଗାଁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପଣବନ୍ଦୀ କରି ଆତଙ୍କରାଜ ଚଳାଉଥିବା ସୁଭାଷ ବାଥମ ସହ ତା’ ପତ୍ନୀ ମିଳିତ ଭାବେ ଅପହରଣର […]
ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସ୍ରୁ ଦେଶର ନାଗରିକଙ୍କୁ ରକ୍ଷା କରିବା ପାଇଁ ଚୀନରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ଯିବ ଚୀନର ଉହାନ୍କୁ ଯାତ୍ରା କରିବ। ସେଠାରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣାଯିବ। ଏହାପରେ ଦିଲ୍ଲୀରୁ ବିମାନ ଯୋଗେ ମୁମ୍ବାଇ ଓ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ ଜଣଙ୍କୁ ଉହାନ୍ରୁ ଅଣାଯିବ। ଯେଉଁଥିରେ ଉହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ […]
ଉହାନ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହେଲ୍ଥ ଇମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ। ଆନ୍ତର୍ଜାତିକ ସ୍ତରରେ ଏହାର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇସର କାୟା ମେଲାଇବାରେ ଲାଗିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବାରୁ ଏହାକୁ ରୋକିବାକୁ ବିଶ୍ୱକୁ ସତର୍କ କରାଇଛି WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)। […]
ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦ କଠାରିଆ ଗାଁର ଜଣେ ହତ୍ୟା ଅଭିଯୁକ୍ତ ନିଜର ବର୍ଷକର ଝିଅ ପତ୍ନୀଙ୍କ ସହିତ ୨୦ ଜଣ ପିଲାଙ୍କୁ ନିଜ ଘରେ ବନ୍ଦି ରଖିଛି। ବନ୍ଧୁକ ମୁନରେ ସେମାନଙ୍କୁ ଡରାଇବା ସହିତ ମଝିରେ ମଝିରେ ଫାଇରିଂ ବି କରୁଛି। ଝିଅର ଜନ୍ମଦିନ ପାଳନ କରିବା କହି ଡାକି ନେଇ ହଠାତ୍ ସେମାନଙ୍କୁ ଘରେ ବନ୍ଦି କରି ରଖିଛି। ତେବେ ପଣବନ୍ଦୀ ପିଲାମାନଙ୍କୁ ଉଦ୍ଧାର ପାଇଁ ଉକ୍ତ ଘରକୁ ଘେରି ରହିଛନ୍ତି […]
ଭୁବନେଶ୍ୱର: ଧିମା ଅର୍ଥନୀତିରେ ସ୍ଫୁର୍ତ୍ତି ଆଣିବାକୁ ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ ଅଟୋମୋବାଇଲ ସେକ୍ଟର ପରେ ରିୟଲ ଇଷ୍ଟେଟ୍ରେ ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି। ତେବେ କାରବାର ବଢ଼ାଇବାକୁ ଗୃହ ଋଣ ସୁଧ ଓ ଷ୍ଟାମ୍ପ ଡ୍ୟୁଟି ହ୍ରାସ ସହ ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ବଜେଟ୍ରେ କିଛି ରିହାତି ଘୋଷଣା କରାଯିବା ସମ୍ଭାବନା ରହିଛି। ଶିଳ୍ପ ଅଭିବୃଦ୍ଧି ବଢ଼ାଇବାକୁ […]
ୱାୟନାଡ଼: ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ରାହୁଲ ଗାନ୍ଧି। ୧୯୪୮ ଆଜିର ଦିନରେ ଗୋଡ୍ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏହାକୁ ସମଗ୍ର ଦେଶ ସହିଦ ଦିବସ ରୂପେ ପାଳନ କରୁଥିବା ବେଳେ ଗାନ୍ଧି ହତ୍ୟାକାରୀଙ୍କ ସହିତ ମୋଦିଙ୍କୁ ତୁଳନା କରି ବିବାଦକୁ ଆସିଛନ୍ତି ରାହୁଲ୍। ସିଏଏ ବିରୋଧରେ କେରଳରେ ଆୟୋଜିତ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି, ନାଥୁରାମ ଗଡସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ବିଚାରଧାରାରେ ବିଶ୍ୱାସ କରନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଉତ୍ତେଜନାମୂଳକ ଭାଷଣ। ୭୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରଚାର କରିପାରିବେନି ଅନୁରାଗ। ନିର୍ବାଚନ କମିଶନ୍ ଅନୁରାଗଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି। ସେହିଭଳି ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ବି ୯୬ ଘଣ୍ଟିଆ ବ୍ୟାନ୍ ଲଗାଯାଇଛି। ଦୁଇ ଦିନ ତଳେ ଅନୁରାଗ ଦିଲ୍ଲୀରେ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଦେଶଦୋହ୍ରୀଙ୍କୁ ଗୁଳି ମାର କହିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଅପରପକ୍ଷେ ଦିଲ୍ଲୀ ନିର୍ବାଚନ […]
ନୂଆଦିଲ୍ଲୀ: ଫେସବୁକରେ ନିଜକୁ ରାମଭକ୍ତ ଗୋପାଳ କହି ଜାମିଆ ଠାରେ ହେଉଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିବା ଯୁବକର ପ୍ରକୃତ ପରିଚୟ ମିଳିଛି। ତା’ର ପୂରା ନାଁ ଗୋପାଳ ଶର୍ମା। ସେ ଦିଲ୍ଲୀ ଏନସିଆରର ଗୌତମ ନଗର ଅଞ୍ଚଳରେ ରହୁଥିଲା। ତା’ ଫେସବୁକ ପୋଷ୍ଟରୁ ଜଣାପଡ଼ୁଛି ଯେ ସେ ଜଣେ କଟ୍ଟର ହିନ୍ଦୁବାଦୀ ଚିନ୍ତାଧାରାର ଯୁବକ। ଜାନୁଆରୀ ୧୪ରେ ସେ ଫେସବୁକରେ ନିଜର ଏକ ଫଟୋ ପୋଷ୍ଟ କରିଥିଲା। ଏଥିରେ ସେ ଏକ ଚେୟାର ଉପରେ […]
ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଆଜି ପୁଲିସ୍ ୭୦ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରିତ କରିଛି। ଏମାନେ ଜାମିଆ ନିକଟରେ ଘଟିଥିବା ହିଂସାକାଣ୍ଡରେ ସାମିଲ ଥିବା ପୁଲିସ୍ ଦାବି କରିଛି। ହେଲେ ଏମାନେ ଜାମିଆ ଛାତ୍ର ନା ସାଧାରଣ ଦୁର୍ବୃତ୍ତ ସେକଥା ପୁଲିସ୍ ପକ୍ଷରୁ କୁହାଯାଇ ନାହିଁ। ଡିସେମ୍ବର ୧୫ ରାତିରେ ପୁଲିସ୍ ଜାମିଆ ଛାତ୍ରଛାତ୍ରୀମାନେ ପୋଡ଼ା ଜଳା କରିଥିବା ଦାବି କରି […]
ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। […]